ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ସମ୍ଭାବ୍ୟ ପ୍ରସବ ତାରିଖର (Expected Delivery Date) ତିନି ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ୬ ମାସ ମଧ୍ୟରେ, ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ […]
ନୂଆ ସରକାର ଆସିବା ପରେ କଲେଜ ନିର୍ବାଚନ ପୁଣି ଆରମ୍ଭ ହେବାକୁ ଯାଉଛି । ତେବେ ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ଏବର୍ଷ କଲେଜ ନିର୍ବାଚନ କରିବାକୁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ତେଣୁ ଦଶହରା ପୂର୍ବରୁ ପାଠପଢ଼ା ସାରିବାକୁ ପଡିବ। ସେଥିପାଇଁ ଆଗୁଆ ଆବେଦନ ହୋଇଛି । ସେନେଇ ଗ୍ରିନ୍ ସିଗନାଲ୍ ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଛାତ୍ରସଂଘ ନିର୍ବାଚନ ଗତ ୬ […]
ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ତେଜରାତି ଦୋକାନ କରିଥିବା ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ବାପା ଏବେ କୋଟିପତି । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରା ଗିରଫ ହେବାପରେ ପୁରୀର ୟୁଟ୍ୟୁବର୍ ପ୍ରିୟଙ୍କା ପୁଲିସ ସ୍କାନରକୁ ଆସିଛନ୍ତି । ପୁଲିସର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପରିସରରେ ଗଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତି କ୍ରମେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଦାଶରଥି ସାହୁ ଏବଂ ଲକ୍ଷ୍ମୀଧର ମହାପାତ୍ର ଉପ ସଭାପତି,କିଷାନ କୁମାର ଦାସ ସମ୍ପାଦକ,ନଳିନୀକାନ୍ତ ମିଶ୍ର ଏବଂ ଭାଗିରଥି ଦାସ ଯୁଗ୍ମ ସମ୍ପାଦକ,କମଳ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଇନଜୀବୀ ପ୍ରଦୋଷ ପଟ୍ଟନାୟକ,ଶିଭାଶିଷ ପଟ୍ଟନାୟକ ଆଇନ ପରାମର୍ଶ ଦାତା […]
ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା ଇସ୍ରୋ । ଅନେକ ଉପଗ୍ରହ ଅପରେସନରେ ସାମିଲ ଥିଲା । ଆତଙ୍କୀଙ୍କ ଠିକଣାକୁ ଠାବ କରିବା ଏବଂ ସେନାକୁ ସହାୟତା କରିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପ୍ରମୁଖ ଭୂମିକା ରହିଥିଲା । ଭୁବନେଶ୍ବର ସିଟିଟିସି ପରିଦର୍ଶନ ସମୟରେ ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ । ଏଥିରେ ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ ଟୁଲ ରୁମ ଏବଂ ଟ୍ରେନିଂ ସେଣ୍ଟର(ସିଟିଟିସି)ର ଅନେକ ଅବଦାନ ରହିଥିଲା […]
ଆମେରିକା ଯିବେ ଓଡ଼ିଶା ବ୍ରହ୍ମପୁରର ଛାତ୍ର । ଯାହାକି କେବଳ ବ୍ରହ୍ମପୁର ନୁହେଁ ବରଂ ସାରା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଯୁକ୍ତରାଷ୍ଟ୍ର ଆମେରିକାର ଡ଼ଲାସ୍ ଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଜୁନିକର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବ୍ରହ୍ମପୁରର ତିନି ବିଦ୍ୟାର୍ଥୀ । ରେଶମ ସହରର ସରକାରୀ ମେଡ଼ିକାଲ କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟର ତିନି ଜଣ ଛାତ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସୃଜନଶୀଳତାକୁ ବ୍ୟବହାର କରି ପ୍ରସ୍ତୁତ କରିଥିବା ଦୁଇ […]
ଦିବ୍ୟାଙ୍ଗଙ୍କ ପାଇଁ ଖୁସିଖବର। ବଢ଼ିଲା ଭତ୍ତା। ଏଣିକି ଭିନ୍ନକ୍ଷମଙ୍କୁ ମିଳିବ ୩୫୦୦ ଟଙ୍କା। ଆସନ୍ତା ଜୁନ ମାସରୁ ଏହି ବର୍ଦ୍ଧିତ ଭତ୍ତା ମିଳିବ। ସରକାରଙ୍କ ଏହି ପଦକ୍ଷେପ ଅନୁସାରେ, ୨୦୨୫ ମସିହା ଜୁନ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୮୦ ବର୍ଷ ଅତିକ୍ରମ କରିଥିବ ସେମାନଙ୍କୁ ସରକାର ଏଣିକି ୩୫୦୦ ଟଙ୍କା ଭତ୍ତା ଦେବେ । ସେହିଭଳି ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ, ସେମାନଙ୍କୁ ବି ଜୁନ୍ ମାସରୁ […]
ସରିଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ଆଜିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା । ୨୧ ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲଟ ଲାଗି କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯିବ । ଶୁକ୍ରବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀରେ ଅନୁଷ୍ଠିତ ହେବ ପ୍ରଥମ କ୍ରୀଡ଼ା ଉତ୍ସବ । ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ […]
୧୩ ଜିଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୩ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି।ଅନୁଗୋଳ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା,ମାଲକାନଗିରି, ନବରଙ୍ଗୁପୁରକୁ ସତର୍କ କରାଯାଇଛି। ଅନ୍ୟପଟେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ […]
ପଞ୍ଚାୟତ ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ୍ ୨୩ରେ ପଞ୍ଚାୟତ ଉପ-ନିର୍ବାଚନ ହେବ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବ ଉପନିର୍ବାଚନ । ଏଥିପାଇଁ ମେଂ ୨୨ ରେ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ ଉପ ନିର୍ବାଚନ ପାଇଁ ନୋଟିସ ଜାରି ହେବ। ଆସନ୍ତା ୨୬, ୨୮,୨୯ , ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । […]
ଜୁଲାଇ ୧ରୁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମଙ୍ଗଳବାର ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ସକାଳ ସାଢ଼େ ୯ରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ରେ ପରୀକ୍ଷା। ତେବେ କେବଳ ପରୀକ୍ଷା ପାଇଁ ସମୟ ସାଢ଼େ ୯ରୁ ୧୧ଟା ୪୫ ରଖାଯାଇଛି। । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥିଙ୍କ ପାଇଁ ହାଇସ୍କୁଲ୍ ସାର୍ଟିଫିକେଟ ସପ୍ଲିମେଣ୍ଟାରି ପରୀକ୍ଷା […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଶକ୍ତି’ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଆଲର୍ଟ ଜାରି କରିଛି। ମେ’ ୨୯ ତାରିଖରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ସମ୍ଭାବନା ଥିବା କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି । ଯାହାକୁ ନେଇ ଏବେ ନାନା ଆଲୋଚନା ଆରମ୍ଭ ହୋଇଯାଇଛି ।ଏହି ବାତ୍ୟା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଏହା ଯାତ୍ରା ଏବଂ ମୌସୁମୀ ଋତୁ ଉପରେ […]
