ପୁରୀ ଶ୍ରୀମନ୍ଦିର ଭାଙ୍ଗିବାକୁ ଚେତାବନୀ । ଆତଙ୍କବାଦୀ ହମ୍ଲା ନେଇ ଆସିଲା ଓ୍ୱାର୍ଣ୍ଣିଂ । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ଧମକପୂର୍ଣ୍ଣ ଲେଖା ।ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । […]
ପରିବହନ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ଇଡି। ରାଜ୍ୟ ପରିବହନ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ହେରଫେର ହୋଇଥିବା ଜାଣିବାକୁ ପାଇଛି ଇଡି । ତେଣୁ ପରିବହନ ବିଭାଗ ସହିତ ଜଡ଼ିତ ୩୪ ଜଣଙ୍କର ତଥ୍ୟ ମାଗିଛି ଇଡି ।କଟକ ପରିବହନ କମିସନରଙ୍କ କାର୍ଯ୍ୟାଳୟକୁ ସମସ୍ତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ବିଷୟରେ ଇଡି ପକ୍ଷରୁ ଗତ ଜୁଲାଇ ୨୨ ତାରିଖରେ ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗକୁ ଚିଠି କରାଯାଇଥିଲା […]
ରାଜ୍ୟରେ ବଢ଼ିବାରେ ଲାଗିଛି ଦୁଷ୍କର୍ମ। ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣରୁ ଦୁଷ୍କର୍ମର ଅଭିଯୋଗ ଆସିବାରେ ଲାଗିଛି।ଜଗତସିଂହପୁର ଜିଲ୍ଲାରେ ଲଜ୍ଜା ।ଘରେ କେହି ନଥିବା ବେଳେ ଜଣେ ୧୬ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଡୋଶୀ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି। ଅଭୟଚାନ୍ଦପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି।ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୁଲିସ। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ତାଙ୍କର ବୟାନ ରେକର୍ଡ କରାଯିବ […]
ଓଡ଼ିଶା ହେବ ମେରାଇନ ବାୟୋଟେକ୍ନୋଲୋଜି ଓ ବ୍ଲୁ ଇକନୋମିର ବିଶ୍ବ ହବ୍ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମେରାଇନ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର (OMBRIC)ର ଶୁଭାରମ୍ଭ କରିଛନ୍ତି । ଯୁବ ଉଦ୍ୟୋଗୀଙ୍କ ପାଇଁ ମେରାଇନ ବାୟୋଟେକ୍ ଷ୍ଟାର୍ଟଅପ୍ ସୃଷ୍ଟି କରିବାର ପ୍ଲାଟଫର୍ମ ଭାବେ ଏହା କାମ କରିବ ।ଏହି କରିଡର ପରିବେଶ ସୁରକ୍ଷା, ବିଜ୍ଞାନ ଆଧାରିତ ପର୍ଯ୍ୟଟନ, ନିବେଶ ଓ ନିଯୁକ୍ତି ସହ ଉପକୂଳବାସୀଙ୍କ ଜୀବିକା ଉପାର୍ଜନରେ ସହାୟକ ହେବ ବୋଲି କୁହାଯାଉଛି […]
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ମିଳିତ ସମନ୍ଵୟରେ ରାୟଗଡ଼ ପୌରପରିଷଦ ଆନୁକୁଲ୍ଯରେ ଦିବା ୧୦.୦୦ ଘଟିକା ସମୟରେ ଗାନ୍ଧୀ ପାର୍କ ନିକଟସ୍ଥ ଅଶୋକ କଲ୍ୟାଣ ମଣ୍ଡପ ଠାରେ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ” ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି ।ଏହି ଶିବିରରେ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ରାୟଗଡ଼ ମୁଖ୍ୟ ଅତିଥିରୁପେ ଯୋଗଦାନ […]
ରାଜ୍ୟରେ ୫ ବର୍ଷରୁ କମ୍ ବୟସ୍କ ୬୦ ପ୍ରତିଶତ ଶିଶୁଙ୍କର ଆଧାର କାର୍ଡ ନାହିଁ । ରାଜ୍ୟରେ ୫ ବର୍ଷ ବୟସ ଭିତରେ ପିଲାଙ୍କ ସଂଖ୍ୟା ହେଉଛି ୩୨ ଲକ୍ଷ ୪୮ ହଜାର ୬୩୨ । ଏଥିରୁ ମାତ୍ର ୧୨ ଲକ୍ଷ ୭୩ ହଜାର ୨୧୧ ଜଣ ଆଧାର ପଞ୍ଜୀକୃତ ହୋଇଛନ୍ତି। ସେହିପରି ୫ରୁ ୧୮ ବର୍ଷ ବୟସର ମାତ୍ର ୯ ପ୍ରତିଶତ ଶିଶୁ ଆଧାର ପଞ୍ଜୀକୃତ ହୋଇନାହାନ୍ତି । ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଆଧାର କ୍ୟାମ୍ପ […]
ବ୍ୟବହାର ହେବନି ହରିଜନ ଶବ୍ଦ । ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ଜାତି ପ୍ରମାଣ ପତ୍ରରେ ବି ରହିବନି ଶବ୍ଦ । କେବଳ ଅନୁସୂଚିତ ବ୍ୟବହାର ନାଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ପତ୍ରରେ ଅନୁସୂଚିତ ଜାତି ଉଲ୍ଲେଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ସୂଚନାଯୋଗ୍ୟ, ‘ହରିଜନ’ ଶଦ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ […]
ଆସନ୍ତାକାଲି ଅପରାହ୍ନରେ 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ବୁଧବାର ଭାଦ୍ରବ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ‘ରାହୁରେଖାଲାଗି’ ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆରମ୍ଭ ହେବ ନୀତି । ଆପାତତଃ ଅପରାହ୍ନ 2 ଟା 30 ମିନିଟ ଠାରୁ ସନ୍ଧ୍ୟା 6 ଟା 30 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି […]
ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ବିରୋଧରେ ବଡ଼ ଆକ୍ସନ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀର ବୋଲି ଗ୍ରହଣ କରି ଏହି ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି ।କମିଟିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମନିନ୍ଦର ମୋହନ ଓ ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ ରହିଛନ୍ତି । ସୁଚନାମୁତାବକ ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଜଷ୍ଟିସ୍ […]
କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ତିନି ବଡ଼ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୮,୫୪୧ କୋଟି ଟଙ୍କା ଯୋଜନାକୁ ମଞ୍ଜୁରି ମିଳିଛି ।୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ । ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣକୁ ଏହା ଆହୁରି ମଜଭୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।ଆଜି ମନୁମୋଦିତ ପ୍ରସ୍ତାବ SiCSem, କଣ୍ଟିନେଣ୍ଟାଲ୍ ଡିଭାଇଲ୍ ପ୍ରାଇଭେଟ୍ […]
ଆଜି ବିଶ୍ବ ହାତୀ ଦିବସ ।ଭଗବାନଙ୍କ ସୃଷ୍ଟିରେ ସବୁଠୁ ବିଶାଳକାୟ ଜୀବ ହେଉଛି ହାତୀ । ସେହି ହାତୀଙ୍କ ପାଇଁ ଆଜି ଦିନଟି । ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଏ । ହାତୀ-ମଣିଷର ଭଲ ବନ୍ଧୁତା କାଳ କାଳରୁ ରହିଆସିଛି ।ଯାହାକି 2012 ମସିହାରୁ ପାଳନ କରାଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣରେ ଜନସଚେତନା ସୃଷ୍ଟି କରିବା । ତେବେ ରାଜ୍ୟରେ ୧୨୮ ଜିଲ୍ଲାରେ ଅଛନ୍ତି […]
ଆଜି ବିଶ୍ବ ହାତୀ ଦିବସ ।ଭଗବାନଙ୍କ ସୃଷ୍ଟିରେ ସବୁଠୁ ବିଶାଳକାୟ ଜୀବ ହେଉଛି ହାତୀ । ସେହି ହାତୀଙ୍କ ପାଇଁ ଆଜି ଦିନଟି । ପ୍ରତିବର୍ଷ ଅଗଷ୍ଟ 12 ତାରିଖକୁ ବିଶ୍ବ ହସ୍ତୀ ଦିବସ ଭାବେ ପାଳନ କରାଯାଏ । ହାତୀ-ମଣିଷର ଭଲ ବନ୍ଧୁତା କାଳ କାଳରୁ ରହିଆସିଛି ।ଯାହାକି 2012 ମସିହାରୁ ପାଳନ କରାଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣରେ ଜନସଚେତନା ସୃଷ୍ଟି କରିବା । ତେବେ ରାଜ୍ୟରେ ୧୨୮ ଜିଲ୍ଲାରେ ଅଛନ୍ତି […]
