ଘୁଞ୍ଚିଲା କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେଶନ

ସିପିଏସଇ-୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ ବଦଳିଲା । ସିପିଏସଇ- କମ୍ବାଇଣ୍ଡ ପୋଲିସ ସର୍ଭିସ ଏକଜାମିନେସନ ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା । ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ ।ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ। ପୂଜା ଭସାଣିକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ OPRB ସୂଚନା ଦେଇଛି। ମାତ୍ର ଅକ୍ଟୋବର ୫ର ଦୁଇଟି ପେପର ପରୀକ୍ଷା […]

ସମ୍ବଲପୁରରେ ଫୁଟିଲା ଉତ୍ତର ଆମେରିକୀୟ ଫୁଲ ୟୁଷ୍ଟୋମା

ସମ୍ବଲପୁରରେ ଫୁଟିଲା ଉତ୍ତର ଆମେରିକୀୟ ଫୁଲ ୟୁଷ୍ଟୋମା । ଅନେକ ଦେଶରେ ଏହି ଫୁଲର ରହିଛି ଡିମାଣ୍ଡ । ଏହା ଅଧିକ ଦିନ ଧରି ତାଜା ରହିବା ସହିତ ଆକର୍ଷଣୀୟ ଫୁଲ ମଧ୍ୟରେ ଅନ୍ୟତମ । ଜିଲ୍ଲାର ଯୁଯୁମୁରା ବ୍ଲକ ସନାତନପାଲିରେ ଏହି ବିଦେଶୀ ଫୁଲ ଫୁଟିଛି । ଅନ୍ତର୍ଜାତୀୟ ଫୁଲ ବଜାରରେ ଚାହିଦାରେ ଥିବା ଫୁଲ ଫୁଟିବା ପରେ ଚାଷୀଙ୍କ ମନରେ ଉତ୍ସାହ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଚାଷକୁ ପ୍ରୋତ୍ସାହନ […]

ଅତିରିକ୍ତ ଜିଲ୍ଲାପାଳ ଶିକ୍ଷୟିତ୍ରୀ ଲିଖିତାଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ନୂଆଗାଁ:ନୟାଗଡ ଜିଲ୍ଲା ନୟାଗଡ ବ୍ଲକ୍ ସଦର ମହକୁମାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗଦେଇ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କୋରଡ଼ା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଲିଖିତା ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଛନ୍ତି। ନୂଆଗାଁ ବ୍ଲକ୍ ପାଇଁ ସୁନାମ […]

ସୁନ୍ଦରପଦା ଠାରୁ ଜଟଣୀ ରାସ୍ତାର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ

ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୁନ୍ଦରପଦା ଠାରୁ ଜଟଣୀ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଧାରଣ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ, ଠିକାସଂସ୍ଥା ଏବଂ ଅଞ୍ଚଳବାସୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ ।ମୋଟ ୧୩.୫ କିଲୋମିଟର ଦୀର୍ଘ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଚାରି ଲେନ କରିବା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ […]

ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ମହିଳା, ଶରୀରର ୭୦ ପ୍ରତିଶତ ପୋଡିଯାଇଛି

ମହିଳାଙ୍କ ଜୀବନ ହାରିବା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କଲେ ମହିଳା । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାଣପୁର ଗାଁରେ ଅଘଟଣ ଘଟିଛି । ଗୁରୁତର ମହିଳା ହେଲେ ସାବିତ୍ରୀ ଗୋଚ୍ଛାୟତ ।ତାଙ୍କ ଶରୀରର ୭୦ ପ୍ରତିଶତ ପୋଡିଯାଇଛି । ପାରିବାରିକ କଳହକୁ ନେଇ ଜୀବନ ହାରିବା ଉଦ୍ୟମ କରିଛନ୍ତି ବୋଲି ସନ୍ଦେହ ।ମହିଳାଜଣକ କାହିଁକି ଆତ୍ମାହୁତି ଦେବାକୁ ଚେଷ୍ଟା କରୁଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। […]

ନିଖୋଜର ୮ମାସ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ପ୍ରେମିକକୁ ଗିରଫ କଲା ପୋଲିସ

ତ୍ରିକୋଣୀୟ ପ୍ରେମକୁ ନେଇ ସନ୍ଦେହ ହେଲା କାଳ । ପ୍ରେମିକାକୁ ବୁଲାଇ ନେବାକୁ କହି ତଣ୍ଟି ଚିପି ହତ୍ୟା କଲା ପ୍ରେମିକ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ପଥର ଖଣିରେ ପୋତିଦେଲା । ଏଭଳି ଛାତିଥରା ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗ ଅଞ୍ଚଳରେ । ତେବେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଏ ନେଇ ଶନିବାର ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ […]

ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଆନ୍ଦୋଳନରୁ ନିବୃତ୍ତ ରହିବ ପାଇଁ ଶିକ୍ଷକଙ୍କୁ ଏଭଳି ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାର, ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ ଅଛନ୍ତି ।ସବୁ ସମୟରେ ଶିକ୍ଷକ ମାନେ ରାଜରାସ୍ତାକୁ ଆସିବା ଠିକ ନୁହେଁ। ଏଭଳି କଲେ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାଘାତ ହେବ । ଆମ ସରକାର ମାତ୍ର ୧୪ ମାସର ସରକାର । ଏତେ କମ ସମୟ ମଧ୍ୟରେ ସମସ୍ତ କଥା ଜାଣିବା ବୁଝିବାକୁ ସମୟ ଆବଶ୍ୟକ। ଶିକ୍ଷକ ମାନଙ୍କର […]

କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ – ସର୍ବୋଚ୍ଚ ଯନ୍ତ୍ରୀ

କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ବୁଢାବଳଙ୍ଗ ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ଅଛି, କିନ୍ତୁ କମୁଛି । ଆଗାମୀ ଦିନ ଯାଏଁ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ ।ହୀରାକୁଦ ଜଳସ୍ତର ୯ଟା ସୁଦ୍ଧା ୬୨୬.୩୫ ଫୁଟ୍ ଅଛି । ୪ଟି ଗେଟ୍ ବନ୍ଦ କରାଯାଇଛି, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି […]

ଟ୍ରମ୍ପଙ୍କ ପ୍ରଶଂସା ଶୁଣି ମୋଦି ଦେଲେ ଏମିତି ଜବାବ

ଭାରତ ସହିତ ସମ୍ପର୍କ ଖରାପ ହେବା ପରେ ଆମେରିକା ରାଷ୍ଟ୍ରପତି ଏବେ ବିଳାପ କରୁଛନ୍ତି। ଆମେରିକା ଭାରତ ଓ ରୁଷକୁ ହରାଇଛି ଏବଂ ଚୀନର ପକ୍ଷ ନେଇଛନ୍ତି ବୋଲି ଟ୍ରମ୍ପ ମନ୍ତବ୍ୟ ଦେବାର ୨୪ ଘଣ୍ଟା ନ ପୂରୁଣୁ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନିଜ ସମ୍ପର୍କକୁ ନେଇ ଭାବବିହ୍ବଳପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଆମେରିକାର ସମ୍ପର୍କ ବହୁତ ସ୍ଵତନ୍ତ୍ର। ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଟାରିଫ ବିବାଦ ସତ୍ବେ […]

ହୀରାକୁଦରେ ୪ଟି ଗେଟ୍ ବନ୍ଦ, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ ଗେଟ । ଏବେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।ଏଥିଭିତରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାଯାଇଛି।ସୂଚନାଯୋଗ୍ୟ, ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍‌ ଖୋଲାଯାଇଥିଲା। ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍‌ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ଗତ ୩ ଦିନ […]

ଧରା ପଡ଼ିବା ଭୟରେ ଗଞ୍ଜେଇ ଗାଡ଼ିକୁ ଜାଳିଲା ଡ୍ରାଇଭର

ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା ଗାଡି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆବଜାର ଠାରେ ଗଞ୍ଜେଇ ଭର୍ତ୍ତି କାରରେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।ବର୍ତ୍ତମାନ ଜିଲ୍ଲାରେ ଅପରେସନ ପ୍ରହାର ମାଧ୍ୟମରେ ଗଂଜେଇ ଧର ପଗଡ଼ ଚାଲୁଥିବା ବେଳେ ଧରା ପଡିବ ଭୟରେ ଡ୍ରାଇଭର ଗାଡ଼ିରେ ନିଆଁ ଲଗାଇ ଫେରାର ମାରିଛି ।

ସାମାନ୍ୟ ବଚସାରୁ ହଣାହଣି,ରାସ୍ତାରେ ମିଳିଲା କଟା ଗୋଡ଼

ପୂଜା ପୂର୍ବରୁ କଟକ ସହରରେ ଘଟିଛି ଅଭାବନୀୟ ଘଟଣା ।ସଦର ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ଗାଡିରେ ଯାଉଥିଲା ବେଳେ ଏହି ଘଟଣା ଘଟିଥିଲା। ବିଚ୍‌ ରାସ୍ତାରେ ମରଣାନ୍ତକ ଭାବେ ଆକ୍ରମଣ ହୋଇଛି । ଏପିରିକି ରାସ୍ତା ଉପରେ ଯୁବକଙ୍କ ଗୋଡ଼ ହାଣି ଛିଣ୍ଡାଇ ଦେଇଛନ୍ତି ଦୁର୍ବୃତ୍ତ । ଯାହାଫଳରେ ରାଜେନ୍ଦ୍ର ପ୍ରସାଦ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ ।ରାଜେନ୍ଦ୍ରଙ୍କ ଚିତ୍କାର ଶୁଣି ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ଏକ […]