ରାଜଧାନୀରେ ଅଭାବନୀୟ ଘଟଣା। ପେଟ୍ରୋଲ ଢ଼ାଳି ଜଳିଗଲେ ଯୁବକ। ପାଣ୍ଡରା ୧୮ ନମ୍ବର୍ ୱାର୍ଡ ଅଫିସ ପଛପଟେ ପେଟ୍ରୋଲ ଢ଼ାଳି ଜଳିଗଲେ ଯୁବକ। ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିଜ ଘର ଛାତରେ ଆଇନଜୀବୀ ଜଣକ ଜଳି ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଆଇନଜୀବୀ ଜଣକ କାହିଁକି ଆତ୍ମାହୁତି […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ ମିଥୁନ: […]
ହଠାତ୍ ନଈରେ ମାଡ଼ି ଆସିଲା ପାଣି। ଏହି ସମୟରେ ନଦୀ ପାର ହେଉଥିବା ଜଣେ ବୃଦ୍ଧା ସ୍ରୋତରେ ଭାସିଗଲେ। ସୌଭାଗ୍ୟକୁ ଏକ ଟାପୁରେ ଅଟକି ରହିଥିଲେ। ୩ଦିନ ଧରି ବର୍ଷାରେ ଭିଜି ଭୋକ ଉପାସରେ ସେଠାରେ ରହିଥିଲେ। ଶେଷରେ, ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି।ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ଅଙ୍ଗାରପଦା ପଞ୍ଚାୟତର କଲନ୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି କିଛି । କଲନ୍ଦା ଗାଁର ଖଇରିଭଣ୍ଡନ ଏବଂ ବୈତରଣୀ ନଦୀର ସଙ୍ଗମ ସ୍ଥଳ ହୋମୁହାଁଣିର ନିକଟସ୍ଥ […]
ଜନ୍ମକଲା ମା’କୁ ଛାଡ଼ିଲାନି ପୁଅ। ହାଣି ଖଣ୍ଡ ଖଣ୍ଡ କରି କାଟିଦେଲା। ଏତିକିରେ ମନ ଶାନ୍ତି ହେଲାନି, ମା’ର କଟା ଖଣ୍ଡ ପାଖରେ ବସି ଗୀତ ଗାଇଲା ଅଲାଜୁକ ପୁଅ।ଛତିଶଗଡ଼ର ଜଶପୁରରେ ଠିକ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଯେଉଁ ମାଆ ତା ପୁଅକୁ ନଅ ମାସ ଧରି ଗର୍ଭଯନ୍ତ୍ରଣା ସହି ଜନ୍ମ କରିଥିଲା ପୁଣି ତାକୁ କୋଳେଇ ଧରି ବଡ଼ କରିଥିଲା । କିଛି ମିନିଟରେ ସେହି ପୁଅ ମାରଣାସ୍ତ୍ରରେ ଖଣ୍ଡ ଖଣ୍ଡ […]
ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ ସାହୁ । ଯାହା ଫଳରେ ସେପ୍ଟେମ୍ବରରୁ ପହିଲାରୁ ରାଜ୍ୟରେ ଜାରି ରହିବ ବର୍ଷା ପୁଣି ଭିଜିବ ଓଡିଶା । ତେବେ ଗୁରୁବାର ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଶୁକ୍ରବାରଠୁ କମିବ ବର୍ଷାର ପରିମାଣ […]
ବଡ଼ଗଡ଼ ବ୍ରିଟ କଲୋନୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ପୁଲିସ। ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ସନ୍ଦେହ କରାଯାଉଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ଏହି ଯୁବକଙ୍କ ମୃତଦେହ ନିକଟରୁ ଦୁଇ ଯୁବତୀ ମୋବାଇଲ୍ ଫୋନ୍ ନେଇ ଏକ ସ୍କୁଟିରେ ପଳାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସିସିଟିଭି ଫୁଟେଜ୍ ଆଧାରରେ ବଡ଼ଗଡ଼ ଥାନା ପୋଲିସ ଏହି ଦୁଇ ଯୁବତୀଙ୍କୁ ଖୋଜୁଛି। ମୃତ ଯୁବକଙ୍କ ନାଁ ହେଉଛି ଶୁଭମ ପଣ୍ଡା। ତାଙ୍କ ଘର ଯାଜପୁରର […]
ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପିଏମ୍ ଘୋଷଣା କରିଥିଲେ GST ସଂସ୍କାର । ଆଉ କହିଥିଲେ ଯେ ଏହି ସଂସ୍କାରଗୁଡ଼ିକ ଦୀପାବଳି ପୂର୍ବରୁ ଲାଗୁ କରାଯିବ । ଆସନ୍ତା ସପ୍ତାହରେ ବସିବାକୁ ଯାଉଛି GST ପରିଷଦ ବୈଠକ । ବିଶେଷକରି ୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଉପରୁ ଜିଏସଟି ଛାଡ଼ କରାଯିବ ବୋଲି ସୂଚନା ମଳିଛି । ୟୁଏଚଟି କ୍ଷୀର, ପ୍ୟାକେଟ୍ ଛେନା, ପିଜା, ଚପାତି, ଆଦି ଖାଦ୍ୟ ସାମଗ୍ରୀ ଉପରେ […]
ଡାକ୍ତରଙ୍କ ଚରମ ଅବହେଳା । ଭୁଲ ଇଞ୍ଜେ୍କ୍ସନ ଯୋଗୁଁ ଅଚଳ ହୋଇଗଲା ଗୋଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ । ପଟ୍ଟାମୁଣ୍ଡାଇ ମାଟିଆ ଗାଁ ସୁବ୍ରତ ମଲିକ ତାଙ୍କ ୪ ବର୍ଷର ପୁଅକୁ ଗତ ୨୩ ତାରିଖ ଦିନ ଥଣ୍ଡା ଜ୍ବର ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେଇଥିଲେ । ଏହାପରେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲା ପରେ ତାଙ୍କ […]
ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଗିରଫ ହୋଇଛନ୍ତି। ଯୁବକ ଜଣକ କଟକର ବାସିନ୍ଦା । ସେ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରବଚନ ଦେଉଥିଲେ। ଚୋରି କରିବା ଅପରାଧ, ଏହାକୁ କିପରି ରୋକା ଯାଇ ପାରିବ ସେସମ୍ପର୍କରେ ଲୋକମାନଙ୍କୁ ପ୍ରବଚନ ଦେଉଥିଲେ। ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି।ତାଙ୍କଠାରୁ ୨ ଶହ ଗ୍ରାମ […]
ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ। ସମ୍ବଲପୁର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀଙ୍କୁ ନବାନ୍ନ ଲାଗି କରାଯାଇଛି । ନବାନ୍ନ ଲାଗି ସମୟରେ ମାଆଙ୍କୁ ନୂଆ ଧାନରେ ଅନ୍ନ ଲାଗି କରାଯିବା ସହ ମହାଆଳତି ମଧ୍ୟ କରାଯାଇଥିଲା । ତେବେ ବଲାଙ୍ଗୀରରେ ଥିବା ରାଜ ପରିବାରରେ ବି ଦେଖିବାକୁ ମିଳିଥିଲା ନୁଆଁଖାଇର ମାହୋଲ । ରାଜକୀୟ ଢଙ୍ଗରେ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ନୁଆ […]
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଓସ୍ତପୁରା ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାମୁତାବକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ସ୍କୁଲ କତ୍ତୃପକ୍ଷଙ୍କ ନଜରକୁ ଆସିଥିଲା। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଅଭିଭାବକଙ୍କୁ ଡକାଇ ଥାନାରେ ଜଣାଇବା ସହ ଛାତ୍ରୀଙ୍କ ମେଡିକାଲ୍ ଟେଷ୍ଟ କରିଥିଲେ। ଅଭିଯୋଗ ପରେ ପୁଲିସ ତତ୍ପରତା ପ୍ରକାଶ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା। […]
ଗଣପର୍ବ ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା କ୍ଷେତ୍ରୀୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କ ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ନବାନ୍ନ ଖାଇ ନୂଆଁଖାଇ ପର୍ବ ପାଳନ କରିଛନ୍ତି । ଏଥିଲାଗି ସେ ଶ୍ୟାମସୁନ୍ଦର ପତିଙ୍କ ପରିବାରକୁ ଆତିଥେୟତା ଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ନୂଆଁଖାଇ’ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ। ଏହି ଦିନ ଏକାଠି ହେବା ଓ […]
