ପୁଣି ନାବାଳିକା ପୁଣି ଗଣଦୁଷ୍କର୍ମ। ସବୁଥର ପରି ଏଥର ମଧ୍ୟ କିଛି କାମାନ୍ଧ ପୁରୁଷଙ୍କ ଲୋଲୁପ ଦୃଷ୍ଟିର ଶିକାର ପାଲଟିଛି ଜଣେ ନାବାଳିକା।ବାରମ୍ୱାର ରେପ୍ ଘଟଣା ବଢ଼ୁଛି ପଛେ କମିବାର ନାଁ ଧରୁନି। ଆଜି ପୁଣିଥରେ ସମ୍ୱଲପୁରରୁ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ସମ୍ବଲପୁର ଯୁଯୁମୁରା ଥାନା ଅଂଚଳରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l ସମସ୍ତ ଅଭିଯୁକ୍ତ […]
ବିରୋଧୀଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଡିକାଲ ବେଡରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଡିହାଇଡ୍ରେସନ୍ ଯୋଗୁଁ ସେ ରବିବାର ଅପରାହ୍ନ ୫ଟା ୧୫ରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ସେ ବେଡରେ ଥାଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଓ “ମୁଁ ଭଲ ଅଛି” ବୋଲି କହିଥିଲେ।ଖୁବଶୀଘ୍ର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି କହିଛି ବିଜେଡି । ନବୀନଙ୍କ ଅସୁସ୍ଥତା ଖବର ପାଇ ଡାକ୍ତରଖାନା […]
ନୂଆଗାଁ: ଜନ୍ମାଷ୍ଟମୀ ରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ସାରା ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦର ମହକୁମା ଉଠାଣି ସାହିରେ ଜନ୍ମାଷ୍ଟମୀ ସହ ନନ୍ଦ ଉତ୍ସବ ପାଳନ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି। ଗୋପପୁର ନନ୍ଦ ଘରେ ଉଛବ ପାଳନ ହେଲାପରି ଏଠାରେ ଗୋପପୁର ର ଭ୍ରମ ସୃଷ୍ଟି କଲାପରି ମନେ ହେଉଥିଲା। ଉଠାଣୀ ସାହି ଓ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ବହୁ ଆଡ଼ମ୍ବରେ […]
ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୮ ଓ ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୧୮ରେ ମାଲକାନଗିରି, କୋରାପୁଟ; ୧୯ରେ କୋରାପୁଟ ଓ କଳାହାଣ୍ଡିକୁ ୱାର୍ଣ୍ଣିଂ ।ସେହିପରି ୧୮ରୁ ୨୦ ତାରିଖ ଯାଏଁ ସମୁଦ୍ର ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଯାହା ପ୍ରଭାବରେ ୨୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ଦକ୍ଷିଣ-ପଶ୍ଚିମ ଓ […]
ରାଜ୍ୟ ସରକାର ଏନ୍ଏସି ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଏଥି ପାଇଁ ୧୨ଟି ନୂଆ ଏନ୍ଏସି ପାଇଁ ଡ୍ରାଫ୍ଟ ନୋଟିସ୍ ଜାରି କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ଏହି ୧୨ ନୂଆ ଏନଏସି ହେଉଛି ଅନୁଗୁଳ ଜିଲ୍ଲାର ପାଲ୍ଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ଵରର ସିମୁଲିଆ ଓ ବସ୍ତା, ମୟୁରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡି ଓ […]
ତୃତୀୟ ଲିଙ୍ଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ନିଯୁକ୍ତି ବେଳେ ପରୀକ୍ଷା ନିୟମ ବଦଳିବ । ପୁରୁଷ ଓ ମହିଳାଙ୍କ ପରି ତୃତୀୟ ଲିଙ୍ଗିଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପ୍ରସ୍ତାବ ରହିଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ସଚିବ ଆର ଏସ ଗୋପାଳନ ଚିଠି ଲେଖିଛନ୍ତି। ସବୁ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଫ୍ଲାଇନ୍ ହେଉ ବା ଅନ୍ଲାଇନ୍ ପୁରୁଷ/ମହିଳା/ତୃତୀୟ ଲିଙ୍ଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି […]
ପ୍ରେସମିଟରେ ସ୍ପେଶାଲ ଓଟିଇଟି ଦ୍ୱନ୍ଦ୍ୱ ଦୂର କଲେନି ବୋର୍ଡ ସଭାପତି । ଆସନ୍ତା ୩୧ ତାରିଖରେ ସ୍ପେଶାଲ ଓଟିଇଟି ହେବକି ନାହିଁ ସ୍ପଷ୍ଟ କଲେନି । ଯଦି ୩୧ ତାରିଖରେ ନ ହେଲା ଅତିଶୀଘ୍ର ସ୍ପେଶାଲ ଓଟିଇଟି କରିବୁ କହିଲେ ।ପରୀକ୍ଷାକୁ ସଠିକ ଭାବେ କରିବା ପାଇଁ କମିଟି ତର୍ଜମା କରୁଛି ।ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି । ହେଲେ ପରୀକ୍ଷାର ଠିକ୍ ପୂର୍ବ ରାତିରେ ଅପ୍ରତ୍ୟାଶିତ ଭାବରେ ବାତିଲ […]
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଅଗଷ୍ଟ ୨୮ ତାରିଖ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଗୁରୁବାର ସକାଳ ୧୦ଟା ୩୩ ମିନିଟରୁ ୧୦ଟା ୫୫ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ତା’ ପରେ ଘରେ ଘରେ ଲୋକେ ନୂଆ ଖାଇବେ । ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି।
ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ କଠୋର ବିଜେପି ସରକାର । ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର । ପୂର୍ବ ସରକାର ଭଳି କେବଳ ପିଅନ, କିରାଣୀ ମାନଙ୍କ ଉପରେ ନୁହେଁ, ମୁଖ୍ୟଯନ୍ତ୍ରୀ ସ୍ତରର ଅଧିକାରୀଙ୍କ ଉପରେ ମଧ୍ୟ ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।୨୪ରୁ ୪୮ ଘଣ୍ଟାରେ ଗିରଫ ହେଉଛନ୍ତି ଅପରାଧୀ । ବିଏନଏସ ଆଇନ ଅନୁଯାୟୀ ପଦକ୍ଷେପ ନେଉଛୁ । ଅପରାଧ ଓ ଭ୍ରଷ୍ଟାଚାରମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ […]
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଥିଲା । ହରିୟାଣା ପୁଲିସ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ହଠାତ୍ ଗିରଫ କରିଥିଲା । ପ୍ରାୟ ୩ ମାସ ପରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ସୂତ୍ର ଅନୁଯାୟୀ, ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ୍ର ପର୍ଦ୍ଦାଫାଶ ହୋଇଛି। ହରିୟାଣା ପୋଲିସ ସୂତ୍ର ଅନୁଯାୟୀ, ସ୍ବତନ୍ତ୍ର ତଦନ୍ତ ଦଳ (SIT) ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜଶିଟ୍ରେ ପୋଲିସ ଦାବି କରିଛି ଯେ, ଜ୍ୟୋତିଙ୍କୁ ପାକିସ୍ତାନ ପାଇଁ […]
ବାଇକ୍ ଉପରେ ରୋମାନ୍ସ ଷ୍ଟଣ୍ଟ । ଯୁବତୀ ଓଲଟା ବସି ରିଲସ ଦେଖିଲେ, ପ୍ରେମିକ ଫିଲ୍ମ ଷ୍ଟାଇଲରେ ବାଇକ ଉଡ଼େଇଲେ। ରାଜଧାନୀରେ ମତୁଆଲା ଯୁବକ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଛି । ସମୟ ସଂଧ୍ୟା… ଏକ ଦାମୀ ବାଇକ୍ ଚଳାଉଥିଲେ ପୁଅ, ଆଉ ପଛ ସିଟ୍ରେ ବସିବା ବଦଳରେ ଝିଅ ମାନେ ଗାର୍ଲଫ୍ରେଣ୍ଡ ବସିଥିଲେ ଆଗ ସିଟ୍ରେ । କାନ୍ଧକୁ କାନ୍ଧ ଯୋଡ଼ି ହୋଇ ଚାଲିଛି ପ୍ରେମ ଦିଆନିଆ । ଦୁହିଁଙ୍କ ମୁଣ୍ଡରେ ନଥିଲା କୌଣସି ହେଲମେଟ୍। […]
ରାୟଗଡ ୧୬.୦୮.୨୦୨୫୭୯ ତମ ସ୍ୱାଧୀନତା ଦିବସ ରାୟଗଡ ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି. ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ,ମାନ୍ୟବର ମନ୍ତ୍ରୀ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ,ଓଡିଶା ସରକାର ଯୋଗଦାନ କରି ସକାଳ ଘ. ୯.୧୫ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ଓ ଜିଲ୍ଲାବାସୀଙ୍କ ଉଦ୍ଦେଶରେ ସ୍ୱାଧୀନତା […]
