ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ,୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ। ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର।ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅଣତାରକା ପ୍ରଶ୍ନର ଉତ୍ତରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ‘ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେ ଯୋଗୁଁ ତଳ ମୁଣ୍ଡରେ ଜଳସଂକଟ ସୃଷ୍ଟି ହେଉଛି । ପ୍ରତିକାର ପାଇଁ ସରକାର କି ପଦକ୍ଷେପ […]
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ଗୁରୁବାର ଓଡ଼ିଶାରେ ଆଗାମୀ ପାଞ୍ଚ ଦିନି ବର୍ଷା ହେବା ନେଇ ୟେଲୋ ଚେତାବନୀ ଜାରି କରିଛି। ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବିଜୁଳି ଓ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ହେବାର ସମ୍ଭାବନା ରହିଛି।ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ଵର୍ଷା ସମ୍ଭାବନାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି […]
କେରଳରେ ଥିବା ପ୍ରସିଦ୍ଧ ମନ୍ଦିର ହେଉଛି ସାବରୀମାଳା ମନ୍ଦିର । ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ସୁନା ହଜିଥିବା ହେତୁ ଚିନ୍ତାର ବିଷୟ ପାଲଟିଛି । ମାମଲାଟି ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟି ମନ୍ଦିରର ସ୍ୱର୍ଣ୍ଣ ମଣ୍ଡନ (ଗୋଲ୍ଡ ପ୍ଲେଟିଂ) କାର୍ଯ୍ୟ ସହିତ ଜଡ଼ିତ।୨୦୧୯ ମସିହାରେ, ସବରିମାଳା ମନ୍ଦିରର ଗର୍ଭଗୃହ (ସନ୍ନିଧାନମ) ଉପରେ ସୁନାର ଆବରଣ (ଗୋଲ୍ଡ ପ୍ଲେଟିଂ) […]
ଓଡ଼ିଶା ସରକାର ଗତ ୧୭ ମାସରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗତ ତିନି ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ଖର୍ଚ୍ଚ ସହିତ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ସଂସ୍ଥା ବିଷୟରେ ସୂଚନା ମାଗିଥିଲେ। ଯାହାକୁ ନେଇ […]
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଦେଶରେ ନିର୍ମିତ ପ୍ରଥମ ମ୍ୟାଲେରିଆ ଟିକାକୁ ଅନୁମୋଦନ ଦେଇଛି । ଆଡଫାଲସିଭାକ୍ସ ନାମକ ଏହି ଟିକା ଏକକାଳୀନ ମ୍ୟାଲେରିଆର ଅନେକ ପର୍ଯ୍ୟାୟକୁ ନଷ୍ଟ କରିବା ସହ ରୋଗୀଙ୍କୁ ସୁରକ୍ଷା ଦେବାର କ୍ଷମତା ବଜାୟ ରଖେ । ଆଡଫାଲସିଭାକ୍ସ ନାମକ ଏହି ଟିକା ଭାରତର ପ୍ରଥମ ଟିକା ଯାହା ସବୁଠାରୁ ଘାତକ ମ୍ୟାଲେରିଆ ଜୀବାଣୁ, ପ୍ଲାଜମୋଡିୟମ୍ ଫାଲସିପେରମରୁ ସୁରକ୍ଷା ଦେବା ଲାଗି ଡିଜାଇନ୍ କରାଯାଇଛି । ଏହି ଟିକାକୁ ଭୁବନେଶ୍ୱରର ICMRର […]
ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ମର୍ସିଡିଜ୍ କାର୍ । ଭୁବନେଶ୍ବର ପଟିଆ ରଘୁନାଥପୁର ରାସ୍ତା ଉପରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ପାର୍ ହେଉଥିବା ଏକ ବାଇକ୍କୁ ବଞ୍ଚାଇବାକୁ ଯାଇ ଡିଭାଇଡରରେ ପିଟିହୋଇ ଓଲଟି ପଡିଲା କାର୍ ।ସୂଚନା ଅନୁଯାୟୀ, OD 09C 9999 ନମ୍ବର ବିଶିଷ୍ଟ ଏହି ବିଳାସପୂର୍ଣ୍ଣ କାରଟି ବାରଙ୍ଗ ଅଞ୍ଚଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ରାସ୍ତା ଡିଭାଇଡରରେ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା । ଦୁର୍ଘଟଣାର ତୀବ୍ରତା […]
ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍’ କଣ୍ଡକ୍ଟର। ବସ୍ ଭିତରୁ ବାହାରି ଆସି ବାହାରେ ଥାପଡ଼ ମାରିଲେ। ଭୁବନେଶ୍ବର ୟୁନିଟ ୮ ମାର୍କେଟ ପାଖରେ ଥିବା ବସଷ୍ଟପର ଘଟଣା । ଯାତ୍ରୀ ଜଣଙ୍କ ବସକୁ ଚଢ଼ୁଥିବା ବେଳେ ହୋଇଥିଲା ଯୁକ୍ତିତର୍କ। ବସ୍ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି । ପୁଣି ରାସ୍ତା କଡରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ […]
ପ୍ରେସ୍ ୟୁନିଅନ ରାୟଗଡ ତରଫରୁ ମା ପାଇଁ ଗଛ ଟିଏ ର ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି .ଏହି ଅଭିଯାନ ମାଧ୍ୟମରେ ସମଗ୍ର ଜିଲ୍ଲା ରେ ଏକ ହଜାର ବୃକ୍ଷ ରୋପଣ କରାଯିବାକୁ ୟୁନିଅନ ପକ୍ଷରୁ ନିଷ୍ପତି ନିଆଯାଇଥିବା ପ୍ରକାଶ କରିଛନ୍ତି ୟୁନିଅନ ର ସାଧାରଣ ସମ୍ପାଦକ ଶିବାଜୀ ଦାଶ . ଅଭିଯାନ ପ୍ରାରମ୍ଭରେ ରାୟଗଡ ସହର ସର୍କିଟ ହାଉସ ନିକଟସ୍ଥ ଇଣ୍ଡୋର ଷ୍ଟାଡ଼ିଅମ ନିକଟରେ ବୃକ୍ଷ ରୋପଣ ଆରମ୍ଭ କରାଯାଇଛି .ଏଥିରେ ୟୁନିଅନ ର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମତିଥିରେ ‘ଏକ ପେଡ଼ ମା’ କେ ନାମ’ ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଇଟାମାଟି ସ୍ଥିତ ବଂଶୀଧର ମହାବିଦ୍ୟାଳୟ ନିକଟସ୍ଥ କେନାଲ ହୁଡ଼ାରେ ଫାଶୀ, ଅସନ, ଲିମ୍ବ, ଆମ୍ବ, ଅଁଳା, ଓ ବରକୋଳି ଆଦି ଚାଳିଶିଟି ଗଛ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଲଗାଇଥିଲେ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଡ. ସୁକାନ୍ତି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ […]
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାମ୍ବାଦିକ ସାଜି ବୁମ୍ ଧରି ପ୍ରଶ୍ନ ପଚାରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ପ୍ରଭାତୀଙ୍କୁ ଆଜିର ବିଧାନସଭା ପରିସରରେ ଯେଉଁ ଚନ୍ଦନ ଗଛ ଲଗାଇଲେ ଏନେଇ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି କନକବର୍ଦ୍ଧନ ପ୍ରଭାତୀଙ୍କୁ ପ୍ରଶ୍ନ ପଚାରିଥିଲେ। ଗଛ ଲଗାଇ ଆପଣଙ୍କୁ କିଭଳି ଲାଗୁଛି, ଏକ ପେଡ ମା କେ ନାମ କାର୍ଯ୍ୟକ୍ରମକୁ କେମିତି ଦେଖୁଛନ୍ତି ଏହିଭଳି ଅନେକ ପ୍ରଶ୍ନ ପଚାରିଥିଲେ କନକ ବର୍ଦ୍ଧନ । ଯାହାକୁ ନେଇ ଗଣମାଧ୍ୟମ […]
ଭାରତ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଏବେ ଖୁବ ଶୀଘ୍ର ଆସୁଥିବା ପରି ମନେ ହେଉଛି। ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ଉଠାଇବାର ସମ୍ଭାବନା ରହିଛି। ଗୁରୁବାର ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ ଘୋଷଣା କରିଛନ୍ତି, ଆମେରିକା ଭାରତ ଉପରେ ଲଗାଇଥିବା ଟାରିଫରୁ ଖୁବ୍ କମଦିନ ମଧ୍ୟରେ ୨୫ ପ୍ରତିଶତ କମାଇବ । ଏହାସହ ଭାରତ ଉପରେ ଆମେରିକା ଲଗାଇଥିବା ରେସିପ୍ରୋକଲ ଡ୍ୟୁଟି ମଧ୍ୟ ୨୫ ପ୍ରତିଶତରୁ କମାଇ ୧୦ […]
ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ପଂଚାୟତରେ ଥିବା କୋଲାଣୀଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ନିଜ ଦୁଇଟି ପିଲାଙ୍କୁ ନେଇ ବସବାସ କରୁଥିବା ଦୁଃଖ ମୁଣ୍ଡାଙ୍କ ସ୍ଵାମୀ ପରିତ୍ୟକ୍ତା ଝିଅଙ୍କୁ ତାଙ୍କ ସମ୍ପର୍କୀୟ ମଉସା ରାଜୁ ମୁଣ୍ଡା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା।ଏନେଇ ଭୁବନ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ପ୍ରହଲ୍ଲାଦ ସାହୁ ନାମକ ଜଣେ ଆଇନଜୀବୀ ଏଭଳି ଏକ ଅଭାବନୀୟ ଘଟଣାକୁ ଚାପିବାକୁ ଉଦ୍ୟମ କରିଛନ୍ତି। […]
