ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ପ୍ରିୟଙ୍କାଙ୍କର ହେଲା ସଫଳ ଅସ୍ତ୍ରୋପଚାର

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କର ଆଜି ସଫଳ ଅସ୍ତ୍ରୋପଚାର ସରିଛି। ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଛନ୍ତି। ସକାଳ ୧୧ ଘଟିକାରୁ ଆରମ୍ଭ ହୋଇଥିବା ଏହି ଅସ୍ତ୍ରୋପଚାର ପ୍ରାୟ ୪୫ ମିନିଟ ଧରି ଚାଲିଥିଲା।ଏଥିପାଇଁ ମେଡିକାଲ ପକ୍ଷରୁ ଏକ ୧୦ ଜଣିଆ ଡାକ୍ତରୀ ଟିମ ପ୍ରସ୍ତୁତ ଥିଲେ। ସର୍ଜରୀ ବିଭାଗ ପ୍ରଫେସର ଏଲ. ଭି. ଗୌରିଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ହୋଇଛି। […]

ଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ

ଧାନ ଛଡା ଅନ୍ୟ ଫସଲକୁ ବି ମିଳିବ ପ୍ରୋତ୍ସାହନ । ଏନେଇ ସରକାର ଯୋଜନା କରୁଥିବା କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୩ଶହ ଟଙ୍କା ରହିଥିବା ବେଳେ ବୋନସ ବାବଦକୁ ୮ଶହ ଟଙ୍କା । ଏବେ ଧାନ କ୍ବିଣ୍ଟାଲ ଜଣେ ଚାଷୀ ୩୧ଶହ ଟଙ୍କା ମିଳୁଛି । ଫଳରେ ଅଧିକାଂଶ ଧାନ ଚାଷ ପାଇଁ ଆକୃଷ୍ଟ ହେଉଛି । ଯାହା ଅନ୍ୟ ଫସଲ ଯଥା […]

ପ୍ରତି ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା

ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ପୂଜା କମିଟି ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସମସ୍ତ ଜିଲ୍ଲାପାଳ, ଏସପିଙ୍କ ସମେତ କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର ।ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ପାର୍ବଣ […]

ଘୋଷଣା ହେବ ଆଉ ୯ ନୂଆ NAC – ନଗର ଉନ୍ନୟନ ମନ୍ତ୍ରୀ

ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତ ୧୬ ତାରିଖରେ ୧୨ଟି NAC ଘୋଷଣା ହୋଇଥିଲା। ଅନ୍ୟ ଯେଉଁ ଜିଲାରେ NAC ପାଇଁ ଦାବି ହେଉଛି, ସରକାର ସେନେଇ ବିଚାର କରୁଛନ୍ତି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।ସେ କହିଛନ୍ତି, ସେଠାକାର ଜନସଂଖ୍ୟା ସହ ଯାହା ଯାହା ମାପ କାଠି ରହିଛି ସେହି ଆଧାରରେ ବିଭିନ୍ନ […]

ଏଣିକି ଡିଜିଟାଲ ଜୁଆ ଖେଳିଲେ ଭୋଗିବେ ୩ ବର୍ଷ ଜେଲ୍

ଅନଲାଇନ ଗେମିଂ ପ୍ରମୋସନ ଏବଂ ରେଗୁଲେସନ ବିଲ, ୨୦୨୫ ଗୃହୀତ ହୋଇଛି। କୌଣସି ବିତର୍କ ବିନା ହଟ୍ଟଗୋଳ ମଧ୍ୟରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ବାରା ବିଶେଷ କରି ମଧ୍ୟବିତ୍ତ ବର୍ଗର ପରିବାର ଉପକୃତ ହେବେ । ପ୍ରତିବର୍ଷ ହଜାର ହଜାର ପିଲା ଅନଲାଇନରେ ଗେମ୍ ଖେଳି ପ୍ରାଣ ହରାଉଛନ୍ତି । ଗେମ୍‌ରେ ସର୍ବସ୍ବ ହରାଇବା ପରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସଂସଦରେ ଅନଲାଇନ ଗେମିଂ ବିଲ୍ ନେଇ ବିଲ୍ […]

ପୁଣି ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା

ପୁଣି ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ଆସନ୍ତା ୩୧ ତାରିଖରେ ଏହି ପରୀକ୍ଷା ହେବାକୁ ଥିଲା । ହେଲେ ବର୍ତ୍ତମାନ ସମୟରେ ଏହି ପରୀକ୍ଷା ସ୍ଥଗିତ ରହିବା ନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବାର ଥିଲା। ସକାଳ ୯ଟାରୁ […]

ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଅଧିବେଶନ ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିବ।ଚଳିତ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ଯୋଜନା କରୁଥିବା ବେଳେ ସରକାର ବି ବିରୋଧୀଙ୍କ ପ୍ରଶ୍ନ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇପାରନ୍ତି । ଚଳିତବର୍ଷ ମୌସୁମୀ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିବାର ସମ୍ଭାବନା ରହିଛି । ଯେଉଁଥିରେ […]

କୃଷି ଅଧିକାରୀଙ୍କ ସଚିବଙ୍କ ଚେତାବନୀ, ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି । କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରିକରି କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ । କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ ।ଅଗଷ୍ଟ ୩୧ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ […]

ହାତୀ ସଂରକ୍ଷଣ ନେଇ ଆସିବ ନୂଆ ନୀତି: ମୁଖ୍ୟମନ୍ତ୍ରୀ

ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଗୁରୁବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଛି।ଏଠାରେ ହାତୀମାନଙ୍କ ଗବେଷଣା ପାଇଁ ଏକ ସ୍ବତନ୍ତ୍ର କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ରର ନାଁ ରଖାଯାଇଛି ସ୍ପେଣ୍ଟର ଫର ସ୍ପିସିଜ୍ ସର୍ଭାଇଭାଲ୍। ଇଣ୍ଡରନେସନାଲ ୟୁନିୟନ୍ ଫର କନ୍‌ଜରଭେସନ୍ ଅଫ୍ ନେଚର, ଭାରତୀୟ ବନ୍ୟଜନ୍ତୁ ଟ୍ରଷ୍ଟ ଓ କଲମ୍ବସ୍‌ ଚିଡ଼ିଆଖାନାର ମିଳିତ ସହଯୋଗରେ ଏହି କେନ୍ଦ୍ର ଚାଲିବ। ଏସୀୟ ହାତୀଙ୍କ ରୋଗ ନିରାକରଣ […]

ସେପ୍ଟେମ୍ବର ୭ରେ ପଡୁଛି ଚନ୍ଦ୍ରଗ୍ରହଣ ତେବେ ଏହିସବୁ ସ୍ଥାନରେ ଦୃଶ୍ୟମାନ ହେବ

ସେପ୍ଟେମ୍ବରରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। ତେବେ ବ୍ଲଡ୍ ମୁନ୍ କେବଳ ଚନ୍ଦ୍ରଗ୍ରହଣ ସମୟରେ ଦେଖାଯାଏ ଏବଂ ଏହି ସମୟରେ ଚନ୍ଦ୍ର ଲାଲ ହୋଇଯାଇଥାଏ। ବ୍ଲଡ୍ ମୁନ୍ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବର ୨୦୨୫ରେ ହେବାକୁ ଯାଉଛି। ଭାରତୀୟ ସମୟ (IST) ଅନୁଯାୟୀ ଏହା ରାତି ୮:୫୮ରେ ଆରମ୍ଭ ହୋଇ ୮ ସେପ୍ଟେମ୍ବର ସକାଳ ୧:୨୫ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଚନ୍ଦ୍ରଗ୍ରହଣ ରାତି ୧୧:୦୦ରୁ ୧୨:୨୨ ପର୍ଯ୍ୟନ୍ତ ଶୀର୍ଷରେ ରହିବା ନେଇ ସୂଚନା ମିଳିଛି।ତେବେ ଏହି […]

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚଷମାକୁ ୩୪ ବର୍ଷ ଧରି ସାଇତି ରଖିଛନ୍ତି ଜଣେ କର୍ମୀ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କ ଦଳର ଜଣେ କ୍ଷୁଦ୍ର କର୍ମୀଙ୍କୁ ଏପରି ଏକ ବିଶେଷ ଉପହାର ଦେଇଥିଲେ । ଯାହାକୁ ୩୫ ବର୍ଷ ଧରି ସାଇତି ରଖିଛନ୍ତି କର୍ମୀ । ଏହି ଚଷମା ପାଇଁ ତାଙ୍କୁ କୋଟି କୋଟି ଟଙ୍କାର ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ବିକ୍ରି କରିବାକୁ ମନା କରିଦେଇଛନ୍ତି ।ଏହି ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ ରିବା’ର ଆଶିଷ୍ ଶର୍ମାଙ୍କୁ ଶ୍ରଦ୍ଧାରେ ରାଜୀବ ଗାନ୍ଧୀ ତାଙ୍କର ଏହି ଚଷମା ଗିଫ୍ଟ […]

ରାଜ୍ୟରେ ପ୍ରାୟ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ -ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ପ୍ରାୟ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି।ଓଡ଼ିଶା ବାତ୍ୟା ପ୍ରବଣ ହୋଇଥିବାରୁ ଆଗୁଆ ପାଣିପାଗ ସୂଚନା ହାସଲକୁ ଆଧୁନିକୀକରଣ ପାଇଁ କେନ୍ଦ୍ରୀୟ ସହାୟତା ମାଗିଛନ୍ତି । ରାଜ୍ୟରେ ବାତ୍ୟା, ବନ୍ୟା ସମୟରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଉଛି । ଫଳରେ ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ କରିବାକୁ ପଡ଼ୁଛି […]