ଗୋଟିଏ ଜାଗାରେ ୩ ବର୍ଷ ଧରି କାମ କରୁଥିବା ରାଜସ୍ବ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ

ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍‌ଆଇ, ସହକାରୀ ଆର୍‌ଆଇ, ଅମିନଙ୍କର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ […]

ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି  

ସ୍ୱାମୀ- ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥିଲେ ପାଖ ଅଞ୍ଚଳରେ ନିଯୁକ୍ତି ମିଳିବ । ଅବସରକୁ ଦୁଇ ବର୍ଷ ଅଧିକାରୀଙ୍କ ପାଇଁ ନିୟମ କୋହଳ ହୋଇଛି । ଯେଉଁଠାରେ ଅଛନ୍ତି ସେଠାରେ ରହିପାରିବେ । କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବ । କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତିକୁ ସ୍ୱଚ୍ଛତା ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିୟମ ପ୍ରସ୍ତୁତ ହୋଇଛି । ତେବେ ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ […]

ଦୃଷ୍ଟିଶକ୍ତି ହରାଇବାରୁ ଦ୍ଵିତୀୟ ବିବାହ ପାଇଁ ଯୋଜନା କରୁଛି ସ୍ୱାମୀ

ବାଇକ୍‌ରେ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଆଖି ହରାଇଲେ ସ୍ତ୍ରୀ । ଆଉ ସ୍ତ୍ରୀର ଏହି ଅସହାୟ ଅବସ୍ଥାରେ ହାତ ଛାଡ଼ି ଦେଇଛି ଯବାନ ସ୍ଵାମୀ ।ଖାଲି ସ୍ତ୍ରୀର ହାତ ଛାଡ଼ି ଦେଇନାହିଁ ବରଂ ଆଖି ଚାଲି ଯାଇଥିବାରୁ ସ୍ଵାମୀର ମନ ବି ବଦଳି ଯାଇଛି । ସିଆରପିଏଫ୍ ଯବାନ ଥିବା ସ୍ଵାମୀ ଜଣଙ୍କ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ପତ୍ନୀ । ନ୍ୟାୟ ଆଶାରେ ହତଭାଗିନୀ ସ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । […]

ରାଜ୍ୟର ୧୭ଟି ବିଶ୍ୱ ବିଦ୍ୟାଳୟରେ ବଢିଛି ନିର୍ଯାତନା – ଉଚ୍ଚଶିକ୍ଷା ମନ୍ତ୍ରୀ

ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ଏପରି ୧୯ଜଣ ଛାତ୍ରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଛାତ୍ରୀଙ୍କ ଅଶ୍ଳୀଳ ଚିତ୍ର ବ୍ୟବହାର କରାଯାଇଛି। ଏନେଇ ବିଜେଡି ବିଧାୟକଙ୍କ ପ୍ରଶ୍ନରେ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯବଂଶୀସୂରଜ ଲିଖିତ ଉତ୍ତର ରଖିଛନ୍ତି । ତେବେ ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କଲା ବିଜେଡି । ବାଚସ୍ପତିଙ୍କ […]

ଯୁବପିଢିଙ୍କୁ ଘାରିଛି ଆଇଫୋନ୍-୧୭ ନିଶା: ରାତି ଅଧରୁ ମଲ୍ ଆଗରେ ଲମ୍ବା ଲାଇନ୍

ଆଇ ଫୋନ୍‌ କଲା କମିଆ । ରାତି ଅଧରୁ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ ।ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଯେତେବେଳେ ଆଇଫୋନ୍-୧୭ ଲଞ୍ଚ ହୋଇଛି ଆଉ ଭାରତରେ ଏହାର ପ୍ରଥମ ବିକ୍ରି ଆରମ୍ଭ ହୋଇଛି ଠିକ୍ ସେତେବେଳେ ଭାରତରେ ଦେଖିବାକୁ ମିଳିଛି ଉତ୍ସାହ । ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ ମୋବାଇଲକୁ ନେଇ ଏତେ କ୍ରେଜ ଦେଖିବାକୁ ମିଳିଥଛି କି ସେମାନେ ଆଇଫୋନ୍-୧୭ କିଣିବାକୁ ଗତ ରାତିରୁ ମଲ ଆଗରେ ଲମ୍ବା ଲାଇନ ଲଗାଇ […]

ମହିଳା କନଷ୍ଟେବଳ ହତ୍ୟାକାଣ୍ଡ ହେଲା ରେଡ୍ ଫ୍ଲାଗ

ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା । ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ ହେଲା ମାମଲା । ଏହି ମାମଲାରେ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ନିରୀକ୍ଷଣ କରିବେ ବୋଲି ସୂଚନା ରହିଛି । ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ମର୍ଡର କେସର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ। ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ।ସେପଟେ ଦୀପକ ରାଉତଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା […]

ଦୀର୍ଘ ୧୪ଦିନ ପରେ ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ୍‌ ମଜୁମ୍‌ଦାର

ଦୀର୍ଘ ୧୪ଦିନ ପରେ ଗୁରୁବାର ଭେଣ୍ଟିଲେଟରରୁ ବାହାରିଲେ ଓଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର । ଏବେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।​​​​​​​ଅଭିଜିତ୍‌ଙ୍କ କିଡ୍‌ନୀ ଓ ଲିଭର ସ୍ଥିତିରେ ସୁଧାର ଆସିଛି । ଅଭିଜିତ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଇସିୟୁ ଓ ଏକ୍‌ମୋ ସ୍ପେସାଲିଷ୍ଟ୍‌ ଡା. ଶ୍ରୀକାନ୍ତ ବେହେରା ଓ ତାଙ୍କ ଟିମ୍‌ ଦୃଷ୍ଟି ରଖିଛନ୍ତି ।ସୂଚନା ଅନୁସାରେ ଶରୀରରେ […]

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା

ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଆସନ୍ତା ଅକ୍ଟୋବର ୧୨ରେ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌)ର ପ୍ରିଲିମିନାରୀ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି ।ଓପିଏସସି ଦ୍ୱାରା ପ୍ରକାଶିତ ସମୟ ସାରଣୀ ଅନୁଯାୟୀ, ପ୍ରିଲିମ୍ ପରୀକ୍ଷା ୬ଟି ଜୋନ୍ – ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଏବଂ ସମ୍ବଲପୁରରେ ଅନୁଷ୍ଠିତ ହେବ। ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପେପର-୧ ସକାଳ ୧୦ରୁ ୧୨ଟା […]

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତରଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି।। ଅନ୍ତର୍ଯ୍ୟାମୀ ସାହୁଙ୍କ କାଶିପୁର କାର୍ଯ୍ୟାଳୟ ,ସରକାରୀ ଓ ବେସରକାରୀ ବାସ ଭବନ, ବାଲିଗୁଡା ,ନୟାଗଡ଼ ,ଦାରିଙ୍ଗବାଡ଼ି ଭୁବନେଶ୍ୱର,ଭଞ୍ଜନଗର ଓ ବ୍ରହ୍ମପୁର ରେ ଏହି ରେଡ୍ ଜାରି ରହିଛି । ତାଙ୍କର ସମ୍ପର୍କୀୟଙ୍କ ଘରେ ବି ରେଡ୍ […]

ଦୁର୍ନୀତିର ଗନ୍ତାଘର ସାଜିଛି ରାୟଗଡା ପୌର ପରିଷଦ।

‎‎ରାୟଗଡ଼ା ତା ୧୮/୦୯ – ରାୟଗଡା ପୌର ପରିଷଦରେ ଯେଉଁ ନାଟକୀୟ ଢଙ୍ଗରେ ଚାଲିଛି ବିଜେଡ଼ି ଓ ବିଜେଡି ମଧ୍ୟରେ କନ୍ଦଳ ତାହାର ଭିତିରିଆ ଗୁମର ଖୋଲିବାକୁ ଲାଗିଛି । ପୌର ପରିଷଦର ବର୍ତ୍ତମାନ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନେଇ ୧୯ ଜଣ କାଉନସିଲର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ପରେ ଏହି ଘଟଣାକୁ ନେଇ ରୋଚକ ବୟାନ ଦେଇଛନ୍ତି ଶୁଭ୍ରା ପଣ୍ଡା । ତାଙ୍କ କହିବା ଅନୁଯାୟୀ ପୌରପରିଷଦ କାର୍ଯ୍ୟଳୟରେ ଚାଲିଛି ଅନେକ […]

*ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବ, ନ୍ୟୁ କଲୋନୀ, ରାୟଗଡ଼* *30ତମ ବର୍ଷର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥପାନ

*ରାୟଗଡା (ତା – 18/09/2025)ଆଜି ରାୟଗଡ଼ାର ନ୍ୟୁ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର 30ତମ ବର୍ଷର ପୂଜା ଆୟୋଜନ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ନ୍ୟୁ କଲୋନୀ ସ୍ଥିତ ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜାରେ ଜଗନ୍ନାଥ ସାହୁ କର୍ତ୍ତା ରୂପେ ପୂଜା କାର୍ଯ୍ୟ କରିଥିଲେ ଓ ପୂଜାରୀ ପ୍ରବୀର ମହାରାଜ ପୂଜାର୍ଚନା କରିଥିଲେ I ପୂର୍ବରୁ ତା 14/09/2025 ରିଖ ରେ ପ୍ରଥମ ପ୍ରସ୍ତୁତି ବୈଠକ […]

ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୪୪ ବ୍ୟାରେଜ: ମୁଖ୍ୟମନ୍ତ୍ରୀ

ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ,୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ। ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର।ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅଣତାରକା ପ୍ରଶ୍ନର ଉତ୍ତରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ‘ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେ ଯୋଗୁଁ ତଳ ମୁଣ୍ଡରେ ଜଳସଂକଟ ସୃଷ୍ଟି ହେଉଛି । ପ୍ରତିକାର ପାଇଁ ସରକାର କି ପଦକ୍ଷେପ […]