ରାୟଗଡ ତା:୨୮-୦୫-୨୦୨୫ରିଖ- ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ବିଜୁଳି, ଘଡଘଡି ପ୍ରତି ସଚେତନ ହେବା ନିମନ୍ତେ ଏକ ପ୍ରଚାର ରଥକୁ ରାୟଗଡ ଜିଲ୍ଲାପାଳ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ରାୟଗଡ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମ ପଂଚାୟତ ଓ ପୋୖରାଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିବା ସହ ସାମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, […]
ଦେଶରେ ପୁଣି ଥରେ ମକ ଡ୍ରିଲ ପାଇଁ ପ୍ରସ୍ତୁତି ଚାଲିଛି। ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ପାକିସ୍ତାନ ସୀମାବର୍ତ୍ତୀ ଜମ୍ମୁ କଶ୍ମୀରରେ ମକ ଡ୍ରିଲ କରାଯିବ। ଏହି ସମୟ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୪ ରାଜ୍ୟର ସୀମା ପାକିସ୍ତାନକୁ ଲାଗି ରହିଛି । ତେଣୁ ଏହି ମକଡ୍ରିଲ ବେଶ୍ ଗୁରତ୍ବ ବହନ କରୁଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ଭିତରେ କେନ୍ଦ୍ର ସରକାର ମେ ୭ […]
ଅନଲାଇନ୍ ଗେମରେ କ୍ରିକେଟ୍ ବେଟିଂ ମାଧ୍ୟମରେ ୧ କୋଟି ୮ ଲକ୍ଷ ଟଙ୍କା ଠକାମି କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ଏସ୍.କେ. ୱାସିଉଲ୍ ଇସଲାମ୍ ଓରଫ ରୋହନ୍ ଏବଂ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଜ୍ୟୋତି ପ୍ରକାଶ ପଲ୍ଲାଇ । ଇସଲାମ କ୍ରୀଡା ସାମଗ୍ରୀ ଏବଂ କାଜୁ ବ୍ୟବସାୟ କରୁଥିବା ବେଳେ ଜ୍ୟୋତି ପ୍ରକାଶ ନିର୍ମାଣ କାର୍ଯ୍ୟରେ ଜଡିତ।କ୍ରାଇମ୍ ବ୍ରାଞ୍ଚର ଏକ ବିଜ୍ଞପ୍ତି ଅନୁଯାୟୀ, ମେ […]
ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍କ ବ୍ୟକ୍ତିଙ୍କ ସଶକ୍ତିକରଣ(ଏସଏସଇପିଡି) ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁମାନେ ଦିବ୍ୟାଙ୍କ ବ୍ୟକ୍ତିଙ୍କ ସହିତ ବିବାହ କରିଛନ୍ତି ସେମାନଙ୍କୁ ସାତ ଦିନ ମଧ୍ୟରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରନ୍ତୁ।ଦିବ୍ୟାଙ୍ଗ ଯୁବକ-ଯୁବତୀ ଏବେ ସାଧାରଣ ବ୍ୟକ୍ତି ମଧ୍ୟରେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସହାୟତା ଦେଉଛନ୍ତି । ତେଣୁ ପ୍ରୋତ୍ସାହନ ରାଶି ଦେବାରେ ଅବହେଳା ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଆବେଦନକାରୀ […]
ସୁନ୍ଦରଗଡ଼ ଚୋରା କୋଇଲା ଖଣି ଦୁର୍ନିତୀର ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍ଆଇଟି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗୋପାଳପୁର ଫରେଷ୍ଟ ରେଞ୍ଜର ବିଭିନ୍ନ ଜଙ୍ଗଲରେ ଥିବା ଚୋରା କୋଇଲା ଖଣିର ତଦନ୍ତ କରିଛନ୍ତି ଏସ୍ଆଇଟି ।ରାଜ୍ୟ ସରକାରଙ୍କ ଖଣି ବିଭାଗର ସ୍ବତନ୍ତ୍ର ଟିମ୍ ତଦନ୍ତ କରିବା ଫେରିବା ପରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଭିଜିଲାନସକୁ ନିର୍ଦ୍ଦେଶ ଦେଇଥିଲେ ।
ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ନୟାଗଡ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ପ୍ରାଙ୍ଗଣରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ,ଜନମାନସର ନେତା ଭକ୍ତ ଚରଣ ଦାସ ନୟାଗଡ ଜିଲ୍ଲା ସଂଯୋଜକ ଭାବେ ସତ୍ୟବ୍ରତ ନାୟକ ଙ୍କୁ ନିଯୁକ୍ତି ଦେଇଥିବାରୁ କଂଗ୍ରେସ ସାଙ୍ଗଠନିକ ସଭାରେ ତାଙ୍କୁ ସ୍ୱାଗତ କରାଗଲା l ସତ୍ୟବ୍ରତ ନାୟକ ସଂଯୋଜକ ଭାବରେ ଦାୟିତ୍ୱ ପାଇ ନୂତନ ଭାବେ ଆଜି ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ […]
ପୁଣି ଆକାଶରେ ଡ୍ରୋନ୍। ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ ଡ୍ରୋନ୍। ଯାହାକୁ ଦେଖି ଲୋକେ ଛାନିଆ।ସୂଚନା ଅନୁସାରେ ମଙ୍ଗଳବାର ରାତିରେ ପ୍ରଥମେ ବାରଙ୍ଗର ରତାଗଡ଼, ଗୋଡିସାହି , ଶଣ୍ଢପୁର ଆଦି ଅଞ୍ଚଳରେ ଏକାଧିକ ଡ୍ରୋନ୍ ଉଡୁଥିବା ସ୍ଥାନୀୟ ଲୋକେ ଦେଖିଥିବା ବେଳେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ବାରଙ୍ଗ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଯାଞ୍ଚ କରିଥିବା ବେଳେ କୌଣସି ସୂଚନା ମିଳିପାରିନଥିଲ ।ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟ […]
ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ହିନ୍ଦୋଳ ତହସିଲର ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଶଶି ଭୂଷଣ ବେହେରାଙ୍କୁ ୬୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଟକ ରଖିଛନ୍ତି। ସୂଚନାମୁତାବକ ଜମିବାଡି ବିବାଦର ବନ୍ଦୋବସ୍ତ ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ହିନ୍ଦୋଳ ତହସିଲ ଗଣ୍ଡାନାଳି ଡିଭିଜନର ଆରଆଇ ଶଶୀଭୂଷଣ ବେହେରା । ଖବର ପାଇଁ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଏପରିକି ପ୍ରତ୍ୟେକ ମାମଲାର ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ […]
ବିଜେଡ଼ି ସରକାରରୁ ଯିବା ପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏହି କ୍ରମରେ ଆଜି ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ଜିଲ୍ଲାର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡିର ପ୍ରାଥିମକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୦୩ ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ପଦରେ ଥିଲେ ପ୍ରୟାସକାନ୍ତି । ପୂର୍ବରୁବିଜେଡିର ରାଜ୍ୟ […]
ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଅଛି। ଏନେଇ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। କୋଭିଡ୍ର ଅସ୍ୱାଭାବିକ ସ୍ଥିତି ନାହିଁ, ବ୍ୟସ୍ତ ହେବାର କାରଣ ନାହିଁ। କହିଛନ୍ତି କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। କୋଭିଡରେ ଅସ୍ବାଭାବିକ ବୃଦ୍ଧି ଦେଖିବାକୁ ମିଳିନି । ବ୍ୟସ୍ତ ହେବାର କାରଣ ନାହିଁ। ଯଦି କେଉଁଠି ରିପୋର୍ଟ ଆସେ RTPCR କରିବୁ, ଦରକାର ହେଲେ ଜିନମ ସିକ୍ୱେନ୍ସିଂ କରାଯିବ। ପ୍ରଥମ ରୋଗୀର ସ୍ଵାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କର ଜିନମ୍ ସିକ୍ୱେନସିଂରୁ ଓମିକ୍ରନର […]
ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି। ବୁଧବାର କ୍ୟାବିନେଟ ବୈଠକରେ ଖରିଫ୍ ଫସଲ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। କୃଷକ କଲ୍ୟାଣକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଖରିଫ୍ ଋତୁ ପୂର୍ବରୁ ଧାନ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ୨ ଲକ୍ଷ ୭ ହଜାର କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ଏହାସହ କୃଷକଙ୍କୁ ସ୍ୱଳ୍ପ ସୂଧହାରରେ ଋଣ […]
କୋରାପୁଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ମାଲବାହୀ ଟ୍ରେନ୍ର ୩୦ରୁ ଅଧିକ ବଗି ଲାଇନ୍ଚ୍ୟୁତ ହୋଇଛି । କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡିଛି । ଏହା ଫଳରେ ସେହି ରୁଟ୍ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି ।ମାଲବାହୀ ଟ୍ରେନଟି କୋରାପୁଟରୁ ବିଶାଖାପାଟଣା ଯାଉଥିବା ସୂଚନା । ଅଘଟଣ ପରେ କିରଣ୍ଡୁଲ- ବିଖ।।ଖାପାଟଣା ପାସେଞ୍ଜରର ଗତିପଥ ବଦଳାଗଲା । ଟ୍ରେନଟି ଟ୍ରାକରେ ଅଟକି ରହିଥିବାବେଳେ ସେ ଧାରଣା […]
