ରହସ୍ୟରେ ରହିଗଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ । ଏଯାଏଁ ଜଣାପଡ଼ିଲାନି ଅଭିଯୁକ୍ତ କିଏ? ୨ ସପ୍ତାହ ଧରି ତନାଘନା କରୁଛି ପୁଲିସ । କ୍ରାଇମବ୍ରାଞ୍ଚ ବି ଘଟଣାସ୍ଥଳକୁ ଯାଇ କରୁଥିଲା ତନାଘନା । ରହସ୍ୟରେ ରହିଗଲା ସମ୍ୱେଦନଶୀଳ ମାମଲା । ଗତ ୧୯ ତାରିଖ (ଶନିବାର) ଦିନ ଜଳନୀୟ ଦ୍ରବ୍ୟ ମାଧ୍ୟମରେ ଜଳି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଆଜି ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶନିବାର ଦିନ ଅଘଟଣର ଶିକାର ହୋଇଥିବା ନାବାଳିକାଙ୍କର ଶନିବାର […]
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏସ୍ପି ଭାବେ ନିଯୁକ୍ତି ପାଇଲେ ଆଇପିଏସ୍ ସାଗରିକା ନାଥ । ୨୦୧୬ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାଗରିକା ନାଥଙ୍କ ‘ଏନ୍ଆଇଏ’ରେ ଏସ୍ପି ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।ସୂଚନାଯୋଗ୍ୟ ଯେ, ସାଗରିକା ନାଥ ବର୍ତ୍ତମାନ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସପି ଭାବେ କାମ କରି ପ୍ରଶଂସାର ପାତ୍ରୀ […]
ପୁରୀ ବଳଙ୍ଗା ପୀଡିତାଙ୍କ ପରଲୋକ ଘଟିଥିବା ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କ ପରଲୋକ ଘଟିଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନାହିଁ ।ଭୁବନେଶ୍ୱରର ଏମ୍ସରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ସଂଧ୍ୟା ୬ଟା ୨୨ରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗତ ୧୯ ତାରିଖରେ ଘଟିଥିଲା ଘଟଣା । ନୂଆ ଗୋପାଳପୁର ଗାଁର ପୀଡ଼ିତା […]
ନୂଆ ଟିମ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଯେଉଁ ଦିନ କେନ୍ଦ୍ର ସଭାପତି ଘୋଷଣା ହୋଇଯିବ, ତାପରେ ଟିମ ଓଡିଶା ଘୋଷଣା ହବ l ଏହା ହେଉଛି ଦଳର ସମ୍ଭିଧାନିକ ବ୍ୟବସ୍ଥା l ତାପରେ ଚୂଡାନ୍ତ ହେବ ନିଗମ ବୋର୍ଡ l ଖୁବ ଶୀଘ୍ର ଠିକ ସମୟରେ ଘୋଷଣା ହବ l ଯଦିଓ ନିର୍ଦ୍ଦିଷ୍ଟ ତାରିଖ ନାହିଁ । ସୂଚନାମୁତାବକ ଗତ ଜୁଲାଇ ୭ ତାରିଖରେ ରାଜ୍ୟ ବିଜେପି ସଭାପତି ନିର୍ବାଚନରେ ଏକମାତ୍ର […]
ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ପାଇଁ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର। ହେଲେ ଅନେକ ପିଲା ଅଣ୍ଡା ଖାଉ ନ ଥିବା ନଜର ଆସୁଛି। ତେଣୁ ସରକାର ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।ସପ୍ତାହକୁ ୩ ଥର ସୋମବାର,ବୁଧବାର,ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ ଫଳ ଦିଆଯିବ । ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ରହିଛି ବିଭିନ୍ନ ଖାଦ୍ୟ ସାରଣୀ। ଏହା […]
OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନାରୁ ଜଣାପଡ଼ିଛି।ବୋର୍ଡ ଉପସଭାପତି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛି । ନିହାର ମହାନ୍ତିଙ୍କ ଆଉ ଜଣେ ବ୍ୟକ୍ତିଗତ ମହିଳା ଡାଟା ଏଣ୍ଟ୍ରି ଅପେରେଟରଙ୍କୁ ମଧ୍ୟ ପଚରାଉଚରା ଚଳାଇଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା […]
ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜୁଲାଇ ସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ନାମଲେଖା ସହ ପୁନଃ ପଞ୍ଜୀକରଣ କରିପାରିବେ ଆଶାୟୀ। ନାମ ଲେଖାଇବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମ ଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ […]
ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ମାଆଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଶନିବାର ଶୋକ ପ୍ରକାଶ କରିଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ କନକ ମହାପାତ୍ର କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ମହିଳା ଭାବେ ବେଶ ଜନପ୍ରିୟ ଥିଲେ ।ମା’ଙ୍କ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପୁଅ। ତେବେ ତାଙ୍କ ମା’ଙ୍କ ଦେହାନ୍ତ ଖବର ଶୁଣି […]
ନୟାଗଡ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ତୁଳସୀପୁର ଗାଁର ଯୁବକ ମହେଶ୍ୱର ବେହେରା ରାସ୍ତାଘାଟରେ ର୍ଦୁବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ରାସ୍ତାରେ ଯୁବତୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରେ ଯୁବକ । କିଛି ଦିନ ପୂର୍ବେ ଯୁବକ ଜଣକ ରାସ୍ତାରେ ଗାଡ଼ି ମଡାଇ ମାରି ଦେବାକୁ ଉଦ୍ୟମ କରିଥିବା ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଘଟଣାକୁ ଗୁରୁତର ସହ ନେଇନଥିବା ଅଭିଯୋଗ ହୋଇଛି । ଗତକାଲି କୌଣସି କାରଣରୁ ମହେଶ୍ବର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସରକାରଙ୍କ ପକ୍ଷରୁ ଅନ୍ଲାଇନରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୟାଗଡ଼ ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଆଜି ମଧ୍ୟାହ୍ନରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ,ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଏକ ବିଶାଳ ରାଲି ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯାଳୟରୁ ବାହାରି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ […]
ଭୁବନେଶ୍ବର ବିମାନ ବନ୍ଦରରୁ ଶନିବାର ୮ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍ରେ ଆସୁଥିବା ବେଳେ DRI ଧରିଥିବା ସୂଚନା ମିଳିଛି। ସେହିପରି ଗତକିଛି ତତେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ । ବ୍ୟାଙ୍କରୁ ଭୁବନେଶ୍ୱର ଆସୁଥିଲେ ଜଣେ ଯାତ୍ରୀ । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ , ପରେ […]
ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳୀଖୁଣ୍ଟି ଗ୍ରାମର ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଶନିବାର ଝିଟିପିଟି ପଡିଥିବା ଜଣାପଡିଛି। ଖାଦ୍ୟ ଖାଇବା ପରେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ଘଟଣା ସମ୍ପର୍କରେ ଜାଣି ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଅସୁସ୍ଥ ହୋଇପଡିଥିବା ଛାତ୍ରଛାତ୍ରୀଙ୍କୁ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
