ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ।

ନୂଆବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବେ ନୂଆ ସରକାର । ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ । ଏହି ଯୋଜନାରେ ରାଜ୍ୟର ଏକ କୋଟି ପରିବାରକୁ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେହିପରି ନୂଆ ବର୍ଷରେ ନୂଆ ମେଡିକାଲ କଲେଜ, ନସିଂ କଲେଜ ମଧ୍ୟ ବଢାଇବାକୁ ସରକାରଙ୍କ ସଂକଳ୍ପ ରହିବ । ରାଜ୍ୟରେ ପ୍ରତିଟି ଲୋକଙ୍କ ନିକଟରେ […]

ଆକାଶରେ ଦେଖାଯିବ କଳା ଜହ୍ନ।

ଆଜି ଆକାଶରେ ଦେଖାଯିବ କଳା ଜହ୍ନ । ଆକାଶରେ ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିବ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ । ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୩.୫୭ ଟା ବେଳେ ଏହା ଦେଖିବାକୁ ମିଳିବ ।ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ ହୁଏ। ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ […]

ସେଲ୍ଫି ଉଠାଇବା ହେଲା କାଳ : ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ମିଳିଲା ମୃତଦେହ

ସେଲ୍ଫି ଉଠାଇବା ହେଲା କାଳ । ପିକନିକ କରିବାକୁ ଆସିଥିବାବେଳେ ପାଣିରେ ବୁଡି ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ । ଅଗ୍ନିଶମ ବାହିନୀ ଦ୍ଵାରା ବହୁ ଖୋଜାଖୋଜି କରି ୨୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ବୁଡିଯାଇଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ପିକନିକ ପାଇଁ ଆସିଥିବାବେଳେ ଏହିପରି ଅଘଟଣ ଘଟିଛି । ମୃତ ଛାତ୍ର ଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର […]

ଖୁବ୍ ଶୀଘ୍ର ଓଡିଶା ଫେରିବ ବାଘୁଣୀ ଜିନ୍ନତ ।

୨୦ ଦିନର ଛକା ପଞ୍ଝା ପରେ ଟ୍ରାଙ୍କୁଲାଇଜ ହୋଇଛି ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ  ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନବିଭାଗ । ଓଡିଶା ପଶ୍ଚିମବଙ୍ଗ ବନ ବିଭାଗ ଟିମ ଗତ ୨୦ ତାରିଖରୁ ବାଘୁଣୀ କୁ ଟ୍ରାଙ୍କୁଲାଇଜ  କରିବାକୁ ଚେଷ୍ଟା ଚଲାଇଥିଲେ । ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏଥିରେ ମିଳିଛି ସଫଳତା । ଟ୍ରାଙ୍କୁଲାଇଜ ପରେ ଜିନ୍ନତକୁ ଅଚେତ ଅବସ୍ଥାରେ  ଜନ୍ତାରେ ପୁରାଇ ଅଲ୍ଲିପୁର ଚିଡିଆଖାନାକୁ ନିଆଯାଇଛି । […]

ଜାନୁୟାରୀ ୧୪ରୁ କୁମ୍ଭୀର ଗଣନା,୯ଦିନ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ନଦୀ ନାଳଗୁଡିକରେ ଆରମ୍ଭ ହେବ କୁମ୍ଭୀର ଗଣନା । ଏଥିପାଇଁ ଜାନୁଆରୀ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ରାଜନଗର ବନଖଣ୍ଡର ୪ଟି ରେଞ୍ଜ ରେ କୁମ୍ଭୀର ଗଣନା କରାଯିବ । ଗଣନା ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଇଛି […]

ନନ୍ଦନକାନନ ପାଇଁ ଖୁସିଖବର, ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’

ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିଖବର । ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’ । ୬୦(କ) ଖୁଆଡର ରହୁଥିବା ସିମ୍ପାଞ୍ଜି ‘ରାକ୍ଷୀ’ ଶାବକ ଜନ୍ମ ଦେଇଛି । ଜନ୍ମିତ ଶାବକକୁ ମିଶାଇ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮ରେ ପହଞ୍ଚିଛି ।ପ୍ରକାଶ ଥାଉକି, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୯୯୪ ମସିହାରେ ସିଙ୍ଗାପୁରରୁ ଏକ ମାଈ ଏବଂ ଅଣ୍ଡିରା ସିମ୍ପାଞ୍ଜି ଅଣାଯାଇଥିଲା। ୨୦୧୧ରେ ସେମାନେ ଦୁଇଟି ଶାବକ ଜନ୍ମ ଦେଇଥିଲେ। ନୂଆବର୍ଷକୁ ନେଇ […]

କ୍ଷୟକ୍ଷତି ଆକଳନ ଗୋଟିଏ ଦିନ ବୃଦ୍ଧି : ମୁଖ୍ୟମନ୍ତ୍ରୀ

ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର। ସେହିପରି ଆବେଦନ ସମୟ ଆଉ ଦିନେ ବୃଦ୍ଧି ହୋଇଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସୁଦ୍ଧା ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ଆବେଦନ ପାଇଁ କୁହାଯାଇଥିଲା। ଗତକାଲି ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ବୁଲି ଦେଖିଥିଲେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ। ନୟାଗଡ଼, ଗଜପତି […]

୨୦୨୫ରେ ୩ଥର ମିଳିବ ସୁଭଦ୍ରା ଟଙ୍କା ।ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଘୋଷଣା

ସୁଭଦ୍ରା ଯୋଜନାକୁ ନେଇ ସୋମବାର ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡା। ୨୦୨୫ରେ ମହିଳାଙ୍କୁ ୩ଥର ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ୨୦୨୫ ସୁଭଦ୍ରା ଯୋଜନାର ବର୍ଷ ହେବ । ସମସ୍ତ ମା’ମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ । ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ମାର୍ଚ୍ଚ ୮ରେ ମହିଳା ଦିବସରେ ମିଳିବ ସୁଭଦ୍ରା ଟଙ୍କା । ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା […]

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ କଟକଣା

ନୂଆ ବର୍ଷ ଲାଗି ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ଼। ଶ୍ରୀ ମନ୍ଦିର ମହାପ୍ରଭୁ ଙ୍କ ଦର୍ଶନ ଲାଗି ଭକ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଶ୍ରୀ ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ |ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ମୁତାବକ, ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ଅନ୍ୟ ୩ ଦ୍ୱାର ଦେଇ […]

ଆଜି ଗଞ୍ଜାମ ଜିଲ୍ଲାରେ ଫସଲହାନି ସ୍ଥିତି ଅନୁଧ୍ୟାନ କରିବେ ନବୀନ

ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିବେ ବିରୋଧୀ ଦଳ ନେତା ତଥା ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଆଜି ହେଉଛି ତାଙ୍କର ପ୍ରଥମ ଗଞ୍ଜାମ ଗସ୍ତ । ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୁଲି ଲଘୁଚାପ ଜନିତ ବର୍ଷାରେ କ୍ଷତିଗସ୍ତ ଚାଷୀମାନଙ୍କୁ ମିଶି ସେମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ । ଫସଲ କ୍ଷତି ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହଙ୍କ ସହ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ। ଚାଷୀ କିପରି ସଠିକ […]

ଥାନା ଅଧିକାରୀଙ୍କ ଉପସ୍ଥିତିରେ ସାହୁ ଭାଉଜଙ୍କ ଅଶ୍ଳୀଳ ନାଚ ।

ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ କୋତାମେଟାରେ ଚାଲିଥିଲା ଯାତ୍ରା କାର୍ଯ୍ୟକ୍ରମ । ଶନିବାର ରାତିରେ ମାଥିଲି ଥାନା ଅଧିକାରୀଙ୍କ ସମ୍ମୁଖରେ ଅଶ୍ଳୀଳ ନାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଥିଲି ଆଇଆଇସି ଦେବଦତ୍ତ ମଲ୍ଲିକ ସାଧା ପୋଷାକରେ ଉପସ୍ଥିତ ରହି ଥିବା ବେଳେ ତାଙ୍କ ସମ୍ମୁଖରେ ସାହୁ ଭାଉଜ ଅଶ୍ଳୀଳତାର ସବୁ ସୀମା ଟପି ଯାଇ ଥିଲା । ନିଜ ଦେହରେ ବୋତଲ ପାଣି ଢାଳି ଟିପିଟିପି ବର୍ଷା ପାନୀ… ଗୀତରେ ଝୁମିଲେ। ଆଉ […]

ନୂଆବର୍ଷ ପରେ ଫେରିବ ଶୀତ

ସୋମବାର ଓଡି଼ଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ ।ଏଥିସହ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଆଦି ଜିଲାରେ ମଧ୍ୟ ହାଲୁକା କୁହୁଡ଼ି ଦେଖାଯାଇପାରେ। ସେହିଭଳି ୩୧ ତାରିଖରେ ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ […]