ଅନଲାଇନ ଉପସ୍ଥାନକୁ କଡ଼ା ବିରୋଧ,ଶିକ୍ଷକ ମାନଙ୍କ ଜୋରଦାର ବିକ୍ଷୋଭ ପ୍ରଦର୍ଶନ, ଜିଲ୍ଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,(ଓଡ଼ିଶା ଦର୍ପଣ):ଅନଲାଇନ ଉପସ୍ଥାନକୁ ବିରୋଧ କରି  ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଜିଲ୍ଲାର ସମସ୍ତ ୮ଟି ବ୍ଲକର ଶିକ୍ଷକ ମାନେ ଏଥିରେ ସାମିଲ ହୋଇ ଏକ ବିଶାଳ ରାଲିରେ ନିୟୁଟାଉନ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ […]

ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିଛନ୍ତି। ଏହା ସହ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ସ୍ୱଚ୍ଛ, ସରଳ ଓ ସମୟ ଉପଯୋଗୀ ହୋଇପାରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ନୂତନ […]

ସମ୍ବଲପୁର ମେଡ଼ିକାଲରେ ଛାତରୁ ଡେଇଁପଡ଼ିଲେ ରୋଗୀ

ସମ୍ବଲପୁର ମେଡ଼ିକାଲରେ ଛାତରୁ ଡେଇଁପଡ଼ିଲେ ରୋଗୀ । ସମ୍ବଲପୁର ବୁର୍ଲା ମେଡିକାଲରେ ଛାତରୁ ଡେଇଁ ରୋଗୀ ଗୁରୁତର ହୋଇପଡ଼ିଛନ୍ତି ।  ପ୍ରଥମ ମହଲା ଛାତରୁ ଡେଇଁ ରୋଗୀ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି ।  ରୋଗୀ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ଅଞ୍ଚଳର ।  ଗୁରୁତର ଅବସ୍ଥାରେ ତାଙ୍କୁ ଭୀମସାର କାଜୁଆଲଟିରେ ତାଙ୍କୁ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଗତକାଲି ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। […]

ବାଲାପଡୁ କ୍ଵାର୍ଜଖଣି ଖାଦାନ ଜନଶୁଣାଣୀ ତୀବ୍ର ବିରୋଧ ,ବିବାଦରେ ପ୍ରଦୂଷଣ ବିଭାଗ !

ରାୟଗଡ ଜିଲ୍ଲା – ରାୟଗଡ ସମଗ୍ର ରାୟଗଡ ଜିଲ୍ଲାଏବେ ଖଣି ଲିଜ୍ ଧାରୀଙ୍କ ଲୋଲୁପ ନଜରରେ ରହିଛି . ଆଗାମୀ ପନ୍ଦର ବର୍ଷରେ ଧ୍ୱଂସ ହେବ ଜିଲ୍ଲା ର ପ୍ରକୃତି ! ଏଠି ମିଳିବନି ପାଣି ,ବଂଚିବାକୁ ପବନ ଗୋଟାଏ ପଟେ ସିଜିମାଳି ଖଣି ନେବାକୁ ମୈତ୍ରୀ କମ୍ପାନୀ ଷଡଯନ୍ତ୍ର ଶୀର୍ଷରେ ପହଂଚିଥିବା ବେଳେ ପ୍ରଭାବିତ ଅଂଚଳ ବାସୀ ଧ୍ବଂସଲୀଳା କୁ ଅଟକାଇବାକୁ ତୀବ୍ର ବିରୋଧ କରିଚାଲିଛନ୍ତି . ଅଂଚଳରେ ଅଶାନ୍ତର ବାତାବରଣ . ଆଇନ ଶୃଙ୍ଖଳା […]

ପୁରୀରୁ ରାଜସ୍ଥାନକୁ ସିଧାସଳଖ ଗଡ଼ିବ ଟ୍ରେନ

ପୁରୀରୁ ରାଜସ୍ଥାନକୁ ସିଧାସଳଖ ଗଡ଼ିବ ଟ୍ରେନ। ମହୋଦଧି ସହ ଯୋଡ଼ି ହେବ ମରୁଭୂମି।ଏଭଳି ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଓଡିଶା ଓ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅବିବୃଦ୍ଧି ପାଇଁ ପୁରୀ ଲାଲଗଡ ପୁରୀ ଏକ୍ସପ୍ରେସ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଗତକାଲି ସମ୍ପ୍ରସାରିତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।ଏହି ସାପ୍ତାହିକ […]

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ, ୨୦୨୯ ପୂର୍ବରୁ ବ୍ଲକ୍ ପୁନର୍ଗଠନ ହେବ: ପଞ୍ଚାୟତିରାଜ ମନ୍ତ୍ରୀ 

୨୦୨୬ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ସେହିଭଳି ୨୦୨୯ ପୂର୍ବରୁ ବ୍ଲକ୍ ପୁନର୍ଗଠନ ହେବ  । ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ । ଏନେଇ ଏକ କମିଟି ମଧ୍ୟ ଗଠନ କରାଯିବ । ଏହାସହ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ଗତକାଲି ରାଜ୍ୟପାଳ ଏ ବିଷୟରେ ଆଲୋଚନା କରିଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା […]

ଏହି ମାସରେ ହେବ RI -AMIN ପ୍ରିଲିମିନାରୀ ପରୀକ୍ଷା

ଆର୍‌ଆଇ, ଏଆର୍‌ଆଇ, ଅମିନ ଏବଂ ଆଇସିଡିଏସ୍‌ ସୁପରଭାଇଜର୍‌ ପଦବୀରେ ନିଯୁକ୍ତି ପାଇଁ ପୁଣିଥରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟରବେସ୍‌ଡ ନିଯୁକ୍ତି ପରୀକ୍ଷା (ସିବିଆର୍‌ଇ) ମାଧ୍ୟମରେ ପରୀକ୍ଷା କରିବାକୁ ମଙ୍ଗଳବାର ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ହୋଇଥିବା ସମସ୍ତ ପ୍ରକ୍ରିୟାକୁ ବାତିଲ୍‌ କରାଯାଇ ପୁଣିଥରେ ମୂଳରୁ ପ୍ରକ୍ରିୟା ଆରମ୍ଭ କରାଯିବ। ପୂର୍ବରୁ […]

ପରିକ୍ରମା  ମାର୍ଗରେ ଧମକପୂଣ୍ଣ ଲେଖା ଘଟଣାରେ କିଛି ସୁରାଗ ମିଳିଥିବା କହିଲେ ପୁରୀ ଏସପି

ଶ୍ରୀମନ୍ଦିର ଦକ୍ଷିଣ  ପାଶ୍ୱର୍ ପରିକ୍ରମା  ମାର୍ଗରେ ଧମକପୂଣ୍ଣ ଲେଖା ଘଟଣାରେ କିଛି ସୁରାଗ ମିଳିଥିବା କହିଲେ ପୁରୀ ଏସପି ପିନାକ ମିଶ୍ର । ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ୱାଧିକ ଗୁରୁତ୍ୱ ଦେଇଥାଉ । ପୋଲିସର ସ୍ପେଶାଲ ଟିମ ସିସିଟିଭି ଫୁଟେଜ ଯାଞ୍ଚ କରିଛି । ସିସିଟିଭି ଫୁଟେଜ ଯାଞ୍ଚରୁ କିଛି ସୁରାଗ ପାଇଛୁ ।  କେବେ ଲେଖାହୋଇଥିଲା, କିଏ ଲେଖିଥିଲା ଜଣାପଡିବ । ସୂଚନାମୁତାବକ ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ ଦିଆଯାଇଛି।  ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି […]

ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୧୪ ତାରିଖ ଅର୍ଥାତ ଆସନ୍ତାକାଲି କୋରାପୁଟ, ମାଲକାନଗିରିରେ ଅତି ପ୍ରବଳ ବର୍ଷା ନେଇ […]

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ।ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ବୈଠକରେ ୫ଟି ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ପୂର୍ତ୍ତ, ଜଳସମ୍ପଦ, ନଗର ଉନ୍ନୟନ ଏବଂ ଆଇନ ବିଭାଗର ପ୍ରସ୍ତାବ ଆସିପାରେ ବୋଲି ଅନୁମାନ କରାଯାଉଛି ।

ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ

ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ । ଆତଙ୍କବାଦୀ ହମ୍‌ଲା ନେଇ ଆସିଲା ଓ୍ୱାର୍ଣ୍ଣିଂ । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ଧମକପୂର୍ଣ୍ଣ ଲେଖା ।ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । […]

ପରିବହନ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପରିବହନ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ଇଡି। ରାଜ୍ୟ ପରିବହନ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବା ଜାଣିବାକୁ ପାଇଛି ଇଡି । ତେଣୁ ପରିବହନ ବିଭାଗ ସହିତ ଜଡ଼ିତ ୩୪ ଜଣଙ୍କର ତଥ୍ୟ ମାଗିଛି ଇଡି ।କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ବିଷୟରେ ଇଡି ପକ୍ଷରୁ ଗତ ଜୁଲାଇ ୨୨ ତାରିଖରେ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗକୁ ଚିଠି କରାଯାଇଥିଲା […]