ନୋ ଫ୍ଲାଇଙ୍ଗ୍ ଜୋନ୍ରେ ପଇଁତରା ମାରିଲା ଡ୍ରୋନ୍ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍ରେ ଏକ ଅଜଣା ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ତେବେ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୁଲିସ ଠାବ କରିପାରିନାହିଁ । ବାରମ୍ୱାର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବାରୁ ମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି । ତେବେ ଏହା ପ୍ରଥମଥର କରି ନୁହେଁ ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପାଖରେ ଡ୍ରୋନ୍ ଉଡ଼ାଯାଇଛି ଏବଂ କ୍ୟାମେରା ଚଷମା ଲଗାଇ ଭିତରକୁ […]
ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ମାତ୍ର ସପ୍ତମ ଶ୍ରେଣୀ ପାଠ ପଢି ମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଉଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର […]
କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ କୃପା ଆପଣମାନଙ୍କ ଉପରେ ବର୍ଷୁ ଥାଉ ବୋଲି କହିଛନ୍ତି ନବୀନ । ଏହାସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇଫେରିବା ପରେ ପ୍ରଥମ ଭିଡିଓ ବାର୍ତ୍ତାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ।
କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମା’ ସମଲେଇଙ୍କ ଠାରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି କାମନା କଲେ ସିଏମ୍। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୟ ଜଗନ୍ନାଥ, ଜୟ ମାଁ ସମ୍ଲେଇ… “ସମ୍କୁ ମୋର ନୂଆଁଖାଇ ଜୁହାର୍”। ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆମର୍ […]
ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଗଣପର୍ବ । ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ପୂରା ପରିବାର ଏକାଠି ବସି ନୂଆ ଖାଇବାର ପରମ୍ପରା ରହିଛି । ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମଧ୍ୟମରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ ।ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ସୁନ୍ଦରଗଡ଼ ଜିଲାର ଶିଖରବାସିନୀ ଓ ସମଲେଇ, ନୂଆପଡ଼ା ଜିଲାର ଟାନୱାନ କଣା ଭଇଁରା ଓ ସମଲେଇ, ବରଗଡ଼ ଓ ଝାରସୁଗୁଡ଼ା ଜିଲାର ସମଲେଇ, […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ମାତ୍ର ସପ୍ତମ ଶ୍ରେଣୀ ପାଠ ପଢି ମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଉଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ […]
ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ବୁଧବାର ଚତୁର୍ଥୀ ତିଥିରେ ଘର ଲିପା, ପୋଛାଠାରୁ ଆରମ୍ଭ କରି ସାଜସଜ୍ଜା କରାଯାଇଛି। ଗୁରୁବାର ସକାଳୁ ଇଷ୍ଟଦେବୀଙ୍କ ନିକଟରେ ନୂଆ ଧାନ ଲାଗି ହେବା ପରେ ପରିବାରର ସମସ୍ତ ସଦସ୍ୟ ମିଶି ନୂଆଁ ଖାଇବେ। ଏହାସହିତ ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଆସନ୍ତାକାଲି ସକାଳୁ କୃଷକମାନେ କ୍ଷେତରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ପରେ ନୂଆଁ ଖାଇବେ। ଏପଟେ, ଆରାଧ୍ୟ ଦେବୀ ମା’ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ନୂଆଗାଁ ବ୍ଳକ ମାଳିସାହି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଶିକ୍ଷକତା କରି ଜଣେ କୃତବିଦ୍ୟ ଶିକ୍ଷକ ଭାବରେ ସହସ୍ରାଧିକ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ କରିବା ସହିତ ଦେଶବିଦେଶରେ ପ୍ରତିଷ୍ଠା ଲାଭ କରିବାରେ ମୂଳଦୁଆ ପକାଇଥିବା ଆଦର୍ଶ ଶିକ୍ଷକ ଅଲେଖ ବେହେରାଙ୍କୁ ଆସନ୍ତା ସେପ୍ଟେମ୍ବର ସାତ ତାରିଖରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଆବାହକ ବିଶ୍ଵନାଥ ମହାପାତ୍ର ପ୍ରକାଶ କରିଛନ୍ତି। ସେହି […]
ଶରଣକୁଳ,(ଓଡ଼ିଶା ଦର୍ପଣ):ବିଶିଷ୍ଟ ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୨ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଆଲୋଚନା ଚକ୍ର ଜନ୍ମମାଟି ଶରଣକୁଳ ଠାରେ ବୁଧବାର ପବିତ୍ର ଗଣେଶ ପୂଜାରେ ପାଳିତ ହୋଇଯାଇଛି l ସହଯୋଗ ସ୍ବେଛାସେବୀ ସଂଗଠନ ଓ ପୂଜ୍ୟପୂଜା କମିଟି ଶରଣକୁଳ ପକ୍ଷରୁ ସ୍ଥାନୀୟ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାଚକ୍ରରେ ଶରଣକୁଳ ମହା ବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପିକା ଡ. ମନୋଜିନି ଦଳବେହେରା, ଅବସର ପ୍ରାପ୍ତ ଅଧ୍ୟାପିକା […]
ବିହାର ନାଳନ୍ଦା ଜିଲ୍ଲାରେ ନୀତୀଶ ସରକାରଙ୍କ ମନ୍ତ୍ରୀ ତଥା ଜେଡିୟୁ ନେତା ଶ୍ରବଣ କୁମାରଙ୍କ ଉପରକୁ ଆକ୍ରମଣ । ଏହି ଆକ୍ରମଣରେ ତାଙ୍କର ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ଗ୍ରାମୀଣଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ମନ୍ତ୍ରୀ ଦୀର୍ଘ ୧ କିମି ବାଟ ଦୌଡିଥିଲେ । ଗ୍ରାମୀଣଙ୍କ ଆକ୍ରମଣରେ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ହିଲସା ଥାନା ଅନ୍ତର୍ଗତ ମାଲାବନ ଗାଁରେ ।ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ ଉଭୟ […]
ରାୟଗଡ:-ତା. ୨୭/୦୮-ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ସି ଏମ କିଶାନ ସହାୟତା ରାଶି ଅନ୍ତର୍ଗତ ରବି ୨୦୨୫-୨୬ ଆର୍ଥିକ ବର୍ଷରେ ଚାଷୀ ମାନଙ୍କ ଜମାଖାତାକୁ ହସ୍ତାନ୍ତର କାର୍ଯ୍ୟକ୍ରମକୁ ରାୟଗଡ କୃଷି ଜିଲ୍ଲା ବିଭାଗ ତରଫରୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ରାୟଗଡ ଶ୍ରୀଯୁକ୍ତ କାଡ୍ରlକା ଅlପ୍ପlଲ ସ୍ୱାମୀ ସହ ସଭାପତିତ୍ବ କରିଥିଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି(ଭା. […]
