ଉତ୍ତର ପ୍ରଦେଶରରୁ ଧରା ପଡିଲା ଲାଲକିଲ୍ଲା ଜୈନ ମନ୍ଦିରର କଳସ ଚୋର

୨ ଦିନ ମଧ୍ୟରେ ଭଦ୍ର ଚୋରକୁ ଧରିଛି ଦିଲ୍ଲୀ ପୁଲିସ | ଦିଲ୍ଲୀରେ ଏକ କୋଟି ଟଙ୍କାର କଳସ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ପୁଲିସ ଆଜି ଗିରଫ କରିଛି | ବାସ୍ତବରେ କଳସ ଚୋରି ମାମଲା ସାମ୍ନାକୁ ଆସିବା ମାତ୍ରେ ପୁଲିସ ତୁରନ୍ତ ସକ୍ରିୟ ହୋଇପଡିଥିଲା |ଆଉ ୪୮ ଘଣ୍ଟା ମଧ୍ୟରେ ଚୋରକୁ ଗିରଫ କରାଯାଇଛି। କଳସ ଚୋରି କରିଥିବା ଚୋର ହାପୁର ପଳାଇ ଯାଇଥିଲା ଓ ପୋଲିସ ତାକୁ ସେଠାରୁ ଗିରଫ କରି […]

ଆଜିଠୁ ରାଜ୍ୟପାଳଙ୍କ ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ

ଆଜିଠୁ ରାଜ୍ୟପାଳଙ୍କ ୪ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ । ଜୟପୁର ବିମାନ ବନ୍ଦରରେ ପହଞ୍ଚି ସିଧା କୋରାପୁଟ ଯିବେ । କୋରାପୁଟ କଫି ବୋର୍ଡ ଯିବେ ରାଜ୍ୟପାଳ । କଫି ଚାଷୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । ନାଲକୋ, ହାଲ ଅଧିକାରୀଙ୍କ ସହ ଆଲୋଚନା କରିବେ । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଅଧିକାରୀଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ଶାବର ଶ୍ରୀକ୍ଷେତ୍ର ଗସ୍ତ କରି ଶ୍ରୀଜିଉଙ୍କ ଦର୍ଶ ନ କରିବେ […]

ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ; ଜାରିହେଲା ନୂଆ ନିର୍ଦ୍ଦେଶାବଳୀ

ଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ । ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।ଏଣିକି କୋଠାବାଡ଼ି ପ୍ଲାନ୍‌ ଅନୁମୋଦନ ପୂର୍ବରୁ ବିଲ୍ଡର୍ସ କିମ୍ବା ବ୍ୟକ୍ତିଗତଙ୍କଠାରୁ ଅକୁପେସନ ସାର୍ଟିଫିକେଟ୍‌(ଓସି) ଦେବା ସଂକ୍ରାନ୍ତରେ ଅଣ୍ଡରଟେକିଂ ରଖାଯିବା ବାଧ୍ୟତାମୂଳକ ହେବ । ଏହା ସହ ନିର୍ମାଣାଧୀନ ସ୍ଥାନରେ ଅନୁମୋଦିତ ଯୋଜନା ତଥା ନିର୍ମାଣ ନକ୍ସା […]

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ବିଜେଡି

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ବିଜେଡି । ମତଦାନରୁ ବିରତ ରହିବ ବିଜୁ ଜନତା ଦଳ ।ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏନଡିଏରୁ ସିପି ରାଧାକ୍ରିଷ୍ଣନ ଓ ଇଣ୍ଡିଆ ମେଣ୍ଟରୁ ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ଅଛନ୍ତି ।ଓଡ଼ିଶାରେ ଲୋକସଭାର ୨୦ ସାଂସଦ ବିଜେପିର। ତେଣୁ ଓଡ଼ିଶାରୁ ଏନ୍‌ଡିଏ ପ୍ରାର୍ଥୀ ଭୋଟ୍‌ ପାଇବାରେ ଅସୁବିଧା ନାହିଁ। ତେବେ ରାଜ୍ୟସଭାରେ ଏବେ ବି ବିଜେଡିର ସଂଖ୍ୟା ଅଧିକ। ବିଜେଡିର ୭ ଓ ବିଜେପିର ୩ ସଦସ୍ୟ […]

ପରଲୋକରେ ରାଜେନ୍ଦ୍ର ଢୋଲକିଆ

ପରଲୋକରେ ପୂର୍ବତନ ମନ୍ତ୍ରୀ ରୋଜେନ୍ଦ୍ର ଢୋଲକିଆ । ୬୯ ବର୍ଷ ବୟସରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଛି । ଚେନ୍ନାଇ ସ୍ଥିତ ଘରୋଇ ହସ୍ପିଟାଲରେ ସେ ଆଜି ଆଖି ବୁଝିଛନ୍ତି । ୪ ଥରର ବିଧାୟକ ହୋଇଛନ୍ତି ରାଜେନ୍ଦ୍ର ଡ଼ୋଲକିଆ । ୧୯୫୬ ମସିହାର ନଭେମ୍ବର ୨୦ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଜନ୍ମ । ବାପାଙ୍କ ନାମ ରସିକଲାଲ ଢୋଲକିଆ ଓ ପତ୍ନୀଙ୍କ ନାମ କଳ୍ପନା ଢୋଲକିଆ । ୨୦୦୪, ୨୦୦୯ ଓ ୨୦୧୯ […]

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ସୁନ୍ଦରୀ ଯୁବତୀ ଓ ସହଯୋଗୀ

ଦାମୀ କାର୍‌…ଆଉ କାର୍‌ରେ ସୁନ୍ଦରୀ ଯୁବତୀ । ସାଥିରେ ଥିଲେ ଦୁଇ ଜଣ ଯୁବକ।ଏକାଠି କରୁଥିଲେ ଗଞ୍ଜେଇ ଚାଲାଣ ।ସୁବର୍ଣ୍ଣପୁର ଜିଲ୍ଲାରେ ଅପରେସନ ପ୍ରହାରକୁ ସଫଳତା । କାର୍‌ରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ବିନିକା ପୁଲିସ । ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚେକିଙ୍ଗ୍ କରୁଥିଲା । ଏହି ସମୟରେ ଏକ ନମ୍ବର ବିହୀନ ଗାଡ଼ି ଉପରେ ସନ୍ଦେହ ହେବାରୁ ଗାଡି ଅଟକାଇବାକୁ କହିଥିଲା । […]

ବଦଳିବନି ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଢାଞ୍ଚା: ୨୭ରେ ହେବ ପରୀକ୍ଷା

ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ପରେ ଏବେ ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ୍‌ OTET ପରୀକ୍ଷା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍‌ OTET ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାର୍ଥୀମାନେ ବିନା ଦ୍ବନ୍ଦ୍ବ ଓ ବିନା ଭୟରେ ପରୀକ୍ଷା ଦେବାକୁ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ଶ୍ରୀ ତରାଇ କହିଛନ୍ତି ଯେ, ପରୀକ୍ଷାରେ ବିଭ୍ରାଟ […]

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀବିହାର ହଷ୍ଟେଲ ହେବ ଅଣଛାତ୍ର ମୁକ୍ତ। ହଷ୍ଟେଲ ଖାଲି କରିବ କମିଶନରେଟ ପୋଲିସ। ହଷ୍ଟେଲ ଖାଲି ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବାଣୀବିହାର କ୍ୟାମ୍ପସରେ ଚାପା ଉତ୍ତେଜନା । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୦ ପ୍ଲାଟୁନ ଫୋର୍ସ ମୁତୟନ । ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରିଛି । ଉତ୍କଳ ୟୁନିଭର୍ସିଟି ହଷ୍ଟେଲ ୧, ୨, ୩ ଓ ୫ ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ପୁଲିସ ଅଧିକାରୀଙ୍କ […]

୧୦ ଟଙ୍କା ଭଡା ପାଇଁ ମାନବିକତା ଭୁଲିଗଲେ ଲକ୍ଷ୍ମୀ ବସ୍ କଣ୍ଡକ୍ଟର

ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର । ୧୦ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍ । ୨ ଘଣ୍ଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାରବର୍ଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ । ବୈଶିଙ୍ଗା ଗାଁର ସରୋଜ ପୁଥାଳଙ୍କ ନାବାଳକ ପୁଅ ପୀୟୂଷ ଓ ନଡ଼ପୁର ଗାଁର ବ୍ରଜମୋହନ ବେହେରାଙ୍କ ପୁଅ ରୋହିତ […]

କ୍ୟାନସରକୁ ଶେଷ କରିବାକୁ ଆସିଲା ରୁଷ ଭ୍ୟାକ୍ସିିନ

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ ।  କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ  । ଏହି ଟିକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର ସୁରକ୍ଷା ଏବଂ ପ୍ରଭାବକୁ ନିଶ୍ଚିତ କରିଛି । ଏହି ସୂଚନା ରୁଷିଆର ଫେଡେରାଲ୍ ମେଡିକାଲ୍ ଏବଂ ବାୟୋଲୋଜିକାଲ୍ ଏଜେନ୍ସିର ମୁଖ୍ୟ ଭେରୋନିକା ସ୍କୋଭର୍ଟସୋଭା ଦେଇଛନ୍ତି ।ଏହି ଟିକା ଶରୀରରେ ରୋଗ ପ୍ରତିରୋଧକ […]

ଉପ ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ ଦିଲ୍ଲୀ ଗସ୍ତର କୌଣସି ସମ୍ପର୍କ ନାହିଁ : ନବୀନ

ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ। ଏଥି ପାଇଁ ସାରା ଦେଶର ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି। ଠିକ୍ ଏହି ସମୟରେ ଓଡ଼ିଶାର ରାଜନୀତି ମଧ୍ୟ ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବିଜେପି ରାଜ୍ୟ ସଭାପତି ସମସ୍ତେ ଦିଲ୍ଲୀମୁହାଁ ହୋଇଛନ୍ତି। ତେବେ ନବୀନ କହିଛନ୍ତି ଯେ ଉପ ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ ଦିଲ୍ଲୀ ଗସ୍ତର କୌଣସି ସମ୍ପର୍କ ନାହିଁ। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କୌଣସି ରାଜ୍ୟସଭା ସାଂସଦ ମାନଙ୍କୁ ମଧ୍ୟ ଭେଟିବାର […]

ଆସନ୍ତା ୧୩ ତାରିଖ ଯାଏ କିଛି କିଛି ସ୍ଥାନରେ ବର୍ଷା ହେବ

ଆସନ୍ତା ୧୩ ତାରିଖ ଯାଏ କାଁ ଭାଁ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।ମୌସୁମୀ ଟ୍ରପ୍‌ ବର୍ତ୍ତମାନ ପୂର୍ବ- ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରୁଛି। ଏଥିସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଉପରେ ବାୟୁମଣ୍ଡଳୀୟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିଛି। ଏହି କ୍ରମରେ ସୋମବାର ରାଜ୍ୟର ୪ଟି ଜିଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲାକୁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି […]