ଏସ୍‌ଆଇ ପରୀକ୍ଷା ପାଇଁ ବଡ଼ ଅପଡେଟ୍; ବାହାରିଲା ପରୀକ୍ଷା ତାରିଖ

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସଆଇ ପଦବୀ ପାଇଁ ଆଜି ପରୀକ୍ଷା ତାରିଖ ପ୍ରକାଶ ପାଇଛି । ଏସ୍‌ଆଇ ପଦବୀ ପାଇଁ ଓଏମ୍‌ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୪ ଏବଂ ୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପୋଲିସ ପରୀକ୍ଷା । ପୂର୍ବରୁ ଏହି ପରୀକ୍ଷା ଦୁଇଥର ଘୁଞ୍ଚିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ […]

ଆହୁରି ୫ ଦିନ ବର୍ଷା ବର୍ଷା ସମ୍ଭାବନା

ରାଜ୍ୟରେ ଆହୁରି ୫ ଦିନ ପ୍ରବଳ ବର୍ଷା ଜାରି ରହିବ । କାଲିଠୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ, ଉପକୂଳ, ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର, […]

ସେପ୍ଟେମ୍ବରରେ ୧୫ ଦିନ ବ୍ୟାଙ୍କ୍ ଛୁଟି, ଛୁଟି ତାଲିକା ଦେଖି ସାରିଦିଅନ୍ତୁ ଜରୁରୀ କାମ

ସେପ୍ଟେମ୍ବରରେ ସୋମବାରରୁ ଆରମ୍ଭ ହେବ । ତେବେ ସେପ୍ଟେମ୍ବରରେ ବ୍ୟାଙ୍କ କେତେ ଦିନ ଛୁଟି ରହିବ ସେନେଇ ଆରବିଆଇ ଏକ ତାଲିକା ପ୍ରକାଶ କରିଛି ।ସେପ୍ଟେମ୍ବର ୩ ରୁ ୫ କର୍ମ ପୂଜା ଯୋଗୁଁ ରାଞ୍ଚି ଏବଂ ପାଟନାରେ ବ୍ୟାଙ୍କଗୁଡ଼ିକ ୩ ସେପ୍ଟେମ୍ବରରେ ବନ୍ଦ ରହିବ। ପ୍ରଥମ ଓନମ ଯୋଗୁଁ ତ୍ରିଭେନ୍ଦ୍ରମ ଏବଂ କୋଚିରେ ବ୍ୟାଙ୍କଗୁଡ଼ିକ ୪ ସେପ୍ଟେମ୍ବରରେ ବନ୍ଦ ରହିବ। ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ସହରରେ ଈଦ୍-ଏ-ମିଲାଦ/ମିଲାଦ-ଉନ୍-ନବୀ/ଥିରୁଭୋନମ୍/ମିଲାଦ-ଏ-ଶରିଫ୍ ଯୋଗୁଁ […]

ଜାପାନ ପିଏମଙ୍କ ସହ ବୁଲେଟ ଟ୍ରେନରେ ବୁଲିଲେ ମୋଦି

ଏବେ ପିଏମ୍ ମୋଦି ଜାପାନ ଗସ୍ତରେ ଅଛନ୍ତି । ଆଜି ତାଙ୍କ ଗସ୍ତର ଦ୍ବିତୀୟ ଦିନ । ଏହି ସମୟରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଙ୍ଗେରୁ ଇଶିବାଙ୍କ ସହିତ ଏକ ବୁଲେଟ୍ ଟ୍ରେନରେ ଯାତ୍ରା କରିଥିଲେ ।। ଉନ୍ନତ ବୁଲେଟ୍ ଟ୍ରେନ୍ ଇ-୧୦ ଦେଖିବା ପାଇଁ ମିଆଗି ପ୍ରଦେଶର ସେଣ୍ଡାଇରେ ପହଞ୍ଚିଥିଲେ ମୋଦୀ । ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏହି ସମୟରେ ଭାରତୀୟ ଡ୍ରାଇଭରମାନଙ୍କୁ ମଧ୍ୟ ଭେଟିଥିଲେ […]

ପୁଣି ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ, ସେୟାର କଲେ ସିକିମ୍ ମୁଖ୍ୟମନ୍ତ୍ରୀ

ପୁଣି ପୁରୀ ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବର୍ତ୍ତମାନ ସେ ଏହି ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି । ତଥାପି ଏହି ପ୍ରସଙ୍ଗ ପୁଣି […]

ବିଧାନସଭାରେ ପେନସନ ପାଇଁ ଆବେଦନ କଲେ ଜଗଦୀପ ଧନଖଡ଼

ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ଧନଖଡ ୧୯୯୩ ମସିହାରେ କଂଗ୍ରେସ ଟିକେଟରେ ଆଜମେର ଜିଲ୍ଲାର କିଶନଗଡ଼ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ବିଧାୟକ ହୋଇଥିବାରୁ ତାଙ୍କର ଏବେ ବିଧାନସଭାରୁ ପେନସନ ପାଇବାର ଅଧିକାର ଅଛି।ବିଧାନସଭା ସଚିବାଳୟ ଜଗଦୀପ ଧନଖଡଙ୍କ ଆବେଦନର ଅନୁମୋଦନ ପ୍ରକ୍ରିୟାକୁ ଆଗକୁ ବଢାଇଛି। ଧନଖଡ଼ ରାଜସ୍ଥାନର ଦଶମ ବିଧାନସଭାର ସଦସ୍ୟ ଥିଲେ।ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ କହିଛନ୍ତି – ପୂର୍ବତନ ଉପରାଷ୍ଟ୍ରପତିଙ୍କ ପେନସନ ପାଇଁ ଆବେଦନ […]

ଟ୍ରେନ୍ ଟଏଲେଟ୍‌ରୁ ମିଳିଲା ମୃତଦେହ

ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି। ସୂଚନାମୁତାବକ ଶୌଚାଳୟ ସଫେଇ ବେଳେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସଫେଇ କର୍ମଚାରୀ। ଏ ଘଟଣା ସଂପର୍କରେ ଜିଆର୍‌ପି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଜିଆର୍‌ପି ପୁଲିସ। ସାଇଣ୍ଟିଫିକ୍ ଟିମ୍ […]

ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼

ଜଟଣୀ ଥାନା ଛକରେ ପଡିଥିଲା ପାର୍ବତୀ ଗଣନାନ୍ୟ । ଆଉ ଚାଲିଥିଲା ଅପେରା ।ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଡାନ୍ସରେ ମତୁଆଲା ଥିଲେ ଦର୍ଶକ। ଠିକ ସେହିସମାୟାରେ ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼ ହୋଥିଲା । ଆଗ ଧାଡ଼ିରେ ବସିଥିବା ଜଣେ ଯୁବକ ଠିଆ ହୋଇ ନିଶା ମହାରଣାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ଏହି ଚେୟାର ମାଡ଼ରେ ନିଶାଙ୍କ ଦେହରେ ଆଘାତ ଲାଗିନଥିବା ଜଣାପଡ଼ିଛି। ନାଚ ବନ୍ଦ ହୋଇଯିବାରୁ କିଛି ଯୁବକ ଉତ୍ତ୍ୟକ୍ତ […]

ସଂସଦରେ ଶୋଭା ପାଇବ ରଥଚକ

ଭାରତର ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ତିନି ରଥର ଗୋଟିଏ ଲେଖାଏଁ ଚକ। ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ତିନି ରଥର ଗୋଟିଏ ଲେଖାଏଁ ଚକ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।ଏନେଇ ରହିଥିବା ସରକାରୀ ପ୍ରକ୍ରିୟା ଶେଷ ହେବା ପରେ ରଥଚକ ଯିବା ବ୍ୟବସ୍ଥା […]

ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା  ସମ୍ପର୍କ ରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ସାରା ରାଜ୍ୟ ରେ ସାର ଯୋଗାଣ ରେ ବ୍ୟାପକ ଅବ୍ୟବସ୍ଥା।କଳାବଜାର,ଅପମିଶ୍ରଣ ଏବଂ ବଜାର ରେ ୟୁରିଆ ମିଳୁ ନ ଥିବାରୁ ଚାଷୀ କୂଳ ହନ୍ତସନ୍ତ।ବିଭିନ୍ନ ସ୍ଥାନ ରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି।ସାର ପାଇଁ  ଆଜି ରାସ୍ତା ରେ ଚାଷୀଓ ଚାଷୀ କୂଳ ର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ.।କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଜେ.ପି […]

ଟ୍ରମ୍ପଙ୍କୁ ବଡ଼ ଝଟକା, ଅତିରିକ୍ତ ଟାରିଫକୁ ବେଆଇନ ଘୋଷଣା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି । ଆମେରିକା ସଂଘୀୟ ଅପିଲ ଅଦାଲତ ଟ୍ରମ୍ପଙ୍କ ଦ୍ବାରା ଲାଗୁ ହୋଇଥିବା ଅତିରିକ୍ତ ଟାରିଫକୁ ଅବୈଧ କରିଛନ୍ତି । ଆମେରିକା ଦ୍ବାରା ଲାଗୁ କରାଯାଇଥିବା ଅତିରିକ୍ତ ଶୁଳ୍କକୁ ବେଆଇନ ବୋଲି ଶୁକ୍ରବାର ଦିନ ଆମେରିକା ଫେଡେରାଲ ଆପିଲ କୋର୍ଟ ଟ୍ରମ୍ପଙ୍କୁ ରାୟ ଦେଇଛନ୍ତି ।ଫେଡେରାଲ୍ ସର୍କିଟ୍ ପାଇଁ ଆମେରିକାର ଆପିଲ୍ କୋର୍ଟ କହିଛି ଯେ ରାଷ୍ଟ୍ରପତିଙ୍କ ପାଖରେ ଜରୁରୀକାଳୀନ କ୍ଷମତା ଅଛି, କିନ୍ତୁ ସେଥିରେ ଶୁଳ୍କ କିମ୍ବା […]

ଆଜିର ରାଶିଫଳ(୩୦ ଅଗଷ୍ଟ, ୨୦୨୫)

ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]