୯ରେ ବାରବାଟୀ ଟି-ଟ୍ୱେଣ୍ଟି: ଆଜି ଅନ୍‌ଲାଇନରେ ମିଳିବ ଟିକେଟ

ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହାତରେ ସପ୍ତାହେ ସମୟ ଥିବାବେଳେ ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍ ସଂଖ୍ୟା କମିଛି ।ଅଫିଲିଏଟେଡ୍ ୟୁନିଟ୍‌ମାନଙ୍କ ପାଇଁ SBI ଦ୍ୱାରା OCA କନଫରେନ୍ସ ହଲ୍‌ରେ […]

ନିୟମଗିରିରେ ଜିଲ୍ଲାପାଳ : ଲୋକଙ୍କ ସମସ୍ୟା ବୁଝି ରାସ୍ତାର କଲେ ସମୀକ୍ଷା

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତ ତଥା ନିୟମଗିରିରେ ବସବାସ କରୁଥିବା ଲୋକଙ୍କ ପାଖରେ ସରକାରୀ ସୁବିଧା ପହଁଚୁଛି କି ନାହିଁ ଏବଂ ସେହି ଅଞ୍ଚଳରେ ବସବାସ କରୁଥିବା ଡ଼ଙ୍ଗରିଆଙ୍କ ଦୁଃଖ ବୁଝିବା ସହ ସରକାରୀ ସୁବିଧା ପହଁଞ୍ଚାଇବା ଉଦେଶ୍ୟରେ ଶନିବାର ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଗସ୍ତ କରିଥିବା ଜଣାପଡିଛି,ପ୍ରଥମେ ଆକାଂକ୍ଷା ଗ୍ରାମ ସକଟାରେ ପହଞ୍ଚି ଜନମନ ଯୋଜନାରେ ଘର ନିର୍ମାଣ, ଅଙ୍ଗନବାଡି ଗୃହ, ସ୍କୁଲ, ଆରୋଗ୍ୟ କେନ୍ଦ୍ର ଆଦି ବୁଲି […]

ଏବେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ୍

ମଧ୍ୟ ପ୍ରଦେଶରେ ଗତ କିଛି ଦିନ ତଳେ କଫ ସିରପ ଖାଇବା ପରେ ଅନେକ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ରାଜ୍ୟ ଏବଂ ସାରା ଦେଶରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। କେନ୍ଦ୍ର ସରକାର ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏହି ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ସର୍ବୋଚ୍ଚ ନିୟାମକ ସଂସ୍ଥା, ଡ୍ରଗ୍ସ ଆଡଭାଇଜରୀ କମିଟି, କଫ ସିରପକୁ ଲାଇସେନ୍ସିଂ ଏବଂ ସ୍ବତନ୍ତ୍ର ମନିଟରିଂ ନିୟମରୁ ପୂର୍ବରୁ ମୁକ୍ତ […]

ରାଜ୍ୟର ପ୍ରତି ପଞ୍ଚାୟତରେ ପିଅନ ନିଯୁକ୍ତି ନେଇ ସରକାରଙ୍କ ବଡ଼ ଘୋଷଣା

ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏଣିକି ନିଯୁକ୍ତ ହେବେ ପିଅନ। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ। ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜ ସ୍ତରରେ ପିଅନ ରଖି ଦରମା ଦେଉଥିଲେ। ପଞ୍ଚାୟତ ଫଣ୍ଡ୍‌ରୁ ପିଅନଙ୍କୁ ଦରମା ଦିଆଯାଉଥିଲା। ଏବେ ରାଜ୍ୟ ସରକାର ଦରମା ଦେବେ।ପୂର୍ବରୁ ରହିଥିବା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍ ୧୯୬୪ର ଧାରା ୧୨୩ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୨୦୧୪ର […]

ଡିସେମ୍ବରରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ

ଡିସେମ୍ବର ମାସ ଖୁବଶୀଘ୍ର ଆରମ୍ଭ ହେବ । ଡିସେମ୍ବର ମାସରେ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣ ଡିସେମ୍ବରରେ କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ କାମ ରଖିଛନ୍ତି, ସେଥିପାଇଁ ଆପଣଙ୍କୁ ବ୍ୟାଙ୍କ ଛୁଟି ବିଷୟରେ ଜାଣିବାକୁ ହେବ । ତେବେ ଡିସେମ୍ବର ୭,୧୪ ,୨୧ ,୨୮ ରେ ରବିବାର ପଡୁଛି ତେଣୁ ବ୍ୟାଙ୍କ ବନ୍ଦ ରହିବ |ଛୁଟିଦିନରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ, କିନ୍ତୁ ATM, UPI, ନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ […]

ଜଗତସିଂହପୁର ସାଂସଦଙ୍କ କାରକୁ ପଛପଟୁ ଧକ୍କା ଦେଲା କାର୍, ଡ୍ରାଇଭର ଅଟକ

ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ସାଂସଦ । ସାଂସଦ ଖେଳ ମହୋତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱରରୁ ଜଗତସିଂହପୁର ଆସୁଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ହାଜିପୁର ନିକଟରେ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଂସଦଙ୍କ କାରକୁ ପଛପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଗାଡିଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇଥିବା କାର ସହ ଚାଳକ ବିରିଡି ଥାନାରେ ଅଟକ ।

ନୂଆ ସାମିଲଙ୍କୁ ନୂଆବର୍ଷରେ ୨ଟି ସୁଭଦ୍ରା କିସ୍ତି ଟଙ୍କା : ପ୍ରଭାତୀ

ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ଆଜି ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ପୋର୍ଟାଲ ଖୋଲାଯାଇଛି । ୨୧ ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ହେଉଛନ୍ତି । ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ସେଥିପାଇଁ ବିଭାଗ କାମ କରୁଛି। ଗୃହରେ ତଥ୍ୟ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି। ୯୭ […]

ମାଓବାଦୀଙ୍କୁ ବିଏସଏଫ ଆଇଜିଙ୍କ କଡ଼ା ଚେତାବନୀ, ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର

ମାଓବାଦୀଙ୍କୁ ବିଏସଏଫ୍ ଆଇଜିଙ୍କ କଡା ଚେତାବନୀ । ବିଏସଏଫ୍ ଆଇଜି ଶ୍ରୀବାସ୍ତବ କଡା ଚେତାବନୀ ଦେଇ କହିଛନ୍ତି ଯେ ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର ହେବ । ହିଡିମ୍ବା ଭଳି ପ୍ରତି ମାଓ ନେତାଙ୍କ ଉପରେ ନଜର ରହିଛି । ଡ୍ରୋନ ଓ ସାଟେଲାଇଟ ଜରିଆରେ ଆଣ୍ଟି ନକ୍ସଲ ଅପରେସନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । କନ୍ଧମାଳ, ବୋଦ୍ଧ, କଳାହାଣ୍ଡିରେ ମାଓ ମୁକାବିଲାରେ ବିଏସଏଫ ମୁତୟନ ଅଛନ୍ତି । ଚଳିତ ବର୍ଷ ମିଳିତ ଅପରେସନରେ ୧୯ଜଣ ମାଓବାଦୀ […]

ଜିଲ୍ଳାପାଳଙ୍କୁ ଭେଟିଲା ପ୍ରେସ ଏଣ୍ଡ ମିଡିଆ ୱେଲଫେୟର ଆସୋସିଏସନ।ଚିକିତ୍ସାଧୀନ ମହିଳା ସାମ୍ବାଦିକାଙ୍କୁ ଆର୍ଥିକ ସହାୟତା ପାଇଁ ଆଲୋଚନା

ସରକାରୀ ସହାୟତା ପ୍ରଦାନର ପ୍ରତିଶୃତି ଦେଲେ ଜିଲ୍ଳାପାଳରାୟଗଡ଼ 28/11/ 2025 : ଗତ ବୁଧବାର ଦିନ ସମ୍ବଲପୁର ଜିଲ୍ଳା କୁଚିଣ୍ଡାକୁ ବରଯାତ୍ରୀରେ ଯାଇ ସଡକ ଦୁର୍ଘଟଣାର ଶୀକାର ହୋଇ ବିଶାଖାପାଟଣମରେ ଚିକିତ୍ସାଧୀନ ହେଉଥିବା ରାୟଗଡ଼ାର ଜଣେ ୱେବ ମିଡିଆ ସାମ୍ବାଦିକା ସୁପ୍ରିୟା ଷଡଙ୍ଗୀଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଆଜି ପ୍ରେସ ଏଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ,ଓଡିଶା,ରାୟଗଡ଼ା ଜିଲ୍ଳାର ସଦସ୍ୟମାନେ ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି […]

ଦିନେଶ ବେହେରାଙ୍କ ନାଁରେ ମହିଳା ଥାନାରେ ଏତଲା

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣାରେ ଥାନାରେ ମାମଲା । ଷ୍ଟେଟ ହୁମାନ ରାଇଟ କାଉନସିଲ ପକ୍ଷରୁ କଟକ ମହିଳା ଥାନାରେ ଏତଲା । ହ୍ୟୁମାନ ସାଗରଙ୍କ ମୃତ ବେଳେ ତାଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ମ୍ୟାନେଜର ଦିନେଶ ବେହେରା । ଯାହାକୁ ବିରୋଧ କରିଛନ୍ତି ଷ୍ଟେଟ ହୁମାନ ରାଇଟ କାଉନସିଲ ।ଅଭିଯୋଗ ଅନୁସାରେ, ହ୍ୟୁମାନଙ୍କ ମୃତ୍ୟୁ ଦିନ ହିଁ ତାଙ୍କ ମ୍ୟାନେଜର ଦିନେଶ ଓ ହ୍ୟୁମାନଙ୍କ ମା’ଙ୍କ ମଧ୍ୟରେ […]

୪ ହଜାରରୁ ଊର୍ଦ୍ଧ୍ବ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି

ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। । ପୂର୍ବାପେକ୍ଷା ଅଢେଇ କୋଟିର ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି ସରକାର।ପୂର୍ବରୁ ଏହା ୫ କୋଟି ଟଙ୍କା ଥିବା ବେଳେ ଏବେ ଏହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ଦେବୋତ୍ତର କମିଶନଙ୍କ ଅଧୀନରେ ରହିଛି ୧୮ ହଜାରରୁ ଅଧିକ […]

ରାଉରକେଲା NIT ତିଆରି କଲା କ୍ୟାନସର ମେଡିସିନ ! ପିପ୍ପଳିରୁ ଭଲ ହେବ କ୍ୟାନ୍ସର

ମସଲା ଜାତୀୟ ପିପଳିରୁ ପ୍ରସ୍ତୁତ ହୋଇଛି କର୍କଟ ରୋଗର ମେଡିସିନ୍ l କୋଲୋନ୍ କର୍କଟ ଏମିତି ଏକ ରୋଗ ଯେଉଁଥିରେ ଶରୀରର ବଡ଼ ଅନ୍ତଃନଳୀରେ କୋଷ ବୃଦ୍ଧି କରି ଟ୍ୟୁମର କରିଥାଏ l ଯାହାକି କର୍କଟ ରୋଗର ଏକ ବଡ଼ କାରଣ lଏନଆଇଟି ରାଉରକେଲାର ଲାଇଫ ସାଇନ୍ସ ବିଭାଗର ରିସର୍ଚ୍ଚ ବିଶେଷଜ୍ଞଙ୍କୁ ମିଳିଲା କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂଆ ଉଦ୍ଭାବନ । ଏକ ତିନି ଜଣିଆ ରିସର୍ଚ୍ଚ ଟିମ କ୍ୟାନ୍ସର ପାଇଁ ରିସର୍ଚ୍ଚ ଜାରି ରଖିଥିବା ବେଳେ […]