ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ । ପୁରୀରେ ପହଞ୍ଚିବା ପରେ ସେ ପ୍ରଥମେ ଶଙ୍କରାଚାର୍ଯ୍ୟ ମଠ ଯାଇ ଜଗଦଗୁରୁଙ୍କ ସାନିଧ୍ୟ ନେବା ସହ ବିଭିନ୍ନ ଧର୍ମୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରିଥିଲେ । ସୁପ୍ରିମକୋର୍ଟଙ୍କ ବୁଲା କୁକୁରଙ୍କୁ ନେଇ ରାୟ ଉପରେ ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ ନିଜର […]
ଭିସୁଟର ୨ ପ୍ରଫେସର ନିଲମ୍ବିତ। ସେମାନଙ୍କ ନାଁରେ ଥିଲା ଅସଦାଚରଣ ଓ ନିର୍ଯାତନା ଅଭିଯୋଗ। ଆଭ୍ୟନ୍ତରୀଣ କମିଟିର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜଣେ ପିଏଚଡି ଛାତ୍ରୀ ଓ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା ଉଭୟ ନିମ୍ବିତ ହୋଇଛନ୍ତି। ପୀଡ଼ିତା ଚାରି ମାସ ପୂର୍ବେ ଅଧ୍ୟାପକ ଜେନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଭିସୁଟ୍ ଆଇସିସି ଏହାର ତଦନ୍ତ କରିଥିଲେ । ଆଇସିସିର ଏକ ବୈଠକରେ କିଛିଦିନ ତଳେ ଏହାର ରିପୋର୍ଟ […]
ଆଜି ୭୯ ତମ ସ୍ୱାଧୀନତା ଦିବସକୁ ଭାରତ ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରୁଛି। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ପରେଡରେ ଭାରତୀୟ ସେନା ଏହାର ଶୃଙ୍ଖଳା, ସାହସ ଏବଂ ଦେଶପ୍ରେମକୁ ଏକ ମହାନ ଉପାୟରେ ପ୍ରଦର୍ଶନ କରିଛି।ଆଜି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ମହାନ ପରେଡରେ, ଭାରତୀୟ ସେନା ଏହାର ଶୃଙ୍ଖଳା, ସାହସ ଏବଂ ଦେଶପ୍ରେମକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲା । କିନ୍ତୁ ଏଥର ପରେଡରେ ଥିବା ଏକ ଛୋଟ ଅତିଥି ସମସ୍ତଙ୍କ ଦୃଷ୍ଟି […]
ଆଜିଠୁ ଫାସଟ୍ୟାଗ୍ର ବଦଳିଲା ନିୟମ । ଏଣିକି ନିଇତି ଲାଇନ୍ରେ ଛିଡ଼ା ହୋଇ ଆଉ ଗାଡିର ଫାସ୍ଟ୍ୟାଗ୍ କାଟିବାକୁ ପଡ଼ିବନି । ଦେଶରେ ବାର୍ଷିକ ଟୋଲ ପାସ ବ୍ୟବସ୍ଥା ଆରମ୍ଭ ହୋଇଛି। ସରକାରଙ୍କ ଏହି ପାସ ସହାୟତାରେ ବର୍ଷକ ଯାଏ ଲୋକଙ୍କୁ ମୋଟା ଅଙ୍କର ଦେୟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ନେଇ ଘୋଷଣା କରିଥିଲେ ଯେ ବାର୍ଷିକ FASTag ଜରିଆରେ ମାତ୍ର ୧୫ ଟଙ୍କାରେ ଟୋଲ ପ୍ଲାଜା ପାର କରିପାରିବେ। […]
ସ୍ୱାଧୀନତା ଦିବସ ଉପଲକ୍ଷେ କମିଛି ସୁନା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୧,୨୪୦ ଟଙ୍କାରେ କାରବାର ଆରମ୍ଭ କରିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୯୨,୮୦୦ ହୋଇଛି ।ଅନ୍ୟପଟେ ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୧,୨୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର […]
କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ନର୍ଥ ବିଟ୍ ଅସ୍ତଯୋଡ଼ି ଗ୍ରାମ ନିକଟରେ ଥିବା ନାଳ ନିକଟରୁ ଶୁକ୍ରବାର ବନବିଭାଗ ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି।ସାପଟି ନାଳ କଡରେ ଥିବା ବେଳେ କିଛି ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ |ଅସ୍ତଯୋଡ଼ି ଗ୍ରାମର ଫକୀର ଦେହୁରୀଙ୍କ ଛେଳିଟିକୁ ଅଜଗର ପାଟିରୁ ବନ କର୍ମଚାରୀ ବାହାର କରିଥିଲେ ହିଁ ଛେଳିଟିର ମୃତ୍ୟୁ ହୋଇଛି। […]
ପୁଣି ଜଳିଲେ ଆଉ ଜଣେ ଯୁବକ। ରାସ୍ତା ଉପରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଯୁବକ। ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ବ୍ୟକ୍ତି।ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ ଘଟିଛି । ବାଲିପାଟଣା ଛକରେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଶରୀର ୮୦ରୁ ଅଧିକ ପ୍ରତିଶତ […]
ଉତ୍ତର-ପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ସଂଲଗ୍ନ ଅଞ୍ଚଳ ଉପରେ ଲଘୁଚାପ ସକ୍ରିୟ ରହିଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉପରେ ଦକ୍ଷିଣ ଆଡ଼କୁ ଢଳି ରହିଛି। ଶୁକ୍ରବାର ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଆଜି ବିଶେଷକରି କୋରାପୁଟ, ଗଜପତି, ରାୟଗଡା ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ଏହାସହିତ ଉପକୂଳ […]
ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଦେଉଥିଲେ ଶାରିରୀକ ନିର୍ଯାତନା । ଜଣେ ସରକାରୀ ବାବୁଙ୍କ ନାଁରେ ଆସିଛି ଏହିଭଳି ସାଂଘାତିକ ଅଭିଯୋଗ । ତିନି ବର୍ଷ ତଳେ ମୋରଡା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଘରେ ରଖି ପାଠ ପଢ଼ାଇବା ଓ ବଡ଼ ହେବା ପରେ ଉପଯୁକ୍ତ ପାତ୍ର ଦେଖି ବିବାହ କରାଇଦେବାର ମିଛ ପ୍ରତିଶୃତି ଦେଇ ଘରୁ ନେଇଯାଇଥିଲେ । ହେଲେ ଝିଅକୁ ଚାକରାଣୀ କରି ଘରେ ରଖିଲେ ଆଉ ଯୌନ […]
ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସାରା ଦେଶରେ ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ବର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଆଜି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ ଆରମ୍ଭ ହୋଇଛି । ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆର୍ମଡ ପୋଲିସ ଏସଆଇ ବିରୀଶ ମାଝୀ , ଏସଓଜି ହାବିଲଦାର ପବିତ୍ର ସାହୁ । […]
ସପ୍ତାହେ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ପୁରୀରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା। କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ଦୁଇ ଜଣ ଅଭିଜ୍ଞ ଅଧିକାରୀ ନିୟୋଜିତ ହୋଇସାରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଉଚ୍ଚ ସ୍ତରୀୟ କମିଟି ବୈଠକ ବସି ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ।ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସଓପି ଆଧାରରେ ରତ୍ନଭଣ୍ଡାର […]
୭୯ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କହିଛନ୍ତି, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ଚାଉଳ ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଚି । ୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୮ କେବିକେ ଜିଲ୍ଲା ସହ ବୌଦ୍ଧ, ଗଜପତି ଓ […]
