ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ

ରାୟଗଡା ପୌରାଞ୍ଚଳରେ ପାଳିତ ହେଲା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ। ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଏ । କ୍ଷମତାର ବିକେନ୍ଦ୍ରୀକରଣ ହେଉଛି ସ୍ବାୟତ୍ତ ଶାସନର ମୂଳମନ୍ତ୍ର । ଏହି ଶାସନର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଏହି ଦିବସ ପାଳନ କରାଯାଏ । ନିଜେ ନିଜକୁ ଶାସନ କରିବାକୁ ସ୍ବାୟତ୍ତ ଶାସନ କୁହାଯାଏ,ଏବଂ ଯେଉଁ ସଂସ୍ଥା ଦ୍ବାରା ନିଜେ ନିଜକୁ ଶାସନ କରୁ, ତାହାକୁ ସ୍ବାୟତ୍ତ […]

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସାଇକେଲ ରାଲି

ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉ ଥିବା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଏନଏସି ହାଇସ୍କୁଲ ଏବଂ ବ୍ରଜେନ୍ଦ୍ର ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରୁ ମହର୍ଷି ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସାଇକେଲ ରାଲିକୁ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ […]

ଜିଲ୍ଲା ଲେଖକ ପରିଷଦ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଲେଖକ ପରିଷଦର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସିନ୍ଦୁରିଆ ବକ୍ସି ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶେଖ ଅବଦୁଲ ଖାଲିକ ଗତବର୍ଷ ଅନୁଷ୍ଠିତ ବାର୍ଷିକ ଉତ୍ସବର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବାର୍ଷିକ ଉତ୍ସବ ଡିସେମ୍ବର ୧୩ […]

ରାଜ୍ୟରେ ସାର ଅଭାବ ପାଇଁ ସରକାର ଦାୟୀ: ବିଜେଡି

ବର୍ତ୍ତମାନ ରାଜ୍ୟରେ ସାରର ନିଅଣ୍ଟିଆ ସ୍ଥିତି ଉପୁଜିଛି। କଳାବଜାରୀ ସ୍ଥିତି ଦେଖାଦେଇଛି। କଳାବଜାରୀ ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେଡି ବିଧାୟକ ଅରୁଣ କୁମାର ସାହୁ ଅଭିଯୋଗ ଆଣିଛନ୍ତି।ଏହି ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟ ସରକାର ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଛନ୍ତି, କିନ୍ତୁ କୃଷକମାନେ କଣ ରାଜ୍ୟର ଲୋକ ନୁହଁନ୍ତି କି ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି।ସେ କହିଥିଲେ, ରାଜ୍ୟର ଚାଷୀକୂଳଙ୍କ ସମସ୍ୟାକୁ […]

ଏବେ SC/ST ମାମଲାର ତଦନ୍ତ କରିବେ ଇନ୍ସପେକ୍ଟର ଓ SI

ଇନ୍ସପେକ୍ଟର ଓ ଏସଆଇଙ୍କ କ୍ଷମତା ବଢାଇଲେ ସରକାର । ଏଣିକି ଏସସି/ ଏସଟି ମାମଲାର ତଦନ୍ତ କରିପାରିବେ । ତଦନ୍ତ ସହ ଗିରଫ ଓ ସ୍ୱତନ୍ତ୍ର ଅଦାଲତରେ ମାମଲା କରିପାରିବେ । ପୂର୍ୱରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା । ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି ।ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ ​​କରିବା ପାଇଁ, ଓଡ଼ିଶା ସରକାରଙ୍କ ଗୃହ ମନ୍ତ୍ରଣାଳୟ […]

ସାପ କାମୁଡ଼ାରେ ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେଙ୍କ ପ୍ରାଣ ଚାଲିଗଲା

ସମ୍ଭାଳି ପାରିଲେନି ନାତୁଣୀର ମୃତ୍ୟୁ ଖବର। ଦୁଃଖରେ ମ୍ରିୟମାଣ ହୋଇ ଛାଡ଼ିଗଲା ଜେଜେ ଜୀବନ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଗୋବଣ୍ଡିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସାପ କାମୁଡ଼ାରେ ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେଙ୍କ ପ୍ରାଣ ଚାଲିଗଲା । ଗୋବଣ୍ଡିଆ ଗାଁର ଦେବେନ୍ଦ୍ର ପରମାଣିକଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶିନୀ । ଗୁରୁବାର ରାତିରେ ଶୋଇଥିବା ବେଳେ ତାଙ୍କୁ ବିଷଧର ସାପ କାମୁଡ଼ିଥିଲା । ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲା ବୋଲି କେହି ଜାଣି […]

ଷ୍ଟେସନରେ ଏଣିକି ରହିବ ଏସବୁ ଏକ୍ସପ୍ରେସ ଟ୍ରେନ

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଷ୍ଟେସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମେଲ୍/ଏକ୍ସପ୍ରେସ୍ ଟ୍ରେନର ରହଣିସ୍ଥଳ ପୁନଃସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ପ୍ରତ୍ୟାହାର କରାଯାଇଥିବା ଏହି ରହଣିସ୍ଥଳ ଗୁଡ଼ିକୁ ଯାତ୍ରୀ ଏବଂ ଜନପ୍ରତିନିଧିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବେ ପୁନଃସ୍ଥାପିତ କରାଯାଉଛି। ଏହା ୧ ସେପ୍ଟେମ୍ବର ୨୦୨୫ ଠାରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ। ଟ୍ରେନ ନମ୍ବର ୧୨୮୨୨ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସର ରହଣି ମାର୍କୋଣା ରେଳ ଷ୍ଟେସନରେ ଏବଂ ଟ୍ରେନ ନମ୍ବର ୧୨୮୭୨ ଟିଟଲାଗଡ଼-ହାୱଡା ଇସ୍ପାତ […]

ଆଇନଜୀବୀ ଲାଇସେନ୍ସ ଥିଲେ କରିପାରିବେନି ଅନ୍ୟ ବ୍ୟବସାୟ

ଆଇନଜୀବୀ ଲାଇସେନ୍ସ ହାସଲ କରିଥିବା ବ୍ୟକ୍ତି ଏଣିକି ଅନ୍ୟ ବ୍ୟବସାୟ କରିପାରିବେନି।ଆଇନଜୀବୀ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଅନ୍ୟ ପେଶାରେ କାର୍ଯ୍ୟ କରୁଥିବା ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଛି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ।ଆଡଭୋକେଟ୍ ଆକ୍ଟ, ୧୯୬୧ ଅନୁଯାୟୀ; ଲାଇସେନ୍ସ ପାଇବା ପରେ ଜଣେ ଆଇନଜୀବୀ ଏହି ପେଶାରେ ପୂର୍ଣ୍ଣାଙ୍ଗ ରୂପେ କାର୍ଯ୍ୟ କରିବେ। ଅନ୍ୟ ପେଶାରେ କାର୍ଯ୍ୟ କରିବା ପେଶାଗତ ନୈତିକତାର ବିରୁଦ୍ଧାଚରଣ କରିବା।ଏହି ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏପ୍ରିଲ ୧୨ରେ […]

ମାତ୍ର ୨ହଜାର ଟଙ୍କା ପାଇଁ ମହିଳାଙ୍କ ବେକରେ ଚପଲ ମାଳ ପକାଇ ଗାଁ ସାରା ବୁଲାଇଲେ

ମାତ୍ର ୨ହଜାର ଟଙ୍କା ପାଇଁ ମଣିଷ ଭୁଲିଗଲା ହିତାହିତ ଜ୍ଞାନ। ମହିଳାଙ୍କ ବିଚ୍ ରାସ୍ତାରେ କଲେ ଦେଲେ ଲୋକଲଜ୍ଜା। ବେକରେ ପିନ୍ଧାଇଲେ ଚପଲ ମାଳ, ମୁହଁରେ କଳା ବୋଳି ପୁରା ଗାଁରେ ବୁଲାଇଲେ ।ତେବେ ଏହି ଅଭାବନୀୟ ଦୃଶ୍ୟ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଋଣ ସୁଝି ନ ପାରିବାରୁ ଗାଁରେ ବୈଠକ ହୋଇଥିଲା ଆଉ ତାଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଯାଇଛି। ମହିଳା […]

୭ ବର୍ଷ ପରେ ଚୀନ ମାଟିରେ ମୋଦୀ

ସରିଲା ଜାପାନ ଗସ୍ତ । ଚୀନରେ ପହଞ୍ଚିଲେ ମୋଦୀ । ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।ସେ ଏଠାରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ(SCO)ରେ ଯୋଗଦେବେ। ଶିଖର ସମ୍ମିଳନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିବେ।୭ ବର୍ଷ ପରେ ମୋଦୀ ଚୀନ ଗସ୍ତରେ ଥିବା ବେଳେ ଗଲଓ୍ଵାନ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ତେବେ ୨୦୧୯ ପରଠାରୁ […]

ଶ୍ରୀଜଗନ୍ନାଥ ସେବା ନାମରେ ସାଇବର ଠକେଇ

ଶ୍ରୀଜଗନ୍ନାଥ ସେବା ନାମରେ ସାଇବର ଠକେଇ l ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ କରି ପୂଜା ପାଇଁ ବିଜ୍ଞପ୍ତି l ଏମିତି ଖବର ଏବେ ଭାଇରଲ ହୋଇଛି ସୋସିଆଲ ମିଡିଆରେ l ଅନଲାଇନରେ ବିଭିନ୍ନ ପୂଜାର ଦର ଦିଆଯାଇଛି l ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଟଙ୍କା, ଚତୁର୍ଦ୍ଧା ବିଗ୍ରହଙ୍କ ପୂଜା ପାଇଁ ୪ ହଜାର ୭୫୦ ଟଙ୍କା, ସ୍ଵତନ୍ତ୍ର ଅଭିଷେକ ପୂଜା ପାଇଁ ୭ ହଜାର ୫୦୦ ଟଙ୍କା, ତୁଳସୀ ଦାନ ପୂଜା ପାଇଁ […]

ଏସ୍‌ଆଇ ପରୀକ୍ଷା ପାଇଁ ବଡ଼ ଅପଡେଟ୍; ବାହାରିଲା ପରୀକ୍ଷା ତାରିଖ

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସଆଇ ପଦବୀ ପାଇଁ ଆଜି ପରୀକ୍ଷା ତାରିଖ ପ୍ରକାଶ ପାଇଛି । ଏସ୍‌ଆଇ ପଦବୀ ପାଇଁ ଓଏମ୍‌ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୪ ଏବଂ ୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପୋଲିସ ପରୀକ୍ଷା । ପୂର୍ବରୁ ଏହି ପରୀକ୍ଷା ଦୁଇଥର ଘୁଞ୍ଚିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ […]