ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ

ରାଗିଗଲେ ମେୟର । ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବୋତଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଗିବା ସହ ବିଏମ୍‌ସି କର୍ମଚାରୀଙ୍କ ତାଗିଦ ମଧ୍ୟ କରିଛନ୍ତି । ରୂପାଲି ଛକ ନିକଟରେ ଆଜି ସକାଳୁ ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯକ୍ରମ ଚାଲିଥିବା ବେଳେ ରାସ୍ତା ଉପରେ ହୋଇଥିବା ଜବରଦଖଲ ସହ ରାସ୍ତା କଡ଼ରେ ପଡ଼ି ରହିଥିବା କୁଢ଼ କୁଢ଼ ଅଳିଆକୁ ଦେଖି ବିରକ୍ତ ହୋଇଥିଲେ। କାହିଁକି ସଫା ହେଉନି […]

ବୈଷୟିକ ଶିକ୍ଷାରେ ST,SC ଓ SCBC ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ

ଏସସି-ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ବଢ଼ିଲା ସଂରକ୍ଷଣ । ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଅନୁସୂଚିତ ଜାତିଙ୍କ ସଂରକ୍ଷଣ ୮ରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି |ବୈଷୟିକ ଶିକ୍ଷାରେ ଏସ୍‌ସି, ଏସ୍‌ଟି ଏବଂ ଏସ୍‌ଇବିସିଙ୍କ ପାଇଁ ବୃଦ୍ଧି ହେଲା ସଂରକ୍ଷଣ | ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ […]

ଚୋରି କରିବାକୁ ପଶି ମନ୍ଦିର କବାଟରେ ଫସିଗଲା ଚୋର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଆସିଛି ଏକ ଅଦ୍ଭୁତ ଘଟଣା । ଶିବ ମନ୍ଦିରକୁ ଚୋରି ଉଦ୍ଦେଶ୍ୟରେ ପଶି, ଫସିଗଲା ଚୋର । ମନ୍ଦିର କବାଟର ଫାଙ୍କରେ ଫସିଯାଇ ବାହାରି ପାରିନଥିଲା ।ସକାଳେ ପୂଜକ ଆସି କବାଟ ଖୋଲିବା ପରେ ଭିତରେ ଜଣେ ଯୁବକ ଶୋଇଥିବା ଦେଖିଲେ । ସୂଚନା ପାଇ ପୁଲିସ୍ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲା ।ଖବର ପାଇ ଗାଁ ଲୋକେ ମନ୍ଦିରରେ ଭିଡ଼ ଜମାଇଥିଲେ । ପ୍ରାୟ ଦୁଇ ମାସ ତଳେ […]

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ। ଏହି ନୀତି ପାଇଁ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, କାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀରେ ପ୍ରଥମ ଅନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ ଆଜି ଠାରୁ ତିନିଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ । ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆର୍‌ଆର୍‌ଡବ୍ଲୁଜି)ର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ । ବ୍ରାଜିଲ୍‌, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌, ଋଷିଆ, […]

କାହିଁକି ଓ କେବେ ଆରମ୍ଭ ହେଲା ‘ବିଶ୍ୱ ସାଇକେଲ୍‌ ଦିବସ’

ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍‌ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲ୍‌ର ଗୁରୁତ୍ୱକୁ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ଏବଂ ପରିବେଶର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା।ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ ‘ବିଶ୍ୱ ସାଇକେଲ ଦିବସ’ ପାଳନ କରିବା ଆରମ୍ଭ କରିଥିଲା।ସମୟ ଗଡିବା ସହିତ ବିଭିନ୍ନ ସ୍ଥାନରେ ସାଇକେଲ କ୍ଳବ, ସାଇକେଲ ରେସିଂ ଓ ଟୁରିଂର ଆୟୋଜନ କରାଗଲା, ଯାହା […]

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ବାପା ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ (ବଡ଼ବାପାଙ୍କ ପୁଅ) ଭାଇ ଦୀନବନ୍ଧୁ ମାଝୀଙ୍କ ହୃଦଘାତରେ ମୃତ୍ୟୁ । ସୂଚନା ଅନୁସାରେ, ଦୀନବନ୍ଧୁ ମାଝୀ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ସଦସ୍ୟମାନେ ତାଙ୍କୁ ତୁରନ୍ତ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଏବେ […]

ଅନଲାଇନରେ ମହାପ୍ରସାଦ ବିକ୍ରି ଘଟଣା, ପୁରୀ ସାଇବର ଥାନାରେ ଏତଲା

ଅନଲାଇନରେ ମହାପ୍ରସାଦ ବିକ୍ରି ଘଟଣାକୁ ଗୁରୁତର ସହ ନେଇ ଆଜି ପୁରୀ ସାଇବର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଏତଲା ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସେପେଟ ଏହି ଘଟଣାକୁ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ସମ୍ପୂର୍ଣ୍ଣ ବେଆଇନ। କିଛି ଲୋକ ଅନଲାଇନ ମାଧ୍ୟମରେ ଲୋକଙ୍କୁ ଠକେଇ କରୁଛନ୍ତି। ଏନେଇ ପୋଲିସ ଅବଗତ ଥିବାବେଳେ ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। […]

୫ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି

ପ୍ରିମକୋର୍ଟରେ ମଙ୍ଗଳବାର ୫ ନୂଆ ବିଚାରପତି ଶପଥ ନେଇଛନ୍ତି। ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚଛି। ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ କମ୍‌। ସୁପ୍ରିମକୋର୍ଟ ପରିସରରେ ଆଜି ଜଷ୍ଟିସ ଶୀଲ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବା, ଅରୁଣ ପାଲ୍ଲି ଏବଂ ଭି ମୋହନାଙ୍କୁ ପ୍ରଧାନ ବିଚାରପତି ଶପଥ ପାଠ କରାଇଛନ୍ତି। ଏବେ ୨ଟି ପଦବୀ ଖାଲି ଥିବାବେଳେ ଆଇନରେ ସଂଶୋଧନ ପରେ ଖାଲି ପଦବୀ ସଂଖ୍ୟା ୬ ହୋଇଥିଲା। ୫ ବିଚାରପତିଙ୍କୁ […]

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ମେଡିକାଲ ବେଡ୍‌ରେ ଉପରେ ବୁଲା କୁକୁର

ରାଜ୍ୟ ସ୍ବାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ।ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC) ଏବେ ବୁଲା କୁକୁରଙ୍କ ଚରାଭୂଇଁ ପାଲଟିଛି। ମେଡିକାଲ ବେଡରେ ରୋଗୀ ବଦଳରେ ଶୋଇ ରହିଛନ୍ତି ବୁଲା କୁକୁର । ଗୋଟିଏ ବେଡରେ ରୋଗୀ ଶୋଇଥିବା ବେଳେଆନ୍ୟ ବେଡରେ ନିର୍ଭୟରେ ବୁଲା କୁକୁର ଶୋଇଛନ୍ତି । ଏଠି ରୋଗୀ ବଦଳରେ କୁକୁର ମାନେ ଚିକିତ୍ସିତ ହେଉଥିବା ମନେ ହେଉଛି ।ସ୍ବାସ୍ଥ୍ୟକେନ୍ଦ୍ରରେ […]

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି

ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକ ସମସ୍ୟା ସମାଧାନ ହେଉଛି ବୋଲି ବିଜେପି ସରକାର ଦାବି କରିଛି । କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେଦୂର ସମାଧାନ ହୋଇଛି ସରକାର ଏହାର ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଜେଡି କହିଛି ।ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହେଉଛି ବୋଲି […]

ସିବିଏସଇ ରି-ଇଭାଲ୍ୟୁସନ ପୋର୍ଟାଲରେ ସାଇବର ଆଟାକ୍

ସିବିଏସଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାଇବର ଆଟାକ୍ । ବୋର୍ଡ ତରଫରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି କି, ପୋର୍ଟାଲରେ ମନ୍ଦ ଉଦ୍ଦେଶ୍ୟରେ ଲୋକମାନେ ସାଇବର ଆଟାକ୍ କରି ସର୍ଭିସରେ ବାଧା ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମ ସିଷ୍ଟମ ପୂର୍ବରୁ ଏଭଳି ଆଟାକରୁ ବର୍ତ୍ତିବା ପାଇଁ ପ୍ରସ୍ତୁତ ରହିଛି । ପିଲାମାନେ ବିନା କୌଣସି ସମସ୍ୟାରେ ନିଜର ସବମିଶନ ଜମା କରିପାରିବେ । CBSE ଅନୁଯାୟୀ, ପୁନଃମୂଲ୍ୟାୟନ ପୋର୍ଟାଲ୍ ବର୍ତ୍ତମାନ ଏକ ସମୟରେ ୮ […]