୫ଟି ନକ୍ସଲ ବଙ୍କରକୁ ଧ୍ୱଂସ କଲେ ସୁରକ୍ଷାକର୍ମୀ ।

ମାଓ ସଂଗଠନକୁ ବଡ଼ ଝଟକା । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନରେ ମାଓବାଦୀଙ୍କ କ୍ୟାମ୍ପ ଧ୍ୱସ୍ତ ହୋଇଛି । ପାଞ୍ଚଟି ବଙ୍କର କୁ ଧ୍ୱସ୍ତ କରିଛନ୍ତି ସୁରକ୍ଷା ବାହିନୀ । ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଛି । ଏ ନେଇ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।ଝାଡ଼ଖଣ୍ଡ ଓଡ଼ିଶା ସୀମାନ୍ତ ଅଞ୍ଚଳ ଜରେଇକେଲା ଥାନା କୁଳପାବୁରୁ ଜଙ୍ଗଲରେ ମାଓ ଗତିବିଧି ବୃଦ୍ଧି ପାଇଥିବା ଖବର […]

ଚଳିତବର୍ଷ ୧ ଲକ୍ଷ ୫୯ ହଜାର ଜଣଙ୍କୁ ମିଳିବ ଘର-ପଞ୍ଚାୟତିରାଜ ମନ୍ତ୍ରୀ

ଅନ୍ତୋଦ୍ୱୟ ଗୃହ ଯୋଜନା ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସେ କହିଛନ୍ତି, ଏ ବର୍ଷ ଅନ୍ତୋଦ୍ୱୟ ଗୃହ ଯୋଜନାରେ ଲକ୍ଷେ ୫୯ ହଜାର ଲୋକ ଘର ପାଇବେ । ଅନ୍ତୋଦ୍ୱୟ ଯୋଜନାରେ ୫୯ ହଜାର ୯୩ ଜଣ ଭିନ୍ନକ୍ଷମ, ଅସହାୟ ଓ ବନ୍ୟା ବାତ୍ୟାରେ ଘର ଭାଙ୍ଗିଥିବା ବ୍ୟକ୍ତିଙ୍କୁ ବ୍ଲକ୍‌ସ୍ତରରେ ଘର ଦିଆଯାଇଛି ।। ଗତ ଥର ଯେଉଁ ନିୟମରେ ଘର ଦିଆଯାଇଥିଲା ସେହି ନିୟମରେ ଚଳିତ ଥର ମଧ୍ୟ ମିଳିବ […]

ନୂଆ Aadhaar App ରେ ମିଳିବ ୫ଟି ଦମଦାର୍ ଫିଚର୍ସ! କଣ ଏହା ଜାଣନ୍ତୁ

ଏବେ ଆପଣଙ୍କୁ ହୋଟେଲ, ଦୋକାନ, ଏୟାରପୋର୍ଟ କିମ୍ୱା ଅନ୍ୟ କୌଣସି ସ୍ଥାନରେ ଆଉ ଆଧାରକାର୍ଡର ଫଟୋ କପି ଦେବାକୁ ପଡ଼ିବନି । କାରଣ ଏଥର ଆପଣ ଆପଣଙ୍କ ଆଧାରକାର୍ଡ ଆଉ ପର୍ସରେ ନୁହେଁ ବରଂ ଫୋନରେ ରଖିବେ । ଡିଜିଟାଲ କ୍ରାନ୍ତିର ସଦୁପଯୋଗ କରି ଲୋକଙ୍କୁ ଆଉ ଏକ ସୁବିଧା ପ୍ରଦାନ କରି କେନ୍ଦ୍ର ସରକାର ନୂଆ ଆଧାର ଆପ୍ ଲଞ୍ଚ କରିଛନ୍ତି ।ଏହି ନୂଆ Aadhaar App ଦେଶର କୋଟି କୋଟି ଆଧାର କାର୍ଡ ହୋଲର୍ଡସଙ୍କ […]

ପୁଣି ଚିନ୍ତା ବଢ଼ାଇଛି ସୁନା ଦର। ସୁନା ଦାମ ୯୫ ହଜାର ପାର

ପୁଣି ଚିନ୍ତା ବଢ଼ାଇଛି ସୁନା ଦର। କିଛିଦିନ ଧରି ସୁନାରୁପା ଦର ହୁହୁ ହୋଇ ବଢୁଛି। ଫଳରେ ଚିନ୍ତାରେ ପଡ଼ିଛନ୍ତି ଲୋକେ। ଏପ୍ରିଲ ୧୧ ଅର୍ଥାତ୍‌ ଶୁକ୍ରବାର ସୁନା ଦରରେ ବୃଦ୍ଧି ହୋଇଛି ।୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୫,୪୦୦ରେ ପହଞ୍ଚିଛି । ଗତକାଲି ଏହା ୯୩,୩୮୦ ଟଙ୍କା ଥିଲା । ଏଥିରେ ୨,୦୨୦ ଟଙ୍କା ବୃଦ୍ଧି ହୋଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୭,୪୫୦ ଟଙ୍କା ରହିଛି […]

ପିପିଲିରେ ରାତି ଅଧିଆ ଫୁଟିଲା ବୋମା, ଛିଣ୍ଡିଗଲା ଯୁବକଙ୍କ ହାତ

ଜମାଲପୁରରେ ରାତି ଅଧିଆ ଫୁଟିଲା ବୋମା। ବୋମାମାଡ଼ରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ବୋମାମାଡ଼ ବେଳେ ହାତରେ ଫୁଟିଲା ବୋମା। ବିସ୍ଫୋରଣ କେମିତି ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ।ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ରାଜକିଶୋରଙ୍କ […]

ଆଜିଠାରୁ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ।

ରାଜ୍ୟରେ ଆଜିଠାରୁ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ।୭୦ ବର୍ଷରୁ କମ୍ ବ୍ୟକ୍ତି ବିଶେଷ ପାଇବେ ଏହି ସ୍ୱାସ୍ଥ୍ୟ କାର୍ଡ। ଯେଉଁମାନେ ପୂର୍ବ ସ୍ବାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ଏବଂ ରାସନ କାର୍ଡରେ ଯେଉଁମାନଙ୍କ ନାମ ରହିଥିବ ସେମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ମିଳିବ। ସେହିପରି ଆଶାକର୍ମୀ ଘରକୁ ଘର ବୁଲି କାର୍ଡ ପ୍ରଦାନ କରିବେ। ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଲଗା […]

ରାଜଧାନୀରେ ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର ।

ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ସୂତ୍ର ଅନୁଯାୟୀ, ଅଞ୍ଚଳରେ ବେଆଇନ ଡ୍ରଗ୍ସ କାରବାରର ଜଣେ ପ୍ରମୁଖ ଅପରାଧୀ ଶେଖ ଜାମସେଦଙ୍କୁ ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଘେରାବନ୍ଦୀ କରିଥିଲା। ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା […]

ଶୁକ୍ରବାରଠାରୁ କାଳବୈଶାଖୀର ପ୍ରଭାବ ବଢ଼ିପାରେ । ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଶୁକ୍ରବାରଠାରୁ କାଳବୈଶାଖୀର ପ୍ରଭାବ ବଢ଼ିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ ସବୁ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ଶନିବାର ଅର୍ଥାତ୍ ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, […]

ଆଜି ବିଶ୍ବ ଛେନାପୋଡ଼ ଦିବସ

ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣାର ମୂଳବାସିନ୍ଦା ହେଉଛନ୍ତି ବିଦ୍ୟାଧର ଓ ସୁଦର୍ଶନ। ଜାତିରେ ଗୁଡ଼ିଆ ହୋଇଥିବାରୁ ମିଠା ପ୍ରସ୍ତୁତି ତଥା ବ୍ୟବସାୟ କରୁଥିଲେ । ବାପାଙ୍କ ମିଠା ଦେକାନରେ ରହି ସୁଦର୍ଶନ ଏକ ପୋଖତ ମିଠା-ମିସ୍ତ୍ରି ପାଲଟି ଯାଇଥିଲେ । ୧୯୯୬ ଜାନୁଆରିରେ ‘ସଚିତ୍ର ବିଜୟା’ରେ ଛେନାପୋଡ଼କୁ ନେଇ […]

ଆଜିର ରାଶିଫଳ(୧୧ ଏପ୍ରିଲ, ୨୦୨୫)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ କରିଥିଲେ ଚାକିରି।

ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ କରିଥିଲେ ଚାକିରି। ସତ ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ କର୍ମଚାରୀ। ଏହି କର୍ମଚାରୀଜଣକ ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ଼ ମୁଖ୍ୟ ଶାଖାରେ ଚାକିରି କରୁଥିଲେ। ଏଥିରେ ୭୪ ଜଣଙ୍କ ଖୋଳତାଡ଼ ଚାଲିଛି।ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି।

ପ୍ରତି ବ୍ଲକରେ ଖେଳ ପଡିଆ, ପଞ୍ଚାୟତରେ ମିନି ଷ୍ଟାଡିୟମ ଓ ଇନଡୋର ଷ୍ଟାଡିୟମ ହେବ – ମୁଖ୍ୟମନ୍ତ୍ରୀ

ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦.୪୦ରେ ରିଜର୍ଭ ପୋଲିସ ଗ୍ରାଉଣ୍ଡଠାରେ ପହଞ୍ଚି ସେଠାରୁ ଦିନ ୧୧ ଟାରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ତମ ସବ୍‌ ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିୟନଶିପ୍‌ରେ ଯୋଗ ଦେଇଥିଲେ। ଜୟ ଜଗନ୍ନାଥ ଜୟ ମା ତାରିଣୀ କହି ଖେଳାଳିଙ୍କୁ ସମ୍ବୋଧନ କରିଥିଲେ। ପରେ ପରେ ହିନ୍ଦୀରେ ମଧ୍ୟ ଖେଳାଳୀ ମାନଙ୍କୁ ଅଭିଭାଷଣ ଓ […]