ନିଖିଲ ପବନ କଲ୍ୟାଣଙ୍କୁ ମିଳିଲା ନୂଆ ଦାୟିତ୍ୱ। ସେ ସେନସସ୍ ଅପରେସନର ନିର୍ଦ୍ଦେଶକର ଦାୟିତ୍ୱ ସମ୍ଭାଳିବେ। ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି ଡିଓପିଟି। ଜନଗଣନା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି।ନିଖିଳ ପବନ କଲ୍ୟାଣ(ଓଡିଶା କ୍ୟାଡର-୨୦୧୨)ର ଜଣେ ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ପରିଚିତ ଏବଂ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଜନଗଣନା ଏବଂ ନାଗରିକ ପଞ୍ଜୀକରଣ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବ ବୋଲି ଆଶା କରାଯାଉଛି।୨୦୨୫ ଡିସେମ୍ବର ୩୧ ଯାଏଁ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ […]
ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୮୪.୧୦% ରହିଛି। ଗତବର୍ଷଠାରୁ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ବାଣିଜ୍ୟରେ ପାସ୍ ହାର ୮୩.୨୦% ରହିଛି।ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଅନୁଯାୟୀ, କଳା, ବାଣିଜ୍ୟ, ବିଜ୍ଞାନ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ମୋଟ ୧୩୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୧୬୪ ଜଣ ସେମାନଙ୍କ ସମ୍ପୃକ୍ତ ଷ୍ଟ୍ରିମ୍ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ୮୫.୯୭ ପ୍ରତିଶତ ପାସ୍ ହାର ରହିଛି। […]
ଓଡ଼ିଶାରେ ଆଉ ୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୫କୁ ବୃଦ୍ଧି ପାଇଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା କରାଯାଉଛି। ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ୍ କମ ପଜିଟିଭ ଆସୁଛି। ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ। ଗହଳି […]
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି […]
ଭୁଶୁଡ଼ିବାରେ ଲାଗିଛି ମାଓବାଦୀଙ୍କ ଦୁର୍ଗ। ପୁଲିସ ଓ ସୁରକ୍ଷାବାହିନୀର ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବାରୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ପୁଣି ଆତ୍ମସମର୍ପଣ କଲେ ୧୬ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ନିକଟରେ ଏହି ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୋଲିସ ଏନେଇ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ମାଓବାଦୀଙ୍କ ନାମରେ ୧୬ ଲକ୍ଷ ଏବଂ ଅନ୍ୟ […]
ସାରା ଦେଶରେ କୋଭିଡ-୧୯ର ସକ୍ରିୟ ମାମଲା ସଂଖ୍ୟା ୩୯୬୧କୁ ବୃଦ୍ଧି ପାଇଛି, ଯେତେବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ରବିବାର (ଜୁନ ୧, ୨୦୨୫) ରେ ନୂତନ ସଂଖ୍ୟା ପ୍ରକାଶ କରିଛି।ଦିଲ୍ଲୀରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୪୩୬କୁ ବୃଦ୍ଧି ପାଇଛି। ଏଠାରେ ୬୧ ମାମଲା ବୃଦ୍ଧି ପାଇଛି। ସେହି ସମୟରେ, ଉତ୍ତର ପ୍ରଦେଶରେ ସକ୍ରିୟ ମାମଲା ୧୪୯କୁ ବୃଦ୍ଧି ପାଇଛି।ମହାରାଷ୍ଟ୍ରରେ […]
ପ୍ରାଣୀପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି। ୭ମାସର ଏହି ମାଈ ଧଳା ବାଘ ଛୁଆଟି ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲା।ଚିଡ଼ିଆଖାନା ଅଧିକାରୀଙ୍କ ଅନୁଯାୟୀ, ମେ’ ୩୧ ରାତିରେ ଶାବକଟି ସାଧାରଣ ଭାବରେ ଖିଆପିଆ କରିଥିଲା। କିନ୍ତୁ, ଜୁନ୍ ୧ ସକାଳେ ଅସୁସ୍ଥ ହୋଇପଡ଼ିଥିଲା। ସନ୍ଧ୍ୟାରେ ଏହାର ମୃତ୍ୟୁ ଘଟିଥିଲା। ମୃତ୍ୟୁର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ପୋଷ୍ଟମର୍ଟମ କରାଯାଉଛି।ବାଘ […]
ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ରବିବାର ଶେଷ ହୋଇଥିଲା। ହେଲେ ଆଜି ପୁଣି ଏହି ଅବଧିକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଜୁନ୍ ଜୁନ୍ ୪ ତାରିଖ ରାତି ୧୧ଟା ୪୩ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍ଲୋଡ୍ କରିପାରିବେ। […]
JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ । ଆଇ ଆଇ ଟି ଦିଲ୍ଲୀ ଜୋନର ଛାତ୍ର ରଜିତ୍ ଗୁପ୍ତା ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ ରାଂକ ୧ରେ ରହିଛନ୍ତି। ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ହଂସ ଦାରୁକା ଓ ନବନିତ। ହଂସ ଦାରୁକା ଓଡ଼ିଶା ଟପ୍ପର ହୋଇଛନ୍ତି। […]
ମହାଙ୍ଗା ହେବ ଓମଫେଡ କ୍ଷୀର । ଦୁଗ୍ଧ ଚାଷୀଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ଷୀର ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଦୁଗ୍ଧ ଚାଷୀ । ଏଥି ସହିତ ଓମଫେଡ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲିଟର ପିଛା ୪ ଟଙ୍କା ଦର ବଢିବାର ଥିଲା । ରାଜ୍ୟ ସରକାର ୨ […]
ଯାଜପୁର ରୋଡ ଷ୍ଟେସନରେ ପହଞ୍ଚିଲେ ସିକିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀଙ୍କ ପରିବାରର ୪ ସଦସ୍ୟ । ତାଙ୍କ ଭାଇ ଶିଶିର ନାୟକଙ୍କ ର ଦୁଇ ଝିଅ ଓ ଇତିଶ୍ରୀଙ୍କ ଦୁଇ ଭଉଣୀ। ତେବେ ସିକ୍କିମ୍ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ । ହେଲେ ସେମାନଙ୍କ ୬ଟି ମୋବାଇଲ ମିଳିଛି । ତିସ୍ତା ନଦୀରୁ ଏହି ୬ଟି ମୋବାଇଲ, ହ୍ୟାଣ୍ଡ୍ ବ୍ୟାଗ ମିଳିଛି । […]
କେନ୍ଦ୍ରାପଡ଼ାର ଜରି ମାଉସୀ ଭାବେ ପରିଚିତ ଖଇରାବାଦ ଗାଁର କମଳା ମହାରଣାଙ୍କର ପରଲୋକ ଘଟିଛି। କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ କମଳାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଥିଲେ |ବାହାରେ ଫୋପାଡି ଦିଆଯାଉଥିବା ଅଦରକାରୀ ପଲିଥିନ ଓ ବର୍ଜ୍ୟବସ୍ତୁରୁ ସେ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ଯାହାକୁ ନେଇ ସେ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଥିଲେ […]
