ନବୀନ ନିବାସରେ ବଡ଼ ଭାଇ ପ୍ରେମ ପଟ୍ଟନାୟକ

ନବୀନ ନିବାସରେ ବଡ଼ଭାଇ ପ୍ରେମ୍ ପଟ୍ଟନାୟକ ନବୀନ ନିବାସରେ ପହଞ୍ଚିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସିଛନ୍ତି ପ୍ରେମ ପଟ୍ଟନାୟକ। ଡିହାଇଡ୍ରେସନ କାରଣରୁ ରବିରାର ସଂଧ୍ୟା ପ୍ରାୟ ୫ଟା ୧୫ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୭୭ ଘଣ୍ଟା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି । ଶରୀରରେ ଜଳୀୟ ଅଂଶ କମିଯିବାରୁ ନବୀନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ତାଙ୍କ ଅସୁସ୍ଥତା ଖବର ପାଇ ବହୁ ରାଜନୈତିକ ନେତା […]

ଏଥର ଗଣେଶ ପୂଜାରେ ବାଜିବନି ଡିଜେ, ରାତି ୧୦ଟା ପରେ ମେଲୋଡ଼ି ମନା

ଆଉ ମାତ୍ର କିଛି ଦିନ ରହିଲା ଗଣେଶ ପୂଜା । ଏନେଇ ଉତ୍ସବମୁଖର ଟ୍ବିନ ସିଟି । ଚଳିତ ବର୍ଷା ଗଣେଶ ପୂଜାରେ ଭୁବନେଶ୍ବରରେ ବାଜିବନି ଡିଜେ । କେଵଳ ପାରମ୍ପରିକ ବାଦ୍ୟ ବାଜିବାକୁ ଅନୁମତି ଦେଇଛି କମିଶନରେଟ୍‌ ପୋଲିଓ । ଆତସବାଜି ବି ନିଷେଧ । କେବଳ ସେତିକି ନୁହେଁ ରାତି ୧୦ଟା ପରେ ମେଲୋଡି ବି ମନା ।ସେହିଭଳି କୌଣସି ପୂଜା କମିଟି ବିକୃତ ମୂର୍ତ୍ତି ନିର୍ମାଣ କରିପାରିବେ ନାହିଁ । ନିଶାମୁକ୍ତ ପୂଜା […]

ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଜଣେ ବ୍ୟକ୍ତିଙ୍କ ଉଦ୍ୟମ ! ମାଡ଼ି ବସିଲେ ସୁରକ୍ଷାକର୍ମୀ

ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରିଛନ୍ତି ଜଣେ ଭକ୍ତ । ସେ ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ । ଉପରକୁ ଭକ୍ତ ଚଢ଼ୁଥିବା ଦେଖି ସଂଗେ ସଂଗେ କାବୁ କଲେ ସୁରକ୍ଷାକର୍ମୀ । ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଜଗଡ଼ର ହୋଇଥିବା ବେଳେ ଶ୍ରୀମନ୍ଦିର ଗାରଦରେ ଯୁବକଙ୍କୁ ଅଟକ ରଖାଯାଇଛି ।ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପୂର୍ବରୁ ମଧ୍ୟ ଦୁଇ […]

ଆଶ୍ରୟସ୍ଥଳ ନୁହେଁ, ବୁଲା କୁକୁର ବନ୍ଧ୍ୟାକରଣ ହେଉଛି ସଠିକ୍ ସମାଧାନ

କୁକୁର ପ୍ରେମୀଙ୍କ ପାଇଁ ଖୁସି ଖବର । ଶୁକ୍ରବାର ସୁପ୍ରିମ୍କୋର୍ଟ ବୁଲା କୁକୁରମ‌ାନଙ୍କୁ ନେଇ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଆଶ୍ରୟ ଗୃହକୁ ପଠା ଯାଇଥିବା କୁକରମାନଙ୍କୁ ଛାଡ଼ି ଦିଆଯିବ । ବନ୍ଧ୍ୟାକରଣ ଓ ଟୀକାକରଣ ପରେ କୁକୁରମାନଙ୍କୁ ମୁକ୍ତ କରାଯିବ । ଆଜି ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କ ଖଣ୍ଡପୀଠ ବୁଲା କୁକୁରଙ୍କ ଉପରେ ଣୁଣାଣି କରିଥିବା ବେଳେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଯାହା କୁକୁର ପ୍ରେମୀଙ୍କୁ ଟିକିଏ ଆଶ୍ବସ୍ତି […]

ଆଜିଠୁ ଆରମ୍ଭ ହେଲା ରଥଭଙ୍ଗା କାମ

ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି।ରଥଭଙ୍ଗା ଯିବା ପରେ ଚକ୍ର, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ ହେବ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ କରାଯିବ। କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠ ବ୍ୟବହାର ହେବ। ନୀଳାଦ୍ରି ବିଜେ ପରେ […]

ଏଣିକି ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର: ଗଣଶିକ୍ଷା ମନ୍ତ୍ରୀ

ଛାତ୍ରଛାତ୍ରୀ ଏଣିକି ସରକାରୀ ବସ୍‌ରେ ମାଗଣା ସ୍କୁଲ ଯାଇପାରିବେ। ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି ।ସେ ଆହୁରି କହିଛନ୍ତି ଯେ, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ଭାରତୀୟ ଶିକ୍ଷାନୀତି ଅନୁଯାୟୀ, ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । ଏନସିଇଆରଟି ଢାଞ୍ଚାରେ ଏସସିଇଆରଟିକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ ।

ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିଲା ଦୁର୍ବୃତ୍ତ

ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ନାମରେ ଏକ ଫେକ୍ whatsapp ଆକାଉଣ୍ଟ ଖୋଲା ଯାଇଛି । ଆକାଉଣ୍ଡ ଖୋଲି ଜିଲ୍ଲାପାଳ କାର୍ଯ୍ୟାଳୟରେ ବସିଥିବା ଫଟୋକୁ WhatsAppର ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ଏକ ଫୋନ ନମ୍ବରରୁ ଜିଲ୍ଲାର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିଛି ଠକ । ତେବେ ସଂପୃକ୍ତ ନମ୍ବର ଟି ଜିଲ୍ଲାପାଳ ଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା […]

୨୫ରେ ଆସୁଛି ପୁଣି ଏକ ଲଘୁଚାପ

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ସେଇ ସ୍ଥାନରେ ଆସନ୍ତା ୨୫ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ପାଣିପାଗ ବିଭାଗ ପକ୍ଷରୁ ଦୁଇ ସପ୍ତାହ ଜାରି ବିସ୍ତାରିତ ପୂର୍ବାନୁମାନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ସ୍ୱଳ୍ପ ରହିଛି ।ବର୍ତ୍ତମାନ ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। […]

ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ

ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ। କଟକ CDMOର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଚାଲିଛି ଚଢାଉ । କଟକ ଜିଲାରେ ଥିବା ସାହାଣୀଙ୍କ ସମ୍ପର୍କୀୟ ୫ଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି। ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ କଟକ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ […]

ପ୍ରାଥମିକ ଶିକ୍ଷା ପାଇଁ ରାଜ୍ୟରେ ରହିବ ଗୋଟିଏ ବୋର୍ଡ

ଆସନ୍ତା ୩ ବର୍ଷରେ ରାଜ୍ୟରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ । ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୫ ହଜାର ଶିକ୍ଷକ ପଦବୀ ମଧ୍ୟରୁ ୪୦ ହଜାର ନୂତନ ପଦବୀ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ସ୍କିମାଟିକ୍‌ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହା ସହ ସିଏଚଏସଇ, […]

ଆଇପିଏସ୍‌ ଅଫିସର୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳ ବଦଳ

ଆଇପିଏସ୍‌ ଅଫିସର୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ୧୮ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ପିନାକ ମିଶ୍ର ହେଲେ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ୍‌ ଡିଆଇଜି । ପୁରୀ ଏସପି ହେଲେ ପ୍ରତୀକ ସିଂ ।ସେହିପରି ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିବା ବେଳେ ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ ମିଳିଛି । ଗଜଭିଏ ସତୀଶ କୁମାର […]

ବିରଳ ପ୍ରଜାତି ଗୋଧିକୁ ମାରି ଖାଇବାର ଭିଡିଓ ଭାଇରାଲ! ଅଭିଯୁକ୍ତ ୟୁଟ୍ୟୁବର ଗିରଫ

ବିରଳ ପ୍ରଜାତି ଗୋଧିକୁ ମାରି ଖାଇବାର ଭିଡିଓ ଭାଇରାଲ ଘଟଣାରେ ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ଅଭିଯୁକ୍ତ ୟୁଟ୍ୟୁବର ଗିରଫ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଗ୍ରାମର ବୋଲି ଜଣାପଡିଛି |ଗୋଧିକୁ ଧରିବା ପରେ ହତ୍ୟାକରି ରୋଷେଇ କରିଥିଲା ଅଭିଯୁକ୍ତ । ସମସ୍ତ ପ୍ରକ୍ରିୟାକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଯାହାପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବିରଳ ପ୍ରଜାତିର ଗୋଧିକୁ ହତ୍ୟା […]