ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ବିଧାନସଭା ମୌସୁମୀ ଅଧିବେଶନକୁ ବୁଧବାର ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ । ଫଳରେ ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି । ବିଧାନସଭାର ଦ୍ବିତୀୟ ଦିନ ଠାରୁ ଆଜି […]

ଭିଜିଲାନ୍ସ ଜାଲରେ RI

ଧାମନଗର ତହସିଲ ଅଧୀନ ରାଧାବଲ୍ଲଭପୁର ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର (RI) ନଗେନ୍ଦ୍ର କୁମାର ଦାସ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜମି ମ୍ୟୁଟେସନ ମାମଲାରେ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ମାଗିବା ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଅଭିଯୋଗକାରୀ ଲାଞ୍ଚ ବାବଦକୁ ୪ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିବା । ଭିଜିଲାନ୍ସ ଟିମ୍ ଆରଆଇକୁ ଧରିବା […]

ବ୍ରହ୍ମପୁର–ସୁରଟ ମଧ୍ୟରେ ଚାଲିବ “ଅମୃତ ଭାରତ ଏକ୍ସପ୍ରେସ”

ଓଡିଶାର ବ୍ରହ୍ମପୁରରୁ ଗୁଜରାଟର ସୁରଟ (ଉଧନା) ସହିତ ସଂଯୋଗ କରୁଥିବା “ଅମୃତ ଭାରତ ଏକ୍ସପ୍ରେସ”କୁ ୨୭ ସେପ୍ଟେମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାର ଉଦଘାଟନୀ ଯାତ୍ରାରେ, ଏହି ଟ୍ରେନ୍ ୨୭ ସେପ୍ଟେମ୍ବର ୨୦୨୫ରେ ମଧ୍ୟାହ୍ନ ୧୨ ଘଟିକା ସମୟରେ ବ୍ରହ୍ମପୁର ରେଳଷ୍ଟେସନରୁ ଶୁଭାରମ୍ଭ କରାଯିବ । ଏହି ଟ୍ରେନର ନିୟମିତ ସେବା ପାଇଁ ସମୟ ସୂଚୀ ଶୀଘ୍ର ଘୋଷଣା କରାଯିବ ।ଏହି […]

ଝିଅ ପାଇଁ ଯୋଦ୍ଧା ସାଜିଲେ ଦିବ୍ୟାଙ୍ଗ ମହିଳା, ରାସ୍ତାରେ ଚଲେଇଲେ ଇ-ରିକ୍ସା

ଶରୀର ତାଙ୍କର ଭିନ୍ନକ୍ଷମ ସତ, କିନ୍ତୁ ଜୀବନ ଯୁଦ୍ଧରେ ସେ ଜଣେ ଦିଗବିଜୟୀ ଯୋଦ୍ଧା । ସିଏ ହାରିବା ଜାଣି ନାହାଁନ୍ତି, ଡରିବା ଶିଖି ନାହାନ୍ତି । ତେଲଲୁଣ ସଂସାରରେ ଅଭାବ ଥିଲେ ବି ସେ କାହା ସାମ୍ନାରେ କେବେ ହାତ ପତେଇ ନାହାଁନ୍ତି କି ନିଜର ଅସହାୟତା ଦେଖାଇ କାହାର ଦୟା ସାଉଁଟି ନାହାନ୍ତି ।ସ୍ୱାଭିମାନର ସହ ବଞ୍ଚିବେ ଆଉ ଝିଅକୁ ପାଠ ପଢାଇ ମଣିଷ କରିବେ ଏହି ଲକ୍ଷ୍ୟ ନେଇ ସେ ଜୀବନରେ ଆଗେଇ […]

ଭୋଟର ଲିଷ୍ଟରୁ ନାମ ହଟାଇବା ହେବନି ସହଜ; ‘ଇ-ସାଇନ’ ସିଷ୍ଟମ୍ ଲଞ୍ଚ କଲେ ନିର୍ବାଚନ କମିଶନ

ନିର୍ବାଚନ ଆୟୋଗ ନିଜର ୱେବସାଇଟ ଓ ଆପରେ ନୂଆ ଇ- ସାଇନ୍ ଫିଚର ଆରମ୍ଭ କରିଛନ୍ତି । ଏହି କ୍ରମରେ ଏବେ ଭୋଟର ପଞ୍ଜିକରଣ, ନାମ କାଟିବା ବା ପରିବର୍ତ୍ତନ କରିବା ପାଇଁ ଆବେଦନ କରୁଥିବା ଲୋକଙ୍କ ପରିଚୟ, ଆଧାର ସହିତ ଲିଙ୍କ୍ ମୋବାଇଲ ନମ୍ବର ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ପୂର୍ବରୁ, ଆବେଦନକାରୀମାନେ କୌଣସି ଯାଞ୍ଚ ବିନା ଫର୍ମ ଦାଖଲ କରୁଥିଲେ ଯାହା ପରିଚୟ ପତ୍ରର ଅପବ୍ୟବହାରର ବିପଦ ସୃଷ୍ଟି କରୁଥିଲା । ନୂଆ […]

ନବଜାତ ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତିଦେଲେ

ରାଜସ୍ଥାନ ଭିଲୱାଡ଼ା ଜିଲ୍ଲାରେ ମାନବିକତାକୁ ଉଲଂଘନ କରିଗଲେ ମଣିଷ । ଏଠିକାର ବିଜୌଲିୟା ଉପଖଣ୍ଡର ଖେଡ଼ା ରୋଡ଼ ସ୍ଥିତ ସୀତାକୁଣ୍ଡ ଜଙ୍ଗଲରେ ଘଟିଥିବା ଘଟଣାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା । ୧୦-୧୨ ଦିନର କଅଁଳା ଶିଶୁର ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତି ଦେଇଛନ୍ତି କିଛି ନୃଶଂସ ମଣିଷ। ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ । କିଛି ଗାଇ ଜଗାଳି ଗାଇ ଚରାଇବା ଲାଗି ଜଙ୍ଗଲକୁ ଯାଇଥିଲେ। […]

ମହାନଦୀରେ ବନ୍ୟା : ୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ବନ୍ୟାଜଳ

ମହାନଦୀରେ ବନ୍ୟା । ୨୭ ତାରିଖ ସକାଳୁ ମୁଣ୍ଡଳିରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ,ଫୁଳିବ ଶାଖାନଦୀ ।ମୁଣ୍ଡଳିରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ । ଏବେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା ଜାରି କରିଛି ଜଳ ସମ୍ପଦ ବିଭାଗ । ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ […]

ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ଆସନ୍ତାକାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଅବପାତରେ ପରିଣତ ହେବ। ୨୭ରେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ। ଉତ୍ତରପଶ୍ଚିମ ଓ ଆଗକୁ ଦୁଇଟି ଲଘୁଚାପ ଆସୁଥିବା ବେଳେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି। ଆଞ୍ଚଳିକ […]

୩ କୋଠା, ୭ ପ୍ଲଟ;ମହାକାଳପଡ଼ା ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର । ଏକ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅର୍ଡର କରିବା ପାଇଁ ତହସିଲଦାର ଶିବପ୍ରସାଦ ମଲ୍ଲିକ ଏହି ଟଙ୍କା ନେଉଥିଲେ l ଏହି ସମୟରେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲା । ଯାହା ପରେ ତାଙ୍କର ୬ଟି ଠିକଣାରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ୭ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ, […]

୧୭ ଯୁବତୀଙ୍କୁ ବଳାତ୍କାର କରି ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ଫେରାର

ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ନାମରେ ୧୭ ଜଣ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍‌ ଅଛନ୍ତି। ସେ ବସନ୍ତ କୁଞ୍ଜରେ ଏକ ଆଶ୍ରମ ଚଳାଉଛନ୍ତି।ଦିଲ୍ଲୀ ପୁଲିସ ବୁଧବାର ଆତ୍ମଘୋଷିତ ବାବା ସାଧୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ବିରୋଧରେ ମାମଲା ରୁଜୁ କରିଛି । ବାବା ୧୭ ଜଣ ଝିଅ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ମାମଲା ଦାଏର ହୋଇଛି । ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ […]

୩୦ ହଜାର ରାସନ କାର୍ଡ କଟିଲାଣି: ଯୋଗାଣ ମନ୍ତ୍ରୀ

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟରେ ୩୦ ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିଲାଣି । ଇକେୱାଇସିରେ ବାଦ ପଡିଲେଣି ୧ ଲକ୍ଷ ୯ ହଜାର ୮୫୩ ଜଣ । ୬ ଲକ୍ଷ ୩୮ ହଜାର ୯୯୬ ମୃତକ ପାଇଥିଲେ ରାସନ କାର୍ଡ । ୩ଲକ୍ଷ ୮୭ ହଜାର ୮୧୯ ନୂଆ ହିତାଧିକାରୀ ଯୋଜନାରେ ସାମିଲ ଅଛନ୍ତି । ଅଯୋଗ୍ୟଙ୍କୁ ବାଦ ଦେଇ […]

ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ପ୍ରସଙ୍ଗରେ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

ଲୋୟର ପିଏମ୍‌ଜିରେ ମହିଳା କଂଗ୍ରେସର ଗର୍ଜନ , ନାରୀ ନେତ୍ରୀଙ୍କ ରଣହୁଙ୍କାର । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଚାଲିଛି ବିଧାନସଭା ଘେରାଉ ଉଦ୍ୟମ । ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି । ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ । ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର ପିଏମ୍‌ଜିରେ ଠେଲାପେଲା ହୋଇଛନ୍ତି । ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ମହିଳାଙ୍କ ଆଶାକୁ […]