ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

ଆଜି ପବିତ୍ର ଜନ୍ମାଷ୍ଟମୀ । ସାରା ଜଗତର ଭଗବାନ ଆଦି କର୍ତ୍ତାଙ୍କର ଜନ୍ମ ଦିନ। ତେବେ ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯିବ । ବଡ଼ ଦେଉଳର ପରମ୍ପରା ଅନୁସାରେ ନୀତିକ୍ରାନ୍ତି ହେବ । ଏହି କାରଣ ପାଇଂ ଆଜି 5 ଘଣ୍ଟା ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ ।ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟା 7ଟାରୁ ରାତି 12ଟା ପର୍ଯ୍ୟନ୍ତ ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ।

ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀକୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

୭୯ ତମ ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ନାହିଁ ନ ଥିବା ଉତ୍ସାହ ।ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥିରେ ଭାରତ ମାତା କି ଜୟ ଲେଖିବା ସହ ଯୁଦ୍ଧବିମାନ, ତ୍ରିରଙ୍ଗା ଆଦି ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ । ଏହା ସହ ସୁଦର୍ଶନ ପୁରୀ ବେଳାଭୂମିରେ ଅପରେସନ ସିନ୍ଦୂର ଥିମ୍ ରେ ସୁନ୍ଦର ବାଲୁକା ଚିତ୍ରକଳା ଗଢିଥିବା ବେଳେ […]

ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ! ମହିଳା ସୁରକ୍ଷାରେ ଉପରେ ଅଧିକ ଧ୍ୟାନ

୭୯ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରର ଗାନ୍ଧୀ ମାର୍ଗଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଟି କମ୍ଭପପାଟି, ମନ୍ତ୍ରୀମାନେ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇଛନ୍ତି ମୋହନ ମାଝୀ । ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ସଙ୍ଗଠିତ ଅପରାଧକୁ […]

ସ୍ୱାଧୀନତା ଦିବସ କାହିଁକି ପାଳନ କରାଯାଏ ?

ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ଅଗଷ୍ଟ ମାସ ୧୫ ତାରିଖକୁ ଆମେ ପାଳିଥାଉ ସ୍ୱାଧୀନତା ଦିବସ ଭାବରେ। ଏହି ଦିନ ନିଜ ପରିଚୟ ଓ ସ୍ଵାଧୀନତା ଫେରି ପାଇଥିଲା ଭାରତ। ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ପାଇଁ ଅଗଷ୍ଟ ପନ୍ଦରର ବିଶେଷତା ରହିଛି। ବ୍ରିଟିଶ ଶାସନ ବେଳେ ପରାଧୀନ ଭାରତରେ ସ୍ଵାଧୀନତା ପାଇବା ପାଇଁ ଅନେକ କଷ୍ଟ ସହିଛନ୍ତି ଭାରତୀୟମାନେ। ପ୍ରାୟ […]

ବଡ଼ ଘୋଷଣା କଲେ ମୋଦି:ଦୀପାବଳିରେ ଦୁଇଗୁଣ ଉପହାର ପାଇବେ ଲୋକେ

ଆଜି ଭାରତ ତା’ର ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ଲୋକମାନେ ଦୁଇଗୁଣ ଦୀପାବଳି ଉପହାର ପାଇବେ ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଆମେ GSTରେ ଏକ ବଡ଼ ସଂସ୍କାର କରିଛୁ । ଆମେ ସାରା ଦେଶରେ ଟିକସ ବୋଝ ହ୍ରାସ […]

ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି, ଯୁବଗୋଷ୍ଠୀଙ୍କ ପାଇଁ ବଡ ଘୋଷଣା

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ । ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀରରେ ତ୍ରିରଙ୍ଗ ଉଡ଼ାଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ମଧ୍ୟ ସମ୍ବୋଧିତ କରୁଛନ୍ତି। ସ୍ବାଧୀନତାର ଉତ୍ସବକୁ ଦୃଷ୍ଟିରେ ରଖି, ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ମଧ୍ୟ ସୁରକ୍ଷା ବାହିନୀ ସତର୍କ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି […]

ଉତ୍କଳ ଆଲୁମିନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଭାଗିତାରେ ରକ୍ତଦାନ ଶିବିର ଆୟୋଜିତ 229 ୟୁନିଟ୍‌‌ ରକ୍ତ ସଂଗୃହିତ

କାଶୀପୁର,୧୪/୮; ରାୟଗଡ଼଼ା ଜିଲ୍ଲା କାଶୀପୁର ବ୍ଲକ ନୂଆପଡ଼ାସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନେସନାଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ତରଫରୁ ସ୍ଥାନୀୟ କ୍ଲବ ହାଉସରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ 229 ଜଣ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ। ଆଜି ଏହି ରକ୍ତଦାନ ଶିବିରକୁ ରାୟଗଡା ଅତିରୀକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ରାୟଗଡା ରମେଶ ଚନ୍ଦ୍ର ଜେନା, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, କୁଚେଇ ପଦର ସରପଞ୍ଚ […]

ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାରଙ୍କ ଶ୍ରାଦ୍ଧ ଦିବସ ପାଳିତ

ନୂଆଗାଁ,:( ପୁଷ୍ପଲତା ପ୍ରଧାନ):ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖାଲମଡା ରେ ପୂର୍ବବତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ୧୩ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାଜ କିଶୋର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍, ଅବସର ପ୍ରାପ୍ତ ଶିକ୍ଷକ ,ସଙ୍ଗୀତଜ୍ଞ ମଦନ ମୋହନ ପ୍ରଧାନ , […]

ଚିନ୍ମୟ ମିଶନ ପକ୍ଷରୁ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ପବିତ୍ର ରେଖା ପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ […]

୭୯ତମ ସ୍ୱାଧିନତା ଦିବସ ଉପଲକ୍ଷ ବାଲୁକା ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷ ବାଲୁକା ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି। ଏହି ସ୍ୟାଣ୍ଡ ଆନିମେସନଟି ଅପରେସନ ସିନ୍ଦୂରର ବିଜୟ ଗାଥାକୁ ଆଧାର କରି କରାଯାଇଛି। ଏହା ସାରା ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି।ଆମ ଦେଶର ସୁରକ୍ଷା ପାଇଁ ବୀର ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ତାଙ୍କର ବୀର ଗାଥାକୁ ବାଲୁକା ଆନିମେସନରେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ବାଲୁକା […]

ବିଷାକ୍ତ ସାପ କାମୁଡ଼ିବା ପରେ ବି ବଞ୍ଚିଗଲା ୩ ବର୍ଷର କୁନି ଝିଅ

ମଧ୍ୟପ୍ରଦେଶ, ଶହଡୋଲ୍ ଜିଲ୍ଲାର ସୋହାଗପୁର ଥାନା ଅଞ୍ଚଳ ଅନ୍ତର୍ଗତ ପିପାରିଆ ଗାଁରେ, ଏକ ତିନି ବର୍ଷର ଝିଅ କଞ୍ଚନ କୋଲକୁ ଏକ ବିଷାକ୍ତ କରୈତ ନାମକ ସାପ କାମୁଡ଼ିଥିଲା । ସାପଟି ଥରେ କିମ୍ବା ଦୁଇଥର ନୁହେଁ ବରଂ ଶିଶୁର ହାତକୁ ତିନିଥର ଚୋଟ ମାରିଥିଲା । ଝିଅକୁ ଗୁରୁତର ଅବସ୍ଥାରେ ଶହଡୋଲ୍ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଝିଅ ବଞ୍ଚିବ ବୋଲି ସମସ୍ତେ ଆଶା ଛାଡ଼ି ଦେଇଥିଲେ । କିନ୍ତୁ ଝିଅର ବିଞ୍ଚିବା ଜିଦ୍ […]

ଅଗଷ୍ଟ ୧୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ଅଗଷ୍ଟ ୧୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ । ମଧ୍ୟାହ୍ନ ସାଢ଼େ ୧୨ ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍ଥିର ହୋଇଛି । ଚଳିତ ଥର ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଦେଇଛନ୍ତି । ସେହିପରି ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ […]