ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ପଂଚାୟତରେ ଥିବା କୋଲାଣୀଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ନିଜ ଦୁଇଟି ପିଲାଙ୍କୁ ନେଇ ବସବାସ କରୁଥିବା ଦୁଃଖ ମୁଣ୍ଡାଙ୍କ ସ୍ଵାମୀ ପରିତ୍ୟକ୍ତା ଝିଅଙ୍କୁ ତାଙ୍କ ସମ୍ପର୍କୀୟ ମଉସା ରାଜୁ ମୁଣ୍ଡା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା।ଏନେଇ ଭୁବନ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ପ୍ରହଲ୍ଲାଦ ସାହୁ ନାମକ ଜଣେ ଆଇନଜୀବୀ ଏଭଳି ଏକ ଅଭାବନୀୟ ଘଟଣାକୁ ଚାପିବାକୁ ଉଦ୍ୟମ କରିଛନ୍ତି। […]
ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ ।ବିଜେଡିର ସମର୍ଥନ ଲୋଡିବା ପରେ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ଅପରାହ୍ମ ୫ଟାରେ ବିଜେଡିର ବୈଠକ ଅଛି । ଆଲୋଚନା କରି ନିଷ୍ପତ୍ତି ଜଣାଇବେ କହିଛନ୍ତି ତାରା ।ଅନ୍ୟପଟେ କଂଗ୍ରେସ ଆଲୋଚନା […]
ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଅନାସ୍ଥା ପ୍ରସ୍ତାବ ରଖି ବାଚସ୍ପତିଙ୍କୁ ଚିଠି ଦେଲା କଂଗ୍ରେସ ।୧୫ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ଦାବି କରିଛି । ଅନ୍ୟପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ଏ ସମ୍ପର୍କରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କଂଗ୍ରେସର ନେତାମାନେ ଏ ନେଇ ବିଜେଡି ସହ ଆଲୋଚନା କରିନାହାନ୍ତି । ହେଲେ ଆମେ ଆମ ପ୍ରସଙ୍ଗ ବିଧାନସଭାରେ ଉଠାଇବୁ […]
ଆବାସ ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇବେ ସରକାର । ଏହା ଉପରେ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି । ଆହୁରି କହିଛନ୍ତି, ବାଲି ମାଫିଆଙ୍କୁ ନିସ୍ତାର ମିଳିବନି କହିଲେ ଖଣି ମନ୍ତ୍ରୀ । ତେବେ ଆଜି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ଏମିତି କିଛି କହିଛନ୍ତି ଇସ୍ଫାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତାଙ୍କ କହିବା ମୁତାବକ, ୨୦୨୪-୨୫ […]
ରାଜ୍ୟରେ ସାର କଳାବଜାରୀ ହେଉଥିବା ମାନିଲେ ବିଭାଗୀୟ ମନ୍ତ୍ରୀ । ଜାଣିଶୁଣି କିଛି ଲୋକ କଳାବଜାରୀ କରୁଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି | ରାଜ୍ୟରେ ଆବଶ୍ୟକ ପରିମାଣର ସାର ଅଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଅନେକ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସୂଚନାମୁତାବକ ଚଳିତବର୍ଷ ଧାନ ଗଛ ଭଲ ହୋଇଛି। ଗଛରେ […]
ପୁରୀ ସ୍ବର୍ଗଦ୍ବାରକୁ ଅନ୍ତିମ ସଂସ୍କାର ପାଇଁ ଆସିଥିବା ଶୁଭମିତ୍ରାଙ୍କ ବାପା ଅଭିଯୁକ୍ତ ଦୀପକ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।୧ କୋଟି ୨୫ ଲକ୍ଷର ବୀମା ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରିଛି ଦୀପକ । ତେବେ ହତ୍ୟାକାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଦୀପକର ବଡ଼ ଭାଇ ବୋଲି ବଡ଼ ଅଭିଯୋଗ କରିଛନ୍ତି ଶୁଭମିତ୍ରାଙ୍କ ବାପା ।ସେ ଆହୁରି କହିଛନ୍ତି, ଶୁଭମିତ୍ରା ନାଁରେ ୧ କୋଟି ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ଦୀପକ । ବୀମା ଟଙ୍କା ହାତେଇବାକୁ […]
ବାଉଁଶର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ୧୮ରେ ‘ବିଶ୍ୱ ବାଉଁଶ ଦିବସ’ ପାଳନ କରାଯାଏ । ବାଉଁଶ ହେଉଛି ଏକ ନିଆରା ଘାସ ଜାତୀୟ ଉଦ୍ଭିଦ ଯାହା ଶୀଘ୍ର ବଢିଥାଏ ଏବଂ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ଏହା କେବଳ ଶକ୍ତିଶାଳୀ ଏବଂ ବହୁମୁଖୀ ନୁହେଁ, ଏହା ମଧ୍ୟ ଜଳବାୟୁ ସ୍ଥିର ଏବଂ ପରିବେଶ ଅନୁକୂଳ ଅଟେ । ସମଗ୍ର ବିଶ୍ୱରେ ୧,୫୦୦ରୁ ଅଧିକ ଜାତିର ବାଉଁଶ ଅଛି । ବାଉଁଶ […]
୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ। ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି କରାଯାଇଛି ।୬୦ ବର୍ଷ ପରେ MBPY/NSAPରେ ଯେ କୌଣସି ଅଧୀନରେ ପେନସନ ପାଇଁ ଯୋଗ୍ୟ ହେବେ । ଏଥିରେ ରାଜ୍ୟର ୨ ଲକ୍ଷରୁ ଊର୍ଦ୍ଧ୍ବ ସୁଭଦ୍ରା ଲାଭାର୍ଥୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।ପ୍ରଥମେ ବୟସ୍କ, ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ଅଧିକ […]
ଆଜିଠୁ ରାଜଧାନୀରେ ବୁଲାକୁକୁର ଗଣତି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ ହୋଇଛି । BMC ପକ୍ଷରୁ ଭୋର ୫ଟାରୁ ଆରମ୍ଭ ହୋଇଛି ଗଣତି । ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର ୬୭ଟି ୱାର୍ଡରେ ଏହି ଗଣନା ହେବ । ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଦକ୍ଷ ପଶୁ ଡାକ୍ତରଙ୍କ […]
ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ମହିଳା ନିର୍ଯାତନା ମାମଲା, ସାର ଅଭାବ, ଓଟିଇଟି ପ୍ରଶ୍ନପତ୍ର ଲିକ୍, ବାହାର ରାଜ୍ୟକୁ ବଡ ବଡ ଶିଳ୍ପ ଚାଲିଯିବା, ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଆଦି ପ୍ରସଙ୍ଗ ଉଠାଇବାକୁ ବିଜେଡି ରଣନୀତି କରିଛି । ବୁଧବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଓ ବିଜେଡି ଏବଂ ଶାସକ ଭାଜପାର ବିଧାୟକଦଳ […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଓଡ଼ିଶାର ରେକର୍ଡ । କୋଟିଏରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରି ଗିନିଜ ବୁକ୍ ରେକର୍ଡ କଲା ଓଡିଶା। ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ଦିନ ଦେଢଟାରେ ସଂଖ୍ୟା ଛୁଇଁଥିଲା ୭୫ ଲକ୍ଷ ଚାରାରୋପଣ। ଆଉ ୨ଟାରେ ସଂଖ୍ୟା ପାର ହୋଇଥିଲା କୋଟିଏ । ସେପ୍ଟେମ୍ବର ୩୦ ତାରିଖ ଯାଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆଜି ବୃକ୍ଷରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ […]
