ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ଲେଖା କିନ୍ତୁ ହଟିନି ୱେବସାଇଟରେ…

ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ଲେଖା । ପୁରୀରେ ପ୍ରବଳ ବିରୋଧ ପରେ ନଇଁଲେ ମମତା । ସୋସିଆଲମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଅମିତ ମାଲବ୍ୟ । ବିଜେପି ମିଡିଆ ସେଲ ଅଧ୍ୟକ୍ଷ ଅଛନ୍ତି ଅମିତ ମାଲବ୍ୟ । ସେ ଏକ୍ସରେ ଲେଖିଛନ୍ତି, ହିନ୍ଦୁ ଏକାଠି ହେଲେ ସବୁ ସମ୍ଭବ । ଫେଲ ମାରିଲା ମମତାଙ୍କ ବିଭାଜନ ରଣନୀତି । କିନ୍ତୁ ୱେବସାଇଟରେ ଏବେ ବି ଅଛି ‘ଜଗନ୍ନାଥ ଧାମ’। ୱେବସାଇଟରେ ସ୍ପଷ୍ଟ ଭାବେ ଲେଖା […]

ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ; ଆଇନମନ୍ତ୍ରୀ

ଦୀଘାରେ ଜଗନ୍ନାଥ ଧାମ ବିବାଦକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷ ପରେ ଖବରଦାତା ସମ୍ମିଳନୀରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣକୁ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି।ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ପୁରା ମିଛ । ନିମ୍ବ କାଠରେ ତିଆରି ହୋଇଛି ମହାପ୍ରଭୁ । […]

ବିଜେଡିରେ ଘୋଷଣା ହେଲା ୬ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ

ଆଜି ଆଉ ୬ ସାଂଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି। କେନ୍ଦୁଝର ପାଇଁ ଦଳ ଆଶିଷ ଚକ୍ରବର୍ତ୍ତୀଙ୍କ ନାଁ ଘୋଷଣା କରିଥିବା ବେଳେ ଖୋର୍ଦ୍ଧା ଜିଲାର ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୂରଭଞ୍ଜ-୨: ଦେବାଶିଷ ମାରାଣ୍ଡିଙ୍କ ନାଁ ଘୋଷଣା କରିଛି। ସେହିପରି ସମ୍ବଲପୁର ପାଇଁ ରୋହିତ ପୂଜାରୀ ଏବଂ ବଲାଙ୍ଗୀର ପାଇଁ ସରୋଜ ମେହେରଙ୍କୁ ଦାୟିତ୍ୱ ଦେଇଛି ବିଜେଡି।ଅନ୍ୟପଟେ ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ସେଲ୍/ଶାଖାର ଦାୟିତ୍ୱ […]

ନାବାଳିକାକୁ ଦୁଷ୍କର୍ମ କଲା ଯୁବକ। ଗିରଫ ହେବା ଭୟରେ ୩ ମହଲା ଛାତରୁ ଡେଇଁ ପଡିଲା।

ରାଉରକେଲାରେ ପୁଣି ଥରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ। ଜଣେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ସେହି ଅଞ୍ଚଳର ୨୫ ବର୍ଷୀୟ ଯୁବକ । ଗିରଫ ହେବା ଭୟରେ ୩ ମହଲା ଛାତରୁ ତଳକୁ ଡେଇଁ ପଡିଲା ଦୁଷ୍କର୍ମକାରୀ । ଗତକାଲି ବିଳମ୍ୱିତ ରାତିରେ ମାମଲା ରୁଜୁ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ। ତେବେ ଅଭିଯୋଗ ହୋଇଛି କି, ଯୁବକ ଜଣକ ଉକ୍ତ […]

ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଣୁ ସରକାରଙ୍କ ଡେଡ୍‌ଲାଇନ୍‌ ପରେ ଗଠନ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ । ଏହାପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ ଆସିଥିବା ଆବେଦନ ଗୁଡ଼ିକୁ ମଞ୍ଜୁର କରିବାକୁ ଚେଷ୍ଟା କରାଯିବ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ […]

ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ

ଆଜି ବୈଶାଖ ଶୁକ୍ଳ ଅଷ୍ଟମୀରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ଗଣାଯାଏ। ଉକ୍ତ ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହେବ। ୧୦୮ କୁମ୍ଭ ଜଳରେ ଦାରୁଦିଅଁଙ୍କ ଜଳାଭିଷେକ ହୋଇଥାଏ। ବଡ଼ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ।ସ୍କନ୍ଦ ପୁରାଣ ଅନୁସାରେ, ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ […]

ସେୟାର ମାର୍କେଟ ଟ୍ରେଡିଙ୍ଗ ନାଁରେ କୋଟି କୋଟି ଲୁଟ୍ ।

ସ୍ବଳ୍ପ ବିନିଯୋଗ କରି ଅଧିକ ଲାଭ ପାଇବାର ଲୋଭ ଦେଖାଇଥିଲେ ସାଇବର ଠକ । ଆଉ ଅନଲାଇନ୍ ଟ୍ରେଡିଂ ନାଁରେ ବ୍ୟକ୍ତିଙ୍କଠାରୁ ଠକି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଥିଲେ ଦେବୋଜିତ ତ୍ରିପାଠୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବାର […]

ଡେପୁଟେସନରେ ଯିବା ପରେ ସତ କହିଲେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ

କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ମିଳିବାର ଗୋଟିଏ ଦିନ ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶନିବାର ସୋସିଆଲ ମିଡିଆରେ ତାଙ୍କ ଗତ ୧୮ ମାସର ଅସନ୍ତୁଳିତ କାର୍ଯ୍ୟ-ଜୀବନ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ତାହା ପ୍ରକାଶ କରିଛନ୍ତି।ଲିଙ୍କଡିନ୍ ପ୍ରୋଫାଇଲରେ ସେ ଏକ ପୋଷ୍ଟ କରି କହିଛନ୍ତି ଯେ ଗତ ସପ୍ତାହଗୁଡ଼ିକ ‘ଚାପପୂର୍ଣ୍ଣ’ ଥିଲା। ଯାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରୁ ବାହାରିବାର ଯୁକ୍ତିଯୁକ୍ତ […]

ପହଲଗାମ ନୁହେଁ ଆତଙ୍କୀଙ୍କ ଟାର୍ଗେଟରେ ଥିଲେ ମୋଦି

ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଗୁପ୍ତଚର ସୂଚନାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯେ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟରେ ରଖିଥିଲେ। ଏହି ହମଲା ପଛରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) […]

ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଲେ : ସୁରେଶ ପୂଜାରୀ

ଓଡ଼ିଶାରେ କାମ କରୁଥିବା ପଶ୍ଚିମବଙ୍ଗର ମୁର୍ଶିଦାବାଦ, ବରହମପୁର ଆଦି ଅଞ୍ଚଳର ମୁସଲିମ୍ ସମ୍ପ୍ରଦାୟର ଶ୍ରମିକଙ୍କୁ ଆକ୍ରମଣ କରାଯାଉଛି। ଏଥିରେ ହସ୍ତକ୍ଷେପ କରି ଓଡ଼ିଶା ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଟିଏମ୍‌ସି ସାଂସଦ ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ […]

ନବ ଯୌବନ ଦର୍ଶନଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ମିଳିବ ନିରନ୍ତର ସ୍ବାସ୍ଥ୍ୟ ସେବା

ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଆରମ୍ଭ କରିଛି। କିଭଳି ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘନଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି। ଯାହା ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ପ୍ରାକ୍ ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ,ଭକ୍ତ,ପର୍ଯ୍ୟଟକଙ୍କ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି। ତେବେ ମହାପ୍ରଭୁଙ୍କ ଯାତ୍ରା […]

ଉଭୟ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ କଲେ ପୁରୁଷ ସହାୟକ

ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଉଭୟ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁଯାୟୀ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରିଥିବା ଯୁବକଙ୍କ ନାମ ରବି ବୋଲି ଜଣାପଡ଼ିଛି। ଅଭିଯୋଗକାରିଣୀଙ୍କ ଘରେ ସହାୟକ ଭାବେ ରବି କାମ କରୁଥିଲା । ପ୍ରଥମେ ଅଭିଯୋଗକାରିଣୀଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକ ମେଲିଂ କରୁଥିଲା […]