ପୋଖରୀରୁ ଉଦ୍ଧାର ହେଲା ୧୦ ଫୁଟର ବଉଳା କୁମ୍ଭୀର । ଖାଇଗଲା ଲକ୍ଷାଧିକ ଟଙ୍କାର ମାଛ । କୁମ୍ଭୀର ଧରିବାକୁ ଆସି ନାକେଦମ ହେଲେ ବନ କର୍ମଚାରୀ । ଏକାଧିକ ଥର ଉଦ୍ୟମ ପରେ ସ୍ବତନ୍ତ୍ର ଟିମ୍ ଏହି କୁମ୍ଭୀରକୁ ଉଦ୍ଧାର କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ଗାଁରେ ଥିବା ପୋଖରୀରୁ ଦୀର୍ଘ ଦିନ ହେବ ଏହି କୁମ୍ଭୀର ଟି ମାଛ ଖାଇବାପାଇଁ ପଶିଥିଲା ।ଅନ୍ୟପଟେ କୁମ୍ଭୀରଟି ପୋଖରୀ ମଧ୍ୟରେ ପଶି ପୋଖରୀରୁ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ଦିନକୁ ଦିନ ପଲିଥିନ ଓ ପ୍ଲାଷ୍ଟିକ ଜାତ ଦ୍ରବ୍ଯର ବ୍ୟବହାର ଏ ମଣିଷ ଏତେ ମାତ୍ରାରେ ବୃଦ୍ଧି କରି ଚାଲିଛି ଯେ ନିଜର ଓ ନିଜର ପରବର୍ତ୍ତୀ ପିଢ଼ିର କ୍ଷତିର ଭୟାବହତା ନିଜେ ଜାଣି ମଧ୍ୟ ଭୁଲ ପରେ ଭୁଲ କରିଚାଲିଛି। ଏ ପଲିଥିନ ଓ ପ୍ଲାଷ୍ଟିକ କ୍ୟାନ୍ସର ରୋଗ ବୃଦ୍ଧି ସହିତ ଭୂତଳ ଜଳସ୍ତର ହ୍ରାସର କାରଣ ହେଉଛି ସେଥିପ୍ରତି ତିଳେ ମାତ୍ର ମନୁଷ୍ୟ ଦୃଷ୍ଟି ନିକ୍ଷେପ କରିପାରୁନାହିଁ। ଖାଲି ସେତିକି ନୁହେଁ […]
ରାୟଗଡ଼, ୧୧.୦୪.୨୦୨୫- ଆଜି ରାୟଗଡ଼ ଜିଲ୍ଲାର ମୋଟ ୩୯ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ର ଶୁଭାରମ୍ଭ ହୋଇଯାଇଛି | ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କଟକର ବାଲିଯାତ୍ରା ପଡିଆରେ ମାନ୍ୟବର କେନ୍ଦ୍ର […]
ପୁଣି ଅଙ୍ଗନବାଡ଼ି କେନ୍ଦ୍ରରୁ ଆସିଲା ଅଭାବବନୀୟ ଘଟଣା। ମୂଷା ମରା ଔଷଧ ଖାଇଦେଲେ ଅଙ୍ଗନବାଡ଼ିର ଛୋଟ ଛୋଟ ପିଲା। ଏହି ମୂଷା ମରା ଔଷଧ ଖାଇ ଅଙ୍ଗନବାଡିର ପାଖାପାଖି ୬ ଜଣ ପିଲା ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଡାକ୍ତରଖାନାର ଶିଶୁ ୱାର୍ଡରେ ଶିଶୁମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନେ ବିପଦମୁକ୍ତ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଏହି ଶିଶୁ ମାନଙ୍କ ମଧ୍ୟରେ ୨ ଜଣ ବାଳକ ଓ ୪ ଜଣ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଯୁନିଫାଏଡ ଅଟୋମେସନ ବ୍ୟବସ୍ଥାକୁ ବିରୋଧ କରି ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ଶିକ୍ଷମନ୍ତ୍ରୀ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା),ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଶିକ୍ଷକ ମାନେ ଜିଲ୍ଲା […]
ଅପେରା ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ଅଭିନେତା ପୀୟୂଷ ତ୍ରିପାଠୀ । ଅଭିନେତା ଓ ମାଲିକଙ୍କୁ ନେଇ ଜାରି ବିବାଦ ଭିତରେ ଶୁକ୍ରବାର ଯାତ୍ରା ମାଲିକ ମହାସଂଘର ବୈଠକ ବସିଥିଲା ।ଏମିତିକି କିଛି ଦିନ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ କରାଯାଇଛି । ଅପରପକ୍ଷେ ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ପୀୟୂଷ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ସରକାର ନୟାଗଡ଼ ଜିଲ୍ଲାରେ ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଆଜି ସେମାନେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିବା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଅନୁରୂପ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରକାଶଥାଉ କି କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷାଧିକାରିଣୀ ଗୀତାଞ୍ଜଳି ସାହୁ, ଟାଙ୍ଗୀ ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ଏବଂ ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରିଣୀ ସନ୍ଧ୍ୟାରାଣୀ ରାଉତ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ବାର ଦଫା ଦାବି ନେଇ ଓଡଗାଁ ବ୍ଲକର ଶତାଧିକ ବିଦ୍ୟାଳୟ ପାଚିକା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଡାକରାରେ ୧୧ଏପ୍ରିଲରେ ଏକ ଶୋଭାଯାତ୍ରାରେ ବାହାରି ସି.ଆଇ.ଟି.ୟୁ.ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ୟୁନିଅନର ସଦସ୍ୟା ମାନେ ଓଡଗାଁ ବଜାର ପରିକ୍ରମା କରି ଶ୍ରମିକ ନେତା ଗୋଲକବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ବି.ଇ.ଓ.ଅଫିସ୍ ସମ୍ମୁଖରେ ସଭା କରି ସରକାରୀ କର୍ମଚାରୀର […]
ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା ।ଆୟୁଷ୍ମାନ ଭାରତ ଯୋଜନାରେ ସାମାଜିକ-ଆର୍ଥିକ ଜନଗଣନା (SECC 2011) ଆଧାରରେ ପରିବାରମାନଙ୍କୁ ଚିହ୍ନଟ କରାଯାଇଛି। ଆପଣଙ୍କ ପରିବାର ଏହି ତାଲିକାରେ ଅଛି କି ନାହିଁ, ତାହା […]
ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା ଡାକ୍ତର। ଯିଏକି ଟଙ୍କିକିଆ ଦନ୍ତ ଚିକିତ୍ସାଳୟ ଖୋଲି ଚର୍ଚ୍ଚାକୁ ଆସିଛନ୍ତି। ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଚର୍ଚ୍ଚାରେ ଥିବା ଟଙ୍କିକିଆ ଡାକ୍ତରଙ୍କ ପତ୍ନୀ ଶିଖା ରାମଚନ୍ଦାନୀ।ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ର ମେଡିସିନ ବିଭାଗରେ ସହକାରୀ ପ୍ରାଧ୍ୟାପକ ଡକ୍ଟର ଶଙ୍କର ରାମଚନ୍ଦାନୀ ‘ଟଙ୍କିକିଆ କ୍ସିନିକ୍’ ପାଇଁ ଏବେ ପ୍ରଶଂସା ସାଉଁଟୁଛନ୍ତି । ଅନ୍ୟପଟେ ଏହି ସେବାକୁ ଆହୁରି ବ୍ୟାପକ କରିବାକୁ ଯାଇ […]
ପୁଣି ଥରେ ରାଜ୍ୟ ବିଜେପିର କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସରକାର ବାସ୍ତବରେ କେମିତି ଚାଲେ ବୁଝାଯିବ । ଏନେଇ ବିଧାୟକମାନଙ୍କୁ ପାଠ ପଢାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ସରକାର କିପରି ଚାଲେ ସେନେଇ ଅଭିଜ୍ଞ ସମ୍ପନ୍ନ ନେତାଙ୍କ ଠାରୁ ନବାଗତମାନେ ଶିଖିବେ ।କାଲିଠୁ ବିଜେପିର […]
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ଭତ୍ତା ୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ୍ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ଦୁଇ […]
