ଆଉ ନାହାନ୍ତି ସାମ୍ୱାଦିକ ରାଜୀବ ଲୋଚନଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଜିଲ୍ଲାପାଳ

ରାୟଗଡ ପ୍ରେସ୍ ୟୁନିଅନ ର ଜଣେ ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକ ତଥା ସାହାଣ ମେଲା ଓଡ଼ିଆ ଖବର କାଗଜ ର ପ୍ରତିନିଧି ରାଜୀବ ଲୋଚନ ପଣ୍ଡା ଙ୍କ ମୃତ୍ୟୁ ଖବର ସାଧାରଣ ରେ ଶୋକର ଛାୟା ଖେଳାଇ ଦେଇଛି I ରାଜୀବ ଲୋଚନ ପଣ୍ଡା ମୃତ୍ୟୁ ବେଳକୁ ତାଙ୍କୁ ବୟସ ୫୦ ହେଇଥିଲା l ସେ ପଦ୍ମପୁର ବ୍ଳକ ର ଖିଲୀଙ୍ଗୀ ରାଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପ୍ରାପ୍ତ ଖବର ରୁ ପ୍ରକାଶ ଶ୍ରୀ ପଣ୍ଡା […]

ପାର୍ସଲ ବୋମା ଘଟଣାର ଘୁଞ୍ଚିଲା ଆର୍ଗୁମେଣ୍ଟ ତାରିଖ ।

ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚ୍ଚୁଆଲ ମୋଡ୍‌ରେ କୋର୍ଟରେ ହାଜର ହୋଇଥିବା ବେଳେ ମଙ୍ଗଳବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ଥିବା ବେଳେ ତାହା ଆସନ୍ତା ୯ ତାରିଖକୁ ଘୁଞ୍ଚିଯାଇଛି । ସୂଚନାମୁତାବକ ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ଲୋମହର୍ଷଣ କାରି ପାର୍ସଲ ବୋମା ଘଟଣା ଘଟିଥିଲା । ପାଟଣାଗଡ଼ ଅଧ୍ୟାପକ ଦମ୍ପତି ରବୀନ୍ଦ୍ର ସାହୁ ଓ ସଂଯୁକ୍ତା ସାହୁଙ୍କ ପୁଅ ବାହାଘରକୁ ଗିଫ୍ଟରେ ପାର୍ସଲବୋମା ଆସିଥିବା […]

ଏଣିକି ପ୍ରତି ମାସର ଦ୍ୱିତୀୟ ମଙ୍ଗଳବାର ହେବ ରକ୍ତଦାନ ଶିବିର ।

ଏଣିକି ପ୍ରତିମାସ ଦ୍ୱିତୀୟ ସପ୍ତାହରେ ହେବ ରକ୍ତଦାନ ଶିବିର । ରାଜ୍ୟର ସମସ୍ତ ୫୭ ସରକାରୀ ରକ୍ତ ଭଣ୍ଡାରରେ ହେବ ରକ୍ତଦାନ ଶିବିର ।ରାଜ୍ୟର ସମସ୍ତ ୫୭ ସରକାରୀ ରକ୍ତ ଭଣ୍ଡାରରେ ହେବ ରକ୍ତଦାନ ଶିବିର । ଏନେଇ ସୂଚନା ଦେଇଛନ୍ତି ରକ୍ତ ନିରାପତ୍ତା ନିର୍ଦ୍ଦେଶକ ଡା. ପ୍ରଦୀପ୍ତ ପାତ୍ର । ଖରା ଦିନରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ହୋଇଛି । ଏନଜିଓଙ୍କ ସହେଯାଗରେ ରକ୍ତ ସଂଗ୍ରହ ନେଇ ଟାର୍ଗେଟ ସ୍ଥିର ହେବ । […]

୧୬ ରୁ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ଓଡ଼ିଶା ଦର୍ପଣ): ଅଲ ଓଡ଼ିଶା ଚେସ ଆସୋସିଏସନ, ଭୁବନେଶ୍ୱର ଏବଂ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ମିଳିତ ସହଯୋଗରେ ଚଳିତ ମାସ ୧୬ ତାରିଖରୁ ଗ୍ରୀଷ୍ମକାଳୀନ ଚେସ ପ୍ରଶିକ୍ଷଣ ଶିବିର ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହେବ। ସମ୍ପୂର୍ଣ୍ଣ ଦେୟମୁକ୍ତ ଏହି ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଅଂଶ ଗ୍ରହଣ କରିପାରିବେ। ଦୀର୍ଘ ୧୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ପାଇଁ ପିଲାମାନଙ୍କୁ ପ୍ରବେଶିକା […]

କେବଳ ସେନା ଓ ସରକାର ନୁହେଁ,ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ : ସୁରେଶ ପୂଜାରୀ

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ବୁଧବାର ହେବାକୁ ଥିବା ମକ୍ ଡ୍ରିଲ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ବୁଧବାର ୧୨ଟି ସ୍ଥାନରେ ମକ୍ ଡ୍ରିଲ୍ ହେବା ପରେ ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ୍ ।ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । କେବଳ ସେନା ଓ ସରକାର ପ୍ରସ୍ତୁତ ହେଲେ ଚାଲିବ ନାହିଁ, ସାଧାରଣ […]

ପୁଣି ସୁନା ଦରରେ ବୃଦ୍ଧି

କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର । ମେ’ ୬ ଅର୍ଥାତ୍‌ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨,୭୩୦ ଟଙ୍କା ବୃଦ୍ଧି ପାଇଛି ।। ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮,୪୬୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ,୨୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, […]

ସାବରୀମାଳା ଯାତ୍ରା କରି ଇତିହାସ ରଚିବେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ଵୋମ ବୋର୍ଡ(ଟିଡିବି) ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ମନ୍ଦିର ପରିଚାଳନା କରୁଥିବା ଟ୍ରାଭାଙ୍କୋର ଦେବସ୍ୱମ ବୋର୍ଡ (ଟିଡିବି) ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତକୁ ମନ୍ଦିର ଏବଂ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛି। […]

ଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଓଡିଶା ଦର୍ପଣ ( ଭୁବନେଶ୍ୱର )ପଶ୍ଚିମବଙ୍ଗ ଦୀଘାରେ ସଦ୍ୟ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଘଟଣା ଏବେ ବିବାଦର ମୋଡ ନେଉଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ […]

ମେ ୧୩ରେ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ !

ଏଥର ଆଗୁଆ ଆସିବ ମୌସୁମୀ। ଏନେଇ ‘X’ରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ୧୩ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଛୁଇଁବ ମୌସୁମୀ। ଦକ୍ଷିଣଆଣ୍ଡାମାନ ସାଗର, ଦକ୍ଷିଣବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ ତାରିଖ ବେଳକୁ ଦକ୍ଷିପଶ୍ଚିମ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି। ଏହା ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଦୀଘା ମନ୍ଦିର ବିବାଦ : ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ବଡ ବୟାନ

ଓଡିଶା ଦର୍ପଣ ( ଭୁବନେଶ୍ୱର )ଦୀଘା ଜଗନ୍ନାଥ ଧାମ ନାମ ବିବାଦ ପ୍ରସଙ୍ଗରେ ଜ୍ୟୋର୍ତିମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରନନ୍ଦ ସରସ୍ୱତୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୀଘା ଜଗନ୍ନାଥ ମନ୍ଦିର ପାଇଁ ଧାମ ଶଦ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ । ପ୍ରଭୁ ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ମନ୍ଦିରକୁ ଧାମ କହିବା ଠିକ୍‌ ନୁହେଁ ।କିନ୍ତୁ ସେପଟେ ଜିଦରେ ଅଟଳ […]

ରାୟଗଡା: ଶିଶୁ କଲ୍ୟାଣ କମିଟିର ୪ ଜଣ ନିଲମ୍ବିତଅବହେଳା ପ୍ରତି ମହିଳା ଏବଂ ଶିଶୁ ବିକାଶ ବିଭାଗର କଡା ଆଭିମୁଖ୍ୟI

ରାୟଗଡା, ଏକ ନଅ ଦିନର ଶିଶୁକନ୍ୟା ସହ ଜଡିତ ମାମଲାରେ ସନ୍ଦେହ ଘେରରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି I ଉକ୍ତ ମାମଲା ଆଧାର ରେ ରାୟଗଡା ଜିଲ୍ଲା ଶିଶୁ କଲ୍ୟାଣ କମିଟି ର କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କୁହାଯାଉଛି I ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ନିଜର ଶକ୍ତ ଆଭିମୁଖ୍ୟ ଜାହିର କରିଛନ୍ତି ରାଜ୍ୟ ସରକାର Iନଅ ଦିନର ଏକ ଶିଶୁକନ୍ୟା ସହିତ ଜଡିତ ଅବୈଧ ପୋଷ୍ୟ ସନ୍ତାନ ଗ୍ରହଣ […]

ହଠାତ୍ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଆଉ ପରେ …

କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଗଲେ । ଶନିବାର ରାତିରେ ଟ୍ରେନରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯିବାକୁ ନେଇ ରେଲୱେ ବିଭାଗ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଲେ । ତିନି ଘଣ୍ଟାର ଖୋଜାଖୋଜି ପରେ, ସେ ମଧ୍ୟପ୍ରଦେଶର ସିହୋରା ରୋଡ ରେଳ ଷ୍ଟେସନରେ, ପ୍ରାୟ ୧୬୨ କିଲୋମିଟର ଦୂରରେ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ଆହତ ଅବସ୍ଥାରେ ମିଳିଥିଲେ।ଗଣମାଧ୍ୟମ […]