ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ

ନବୀକରଣ ହେବ ପଠାଣିସାମନ୍ତ ପ୍ଲାନେଟାରିୟମ । ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ୍‌ ଟେକ୍ନୋଲୋଜି ମ୍ୟୁଜିୟମ(ବିଆଇଟିଏମ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।ଲୋକସେବା ଭବନସ୍ଥିତ ଉନ୍ନୟନ କମିଶନରଙ୍କ ସମ୍ମିଳନୀ କକ୍ଷରେ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନ୍ତର୍ଗତ ନ୍ୟାସନାଲ କାଉନସିଲ୍‌ ଅଫ୍‌ ସାଇନ୍‌ସ ମ୍ୟୁଜିୟମସ୍‌ […]

ଭାଜପା ଜାତୀୟ ସଭାପତି ନିର୍ବାଚନ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ

ଭାଜପା ଜାତୀୟ ସଭାପତି ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ। ଆସନ୍ତା ୨୦ ତାରିଖରେ ନିର୍ବାଚନ ଏବଂ ୧୯ ତାରିଖରେ ନାମାଙ୍କନ ଦାଖଲ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏ ନାମାଙ୍କନ ପ୍ରକ୍ରିୟା ରହିଛି। ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ୨୦ତାରିଖରେ ହିଁ ଘୋଷଣା ହେବ ସଭାପତିଙ୍କ ନାମ । ତେବେ ଯଦି ଜଣେ ହିଁ ବ୍ୟକ୍ତି ନାମାଙ୍କନ ଦାଖଲ […]

ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ

ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କରାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି। ଗତକାଲି ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ […]

ପୁଣି ବିଜେଡିକୁ ଶ୍ରୀମୟୀଙ୍କ ଟାର୍ଗେଟ

ବିଜେଡିକୁ ପୁଣି ଶ୍ରୀମୟୀଙ୍କ ଟାର୍ଗେଟ । କାହା ନାଁ ନନେଇ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ପିଲା ଛୋଟ ଥିଲା ବେଳେ ବାପା ତା ସବୁ କଥାରେ ହଁ କୁହେ । ଗାଈକୁ ବି ହାତୀ କହିଦିଏ , କିନ୍ତୁ ବଡ ହେବା ପରେ ଯଦି ବାପା ପିଲାର ମିଛକୁ ସତ କହି ତା ହଁରେ ହଁ କୁହନ୍ତି ତେବେ ଜନେ ହସନ୍ତି ବୋଲି ଲେଖିଛନ୍ତି, ଶ୍ରୀମୟୀ ।ଅନ୍ୟପଟେ ଶ୍ରୀମୟୀ ମିଶ୍ରଙ୍କ ପରେ […]

ବିନା ଲାଇସେନ୍ସରେ ଚାଲିଥିଲା ମେଡ଼ିସିନ ଦୋକାନ, ହଠାତ ଚଢ଼ାଉ କଲା ଡ୍ରଗ୍ସ ସ୍କ୍ୱାଡ୍

ବାଣପୁର ବଜାରରେ ବିନା ଲାଇସେନ୍ସରେ ବେଧଡକ ଭାବେ ଦୀର୍ଘ ବର୍ଷଧରି ଚାଲିଥିଲା ବେଆଇନ ଔଷଧ ଦୋକାନ। ବର୍ତ୍ତମାନ ବେଆଇନୀ ଔଷଧ ବ୍ୟବସାୟର ପର୍ଦ୍ଦାଫାସ କରିଛି ଡ୍ରଗ୍ସ ସ୍କ୍ୱାଡ୍ ।ଏଲୋପ୍ୟାଥି, ହୋମିଓପ୍ୟାଥୀ ସହ ଆୟୁର୍ବେଦିକ ଔଷଧ ଗ୍ରାହକଙ୍କୁ ବିକ୍ରିକରି ମାଲେମାଲ ହେଉଥିଲେ ବ୍ୟବସାୟୀ । ଖବରପାଇ ଆଜି ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୪ ଜଣିଆ ଡ୍ରଗ୍ସ ସ୍କ୍ୱାଡ଼ ଆସି ଚଢାଉ କରିଛି । ପ୍ରାୟ ୬ ଘଣ୍ଟା ଧରି ଛାନଭିନ ପରେ ୬୦ ରୁ ୬୫ ପ୍ରକାରର ଏଲୋପ୍ୟାଥି […]

ବାଧ୍ୟତାମୂଳକ ଅବସର ପାଇଁ ଶିକ୍ଷକମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ

ବାଧ୍ୟତାମୂଳକ ଅବସର ପାଇଁ ଶିକ୍ଷକମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ସରକାର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶନାମା। ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଶିକ୍ଷା ମାନଦଣ୍ଡରେ ଉନ୍ନତି ସହ କାର୍ଯ୍ୟଶୈଳୀର ସମୀକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ବୁଲୁଛି ଥଣ୍ଟିଆ କୁମ୍ଭୀର, ମୁଣ୍ଡଳୀ ବ୍ରିଜ୍‌ରେ ଲାଗିଛି ଗହଳି

ମହାନଦୀର ମୁଣ୍ଡଳୀ ବ୍ୟାରେଜ ନିକଟରେ ବିଶାଳକାୟ କୁମ୍ଭୀର । ମହାନଦୀ ମଝିରେ ଥିବା ଟାପୁ ଉପରେ କୁମ୍ଭୀର ଶୋଇ ରହିଥିବାର ଦେଖିବାକୁ ମିଳିଛି । କିଛି ଲୋକ କୁମ୍ଭୀର ଟିକୁ ଟେକା ପଥର ଫିଙ୍ଗିବା ସହିତ ବିରକ୍ତି କରୁଥିବା ଦେଖିବକୁ ମିଳିଛି । କୁମ୍ଭୀରଟି ଥଣ୍ଟିଆ କୁମ୍ଭୀର ପ୍ରଜାତିର ହୋଇଥିବାବେଳେ ଲମ୍ବ ୫ରୁ୬ ଫୁଟ୍ ବୋଲି ଅନୁମାନ କରାଯାଉଛି । ସାତକୋଶିଆରୁ କୁମ୍ଭୀରଟି ଚାଲି ଆସିଛି ତା ଦେହରେ ଜିପିଏସ ଲାଗିଛି । ତେଣୁ ଏହି ପ୍ରଜାତିର […]

ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଏତଲା

ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ଏହାସହିତ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, କମିସନରେଟ୍‌ ପୁଲିସ ଆୟୁକ୍ତ ଓ ଉପାୟୁକ୍ତଙ୍କୁ ଅଭିଯୋଗ କରାଯାଇଛି । ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ନିବାସୀ ଅମରେନ୍ଦ୍ର ଗରାବଡୁ ଅଭିଯୋଗରେ ଦର୍ଶାଇଛନ୍ତି […]

ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଢେଙ୍କାନାଳ କପିଳାସ ହାତୀ ଚିକିତ୍ସା କେନ୍ଦ୍ରରେ ଗୁରୁତର ହାତୀର ଚିକିତ୍ସା ଚାଲିଥିଲା । ହାତୀ ଉଦ୍ଧାର ପାଇଁ ସ୍ବତନ୍ତ୍ର ଭାବେ ଡିଜାଇଲ ହୋଇଥିବା ଐରାବତ ରେସକ୍ୟୁ ଟ୍ରକ ଜରିଆରେ ହାତୀକୁ ସ୍ଥାନାନ୍ତର କରାଯାଇଥିଲା । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ।ସୂଚନାନୁଯାୟୀ, ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ବାଳୁଅକଟା ପଥରଗଡ଼ ସାହି ପୋଖରୀ ନିକଟରୁ ଗୁରୁତର ଅବସ୍ଥାରେ ଏକ […]

ଭୁବନେଶ୍ୱରରେ ଆମିଷ ବିକ୍ରି ନେଇ କଟକଣା ଜାରି କରିଛି ବିଏମସି

ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ବର୍ଜ୍ୟ ପରିଚାଳନାକୁ କଡାକଡି କଲା ବିଏମସି । ଫେବୃୟାରୀ ୧ରୁ ଏହି ନିୟମ କଡାକଡି ଲାଗୁ କରାଯିବ।ବର୍ଜ୍ୟବସ୍ତୁ ସଂରକ୍ଷଣ କିମ୍ବା ନିଷ୍କାସନ ପାଇଁ ପତଳା ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ ସଂପୂର୍ଣ୍ଣ ନିଷେଧ ରହିବ। ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ । ବର୍ଜ୍ୟଗୁଡିକୁ ଖୋଲା ପାତ୍ର, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ କୌଣସି ପରିସ୍ଥିତିରେ ବି ରଖାଯିବ ନାହିଁ। ରାସ୍ତା, ଡ୍ରେନ, ଜଳାଶୟ, ଖୋଲା ସ୍ଥାନ […]

ଏଣିକି ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଦେବାକୁ ପଡିବନି ଏନ୍‌ଓସି

ସରକାରୀ ଚାକିରି କରିଥିବା କର୍ମଚାରୀ ବା ଅଧିକାରୀ ଯେଉଁମାନେ ୟୁପିଏସ୍‌ସି, ଓପିଏସ୍‌ସି, ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି କରୁଥିବା ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉ ଏନ୍‌ଓସି(ନୋ ଅବ୍‌ଜେକ୍‌ଶନ ସାର୍ଟିଫିକେଟ) ଦରକାର ପଡିବ ନାହିଁ ।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ଚିଠି ଜାରି କରାଯାଇଛି।ପରୀକ୍ଷା ଦେବା ସମୟରେ ସେମାନେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଛୁଟି ମଞ୍ଜୁରୀ ଏବଂ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ଯିବା ଦରକାର। ଯେଉଁ […]

ଅଧରାତିରେ ପାକିସ୍ତାନୀ ଡଙ୍ଗାକୁ ଘେରି ୯ ପାକିସ୍ତାନୀଙ୍କୁ କାବୁ କଲା ଭାରତୀୟ ତଟରକ୍ଷୀ ବାହିନୀ

ପାକିସ୍ତାନୀ ଡଙ୍ଗାକୁ ଘେରିଲା ଭାରତ ।  ଅଧରାତିରେ ପାକିସ୍ତାନୀ ମାଛଧରା ବୋଟ ଜବତ କଲା ଭାରତୀୟ ତଟରକ୍ଷୀ ବାହିନୀ -ICG ।  ବୋଟରେ ଥିବା ୯ ପାକିସ୍ତାନୀଙ୍କୁ କାବୁ କରି ଏକ ସଫଳ ଅପରେସନ କରିଛି ତଟରକ୍ଷୀ ବାହିନୀ । ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ ପଇଁତରା ମାରୁଥିଲା ତଟରକ୍ଷୀ ବାହିନୀ ।  ଏହି ସମୟରେ ଭାରତୀୟ ସୀମା ଅତିକ୍ରମ କରିଥିବା ‘ଅଲ୍-ମଦ୍ଦୀନା’ ନାମକ ଏକ ପାକିସ୍ତାନୀ ମାଛଧରା ବୋଟକୁ ରହିବା ପାଇଁ ସତର୍କ ନିର୍ଦ୍ଦେଶ ଦେଇଥିଲା […]