ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଛି ତାହାର କାରଣ କହିଛନ୍ତି । ନାଁ ନନେଇ ସେ ସିଧା ନିଶାନା କରିଛନ୍ତି ।ନବୀନ କହିଛନ୍ତି ଯେ ମୁଁ ଜଣଙ୍କୁ ବିଶ୍ବାସ କରି ସୁଯୋଗ ଦେଇଥିଲି, କିଛି କାମ କରିବାକୁ । ଆପଣଙ୍କ ନିର୍ବାଚନମଣ୍ଡଳୀ ପାଇଁ ଭଲ କାମ କରିବାକୁ ସୁଯୋଗ ଦେଇଥିଲି । କିନ୍ତୁ ଜାଣିଲି, ପାଟକୁରାବାସୀ ହଇରାଣ […]

ପ୍ରତିଷ୍ଠା ଦିବସରେ ଜରାଶ୍ରମ ର ଆଶ୍ରିବାଦ ଭିକ୍ଷା କଲା ପ୍ରେସ ୟୁନୀୟନ୍।

ରାୟଗଡ଼ – ରାୟଗଡ଼ ପ୍ରେସ ୟୁନିୟନ୍ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକାଦଶ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଶକ୍ତି ଅନୁଷ୍ଠାନର ବୃଦ୍ଧାଶ୍ରମ ଠାରେ ପହଞ୍ଚି ଅନ୍ତେ ବାସୀଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରେସ ୟୁନିୟନକୁ ଆହୁରି ସୁଦୃଢ଼ କରିବା ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ୟୁନିଅନ ର ସଭ୍ୟ ବୃନ୍ଦ । ଏଥି ସହ ୟୁନିଅନ ର ସଭ୍ୟ ମାନେ ଆଶ୍ରମରେ ରହିଥିବା ଅନ୍ତେବାସୀ ଙ୍କ ଦୁଃଖ ସୁଖ ପଚାରି […]

ଭିବି ଜି ରାମ ଜି କୁ ନେଇ ପ୍ରେସ ମିଟ ଦେଲା ବିଜେପି

ରାୟଗଡ଼ା ତା ୨୧/୦୧/୨୬ ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଆଜି ବିଜେପି ଜିଲ୍ଲା କାର୍ଯ୍ୟଳୟରେ ଭିବି – ଜି ରାମ ଜି ୨୦୨୫ କୁ ନେଇ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଙ୍କ ଉପସ୍ଥିତିରେ ଏକ ପ୍ରେସମୀଟ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରେସମିଟରେ ସଭାପତି ଗୋପୀ ଆନନ୍ଦ ଏହା ପୂର୍ବ ଯୋଜନା ମନରେଗାର ବିକଳ୍ପ ସହ ଏଥିରେ କିଛି ପରିବର୍ତ୍ତନ କରି ଗ୍ରାମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶର ଏକ ପରିପନ୍ଥା ବୋଲି କହିଥିଲେ […]

ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଲେ ହାଇକୋର୍ଟ

ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଗର୍ଭପାତ ଏବଂ ଭ୍ରୂଣର ଡିଏନଏ (DNA) ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।ଏହା ଅଭିଯୁକ୍ତ ବିରୋଧରେ ପ୍ରମାଣ ଭାବେ ବ୍ୟବହୃତ ହେବ ବୋଲି କହିଛନ୍ତି କୋର୍ଟ। ଗର୍ଭଧାରଣ ଅନିଚ୍ଛାକୃତ, ଦୁଷ୍କର୍ମ ମାମଲା ସହ ଜଡ଼ିତ ଦର୍ଶାଇଥିଲେ ପୀଡ଼ିତା। ପୂର୍ବରୁ ରାଉରକେଲା ମହିଳା ଥାନାରେ […]

୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ । ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।ଏହି ଯୋଜନାରେ କମ୍‌ ଆୟକାରୀ ଏବଂ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥାରେ […]

ଭଲିବଲ୍ ବଲ୍ ମ୍ୟାଚ୍ ବେଳେ ଭୁସୁଡ଼ି ପଡ଼ିଲା ଷ୍ଟେଜ୍ !ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ

ଭଲିବଲ୍ ବଲ୍ ମ୍ୟାଚ୍ ବେଳେ ଭୁସୁଡ଼ି ପଡ଼ିଲା ଷ୍ଟେଜ୍।ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ସୀତାରାମ ସେଠୀ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ବେଳେ ଅଘଟଣ । ଟେଣ୍ଟ ଖସିପଡ଼ିବାରୁ କିଛି ଜଣ ସାମାନ୍ୟ ଆହତ ହୋଇଛନ୍ତି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ୪୦ରୁ ୫୦ ଜଣଙ୍କ ପାଇଁ ବସିବା ପାଇଁ ବ୍ୟବସ୍ଥା ଥିଲା। ହେଲେ ସେଠି ଶତାଧିକ ଲୋକେ ଚଢ଼ି ଯାଇଥିଲେ। ଫଳରେ ଷ୍ଟେଜଟେ ଭୁସୁଡ଼ି […]

ବଢୁଛି ଚୌଦ୍ବାର ଜେଲ କଳି । ନିଲମ୍ବିତ ଚିଫ ୱାର୍ଡେନ୍ ଓ ୱାର୍ଡରଙ୍କୁ ପଚରାଉଚରା

ବଢୁଛି ଚୌଦ୍ବାର ଜେଲ କଳି । ଚୌଦ୍ଵାର ମଣ୍ଡଳ କାରାଗାରରୁ କଏଦୀ ଫେରାର ଘଟଣାକୁ ନେଇ ଥାନାରେ ଦୁଇ ଅଧିକାରୀଙ୍କ ଏତଲା ବିବାଦ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଗଣମାଧ୍ୟମରେ ଖବର ଆସିବା ପରେ ଉଭୟଙ୍କୁ ମଗାଯାଇଛି କାରଣ ଦର୍ଶାଅ ନୋଟିସ । ଘଟଣା ଉପରେ ଗୃହ ବିଭାଗ ଉଦବେଗ ପ୍ରକାଶ କରିବା ସହ ଜେଲ ବିଭାଗକୁ ରିପୋର୍ଟ ମାଗିଛନ୍ତି । ଏପଟେ ଜେଲରୁ କଏଦୀ ଚମ୍ପଟ ସହ ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ଲାଗିବ […]

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର

ରାଜଧାନୀରେ ପୁଣି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍‌ମୀସାଗର ବୃଦ୍ଧ ନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବାପିନ ସାବତଙ୍କୁ ଗିରଫ କରିଛି ପୋଲିସ । ତେବେ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଏବଂ ପୀଡିତା ଦୁହେଁ ବୁଦ୍ଧନଗର ଅଞ୍ଚଳରେ ଭଡ଼ାଘରେ ଲିଭ-ଇନରେ ରହୁଥିଲେ । ତାଙ୍କ ବିନା ଇଚ୍ଛାରେ ତାଙ୍କ ସହ ଜୋର ଜବରଦସ୍ତ କରିଥିବା ନେଇ ପୀଡିତା ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ […]

ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍, ଚାଲିବ ଇଭି ଗାଡି

ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’ ହଟେଇବାକୁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି।ବର୍ତ୍ତମାନ ଯେତେ ସବୁ ଡିଜେଲ ଚାଳିତ ବସ୍ ରହିଛି ତାକୁ ଧୀରେ ଧୀରେ ସ୍କାର୍ପ କରାଯିବା ସହ ଇଭି ବସ୍ ଆଣାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଣିକି ମହିଳାମାନେ ଆମ ବସ୍ […]

ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡୋ ମୁତୟନ

ଶ୍ରୀମନ୍ଦିରକୁ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ ମାମଲାରେ ଜଣକୁ ଅଟକ ରଖିଛି ପୁଲିସ । ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ଦିଆଯାଇଥିଲା ।ବୋମା ଧମକ ପରେ ପୁରୀରେ ସ୍ପେଶାଲ କମାଣ୍ଡୋ ମୁତୟନ କରାଯାଇଛି । ବଡ଼ଦାଣ୍ଡ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ କମାଣ୍ଡୋ ପକ୍ଷରୁ ପଇଁତରା ମରାଯାଉଛି ।ଶ୍ରୀମନ୍ଦିର ବାହାର ଓ ଭିତରେ ବମ୍ ସ୍କ୍ୱାଡ୍ ଦ୍ବାରା […]

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା ଏକ ପୋଖରୀରେ ପଡ଼ିଯାଇଥିଲା। କେପି କଲେଜ ପଛରେ ଏହି ଦୁର୍ଘଟଣା ଘଟିଥିଲା।ସ୍ଥାନୀୟ ଲୋକ ଘଟଣା ବିଷୟରେ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନିଶମ ଟିମ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ଦେଢ ଶହ ଲୋକ ଥିବା ଗାଁକୁ ହେବ ରାସ୍ତା: ପଞ୍ଚାୟତିରାଜ ମନ୍ତ୍ରୀ

ଦେଢ ଶହ ଜନସଂଖ୍ୟା ଥିବା ଗାଁକୁ ହେବ ରାସ୍ତା। ୨୦୨୭ ସୁଦ୍ଧା ୭୫ ହଜାରରୁ ଉର୍ଦ୍ଧ୍ଵ ଗ୍ରାମ୍ୟ ରାସ୍ତା ନିର୍ମାଣ କରିବାକୁ ସରକାରଙ୍କ ଲକ୍ଷ୍ୟ।ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ ଖର୍ଚ୍ଚ କରାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ପରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ପଞ୍ଚାୟତ ନିର୍ବାଚନକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟରେ […]