ରାୟଗଡ:-ତା. ୨୭/୦୮-ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ସି ଏମ କିଶାନ ସହାୟତା ରାଶି ଅନ୍ତର୍ଗତ ରବି ୨୦୨୫-୨୬ ଆର୍ଥିକ ବର୍ଷରେ ଚାଷୀ ମାନଙ୍କ ଜମାଖାତାକୁ ହସ୍ତାନ୍ତର କାର୍ଯ୍ୟକ୍ରମକୁ ରାୟଗଡ କୃଷି ଜିଲ୍ଲା ବିଭାଗ ତରଫରୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ରାୟଗଡ ଶ୍ରୀଯୁକ୍ତ କାଡ୍ରlକା ଅlପ୍ପlଲ ସ୍ୱାମୀ ସହ ସଭାପତିତ୍ବ କରିଥିଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି(ଭା. […]
ପଞ୍ଜୀକରଣ ଅବଧି ବୃଦ୍ଧି କରିବା ଦାବି ଭିତରେ ଧାନ ବେପାରୀଙ୍କୁ ଚରମବାଣୀ ଶୁଣାଇଛନ୍ତି କୃଷି ମନ୍ତ୍ରୀ । ସେ କହିଛନ୍ତି ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ । ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହିଁ । ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ।ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ସରକାର ଇନପୁଟ୍ ସବସିଡି ବାବଦକୁ ୮୦୦ ଟଙ୍କା ଦେଉଛନ୍ତି । ତେଣୁ ବେପାରୀ […]
କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ପୁରୁଣା କାନ୍ଥ ଛାତ । ପ୍ଲାର୍ଟଫର୍ମ ୧ରେ ଭୁଶୁଡି ପଡିଛି । ଆରପିଏଫ ପୁଲିସ, ରେଲୱେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେବେ ଏହି ଘଟଣାରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡିଛି ।ଏହି ଅଘଟଣ ଯୋଗୁଁ କିଛି ଟ୍ରେନ୍ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ବନ୍ଦେ ଭାରତ ଯିବାର ୧୦ ମିନିଟ୍ ପରେ ଟ୍ରାକ୍ […]
ଚାଷୀ ପଞ୍ଜୀକରଣ ଅବଧି ବଢ଼ିବ। ଏ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ତେବେ କେତେ ଦିନ ବଢ଼ିବ ଖୁବ ଶୀଘ୍ର ଘୋଷଣା ହେବ ବୋଲି ସେ କହିଛନ୍ତି। ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଅନ୍ୟପଟେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଗତ ବର୍ଷ […]
ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା । ଗର୍ଭ ଗୃହରେ ଫଟୋ ଉଠାଉଥିବାବେଳେ ଧରାପଡ଼ିଲେ ଜଣେ ପର୍ଯ୍ୟଟକ । ହିଡେନ୍ କ୍ୟାମେରା ନେଇ ମନ୍ଦିର ମଧ୍ୟ ପ୍ରବେଶ କରିଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ ବୋଲି ଜଣାପଡିଛି ।ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଜଣେ ଯୁବକ ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହେଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ୍ ଅଟକ କରିଥିଲେ । ସେହି ଘଟଣାରେ ଆଇନ ମନ୍ତ୍ରୀ ମଧ୍ୟ […]
ଆସନ୍ତା ଡିସେମ୍ବର ସୁଦ୍ଧା ସରିବ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୀମା ନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଜନଗଣନା ପୂର୍ବରୁ ସରିବ । କମିଶନ ବସିବ, ସବୁ କାମ ପାଇଁ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି । ଜନଗଣନା ଆରମ୍ଭ ହେଲେ ଏହି କାମ ବନ୍ଦ ରହିବ ।ଏହି ପ୍ରକ୍ରିୟାରେ ଜିଲା, ସବଡିଭିଜନ, ତହସିଲ ଓ ରାଜସ୍ୱ ଗାଁର ସୀମାରେ ପରିବର୍ତ୍ତନ କରାଯିବ। ରାଜସ୍ୱ ବିଭାଗ […]
ସେପ୍ଟେମ୍ବର ୧ରୁ ଟଙ୍କା ଏବଂ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ସରକାର ରୂପା ଉପରେ ନୂତନ ନିୟମ ଆଣୁଛନ୍ତି, ଯାହା ଅଧୀନରେ ଏହାର କ୍ରୟ ଏବଂ ବିକ୍ରୟରେ ଅଧିକ ସ୍ବଚ୍ଛତା ରହିବ। ଏବେ ରୂପା ଅଳଙ୍କାର ଉପରେ ହଲମାର୍କିଂ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଉଛି। ସେପ୍ଟେମ୍ବର ୧ରୁ, SBI କାର୍ଡ ବ୍ୟବହାରକାରୀଙ୍କ ପାଇଁ ନିୟମ ପରିବର୍ତ୍ତନ ହେଉଛି। ଏବେ, ବିଲ ପେମେଣ୍ଟ, ଇନ୍ଧନ କ୍ରୟ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ […]
ଚାଷୀଙ୍କୁ ନୂଆଖାଇ ଭେଟି। ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ ତୃତୀୟ କିସ୍ତି। ଡିବିଟି ଜରିଆରେ ହେଲା ୧୦୪୧ କୋଟି ଟଙ୍କା ଟ୍ରାନ୍ସଫର୍।ଚାଷୀଙ୍କ ଖାତାକୁ ଗଲା ୨ ହଜାର ଲେଖାଏଁ ଟଙ୍କା ।ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି।ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି । ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଯଦି ଦେଖିବା ଗତବର୍ଷ ୧୭ ଲକ୍ଷ […]
ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ଏହା ସହ ସଂଦେହଜନକ ସଂପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ କ୍ୟାସ ଡିପୋଜିଟ୍, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ସଂସଦରେ ସ୍ବତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ରହିଛି । […]
ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନାଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନ ଧରି ପକ୍ଷୀ ଗଣନା ହେବ । ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ । ଏଥିସହ ଚଳିତ ବର୍ଷ କିଛି କଲେଜ ଛାତ୍ରଙ୍କୁ ସାମିଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ […]
ଦଶନ୍ଧିରୁ ଅଧିକ ସମୟ ଧରି ଏକ ଉଲ୍ଲେଖନୀୟ କ୍ୟାରିଅର ହାସଲ କରିବା ପରେ ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟରେ ଅବସର ନେଇ ଘୋଷଣା କଲେ ଅଶ୍ୱିନ୍ । ତେବେ ସେ ଅନ୍ୟାନ୍ୟ ଟି-20 ଫ୍ରାଞ୍ଚାଇଜ୍ ଲିଗ୍ରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଅଶ୍ୱିନ ଗତ ୨୦୨୪ ମସିହା ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ପରେ […]
ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର ସରିତା ବାରିକ ଲାଞ୍ଚ ନେଇ ଧରାପଡିବା ପରେ ଗିରଫ କଲା ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଘରୁ ମିଳିଲା ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା । ୬୦ ଲକ୍ଷର ଡିପୋଜିଟ୍ ସହ ୨୨୨ ଗ୍ରାମ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ସୂଚନାମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ରାଜ୍ୟ ଟିକସ ବିଭାଗର ସହକାରୀ କମିସନର। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ […]
