ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା । ପର୍ୟ୍ୟାୟ କ୍ରମେ ଦିଆଯିବ ଆବାସ ଘର ।ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି । ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର । ପରେ ପର୍ୟ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ । ଅନ୍ୟପଟେ ବିଜେପି ସରକାରରେ […]
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।୩ ଦିନିଆ ରିମାଣ୍ଡ ଆବେଦନ ମଞ୍ଜୁର କଲେ ଜିଲ୍ଲା ଦୌରାଜଜ।ଏଫ୍ଏମ୍ ଛାତ୍ରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ HOD ସମୀର ସାହୁ। ଜୁଲାଇ ୧୨ ତାରିଖରେ ସମୀରଙ୍କୁ କଲେଜ ପରିସରରରୁ ଗିରଫ ହୋଇଥିଲେ ।ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ଛାତ୍ରୀ। ଏନେଇ ସମୀରଙ୍କୁ ଗିରଫ କରିଥିଲା ସହଦେବଖୁଣ୍ଟା ଥାନା ପୋଲିସ। ଆଜି ଠାରୁ ୨୦ ତାରିଖ […]
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ । ଏହି ମାମଲାରେ ଆଜି କେସ୍ ଡାଏରୀ ଦାଖଲ ପାଇଁ ସମୟ ନେଲା କ୍ରାଇମ୍ବ୍ରାଞ୍ଚ । କଟକ ଏଡିଜେ କୋର୍ଟଙ୍କ ଶୁଣାଣି ବେଳେ ସମୟ ନେଲା କ୍ରାଇମବ୍ରାଞ୍ଚ ।ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।ଖବର ଅନୁଯାୟୀ, OTET ପ୍ରଶ୍ନପତ୍ର ଲିକ ମାମଲାରେ ଛାନ୍ଭିନ୍ […]
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିଛି ଏନ୍ଡିଏ । ଗତକାଲି ପ୍ରାର୍ଥୀ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ଆରମ୍ଭ କରିଛି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ରାଜନାଥ ସିଂ । କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହି ରାଜନୀତି କରୁଥିବା ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଢଳିବ ସେନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି । ଯଦିବା ଏନଡିଏ ପ୍ରାର୍ଥି […]
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ । ମୁମ୍ୱାଇରୁ କୋଲକାତା ହେଉଥିଲା ଚାଲାଣ ବେଳେ ଜବତ ହୋଇଛି । ତେବେ ସାନ୍ତ୍ରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଯୋଗେ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ । ଏହି ଘଟଣାରେ ଆରପିଏଫ ମୁମ୍ବାଇର ଅମିନ ସୟଦ ଓ ତାର ପରିବାରକୁ ଅଟକ ରଖି ପଚରାଉଚରା କରୁଛି । ଚାଲାଣ […]
ଖରିଫ ଋତୁ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଅବଧି ୫ଦିନ ବୃଦ୍ଧି କରିଛନ୍ତି। ପଞ୍ଜୀକରଣ ସମୟ ସୀମା ଚଳିତ ମାସ ୨୦ ତାରିଖ ଥିବାବେଳେ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।୨୦୨୫-୨୬ ଖରିଫ ପଞ୍ଚିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । […]
ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ୍ୟ କମିଟି ଓ ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ବଢିଲା ଚର୍ଚ୍ଚା। ଗସ୍ତ ସମୟରେ ମନମୋହନ କିଛି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ପାରନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ନେଇ ସାଂସଦମାନଙ୍କ ସହ ଆଲୋଚନା କରିପାରନ୍ତି। ସେପଟେ ଭୁବନେଶ୍ୱର ସାଙ୍ଗଠନିକ ଜିଲା ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସଙ୍କର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ କାରଣରୁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ରାଜ୍ୟ ସଭାପତି ମନମୋହନ […]
ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡ଼ି ଆଉ ଶିକାରେ ଲହୁଣୀ ଧରି ବେଶ ହେବେ କଳା ଗୋରା ଦୁଇ ଠାକୁର ।ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି । ଏହି ପରମ୍ପରାକୁ ସ୍ମରଣ କରି ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ ।ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ […]
ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ ହସ୍ପିଟାଲରେ ଦଳୀୟ ନେତାଙ୍କ ପ୍ରବଳ ଭିଡ଼ ମଧ୍ଯ ଜମିଥିଲା।ହେଲେ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୁଜାତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ନବୀନବାବୁଙ୍କ ଦେହ ଦୁଇଦିନ ହେଲା ଖରାପ ଥିଲା, ତେବେ ତାଙ୍କୁ କାହିଁକି ଏତେ […]
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଡିଆର୍ଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କମ୍ବିଂ ବେଳେ ନ୍ୟାସନାଲ ପାର୍କ ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ ।ସେପଟେ ଲ୍ୟାଣ୍ଡ ମାଇନ […]
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ୩ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ଉଭା ହୋଇଛି। ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବଜ୍ରପାତ ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, […]
ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଅନୁଗୁଳରେ କାର୍ଯ୍ୟରତ PWD ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସୁରେନ୍ଦ୍ର ବେହେରାଙ୍କ ଘରେ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଏହି ରେଡ୍ରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ, ଗଞ୍ଜାମର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ଗଞ୍ଜାମରେ ଥିବା ତାଙ୍କ ପୈତୃକ ଘର, […]
