ଜମ୍ମୁ କଶ୍ମୀରର ପହଲଗାମରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ପର୍ଯ୍ୟଟକ। ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବା ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ […]
ରାୟଗଡ଼ା /କଲ୍ୟାଣସିଂହପୁର ():-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ୍ ବୁଡାଗୁଡା ପଞ୍ଚାୟତର ଢେପାଗୁଡ଼ା ଗ୍ରାମ ନିକଟସ୍ତ ବଡ଼ ନାଳ ଠାରେ ନିର୍ମାଣାଧୀନ ବ୍ରିଜ କାର୍ଯ୍ୟ ସରୁ ନ ଥିବାରୁ ଲୋକ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। କିଣା ବିକା କାମ ହେଉ କି ପିଲା ଙ୍କୁ ସ୍କୁଲ୍ ଯିବା ହେଉ ଜରୁରୀ ସମୟରେ ଏଇ ବାଟ ଦେଇ ସିକରପାଇ ଯିବାକୁ ପାଖ ପଡୁଥିବାରୁ ଦୀର୍ଘ୍ ଦିନ ଧରି ଏଠାରେ ଏକ ବ୍ରିଜ ନିର୍ମାଣ […]
ଦେବ ପ୍ରସାଦ ଦାଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ଦେବ ପ୍ରସାଦ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିିଛି ।ଦାଶଙ୍କ ନେତୃତ୍ୱରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବ […]
ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ ପରେ ପୁରୀ ସୁପେରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଏସ୍ପି) ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରିଛନ୍ତି। ଅଭିଯୁକ୍ତ ବାପି ନାବାଳକକୁ ଅପ୍ରାକୃତିକ ଯୌନସମ୍ପର୍କ ରଖିବାକୁ ଅର୍ଥ ଦେଇ ପ୍ରଲୋଭିତ କରାଇଥିଲା । ନାବାଳକକୁ ଅଭିଯୁକ୍ତ ଅର୍ଥ ନଦେବାରୁ ନାବାଳକ ଘରେ କହିଦେବ ବୋଲି କହିଥିଲା । ପ୍ରତିଶୋଧ ପରାୟଣ ହୋଇ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୫ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୪ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ। […]
ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ‘ଏହା କୋର୍ଟର ବିବେକକୁ ଦୋହଲାଇ ଦିଏ।’ ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ।ପ୍ରକୃତରେ, ବାବା ରାମଦେବଙ୍କ ବୟାନ ବିରୋଧରେ ହମଦର୍ଦ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। ‘ଶରବତ ଜିହାଦ’ ସମ୍ପର୍କରେ ବାବା ରାମଦେବ […]
ମିଶନ ଶକ୍ତି ପୁନର୍ଗଠନ ନିଷ୍ପତିକୁ ହାଇକୋର୍ଟଙ୍କ ରହିତାଦେଶ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା । କହିଲେ, ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ । କିଛି ସମୟ ବିଳମ୍ବ ହୋଇପାରେ, କିନ୍ତୁ ଗାଁରେ ମହିଳାମାନେ ଭାବି ନିଅନ୍ତୁ ଯେ SHG ପୁନର୍ଗଠନ ସୁନିଶ୍ଚିତ ହେବ । ନେତୃତ୍ୱ ପରିବର୍ତ୍ତନ ହେଲେ ହିଁ ମହିଳାଙ୍କ ବିକାଶ ସୁନିଶ୍ଚିତ ହୋଇପାରିବ । ତେବେ ସର୍ବଶକ୍ତିମୟୀ ମିଶନ ଶକ୍ତି ଫେଡେରେସନ୍, କେନ୍ଦୁଝର ଏବଂ ଅନ୍ୟ ମିଶନ ଶକ୍ତିଙ୍କ ପକ୍ଷରୁ ଆଗତ […]
ସାରା ଓଡ଼ିଶାରେ ପ୍ରଚଣ୍ଡ ଗରମ ପ୍ରବାହ ଜାରି ରହିଛି। ଯାହା ଫଳରେ ରାଜ୍ୟ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଗ୍ରୀଷ୍ମ ଋତୁର ପିକ୍ ଆୱାରରେ କୌଣସି ବିଦ୍ୟୁତ୍ କାଟ୍ କରାଯିବ ନାହିଁ।ସେ କହିଛନ୍ତି ଯେ, ବକେୟା ବିଲ୍ ପ୍ରଦାନ କରି ନ ଥିଲେ ବି ବିଦ୍ୟୁତ କାଟ ହେବନି। ସେ ଆହୁରି କହିଛନ୍ତି ଯେ, କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ। କାଳବୈଶାଖୀରେ ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ବି […]
ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ସାକ୍ଷାତକାର ରାଉଣ୍ଡରେ ସାମିଲ ହୋଇଥିବା ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in ଏବଂ upsconline.gov.inକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ। ତେବେ ଶକ୍ତି ଦୁବେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଟପ୍ପର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ୨୪ […]
ଓଡ଼ିଶା ଜଳ ବିଦ୍ୟୁତ ନିଗମର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ସନ୍ଦୀପ ପଟ୍ଟନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ମାନବ ସମ୍ବଳ ପରିଚାଳନା, ନେତୃତ୍ୱ, ଔଦ୍ୟୋଗିକ ବିକାଶ ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟର ଅଭିଜ୍ଞତା ରହିଅଛି | ଓଏଚପିସିରେ ଯୋଗଦେବା ପୂର୍ବରୁ ସନ୍ଦୀପ ପଟ୍ଟନାୟକ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ର ମାନବ ସମ୍ବଳ ଏବଂ ଦକ୍ଷତା ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ନିର୍ବାହ […]
ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଏ ନେଇ ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂରେଶ ପୂଜାରୀ। ସେ କହିଛନ୍ତି ଯେ, ଏସଓପି ବାହାରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି।ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ ବୋଲି ସୁରେଶ ପୂଜାରୀ କହିଛନ୍ତି । ଯେଉଁ ଜାଗାରେ ନିର୍ଦ୍ଦିଷ୍ଟ ତାପମାତ୍ରାଠାରୁ ଅଧିକ ତାପମାତ୍ରା ବଢିବ, ସେଠାରେ ଜିଲ୍ଲାପାଳ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବେ । ଆଗୁଆ […]
୨୪ରେ ମିଳିବ ନୂଆ ରାସନ କାର୍ଡ । ଗୁରୁବାର ନୂଆ ରାସନ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟରେ ବଣ୍ଟା ଯିବ ନୂଆ ରାସନ କାର୍ଡ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଯାବତ ପ୍ରାୟ ୨୫ ଲକ୍ଷ ଇ-କେୱାଇସି କରି ନାହାନ୍ତି କହିଲେ ମନ୍ତ୍ରୀ । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସରମାନଙ୍କୁ ଫିଲ୍ଡ ଭିଜିଟ କରି ରିପୋର୍ଟ ଦେବାକୁ […]
