୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଆଗାମୀ ସେପ୍ଟେମ୍ବର ୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ lମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ସେପ୍ଟେମ୍ବର ୧ ତାରିଖ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ lସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା l

ଚମକିବ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିର

ରାୟଗଡ-ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ଚମକିବ । ଉନ୍ନତି କରଣ ପାଇଁ ଖର୍ଚ୍ଚ ହେବ ୩୬ କୋଟି। ତତ୍କାକିନ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬ କୋଟି ଟଙ୍କା ମଞ୍ଜୁରୀ କରିଥିଲେ। ଆଜି ଠିକା ସଂସ୍ଥା ମାଲିକ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସମେତ ତାଙ୍କ ପରିବାର,ମନ୍ଦିର ପରିଚାଳନା କମିଟି ସଦସ୍ୟ,ମନ୍ଦିର ପୂଜକ , ମନ୍ଦିର କର୍ମଚାରୀଙ୍କ ଉପସ୍ଥିତିରେ ରାଜ ପୁରୋହିତ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ ଶିଳାନ୍ୟାସ କରିଛନ୍ତି। ପ୍ରଥମ […]

ମାଁ ମଝିଘରିଆଣୀଙ୍କ ମନ୍ଦିର ନବୀକରଣ ପାଇଁ ଭୂମିପୂଜନ।

ରାୟଗଡ଼ା ତା ୨୫/୦୮- ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ର ଉନ୍ନତି କରଣ ପାଇଁ ତତ୍କାକିନ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬ କୋଟି ଟଙ୍କା ମଞ୍ଜୁରୀ କରିଥିଲେ। ଆଜି ତାର ଶିଳାନ୍ୟାସ କାରାଯାଇଛି.। ପ୍ରଥମ ପର୍ଯ୍ୟାୟରେ ୨୬ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗର ତତ୍ତ୍ୱାବଧାନରେ କାଶୀକଞ୍ଚନ ପ୍ରାଇଭେଟ ଲିମିଟେଡ଼ କନଷ୍ଟ୍ରସନ ଦ୍ୱାରା ଆଜି ଶିଳାନ୍ୟସ କରାଯାଇଛି। ମନ୍ଦିରର ଚତୁଃପାର୍ଶ୍ବରେ ଉନ୍ନତିକରଣ କରାଯିବା ସହ ତିନି ଦ୍ବାର […]

ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା

ଦେଶବ୍ୟାପୀ ୩୧ ସହରରୁ ୧୨,୭୭୦ ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ ମତାମତ ଆଧାରରେ ପ୍ରସ୍ତୁତ ହୋଇଥିବା ଜାତୀୟସ୍ତରୀୟ ସୂଚକାଙ୍କ ଗୁରୁବାର ପ୍ରକାଶ ପାଇଥିଲା। ତେବେ ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡିଶା ସୁରକ୍ଷିତ । ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ । ଅପରାଧୀନଙ୍କ ବିରୋଧରେ ତୁରନ୍ତ ଦୃଢ କାଯ୍ୟାନୁଷ୍ଠାନ ହେଉଛି ।ସର୍ଭେରେ […]

୩ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଆଇନ ମନ୍ତ୍ରୀ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା । ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।ଧାଡ଼ି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଆଲୋଚନା ହେବ’ ।ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନୂତନ କମିଟିର ଏହା ପ୍ରଥମ ବୈଠକ । ବୈଠକରେ ନୂତନ ସବ୍ କମିଟି ଗଠନ ହେବ । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ରତ୍ନଭଣ୍ଡାର ଗଣତି, ମଣତି ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା […]

ଆଜି ସାରା ଦେଶ ପାଳୁଛି ଜାତୀୟ କ୍ରୀଡ଼ା ଦିବସ

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଏହି ଦିବସ ସଚେତନ କରାଇଥାଏ। ଏହାସହ ସ୍ବାସ୍ଥ୍ୟ ସଚେତନ ଦୃଷ୍ଟିରୁ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ନେଇ ଏହି ଦିବସ ଲୋକଙ୍କୁ ପ୍ରୋତ୍ସାହିତ କରିଥାଏ। ଉଲ୍ଲେଖଯୋଗ୍ୟ, ଭାରତୀୟ ହକିର କିଂବଦନ୍ତି ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ୧୯୦୫ ଅଗଷ୍ଟ ୨୯ରେ ଜନ୍ମ ହୋଇଥିଲେ। ଆନ୍ତର୍ଜାତିକ ହକିରେ […]

ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ,ରାଜ୍ୟ ପାଇଁ ଅଶୁଭ ବେଳା ?

୨୦୨୫ ସେପ୍ଟେମ୍ବର ୭ ପରେ ୨୦୨୬ ମାର୍ଚ୍ଚ ୩ । ମାତ୍ର ୬ ମାସ ବ୍ୟବଧ୍ୟାନରେ ସଂଗଠିତ ହେବାକୁ ଯାଉଛି ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ । ଚଳିତ ଆର୍ଥିକ ବର୍ଷରେ ଦୁଇଟି ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଦ୍ଵନ୍ଦ୍ଵ ବଢ଼ୁଥିବା ବେଳେ ଭିନ୍ନ ମତ ରଖିଛନ୍ତି ଜ୍ୟୋତିର୍ବିଦ । ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି […]

ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବରରେ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଉଦଘାଟିତ । ଏହି ସମ୍ମିଳନୀ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି । ଏଥିରେ ସାରା ଦେଶରୁ ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଅଛନ୍ତି । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ଜାତୀୟ ବୈଠକର ଆୟୋଜନ କରାଯାଇଛି […]

ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନଜନକ ଶବ୍ଦ କହି ଫସିଲେ ବ୍ୟକ୍ତି

ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିହାରରେ ମହାଗଠବନ୍ଧନ ପକ୍ଷରୁ ଏକ ଭୋଟର ଅଧିକାର ଶୋଭାଯାତ୍ରା ବାହାର କରାଯାଉଛି। ସକାଳେ ରାଲି ସୀତାମାଢ଼ିରୁ ଦରଭଙ୍ଗାରେ ପହଞ୍ଚିଥିଲା। ଏଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସମୟରେ ରଫିକ୍ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ତଥାପି, ରାଲି ଆୟୋଜକ ନୌସାଦ ଏହି ମାମଲାରେ କ୍ଷମା […]

ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ

ଜନୈକ ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି।ଥାନାରେ ଏତଲା ଦେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ।କିଛି ଦିନ ଧରି ସଂସ୍କୃତ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଅସଦାଚାରଣ କରୁଥିବା ଛାତ୍ରୀମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ସ୍କୁଲ ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା । ହେଲେ ବାରମ୍ବାର ତାଗିଦ୍ ସତ୍ତ୍ବେ ସଂସ୍କୃତ ଶିକ୍ଷକ ସୁଧୁରିଲେନି। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଗୁରୁଣ୍ଡିଆ ଥାନାରେ ଏନେଇ ଏତଲା ଦେଇଥିଲେ । ପ୍ରାୟ ୬ରୁ ୭ ଜଣ ଛାତ୍ରୀ ସଂସ୍କୃତ […]

ଓଡ଼ିଶାରେ ପହଞ୍ଚିଲେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ୱର ବିମାନବନ୍ଦରରେ ଶୁକ୍ରବାର ପହଞ୍ଚିଛନ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା। ଆଜି ଓଡ଼ିଶା ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଉଦ୍‌ଘାଟନ କରିବେ। ୧୯୯୪ ପରେ ପ୍ରଥମ ଥର ଓଡିଶାରେ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ ୨ କେନ୍ଦ୍ର ମନ୍ତ୍ରୀ । ସବୁ ରାଜ୍ୟ […]

ଜବରଦସ୍ତ ଚାନ୍ଦା ମାଗୁଥିଲେ ସାବଧାନ ! ଫୋନ୍ କ​‌ଲେ ଉଠାଇ ନେବ ପୁଲିସ

ପାର୍ବଣ ବେଳେ ଜବରଦସ୍ତ ଚାନ୍ଦା ମାଗୁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେବାପରେ କଟକ ପୁଲିସ ପକ୍ଷରୁ ଦୁଇଟି ମୋବାଇଲ୍‌ ନମ୍ବର ଜାରି ହୋଇଛି । କଲ୍ କରିବାକୁ ଚାହୁଁଥିବା ବ୍ୟକ୍ତି ୨ଟି ମୋବାଇଲ୍‌ ନଂ ୭୩୨୮୦୭୭୩୨୪, ୮୪୮୦୫୧୩୦୦୭ ଫୋନ୍‌ କରନ୍ତୁ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି […]