୬୦ କିଲୋମିଟର ମହାନଦୀରେ ଭାସି ଆସିଥିବା ମହିଳା ଉଦ୍ଧାର

କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଗୁରୁବାର ସକାଳୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଛତିଶଗଡ଼ର ପୁରଥ ନିକଟରେ ସରୋଜିନୀ ରଣବିର ନାମକ ଜଣେ ମହିଳା ମହାନଦୀରେ ପ୍ରାୟ ୬୦ କିମି ଭାସି ଆସିଥିଲେ। ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ଲାଗିଥିଲେ। ମହାନଦୀକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି […]

କିଏ ହେବ ପିସିସି ମୁଖିଆ ? ଏବେ ଦିଲ୍ଲୀ ମୁହାଁ ରାଜ୍ୟ କଂଗ୍ରେସ ନେତା

ପିସିସି ସଭାପତି ପାଇଁ ରାଜ୍ୟରେ ଲବି ଆରମ୍ଭ ହୋଇଛି। ଏବେ ଓଡିଶା କଂଗ୍ରେସ ନେତା ଦିଲ୍ଲୀ ମୁହାଁ ହୋଇଛନ୍ତି । ମୁରବି ଶୂନ୍ୟ ପିସିସିକୁ ଖୁବ୍‌ ଶୀଘ୍ର ମୁଖିଆ ମିଳିବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।ଖବର ଅନୁଯାୟୀ, ଓଡିଶାର କିଛି କଂଗ୍ରେସ ନେତା ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି । ଆଉ ଏବେ ଗୁରୁବାର ଦିନ ସକାଳୁ ସକାଳୁ ଦିଲ୍ଲୀ ଗସ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି […]

ମମତା ମହନ୍ତଙ୍କ ଇସ୍ତଫାକୁ ନେଇ ରାଜନୀତି । ବିଜେଡି କହିଲା ଜାତୀୟ ଦଳର ଚକ୍ରାନ୍ତ

ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର(ଭାଜପା) ଆସନରେ ହ୍ରାସ ଘଟିଥାଇପାରେ, କିନ୍ତୁ ଦଳ ନିଶ୍ଚିତ ଭାବରେ ଓଡ଼ିଶାରେ ଏକ ନୂତନ ଦୁର୍ଗ ପାଇଛି। ଭାଜପା କେବଳ ଲୋକ ସଭା ଆସନ ଦୃଷ୍ଟିରୁ ଓଡ଼ିଶାକୁ ପରାସ୍ତ କରିନାହିଁ, ପ୍ରଥମ ଥର ପାଇଁ ରାଜ୍ୟ ସଭା ଜିତିବା ସହ କ୍ଷମତାର ସିଂହାସନ ଜିତିଛି। ବିଜେଡି କହିଛି ଜାତୀୟ ଦଳ ଚକ୍ରାନ୍ତ କରି ଏଭଳି କରିଛନ୍ତି । ମୟୂରଭଞ୍ଜବାସୀଙ୍କୁ ଓ ମହନ୍ତ ସମ୍ପ୍ରଦାୟଙ୍କୁ ଧୋକା ଦେଇଛନ୍ତି । […]

୧୬.୨୭ ଲକ୍ଷ ଜାଲ୍‌ କାର୍ଡରେ ରାଶନ ଲୁଟ୍‌

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ଇ-କଓ୍ବୋଇସି ଲାଗୁ କରିବେ। ଏହାକୁ ହିତାଧିକାରୀଙ୍କ ପୋର୍ଟାଲରେ ଅପ୍‌ଲୋଡ କରାଯିବ। ଏହାଦ୍ବାରା କେଉଁ ଅଯୋଗ୍ୟ ହିତାଧିକାରୀ ରାଶନ ନେଉଛନ୍ତି ତାହା ଧରା ପଡ଼ିଯିବ। ସେମାନଙ୍କ ସ୍ଥାନରେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଦେବେ ନୂଆ ସରକାର । ସେହିଭଳି ବୟସ୍କ ଓ ବୃଦ୍ଧବୃଦ୍ଧାଙ୍କୁ ଚିହ୍ନଟ କରି ସେମାନଙ୍କ ଘରେ ରାସନ ପହଞ୍ଚାଇବାକୁ […]

ପ୍ରବଳରୁ ଅତି ପ୍ରବଳ ବର୍ଷା, ୬ ଜିଲାକୁ ଆର୍ଲଟ

ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଏବଂ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ବୁଧବାର ସକାଳରୁ ଅପରାହ୍ଣ ୫.୩୦ ସୁଦ୍ଧା ବାରିପଦାରେ ସର୍ବାଧିକ ୧୨୧ ମି.ମି ବର୍ଷା ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ‌ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକର ପ୍ରଶାସନ ସଜାଗ ରହିବାକୁ ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ,  ଅନୁଗୁଳ,  ଢେଙ୍କାନାଳ, […]

୩ ମାସ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘ ତିନି ମାସ ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ବିରଳ ଲୁଣିଆ କୁମ୍ଭୀରର ପ୍ରଜନନଋତୁ ଯୋଗୁଁ ପାର୍କ ବନ୍ଦ ହୋଇଯାଇଥିଲା।ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଜାତୀୟ ଉଦ୍ୟାନଟିକୁ ଖୋଲାଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ l ଏଥର ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପର୍ଯ୍ୟଟକମାନେ ପ୍ରାକୃତିକ ସୋନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ୱାଚ୍ ଟାୱାର, ସେଲଫି ଜୋନ ସହ ୬୦୦ ମିଟର ସ୍କାଏ ୱାକ୍ ରାସ୍ତା ନିର୍ମାଣ କରାଯାଇଥିବା […]

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଣ୍ଢେଇ ମେଳା ସହିତ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ଼ ସଦର ସ୍ଥିତ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୪୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ […]

ଉର୍ବର ଭିତ୍ତିଭୂମି ନୟାଗଡ଼ ଜିଲ୍ଲାର ବିକାଶ ପାଇଁ ବାସ୍ତବଧର୍ମୀ ପଦକ୍ଷେପ ନିଆଯାଉ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ନିମନ୍ତେ ଏକ ଉର୍ବର ଭିତ୍ତିଭୂମି ଥିବା ଅଞ୍ଚଳ। ପାରମ୍ପରିକ ଧାନ, ମୁଗ, ଆଖୁ, ପନିପରିବା ଓ ରବିଫସଲରେ ଦକ୍ଷତା ଥିବା ଅନୁଭବୀ ଚାଷୀଙ୍କର ଅଭାବ ନାହିଁ ଏହି ଜିଲ୍ଲାରେ। ଦୁଃଖର କଥା, ସ୍ଵାଧୀନତାର ଛସ୍ତରି ବର୍ଷ ପରେ ମଧ୍ୟ ମହାନଦୀର ପାଣିକୁ ବ୍ୟାରେଜ୍ କିମ୍ବା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଆମ ଜିଲ୍ଲାର କୃଷିକ୍ଷେତ୍ରରେ ବିନିଯୋଗ କରାଯାଇ ପାରିଲା ନାହିଁ। ବୃତଙ୍ଗଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଉତ୍କୃଷ୍ଟ […]