‘ଅପରେସନ ସିନ୍ଦୂର’ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ

ଭାରତର ମିସାଇଲ ଆକ୍ରମଣକୁ ନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବଡ ବୟାନ । ସେ କହିଛନ୍ତି, ସେମାନେ ଆରମ୍ଭ କରିଛନ୍ତି, ଆମେ ଶେଷ କରିବୁ। ସମଝ ଦାରୋ କୋ ଇସାରା କାଫି ହେ। ଭାରତୀୟ ସେନା ବଦଲା ନେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ସେମାନେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ । ଆଜି ସେନା ସଫଳ ହୋଇଛନ୍ତି ।କେନ୍ଦ୍ରର ନିର୍ଦେଶ ଅନୁସାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସମସ୍ତେ ଭାରତୀୟ ସେନାଙ୍କ ସହ […]

ଅପରେସନ ‘ସିନ୍ଦୂର’ରେ ଓଡ଼ିଆ ପୁଅ ଶଶିକାନ୍ତ

ପ୍ରତିଶୋଧ ନେଲା ଭାରତ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ତେବେ ଏଥିରେ ସାମିଲ ଅଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶିକାନ୍ତ ବେଦି । ପହଲଗାମ ଆକ୍ରମଣ ସମୟରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ […]

ବିଜୁ ପଟ୍ଟନାୟକଙ୍କୁ ସମ୍ମାନୀତ କଲା ରୁଷ ,ରୁଷ ସରକାରଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ସମ୍ମାନିତ କଲା ରୁଷ । ଋଷ ସରକାରଙ୍କୁ କୃତଜ୍ଞତା ଜଣାଇଲେ ନବୀନ ପଟ୍ଟନାୟକ । ସୂଚନାମୁତାବକ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସେନା ବିରୋଧରେ ତତ୍‌କାଳୀନ ସୋଭିଏତ ୟୁନିୟନ (ବର୍ତ୍ତମାନର ରୁଷ) ବିଜୟର ଅଶୀତମ ବାର୍ଷିକୀ ଉତ୍ସବ ୯ ତାରିଖରେ ପାଳନ ପୂର୍ବରୁ ଆଜି ନୂଆଦିଲ୍ଲୀରେ ରୁଷ ଦୂତାବାସରେ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ଉତ୍ସବ। ଏହି ସ୍ୱତନ୍ତ୍ର ଉତ୍ସବରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର […]

ପାକିସ୍ତାନକୁ ଆମେରିକା ଦେଲା ଚେତାବନୀ- ଯଦି ପାକିସ୍ତାନ ଭାରତ ଉପରେ..

ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ । ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ପରେ ଏପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, ଓଭାଲ ରୁମକୁ ଆସିବା ମାତ୍ରେ ଏହା ବିଷୟରେ ଶୁଣିଲୁ। ଅତୀତରେ ଘଟିଥିବା ଘଟଣାକୁ ନଜରରେ ରଖି ଏହାର ଆଧାରରେ ଆମେ ଜାଣିଥିଲୁ ଯେ କିଛି ଘଟିବାକୁ ଯାଉଛି।ଭାରତ ଏବଂ ପାକିସ୍ତାନକୁ ସ୍ପଷ୍ଟ ଭାବରେ ଇଙ୍ଗିତ କରି ଆମେରିକା ରାଷ୍ଟ୍ରପତି […]

POK-ପାକିସ୍ତାନରେ ଏୟାରଷ୍ଟ୍ରାଇକ ପରେ ଭାରତରେ ୯ଟି ବିମାନବନ୍ଦର ବନ୍ଦ

ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତ ଅପରେସନ ସିନ୍ଦୂର କରିବା ପରେ, ସ୍ପାଇସଜେଟ୍ ଏବଂ ଅନ୍ୟାନ୍ୟ ଏୟାରଲାଇନ୍ସ ଭାରତର ଉତ୍ତର ଭାଗରେ ଥିବା ଅନେକ ବିମାନବନ୍ଦର ପାଇଁ ଉଡ଼ାଣ ପରାମର୍ଶ ଜାରି କରିଛନ୍ତି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଘୋଷଣା କରିଛନ୍ତି ଯେ, ବିମାନଗୁଡ଼ିକ ପ୍ରଭାବିତ ହେବ, ଏବଂ ଯାତ୍ରୀମାନଙ୍କୁ ଯାତ୍ରା କରିବା ପୂର୍ବରୁ ଅପଡେଟ୍ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ଅମୃତସରକୁ ଆସିବାକୁ ଥିବା ୨ଟି ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ […]

ତୁମେ ଧର୍ମ ପଚାରି ମାରିଲ ଆମେ ଧର୍ମ କହି କହି ମାରିଲୁ : ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ

ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ଭାରତର ସିନ୍ଦୂର ଅପରେସନ୍ ଜରିଆରେ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ବେଳେ ବହୁ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି। ଏହି ଘଟଣାକୁ ନେଇ ଆତଙ୍କବାଦୀଙ୍କ ଦ୍ବାରା ନିହତ ବାଲେଶ୍ବର ଜିଲ୍ଲାର ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସିନ୍ଦୂରର ପ୍ରତିଶୋଧ ନେଲେ ମୋଦି ସରକାର। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ବହୁତ ଧନ୍ୟବାଦ ଜଣାଉଛି।’ ମୋ ସ୍ବାମୀ ଯେଉଁଠି […]

ଅପରେଶନ ‘ସିନ୍ଦୂର’ ନେଇ ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅପରେଶନ ‘ସିନ୍ଦୂର’ ନେଇ ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଏକ୍ସ ଯୋଗେ ସେ ଲେଖିଛନ୍ତି,ଭାରତ ଏକତାର ସହ ଛିଡ଼ା ହୋଇଛି । ଆମ ସାହସୀ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ॥ ଆତଙ୍କବାଦ ବିରୋଧରେ ପ୍ରତ୍ୟେକ ଆକ୍ରମଣ ଏକ ବାର୍ତ୍ତା ଦେବ। ଆମ ସାର୍ବଭୌମତ୍ବକୁ ଆକ୍ରମଣ ସହ୍ୟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ଲେଖିଛନ୍ତି |ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ […]

‘ଅପରେସନ୍ ସିନ୍ଦୂର’ ବିଷୟରେ ସୂଚନା ଦେଲା ଭାରତ

ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତି ଆକ୍ରମଣ। ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କଲା ଆତଙ୍କବାଦୀଙ୍କଆଡ୍ଡା ସ୍ଥଳ। ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ ପରେ ଦେଶରେ ଲେକେ ଖୁସି ମନାବଇବା ସହ କହିଛନ୍ତି ‘ଆମ ସହ ପଙ୍ଗା ନେଲେ, ଆମେ ଛାଡ଼ିବୁନି, ତମ ଦେଶ ଭିତରେ ପଶିକି ମାରିବୁ’। ପାକିସ୍ତାନରେ ଭାରତୀୟ ସେନାର ଏହି ରାତିଅଧିଆ ଆକ୍ରମଣ ପରେ ସବୁ ମହଲରେ ଭାରତକୁ ପ୍ରଶଂସା […]

ଆଉ ଦୁଇ ଦିନ ପରେ ଓଡ଼ିଶାରେ ପୁଣି ଗ୍ରୀଷ୍ମ ପ୍ରବାହ ଆରମ୍ଭ

କାଳବୈଶାଖୀ ଯୋଗୁ ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଛି । ସମସ୍ତ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ତଳେ ରହିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, କିଛିଦିନ ବ୍ୟବଧାନରେ ପୁଣି ରାଜ୍ୟକୁ ଫେରିବ ତାତି । ତେବେ ଆଜି ମୟୂରଭଞ୍ଜ, ବାଲେଶ୍ଵର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ଏବଂ ନବରଙ୍ଗପୁର ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ / ସନ୍ଧ୍ୟା ସମୟରେ ପବନର ବେଗ ୩୦-୪୦ ରହିବ ସହ ଝଡ଼ବର୍ଷା […]

ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ।

ଏଣିକି ଜୁନରୁ ଦୈନିକ ଭୁବନେଶ୍ୱରରୁ ବିଶାଖାପାଟଣା ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଦିନ ବିଲଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଆଭିଏସନ୍ ଆସେଟ୍ସ ଆଣ୍ଡ ନେଟୱାର୍କ (B-MAAN) ଯୋଜନା ଅଧୀନରେ ଏହି ଦୈନିକ ବିମାନ ଉଡାଣ ନେଇ ସୂଚନା ଦେଇଛନ୍ତି ।ଇଣ୍ଡିଗୋ ଦ୍ୱାରା ଏହି ବିମାନ ସେବା ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

SDIPRO ପରୀକ୍ଷାରେ ୬ ନମ୍ବର ଗ୍ରେସ୍, OPSCର ବିଜ୍ଞପ୍ତି ଜାରି

ଏସଡିଆଇପିଆରଓ (ଓଆଇଏସ-୨) SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ । ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଗ୍ରେସ୍‌ ଦେବାକୁ ଓପିଏସସି (OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପରରେ ୬ ମାର୍କ କମ୍ ଥିଲା । ୧୦୦ ମାର୍କ ବଦଳରେ ୯୪ ମାର୍କର ପ୍ରଶ୍ନ ଆସିଥିଲା । ମାର୍ଚ୍ଚ ୨୯-୩୦ ତାରିଖ ପରୀକ୍ଷା ହୋଇଥିଲା । ୩୯ ପଦବୀ ପାଇଁ ପାଖାପାଖି ୧୦୦୦ରୁ ଅଧିକ ଆଶାୟୀ ପରୀକ୍ଷା ଦେଇଥିଲେ ।ପରୀକ୍ଷାର […]

ଆସନ୍ତା କାଲି ୪ଟାରେ ବାଜିବ ସାଇରନ୍, କ’ଣ କରିବେ ଏହି ସମୟରେ ?

ମେ ୭ ତାରିଖରେ, ଭାରତ ୨୪୪ଟି ନିର୍ଦ୍ଦିଷ୍ଟ ଜିଲାରେ ଜାତୀୟ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବ। ଏହି ପଦକ୍ଷେପ ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆଶା ଏବଂ ଭାରତ-ପାକିସ୍ତାନ ସୀମାରେ ଉଚ୍ଚ ସୁରକ୍ଷା ସତର୍କତା ମଧ୍ୟରେ ହେଉଛି। ତେବେ ଆଜି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ। ପକ୍କାଘରେ ନିଜକୁ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରାଯିବ। କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ପଦକ୍ଷେପ […]