ଆଜି ଗଞ୍ଜାମ ଜିଲ୍ଲାରେ ଫସଲହାନି ସ୍ଥିତି ଅନୁଧ୍ୟାନ କରିବେ ନବୀନ

ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିବେ ବିରୋଧୀ ଦଳ ନେତା ତଥା ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଆଜି ହେଉଛି ତାଙ୍କର ପ୍ରଥମ ଗଞ୍ଜାମ ଗସ୍ତ । ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୁଲି ଲଘୁଚାପ ଜନିତ ବର୍ଷାରେ କ୍ଷତିଗସ୍ତ ଚାଷୀମାନଙ୍କୁ ମିଶି ସେମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ । ଫସଲ କ୍ଷତି ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହଙ୍କ ସହ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ। ଚାଷୀ କିପରି ସଠିକ […]

ଥାନା ଅଧିକାରୀଙ୍କ ଉପସ୍ଥିତିରେ ସାହୁ ଭାଉଜଙ୍କ ଅଶ୍ଳୀଳ ନାଚ ।

ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ କୋତାମେଟାରେ ଚାଲିଥିଲା ଯାତ୍ରା କାର୍ଯ୍ୟକ୍ରମ । ଶନିବାର ରାତିରେ ମାଥିଲି ଥାନା ଅଧିକାରୀଙ୍କ ସମ୍ମୁଖରେ ଅଶ୍ଳୀଳ ନାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଥିଲି ଆଇଆଇସି ଦେବଦତ୍ତ ମଲ୍ଲିକ ସାଧା ପୋଷାକରେ ଉପସ୍ଥିତ ରହି ଥିବା ବେଳେ ତାଙ୍କ ସମ୍ମୁଖରେ ସାହୁ ଭାଉଜ ଅଶ୍ଳୀଳତାର ସବୁ ସୀମା ଟପି ଯାଇ ଥିଲା । ନିଜ ଦେହରେ ବୋତଲ ପାଣି ଢାଳି ଟିପିଟିପି ବର୍ଷା ପାନୀ… ଗୀତରେ ଝୁମିଲେ। ଆଉ […]

ନୂଆବର୍ଷ ପରେ ଫେରିବ ଶୀତ

ସୋମବାର ଓଡି଼ଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ ।ଏଥିସହ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଆଦି ଜିଲାରେ ମଧ୍ୟ ହାଲୁକା କୁହୁଡ଼ି ଦେଖାଯାଇପାରେ। ସେହିଭଳି ୩୧ ତାରିଖରେ ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ […]

ସମାଜ ପୁନର୍ଗଠନରେ ସାମ୍ବାଦିକ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି

ନୟାଗଡ,(ଓଡ଼ିଶା ଦର୍ପଣ):ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ ସମ୍ବାଦ ପରମ୍ପରା ‘ ଓ ଇଂରାଜୀ ପାକ୍ଷିକ ‘ ନୟାଗଡ ଲାଇଟ୍ ‘ ର ଯଥାକ୍ରମେ ୨୪ ତମ ଏବଂ ୯ମ ଜନ୍ମୋତ୍ସବ ସ୍ଥାନୀୟ କେ.ସି. କ୍ଲବ୍ ଠାରେ ପାଳିତ ହୋଇ ଯାଇଛି ।ଏହି ଉତ୍ସବ ରେ ନୟାଗଡ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏବଂ ନୟାଗଡ ପୌରପରିଷଦ ର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ଜନାବ୍ […]

ଜିଲ୍ଲା ମହୋତ୍ସବରେ ସମଗ୍ର ଶିକ୍ଷା ଷ୍ଟଲ, ଧନ୍ଦାମୂଳକ ଶିକ୍ଷା ପ୍ରତି ବଢ଼ୁଛି ଆଦର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଗତ ୨୪ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହୋଇଛି। ଏଥିରେ ନୟାଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ଷ୍ଟଲ ସ୍ଥାନ ପାଇଥିଲା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଦର୍ଶକ ମାନଙ୍କୁ ବୁଝା ଯାଇଥିଲା। ବିଶେଷ କରି ୨୦୧୬ ମସିହାରୁ ମାଧ୍ୟମିକ ସ୍ତରରେ ତୃତୀୟ ଭାଷା ଭାବେ ଧନ୍ଦାମୂଳକ  ଶିକ୍ଷା ପ୍ରଚଳିତ ହୋଇଥିବା ବେଳେ ଚଳିତ ବର୍ଷ […]

ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିବସ,ସେମିଫାଇନାଲ ରେ ଜଗନ୍ନାଥ ପ୍ରସାଦ କ୍ରିକେଟ୍ ଟିମ୍

ନୁଆଗାଁ: (ପୁଷ୍ପଲତା ପ୍ରଧାନ):ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମରେ ଅନୁଷ୍ଠିତ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ଦିବସ ସମାପନ ହୋଇଛି।ଦ୍ଵିତୀୟ ଦିବସର ପ୍ରଥମ ମ୍ୟାଚ୍ ଜଗନ୍ନାଥ ପ୍ରସାଦ କ୍ରିକେଟ୍ ଟିମ୍ ଏବଂ ଗୋଡିସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଗୋଡିସାହି କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୧୦୭ ରନ କରିଥିବା ବେଳେ ଜବାବରେ ଜଗନ୍ନାଥ ପ୍ରସାଦ କ୍ରିକେଟ୍ ଟିମ୍ ୯ ଓଭର ୩ […]

ବଢ଼ିଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଅନୁଦାନ ରାଶି।

ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର ୧ କୋଟିକୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ପ୍ରମୁଖ ୧୭୦ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏ ସମ୍ମାନ ରାଶି ପ୍ରଦାନ କରାଯିବ।ଏହା ସହ ଧନୁଯାତ୍ରାକୁ ୟୁନେସ୍କୋ (UNESCO) ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ, ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ୱେବସାଇଟ୍ ପ୍ରସ୍ତୁତ କରାଯିବା ନେଇ ମଧ୍ୟ ଘୋଷଣା […]

ରାଜ୍ୟରେ ବଢିବ କି ମଦ ଦର?

ରାଜ୍ୟରେ ମଦ ଦର ବଢିବ କି ? ଏଭଳି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି, ପ୍ରାଇସ୍ ଫିକ୍ସେସନ କମିଟି ରିପୋର୍ଟ ଆସିଛି, ସରକାର ନିଷ୍ପତ୍ତି ନେବେ । ଦର ବୃଦ୍ଧି ପାଇଁ ପ୍ରାଇସ୍ ଫିକ୍ସେସନ କମିଟି ଥାଏ । ସମସ୍ତ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରି ଏହି କମିଟି ନିଷ୍ପତ୍ତି ନିଏ ।ଏହା ଉପରେ ରାଜ୍ୟ ସରକାର ବିଚାର […]

ଗିରଫ ହେଲେ ୩ ହାର୍ଡକୋର ମହିଳା ମାଓବାଦୀ

ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।ପୋଲିସ ଓ DVF ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଗିରଫ ହୋଇଛନ୍ତି ମାଓବାଦୀ । ୩ ମହିଳା ମାଓବାଦୀ ହେଲେ ସ୍ବପ୍ନା, କମଳା ଏବଂ ସୁସ୍ମିତା । ସେମାନଙ୍କ ନାଁରେ ଥିଲା ୮ ଲକ୍ଷର ପୁରସ୍କାର ରହିଥିଲା । ସ୍ବପ୍ନା ଉପରେ ୪ ଲକ୍ଷ, କମଲା ଓ […]

ଓଡ଼ିଶା ଅଗ୍ନିଶମ ବାହିନୀରେ ସାମିଲ ହେବ ଡଗ୍ ସ୍କ୍ବାଡ୍ ।

ଓଡ଼ିଶା ଅଗ୍ନିଶମ ବାହିନୀରେ ସାମିଲ ହେବ ଡଗ୍ ସ୍କ୍ବାଡ୍ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ସନ୍ଧାନୀ କୁକୁର। ଏଥିପାଇଁ ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-09ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି। ଫାୟାର୍ ଟିମକୁ ସନ୍ଧାନୀ କୁକୁର ପ୍ରଦାନ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ।ପ୍ରାଥମିକ ପର୍ଯ୍ୟାୟରେ ୧୦ଟି କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ୫୪ ସପ୍ତାହ ଧରି ଚାଲିବ। ଏଯାଏ କୁକୁର ୩୦ ସପ୍ତାହ ଟ୍ରେନିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ […]

ଫେବୃଆରୀ ୪ରେ ପବିତ୍ର ମାଘ ସପ୍ତମୀ ମେଳା

ଏଥର ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ସ୍ଥାନୀୟ ଐଶାନେଶ୍ୱର, ତ୍ରିବେଣୀଶ୍ୱର ଓ ଦଖିଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁ ସନ୍ଥଙ୍କ ଦ୍ୱାରା ମହା ଆଳତୀ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ବୁଡ ପାଇଁ ଅନୁମତି ଦିଆଯିବ ।ଏନେଇ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା […]

ବାଇକ୍‌ ପାଇଁ ୧୦ ଦିନର ପୁଅକୁ ବିକି ଦେଲା ସ୍ବାର୍ଥପର ବାପା

ଶିଶୁପୁତ୍ରକୁ ୬୦ ହଜାରରେ ବିକି ବାଇକ୍ କିଣିଲା ବାପାବାପା ସାଜିଲା ସଇତାନ । ନିଜ ଖୁସୀ ପାଇଁ କିଛି ପଇସାରେ ବିକିଦେଲା ପୁଅକୁ । ସବୁ ବାପାଙ୍କ ପାଇଁ ପୁଅ ଆଶାବାଡି ସାଜିଥିବା ବେଳେ ଏ ବାପା ପାଇଁ ତା ପୁଅ ମୂଲ୍ୟହୀନ । ମୟୂରଭଞ୍ଜ ଜିଲ୍ଲା ପୋଡାପଡା ଗାଁର ଧର୍ମୁ ବେହେରା, ହଦମଉଦ ଗାଁର ଶାନ୍ତି ପାତ୍ରଙ୍କୁ ଦ୍ବିତୀୟ ବିବାହ କରି ହଦମଉଦ ଗାଁରେ ରହୁଥିଲେ । ପୂର୍ବରୁ ଶାନ୍ତି ପାତ୍ରଙ୍କର ଏକ ଶିଶୁପୁତ୍ର ଥିବା […]