ହୋଟେଲରେ ଚାଲିଥିଲା ସେକ୍ସ୍ ରାକେଟ୍, ରେଡ୍ ବେଳେ ଧରାପଡ଼ିଲା । ମେରାଇନ ଥାନା ତାଳସାରିର ଏକ ହୋଟେଲରେ ସେକ୍ସ୍ ରାକେଟ୍ ଚାଲିଥିବା ବେଳେ ପୋଲିସର ଚଢାଉ ।ଏହା ସହ ଉକ୍ତ ହୋଟେଲକୁ ସିଜ କରିବା ସହିତ ସେକ୍ସ ରାକେଟରେ ବ୍ୟବହାର ହେଉଥିବା ଏକ ସ୍ବିଫ୍ଟକାର ମଧ୍ୟ ଜବଦ ହୋଇଛି । ତେବେ ସେକ୍ସ ରାକେଟ ଚାଲୁଥିବା ବେଳେ ୧୦ ଜଣ ଦେହଜୀବି , ୬ ଜଣ ଦଲାଲ ଏବଂ ୩ ଜଣ ଗ୍ରାହକଙ୍କ ସମେତ ମୋଟ ୧୯ […]
ରାଜ୍ୟରେ ୧୩ ବିଶ୍ୱବିଦ୍ୟାଳୟରେ କୂଳପତି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷ ଅଭିଜ୍ଞତା ଥିବା ଦରକାର । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “୦୧.୧୨.୨୦୨୫ (୦୨.୧୨.୧୯୫୯ କିମ୍ବା ତା’ପରେ ଜନ୍ମ) ଅନୁଯାୟୀ ୬୬ ବର୍ଷରୁ କମ୍ ବୟସର ଯୋଗ୍ୟ ଆବେଦନକାରୀଙ୍କଠାରୁ ଆବେଦନ ଗ୍ରହଣ କରାଯିବ”। ଆବେଦନକାରୀଙ୍କ ପ୍ରମାଣିତ ଶିକ୍ଷାଗତ ଏବଂ ଆଡମିନିଷ୍ଟ୍ରେଟିଭ ଏକ୍ସଲେନ୍ସି, ପ୍ରତିଷ୍ଠିତ ଶିକ୍ଷାବିତ୍ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ଼ ସୃଜନ ଗୃହରେ ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଏବଂ ପୌରାଞ୍ଚଳର ୪୪ ଏ-୧ କୃତୀ ଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ପ୍ରଦାନ କଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଦୁଇ ଅତିରିକ୍ତ […]
ରାୟଗଡ ତା:୦୪-୦୬-୨୦୨୫ରିଖ- ବିଭିନ୍ନ ନୀଶା ଦ୍ରବ୍ୟ ତଥା ମାଦକ ଦ୍ରବ୍ୟ ବ୍ୟବର ଜନିତ କୁପରିଣାମ ବିଷୟରେ ଜନ ସଚେତନତା ନିମନ୍ତେ ଓଡିଶା ରାଜ୍ୟ ଅବକାରୀ ବିଭାଗର ନିର୍ଦେଶ କ୍ରମେ ଆଜି ଏକ ରଥକୁ ରାୟଗଡ ଜିଲ୍ଲାପାଳ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ରାୟଗଡ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମ ପଂଚାୟତ ଗସ୍ତ କରି ଆଜିଠାରୁ ୧୦ଦିନ ଧରି ଲୋକଙ୍କୁ ସଚେତନ କରିବ l ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ […]
ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଠାବ ହୋଇଛି ।ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଦମ୍ପତି ପ୍ରାଣ ହାରିଛନ୍ତି, ତାହା ଅସ୍ପଷ୍ଟ ଅଛି ।ଦେଢ଼ ମାସ ତଳେ ଉଭୟେ ପ୍ରେମ ବିବାହ କରିଥିଲେ। ମୃତକ ହେଲେ […]
ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ ।ଏହି ଜନଗଣନା ୨୦୨୭ ମସିହାରୁ ଆରମ୍ଭ ହୋଇ ୨୦୨୮ ପର୍ଯ୍ୟନ୍ତ ଚାଲିପାରେ। ଏହା ପୂର୍ବରୁ ୨୦୨୧ରେ ଜନଗଣନା ହେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା।୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତି ଭିତ୍ତିକ ଜନଗଣନା […]
ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ ଜୋରରେ ବଢିଚାଲିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏଣିକି ଖଣି ବିଭାଗ ପାଖରେ ରହିବ ଲଘୁ ଖଣିଜ। ଆଉ ଏହାର ଦାୟିତ୍ୱ ତୁଲାଇବ ରାଜସ୍ୱ ବିଭାଗ। ଭୁବନେଶ୍ବରରେ ଆୟୋଜିତ ତହସିଲଦାର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ଇ-ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଅନୁମତି ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ଟିପି ବା ଟ୍ରାନ୍ଜିଟ୍ ପାସ୍ ବିନା […]
ପୁରୀ ଜଗନ୍ନାଥ ଧାମରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଜଗନ୍ନାଥ ଏକ୍ସପ୍ରେସ ଗଡିଛି । ପୁରୀରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ସୁପର ପ୍ରିମିୟମ ବସ ସେବା ଆଜି ଆରମ୍ଭ ହୋଇଛି । ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଗଡ଼ିଲା ବସ୍ । କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ ପାଇଁ ୧ ଟଙ୍କା ଲାଗୁ କରାଯାଇଛି । ଗତକାଲି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ […]
ଏକ୍ ପେଡ୍ ମାଆ କେ ନାମ୍ ୨.୦” ଅଭିଯାନର ଶୁଭାରମ୍ଭ । ଜୁନ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଯିବ। ଦେଶବାସୀ ବିଶେଷ ଭାବେ ଛାତ୍ରଛାତ୍ରୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ । ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ […]
ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ନୂଆ ସରକାର ଆସୁ ଆସୁ ପ୍ରାୟ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାପରେ ଆହୁରି ୨ ହଜାର ନିଯୁକ୍ତି ପତ୍ର ଦିଆଯାଇଛି । ସେହିପରି […]
ଅପେକ୍ଷା ଥିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ। ଦର୍ଶକ କରିଥିଲେ ଅପେକ୍ଷା। ନିଶା ଆସିବେ କହି ଭିଡ ମଧ୍ୟ ହୋଇଥିଲା। ହେଲେ ଆସି ପହଞ୍ଚିଲେନି ନିଶା। ଅପେକ୍ଷା କରି କରି ଶେଷରେ ରାଗିଗଲେ ଦର୍ଶକ। ଆଉ ମଞ୍ଚ ଉପରକୁ ଫୋପାଡ଼ିଥିଲେ ଗୋଟିଏ ପରେ ଗୋଟିଏ ଚେୟାର।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ନିକଟ ଆଙ୍କୁଶପୁରରେ । ମା’ ଦକ୍ଷିଣକାଳୀ ଯାତ୍ରା କମିଟି ପକ୍ଷରୁ ଏକ ଅପେରା ଆୟୋଜିତ କରାଯାଇଥିଲା । ମଉଡମଣୀ ଗୌରୀ ଗଣନାଟ୍ୟରେ […]
କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି। ଜଗତପୁର ଥାନା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ବୁଧବାର ପୁଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଗୁପ୍ତ କାରଖାନାଟି ପ୍ରସିଦ୍ଧ ଇଞ୍ଜିନ ଅଏଲ ବ୍ରାଣ୍ଡଗୁଡ଼ିକର ନାମ ଏବଂ ଲୋଗୋ ଦୁରୁପଯୋଗ କରି ଚାଲିଥିଲା ଏବଂ ଅଜାଣତ ଗ୍ରାହକମାନଙ୍କୁ ନକଲି ଇଞ୍ଜିନ ଅଏଲ ଏବଂ ଆକ୍ସେସୋରୀଜ ବିକ୍ରି କରୁଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଏବଂ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ପ୍ରାଥମିକ […]
