ଆଜିଠୁ ପିତୃପକ୍ଷ ଆରମ୍ଭ

ଆଜିଠୁ ପିତୃପକ୍ଷ ଆରମ୍ଭ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ପିତୃପକ୍ଷ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି । ବହୁ ଲୋକ ନିଜନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ କୁହାଯାଏ। ପିତୃ ପୁରୁଷଙ୍କ ମୃତ୍ୟୁ ତିଥିରେ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ […]

ଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ସଭାକକ୍ଷରେ ପ୍ରାକ୍ତନ ଶିକ୍ଷକ, ଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ଷୀୟାନ ଶିକ୍ଷକ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ପ୍ରାକ୍ତନ ଛାତ୍ର ବିଶ୍ଵନାଥ ମହାପାତ୍ର। ଅଧ୍ୟାପିକା ନୀଳିମା ନନ୍ଦ ସର୍ବପ୍ରଥମେ ଗୁରୁବନ୍ଦନା ପାଠ କଲାପରେ ଗୁରୁଜୀଙ୍କ […]

ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା, ଅମୁଲ୍ୟ ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ

ନୟାଗଡ଼,(ଓଡିଶା ଦର୍ପଣ): ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତିଙ୍କ ପରଲୋକରେ ଆଜି ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ […]

ଲାଲକିଲ୍ଲାରୁ କୋଟିଏ ଟଙ୍କାର କଳସ ଚୋରି

ଦିଲ୍ଲୀ ସ୍ଥିତି ଲାଲ୍ କିଲ୍ଲା ପରିସରରେ ଗତ ମଙ୍ଗଳବାର ପ୍ରାୟ ଏକ କୋଟି ଟଙ୍କାର କଳସ ଚୋରି ହୋଇଯାଇଛି । କୁହାଯାଉଛି ଲାଲ୍ କିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲୁଥିଲା । ଏହି ସମୟ ମଧ୍ୟରେ କେହି ଦୁର୍ବୃତ୍ତ ୭୬୦ ଗ୍ରାମର ସୁନା ଓ ୧୫୦ ଗ୍ରାମର ହୀରା, ମାଣିକ୍ୟ, ଲାଗିଥିବା କଳସ ଚୋରି କରିନେଇଛି । ବର୍ତ୍ତମାନ ଘଟଣାର ଯାଞ୍ଚ କରୁଛି ପୁଲିସ ।ଜୈନ ମୁନି ବେଶରେ ଆସିଥିଲା ଚୋର । ଆଖି ପିଛୁଳାକେ […]

ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି

ଆସନ୍ତାକାଲି ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ପଡୁଛି । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି । ଗ୍ରହଣ ୭ ତାରିଖ ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍‌ରେ ଶେଷ ହେବ ଗ୍ରହଣ । ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରେ ପାକ ତ୍ୟାଗ ଆରମ୍ଭ ହେବ । ଏହି ସମୟରେ […]

ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ
ଓଡିଶା ଛାଡୁଛନ୍ତି: ବିଜେଡି

ପ୍ରତିଷ୍ଠିତ ଶିଳ୍ପ ଅନୁଷ୍ଠାନ ମାନେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ପୂର୍ବ ସରକାରଙ୍କ ସମୟରେ ଚୁକ୍ତିବଦ୍ଧ ହୋଇଥିବା ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ ଓଡିଶା ଛାଡ଼ୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ୨୦୨୩ ମସିହାରେ ଓଡିଶା ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିବା ସେମିକଣ୍ଡକ୍ଟର କମ୍ପାନୀ ଏସଆରଏଏମ ଆଣ୍ଡ ଏମଆରଏଏମ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ […]

ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ- ଗଜପତି ମହାରାଜ

ଶ୍ରୀମନ୍ଦିରର ନିୟମକୁ ମାନୁନି ଇସ୍କନ । ପରମ୍ପରା ଭାଙ୍ଗି ବାରମ୍ବାର କରୁଛି ଅଦିନିଆ ରଥଯାତ୍ରା । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜଙ୍କ ଉଦବେଗ । ଦୁର୍ଭାଗ୍ୟଜନକ କହିଲେ ବରିଷ୍ଠ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ । ବାରମ୍ବାର ଇସ୍କନ ପକ୍ଷରୁ ଜଗନ୍ନାଥଙ୍କ ନୀତି କ୍ରାନ୍ତି ଭୁଲ ଭାବେ ପ୍ରଦର୍ଶନ ହେଉଛି । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତିଙ୍କ ଦ୍ଵାରା ଇସ୍କନକୁ ଏନେଇ ଚିଠି ଲେଖାଯାଇଛି । ଇସ୍କନ ଗୋବର୍ଦ୍ଧନ ଦାସ ମହାରାଜଙ୍କୁ […]

ବିଜେଡି କାର୍ଯ୍ୟାଳୟ ଫଳକରେ ଲାଗିଲା ଚୂନନୂଆଁ ସଭାପତି ପଦ ଘୋଷଣା ପରେ ପଦାରେ ପଡ଼ିଲା ଦୁଇ ଗୋଷ୍ଠୀ ଭିତର ଅସନ୍ତୁଷ୍ଟି !

ରାୟଗଡ଼ା ତା ୦୬/୦୯ (ନିପ୍ର) ରାୟଗଡ଼ା ଜିଲ୍ଲାରେ ବିଜେଡି ଦଳର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଷମକଟକ ନିର୍ବାଚନୀ ମଣ୍ଡଳୀର ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାଁ ଘୋଷଣା ହେବା ପରେ ରାୟଗଡ଼ା ରେ ହୋଟେଲ ତେଜସ୍ଵୀ ସମ୍ମୁଖରେ ଥିବା ବିଜୁ ଜନତା କାର୍ଯ୍ୟାଳୟ ଫଳକ ଉପରେ ଚୂନ ମରାଯିବା ଘଟଣା ପୁଣି ଜିଲ୍ଲାରେ ସୁଧୀର ଗୋଷ୍ଠୀ ଓ ଭାସ୍କର ଗୋଷ୍ଠୀର କନ୍ଦଳକୁ ପଦାରେ ପକାଇ ଦେଇଛି । ସୂଚନା ମୁତାବକ ୨୦୨୪ ସାଧାରଣ ନିର୍ବାଚନ ସମୟରେ […]

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏସଆଇ । ବାଙ୍କୀ ଥାନା ସୁବଣ୍ଣପୁର ପୋଲିସ ବିଟର ଏସଆଇ ପ୍ରସନ୍ନ ମାହାଳି ଧରାପଡିଲେ ।ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ପୂର୍ବରୁ ଏତଲା କରାଇବା ପାଇଁ ଟଙ୍କା ନେଇଥିଲେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି । ଆଜି କ୍ଷତିପୂରଣ ସହ ପାଞ୍ଚ ଲକ୍ଷ ଟଙ୍କାର ବୀମା ଟଙ୍କା କରାଇ ଦେବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଥାନାବାବୁ । DSP […]

FM ରେଡ଼ିଓ ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ

ଏଣିକି ଏଫଏମ ରେଡିଓରେ ଶୁଣିବେ ଭୁବନେଶ୍ୱର ଟ୍ରାଫିକ ସମ୍ବନ୍ଧୀୟ ସୂଚନା । ଟ୍ରାଫିକ ସ୍ଥିତି ନେଇ ଅପଡେଟ ଦେବ କମିସନରେଟ ପୋଲିସ ।ଏଥିପାଇଁ ପୋଲିସ ସମସ୍ତ ଏଫଏମ ଚ୍ୟାନେଲ ସହିତ ସହଯୋଗ କରୁଛି । ଟ୍ରାଫିକ ପୋଲିସ ସହ ସେମାନେ ମିଶି କାମ କରିବେ । ଟ୍ରାଫିକ ପରିଚାଳନାକୁ ସୁଦୃଢ ପାଇଁ ଏଭଳି ପଦକ୍ଷେପ ନେଇଛି ପୋଲିସ । ଆଗକୁ ପାର୍ବଣ ଆସୁଥିବାରୁ ରାସ୍ତା ଜାମର ତଥ୍ୟ ଦେବ ଏଫଏମ ରେଡିଓ ।ପୂର୍ବରୁ ଟ୍ରାଫିକ୍ ସୂଚନା ପ୍ରଦାନ […]

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି । ଏଥିପାଇଁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜୋରଦାର କସରତ ଚଳାଇଛନ୍ତି । ବିହାରର ପାଟନା ସାଇନ୍ସ ସିଟି ଦେଖି ଫେରିବା ପରେ ରାଜଧାନୀ ଭୁବନେଶ୍ବରରେ ଏପରି ଏକ ସାଇନ୍ସ ସିଟି ପ୍ରତିଷ୍ଠା କରିବା ପାଇଁ ମନ ବଳାଇଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେହିପରି ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିଅମ କେନ୍ଦ୍ର ପ୍ରତିଷ୍ଠା କରାଯିବ । ସେଠାରେ ଜଗନ୍ନାଥ ସଂସ୍କୃତି ର […]

SBI ଗ୍ରାହକଙ୍କ ପାଇଁ ଆସନ୍ତାକାଲି ବନ୍ଦ ରହିବ ଇଣ୍ଟରନେଟ ବ୍ୟାଙ୍କିଂ ସହିତ ଏସବୁ ସେବା

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ପକ୍ଷରୁ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତାକାଲି ୭ ତାରିଖ ରାତି ୧ଟା ୨୦ରୁ ୨ଟା ୨୦ ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ସମସ୍ତ ଡିଜିଟାଲ ସେବା ବନ୍ଦ ରହିବ । ତେଣୁ ଏଥିପାଇଁ କୌଣସି ସେବା କାମ କରିବ ନାହିଁ । ସେବା ବନ୍ଦ ନେଇ ଗ୍ରାହକମାନେ ଭୋଗିବାକୁ ଥିବା ଅସୁବିଧାରୁ ବଞ୍ଚିତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିବା କୁହାଯାଇଛି । । […]