ରାଜ୍ୟ ସ୍ବାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ।ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC) ଏବେ ବୁଲା କୁକୁରଙ୍କ ଚରାଭୂଇଁ ପାଲଟିଛି। ମେଡିକାଲ ବେଡରେ ରୋଗୀ ବଦଳରେ ଶୋଇ ରହିଛନ୍ତି ବୁଲା କୁକୁର । ଗୋଟିଏ ବେଡରେ ରୋଗୀ ଶୋଇଥିବା ବେଳେଆନ୍ୟ ବେଡରେ ନିର୍ଭୟରେ ବୁଲା କୁକୁର ଶୋଇଛନ୍ତି । ଏଠି ରୋଗୀ ବଦଳରେ କୁକୁର ମାନେ ଚିକିତ୍ସିତ ହେଉଥିବା ମନେ ହେଉଛି ।ସ୍ବାସ୍ଥ୍ୟକେନ୍ଦ୍ରରେ […]
ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକ ସମସ୍ୟା ସମାଧାନ ହେଉଛି ବୋଲି ବିଜେପି ସରକାର ଦାବି କରିଛି । କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେଦୂର ସମାଧାନ ହୋଇଛି ସରକାର ଏହାର ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଜେଡି କହିଛି ।ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହେଉଛି ବୋଲି […]
ସିବିଏସଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାଇବର ଆଟାକ୍ । ବୋର୍ଡ ତରଫରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି କି, ପୋର୍ଟାଲରେ ମନ୍ଦ ଉଦ୍ଦେଶ୍ୟରେ ଲୋକମାନେ ସାଇବର ଆଟାକ୍ କରି ସର୍ଭିସରେ ବାଧା ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମ ସିଷ୍ଟମ ପୂର୍ବରୁ ଏଭଳି ଆଟାକରୁ ବର୍ତ୍ତିବା ପାଇଁ ପ୍ରସ୍ତୁତ ରହିଛି । ପିଲାମାନେ ବିନା କୌଣସି ସମସ୍ୟାରେ ନିଜର ସବମିଶନ ଜମା କରିପାରିବେ । CBSE ଅନୁଯାୟୀ, ପୁନଃମୂଲ୍ୟାୟନ ପୋର୍ଟାଲ୍ ବର୍ତ୍ତମାନ ଏକ ସମୟରେ ୮ […]
କେରଳମରେ ମୌସୁମୀର ଆଗମନକୁ ନେଇ ପୁଣି ଥରେ ନୂଆ ଆକଳନ କରିଛି ପାଣିପାଗ ବିଭାଗ। ସାରା ଦେଶ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସଢୁଥିବା ବେଳେ ମୌସୁମୀର ଆସିବା ତାରିଖ ପୁଣି ଘୁଞ୍ଚିଛି। ସାଧାରଣତଃ ପ୍ରତିବର୍ଷ ମେ ମାସର ଶେଷ ସପ୍ତାହ ସୁଦ୍ଧା କେରଳମରେ ପ୍ରବେଶ କରିଥାଏ । ଏଥର ନିର୍ଦ୍ଧାରିତ ସମୟଠାରୁ ଟିକିଏ ବିଳମ୍ବରେ ଆସିବ ମୌସୁମୀ । ପାଣିପାଗ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ ମୌସୁମୀର ଅଗ୍ରଗତି ପ୍ରକୃତରେ ମନ୍ଥର ହୋଇଥିଲେ ମଧ୍ୟ, ଏହି ବିଳମ୍ବ […]
ଭାରତର ଷ୍ଟାର ବ୍ୟାଟସମ୍ୟାନ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଭକ୍ତିରେ ବୁଡ଼ି ରହିଥିବା ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏହି ଭାଇରାଲ ହେଉଥିବା ଭିଡିଓରେ ଦୁହିଁଙ୍କୁ ସାଧାରଣ ଗେଟଅପରେ ଦେଖିବାକୁ ମିଳିଛି । ଦୁହେଁ ମାସ୍କ ମଧ୍ୟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଅନୁଷ୍କା ଗୋଟିଏ ଗୋଲାପୀ ରଙ୍ଗର […]
ଭାରତୀୟ ଜନତା ପାର୍ଟି ଆଜିକାଲି ତାମିଲନାଡୁ ରାଜନୀତିରେ ସମସ୍ୟାରେ ଥିବା ପରି ମନେ ହେଉଛି । ତେବେ ଭାଜପାରୁ ଇସ୍ତଫା ଦେଲେ ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ । ସେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତଥାପି ବିଜେପି ତାଙ୍କ ଇସ୍ତଫା ଗ୍ରହଣ କରିଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ମିଳିଥିବା ସୂଚନା […]
ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଗଦେବା ପାଇଁ ସ୍ୱୀକୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ସଭାରେ ଯୋଗଦେଉଥିବା ସାଧାରଣ ଲୋକଙ୍କ ପାଇଁ ସୁବିଧା, […]
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବିକୁ ମାନି ନେଇଛନ୍ତି ସରକାର । ଏଥର ପୁଣି ବସ୍ ଭଡ଼ା ବୃଦ୍ଧି କରାଯାଇଛି । କିଲୋମିଟର ପ୍ରତି ବସ୍ ଭଡ଼ା ୪ ପଇସା ବୃଦ୍ଧି କରାଯାଇଛି । ଏନେଇ କିଛିଦିନ ହେବ ରାଜ୍ୟର ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ଭଡ଼ା ବୃଦ୍ଧି ନହେଲେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତବାନୀ ଦେଇଥିଲେ । ଏହାସହ ସେମାନେ ପରିବହନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହି […]
ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କା କରାଯାଇଛି। ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି। ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର। ଏହା ସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ […]
ରାଜ୍ୟରେ ମୋହନ ସରକାରଙ୍କ କାର୍ଯ୍ୟକାଳକୁ ୨ ବର୍ଷ ହେବାକୁଯାଉଛି । ୨ ବର୍ଷ ପୂତ୍ତିର୍ ପୂର୍ବରୁ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ । ଆଜିଠୁ ବିଭିନ୍ନ ବିଭାଗ ଓ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷା କରାଯିବ ।ଆଜି ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଅଧିନରେ ଆସୁଥିବା ବିଭାଗଗୁଡ଼ିକର ସମୀକ୍ଷା ହେବ। ଜୁନ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତାକୁ ନେଇ ପ୍ରତି ଜିଲ୍ଲାକୁ ଯିବେ ସରକାର। ଦୁଇବର୍ଷ ପୂର୍ତ୍ତି ଅବସରରେ […]
ପ୍ରତିବର୍ଷ ଜୁନ୍ ୨ ତାରିଖରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୌନ କର୍ମୀ ଦିବସ ପାଳନ କରାଯାଏ। ଯୌନ କର୍ମୀଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ସେମାନଙ୍କ ସମ୍ମାନ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ ଏହି ଦିବସ ପାଳନ କରାଯାଏ। ଜୁନ୍ ୨, ୧୯୭୫ ରେ, ଫ୍ରାନ୍ସର ଲିଓନ୍ ସହରରେ ୧୦୦ ରୁ ଅଧିକ ଯୌନ କର୍ମୀ ଅମାନବୀୟ କାର୍ଯ୍ୟ ପରିସ୍ଥିତି, ପୋଲିସ ନିର୍ଯାତନା ଏବଂ ଶୋଷଣ ବିରୁଦ୍ଧରେ ପ୍ରତିବାଦ କରିଥିଲେ। […]
ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ମା’ଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ସଫଳତା । ରବିନାଙ୍କ ମା’ଙ୍କର ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଖବର ମିଳିବା ପରେ ଜୁହୁ ପୋଲିସ ୪୭ ବର୍ଷୀୟ ସହାୟିକା ରାଶି ଛାବିରିଆଙ୍କୁ ଗିରଫ କରିଛି । ଯିଏକି ପରିବାର ସହିତ ବହୁ ବର୍ଷ ଧରି ଜଡିତ ଥିଲେ।ପୋଲିସ ଅନୁଯାୟୀ, ରାଶି ଛାବିରିଆ 2020 ମସିହାରୁ ରବୀନା ଟଣ୍ଡନଙ୍କ ମାଆଙ୍କ ଯତ୍ନରେ ସହାୟତା କରିବା ପାଇଁ ଘରକୁ […]
