ଅହମ୍ମଦାବାଦ ଭଳି ସାଇନ୍ସ ସିଟି ଭୁବନେଶ୍ବରରେ ହେବ

ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ବ୍ୟାପକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା। ମନ୍ତ୍ରୀ କହିଛନ୍ତି, ଭୁବନେଶ୍ବରରେ ସାଇନ୍ସ ସିଟି ହେବା ନେଇ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ସେଥି ଲାଗି ନିକଟରେ ଅହମ୍ମଦାବାଦରେ ଥିବା ସାଇନ୍ସ ସିଟି ଦେଖିବାକୁ ମୁଁ ଯାଇଥିଲି । ସେଭଳି ସାଇନ୍ସ ସିଟି ଓଡ଼ିଶାରେ ପ୍ରତିଷ୍ଠା […]

ଅପରେଶନ ସିନ୍ଦୂରର ପ୍ରଭାବ, ଭୁବନେଶ୍ୱରରୁ ବାତିଲ ହେଲା ବିମାନ ଉଡାଣ

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ ଖୁବ ନଜର ଦିଆଯାଉଛି। ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି। ଭୁବନେଶ୍ଵର ବିମାନ ବନ୍ଦରରୁ ୨ ଟି ବିମାନର ଉଡାଣ ବାତିଲ୍ କରାଯାଇଛି । ଭୁବନେଶ୍ଵରରୁ ଗାଜିଆବାଦକୁ ବିମାନ ଉଡାଣ ବାତିଲ୍‌ ହୋଇଛି । ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବା ବାତିଲ ହୋଇଥିବା କହିଛନ୍ତି ନିର୍ଦେଶକ […]

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ।

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସମ୍ବଲପୁର ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ୧୦ତାରିଖରେ ଶାହ ଭୁବନେଶ୍ୱରରୁ ଜଟଣୀ ଯାଇ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର ଥିଲା ।

ମେ ୧୦ ତାରିଖ ଯାଏଁ ଦେଶର ୨୭ଟି ଏୟାରପୋର୍ଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି

ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ । ୨୭ ଏୟାରପୋର୍ଟ ବନ୍ଦ । ପ୍ରାୟ ୪୩୦ ଫ୍ଲାଇଟ୍ ବାତିଲ ହୋଇଛି । ମେ ୧୦ ତାରିଖ ଯାଏଁ ଦେଶର ୨୭ଟି ଏୟାରପୋର୍ଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।ସେଗୁଡ଼ିକ ହେଲା ଲେହ, ଥୋଇସେ, ଶ୍ରୀନଗର, ଜାମ୍ମୁ, ଅମୃତସର, ପଠାନକୋଟ,ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଜାମନଗର, ଭଟିଣ୍ଡା,ଭୁଜ, ଧର୍ମଶାଳା, ସିମଳା, ରାଜକୋଟ, ପୋରବନ୍ଦର ବିମାନବନ୍ଦର। ସାଧାରଣ ଲୋକଙ୍କ ଯାତାୟତ ପାଇଁ ଏହି ସବୁ ଏୟାରପୋର୍ଟ ବନ୍ଦ ରହିବ। […]

ଆଜି ବିଶ୍ୱ ଥାଲାସେମିଆ ଦିବସ

ବିଶ୍ୱ ଥାଲାସେମିଆ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ରୋଗର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି।ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ସଚେତନତା ବୃଦ୍ଧି, ରୋଗୀଙ୍କୁ ସମର୍ଥନ ଏବଂ ସ୍କ୍ରିନିଂ ତଥା ଚିକିତ୍ସା ପ୍ରୟାସକୁ ସୁଦୃଢ଼ ​​କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଶାରୀରିକ ସମସ୍ୟାର ଶୀଘ୍ର ଚିହ୍ନଟ ଅଗଣିତ ଜୀବନ ରକ୍ଷା କରିପାରିବ। ତେବେ ବିଶ୍ୱ ଥାଲାସେମିଆ ଦିବସର ଇତିହାସ ୧୯୯୪ […]

ପାକିସ୍ତାନ ଟାର୍ଗେଟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବସାଇଟ୍

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଇବର ଅପରାଧୀଙ୍କ ଦ୍ୱାରା ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବସାଇଟ ହ୍ୟାକ ହୋଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ଓ୍ବେବସାଇଟଗୁଡ଼ିକୁ ଟାର୍ଗେଟ କରାଯାଇଛି। ତେବେ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ)ର ୱେବସାଇଟ୍ ‘ପାକିସ୍ତାନ ସାଇବର ଫୋର୍ସ’ ଭାବରେ ନିଜର ପରିଚୟ ଦେଉଥିବା ଏକ ଗୋଷ୍ଠୀ ଦ୍ୱାରା ହ୍ୟାକ୍ ହୋଇଥିବା ଜଣାପଡ଼ିଛି।ବୁଧବାରଠାରୁ ୱେବସାଇଟ୍ଟି ଅକାମୀ ହୋଇପଡ଼ିଥିବା କୁହାଯାଉଛି। […]

ଭାରତରେ ଜାତି ଜନଗଣନା କଣ ଓ କିପରି ହୁଏ?

ଦେଶ ସ୍ବାଧୀନ ହେବା ପରଠାରୁ ଥରୁଟିଏବି ଜାତି ଜନଗଣନା ହୋଇନାହିଁ । ଶେଷଥର ପାଇଁ ବ୍ରିଟିଶ ଶାସନ ସମୟରେ 1931ରେ ଏପରି ଜନଗଣନା ହୋଇଥିଲା । ସ୍ୱାଧୀନ ଭାରତରେ ଦଶ ବର୍ଷୀୟ ଜନଗଣନାରୁ ବ୍ୟାପକ ଜାତି ଗଣନାକୁ ବାଦ ଦେଇଥିଲା । କେବଳ SC ଏବଂ ST ବର୍ଗ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହକୁ ସୀମିତ କରିଥିଲା । ଚଳିତ ଥର କିନ୍ତୁ ସ୍ବାଧୀନ ଭାରତରେ ପ୍ରଥର ଥର ପାଇଁ ଜାତିଭିତ୍ତିତ ଜନଗଣନା ହେବ ।ଭାରତର ଜନଗଣନା କାର୍ଯ୍ୟ […]

ଆଜିଠୁ ବଢିବ ଭୀଷଣ ତାତି ଓ ଗୁଳୁଗୁଳି

ରୁବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ । ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରୀ ଛୁଇଁବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ସହିତ ଗୁଳୁଗୁଳି ସ୍ଥିତି ରହିବାର ସମ୍ଭାବନା ରହିଛି। […]

ମୁଖ୍ୟମନ୍ତ୍ରୀ ବସ ସେବା, ମିଳିବ ୫୦ ପ୍ରତିଶତ ରିହାତି

ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ୫ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକରେ ପଶୁ ସମ୍ପଦ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ, ବାଣିଜ୍ୟ ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି ।ବାଣିଜ୍ୟ ଓ ପରିବହନ ବିଭାଗରେ […]

ମୋହନ ସରକାରକୁ ପୂରିବ ବର୍ଷେ; ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ସରକାର

ଓଡ଼ିଶାରେ ବିଜେପି ସରକାରକୁ ଏକ ବର୍ଷ ପୁରା ହେବାକୁ ଯାଉଛି । ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଛି । ରାଜ୍ୟବାସୀଙ୍କୁ ଏହାର ରିପୋର୍ଟ କାର୍ଡ ଦେବେ ମୋହନ ମାଝୀ ସରକାର । ଏଥିପାଇଁ ମନ୍ତ୍ରୀମାନେ ଆରମ୍ଭ କଲେଣି ନିଜର ରିପୋର୍ଟ କାର୍ଡ । ବର୍ଷକ ଭିତରେ କଣ କରିଛନ୍ତି ଏବଂ କେତେ ସଫଳତା କେତେ ବିଫଳତା ମିଳିଛି, ତାର ଦେବେ ରିପୋର୍ଟ। ଏହି ଏକ ବର୍ଷ ଭିତରେ ସରକାର ପାଇଁ ଆଚିଭମେଣ୍ଟ ଯେତିକି ଚ୍ୟାଲେଞ୍ଜ […]

ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ବେଳା ଖରାପ୍ । ଦୈନିକ ନୂଆ ନୂଆ ସମସ୍ୟା ପାକିସ୍ତାନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହୋଇଛି । ୧୨ ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ । ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବଲୁଚି ଆକ୍ରମଣ । ଆକ୍ରମଣରେ […]

୮ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ରାଜ୍ୟର ସରକାରଙ୍କ ପକ୍ଷରୁ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାl l ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେ।ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।ଏହାଦ୍ବାରା ରାସ୍ତାର ଉନ୍ନତିକରଣ ହେଲେ ଶିକ୍ଷାନୁଷ୍ଠାନ, ଚିକିତ୍ସା ସୁବିଧା, ବ୍ଳକ/ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ, […]