ନୟାଗଡ଼: ନୟାଗଡ଼ର ଜନମାନ୍ୟ ନେତା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଗଠନଠାରୁ ଆରମ୍ଭ କରି ବିକଶିତ ନୟାଗଡ଼ ମୂଳଦୁଆ ପକାଇଥିବା ନେତା ଶ୍ରୀଯୁକ୍ତ ବେହେରାଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଗୋଲେଇ ଛକରେ […]
ଓଡିିଶାକୁ କେନ୍ଦ୍ରର ନୂଆ ଭେଟି। ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ ।ଖର୍ଚ୍ଚ ହେବ ୮ ହଜାର ୩୦୦ କୋଟିରୁ ଅଧିକ ଟଙ୍କା । ଓଡ଼ିଶାର ଯୋଗାଯୋଗ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (CCEA) ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ […]
ରାୟଗଡ଼, ୦୩/୦୬: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଏବଂ ଓଡ଼ିଶା ସରକାରଙ୍କ ଶ୍ରମ ଓ ଇ.ଏସ.ଆଇ ବିଭାଗର ମିଳିତ ସହଯୋଗରେ ଆଜି ରାୟଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଶିଶୁ ଶ୍ରମ ନିରାକରଣ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। “ପ୍ରତ୍ୟେକ ଶିଶୁ ଶିଖୁ, ବଢ଼ୁ ଓ ସ୍ୱପ୍ନ ଦେଖୁ” ସ୍ଲୋଗାନକୁ ଆଧାର କରି ଆୟୋଜିତ ଏହି କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ, ଶିଶୁ ଅଧିକାର ସୁରକ୍ଷା, […]
ଅଭିଷେକ ମିଶ୍ର ନାମକ ଜଣେ ନକଲି ଧର୍ମଗୁରୁଙ୍କୁ ପୋଲିସ ଗିରଫ କରିଛି। ଏହି ଆଇଆଇଟି ସ୍ନାତକ ଅଭିଷେକ ଭିଡିଓ ମାଧ୍ୟମରେ ଝିଅମାନଙ୍କୁ ଟାର୍ଗେଟ କରୁଥିଲେ। ଯୌନ ଶୋଷଣ କରିବା, ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ବ୍ଲାକମେଲ୍ କରିବା ଏବଂ ଦାଦାବଟି ଆଦାୟର ମାମଲା ମଧ୍ୟ ରୁଜୁ କରାଯାଇଛି। ଅଭିଷେକର ଘର ଓଡ଼ିଶାରେ ବୋଲି ସୁଚନା ମିଳିଛି। ସେ ନିଜକୁ ଆଦିକର୍ତ୍ତା ନାରାୟଣ ଦାସ ବୋଲି କହୁଥିଲେ।ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଅଭିଷେକର ସବୁଠାରୁ ବଡ଼ ହତିଆର ଥିଲା […]
ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ (ପେଟ୍ରୋଲ/ଡିଜେଲ) ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଟଙ୍କା ପ୍ରଦାନ କରାଯିବ। ନିଷ୍ପତ୍ତି ଅନୁଯାୟୀ, ସରକାରୀ ଗାଡ଼ିଗୁଡ଼ିକ ପାଇଁ ଆଗାମୀ ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଯେତିକି ହେବ, ସେହି ଅର୍ଥରାଶିକୁ ସରକାର ପୂର୍ବରୁ ହିଁ ସମ୍ପୃକ୍ତ ପେଟ୍ରୋଲ ପମ୍ପ୍ଗୁଡ଼ିକୁ ପୈଠ କରିଦେବେ। ଏହାଦ୍ୱାରା ତେଲ ପାଇଁ ସରକାରୀ ଗାଡ଼ିଗୁଡ଼ିକର ଚଳପ୍ରଚଳରେ କୌଣସି ବାଧା ସୃଷ୍ଟି ହେବନାହିଁ।ଅର୍ଥ ବିଭାଗ ପକ୍ଷରୁ […]
ଚଳିତ ବର୍ଷ ମୌସୁମୀରେ ଏଲ୍ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍ ରହିବ ବୋଲି କହିଛନ୍ତି ଆଇଏମ୍ଡି ଡିଜି।ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତା’ଠାରୁ କମ୍ ବର୍ଷା ହେବ। ଉତ୍ତର ଓଡ଼ିଶାରେ ସାଧାରଣଠାରୁ କମ୍ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଶ୍ୱ ପାଣିପାଗ ସଂଗଠନ କହିଛି ଯେ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଏଲ ନିନୋ ସୃଷ୍ଟି ହେବା ନେଇ […]
ଶିବକୁମାର ଆଜି ଲୋକଭବନରେ ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ତାଙ୍କୁ ରାଜ୍ୟପାଳ ଥାଓ୍ଵରଚନ୍ଦ ଗେହଲଟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହା ପୂର୍ବରୁ ଶିବକୁମାର ମଞ୍ଚରେ ଜଣ ଜଣ କରି ନେତାଙ୍କୁ ଭେଟିଥିଲେ। ଶିବକୁମାରଙ୍କ ସହିତ ଅନେକ ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାରରେ ସିଦ୍ଧରମୈୟା ୩ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ଗାଦି ଡିକେଙ୍କ ପାଖକୁ ଆସିଛି।ଲୋକଭବନରେ ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ […]
ରାଜଧାନୀ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଏକ ରେସ୍ତୋରାଁରେ ହୋଇଥିବା ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାଏଁ ୨୧ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଆହତ ହୋଇଛନ୍ତି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ଅନେକ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ମାତ୍ରେ ଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିବା ଆରମ୍ଭ କରିବା ସହ ତଳକୁ ଅନେକ ଡେଇଁ ପଡ଼ି ମଧ୍ୟ ଆହତ […]
ନୂଆଦିଲ୍ଲୀର ମାଲଭିୟା ନଗର ଅଞ୍ଚଳର ଏକ ରେଷ୍ଟୁରାଣ୍ଟ ଓ ବହୁମହଲା କୋଠାରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସମୟରେ ଧୂଆଁ ଓ ନିଆଁରୁ ବଞ୍ଚିବା ପାଇଁ କିଛି ଲୋକ ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ସକାଳ ପ୍ରାୟ ୯:୪୫ ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର […]
ଆଉ ୭ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ । ଏଭଳି ବଡ଼ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏଣିକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଭତ୍ତା ଟଙ୍କା ।ସେ କହିଛନ୍ତି ଯେ, ଭତ୍ତାକୁ ନେଇ କେନ୍ଦ୍ର ସରକାରଙ୍କର କିଛି ଟେକ୍ନିକାଲ ପ୍ରୋବ୍ଲେମ ଥିଲା। ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏସଏନଏସ ସ୍ପର୍ଶ ମାଧ୍ୟମରେ ଆକାଉଣ୍ଟ ଭେଟିଂ ଚାଲିଛି। ଯାହା ମାଧ୍ୟମରେ ଆଇଏଫଏମଏସ ସେବା ମାଧ୍ୟମରେ ରିଏଲ […]
ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ଅନ୍ତିମ ସଂସ୍କାର ଖୁବ୍ ଶୀଘ୍ର ହେବ। ଇରାନ ସରକାର ତିନି ଦିନିଆ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ଘୋଷଣା କରିଛି। ତେହେରାନ, କୋମ୍ ଏବଂ ମଶହାଦରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦୁଇ କୋଟି ଲୋକ ଯୋଗଦେବାର ଆଶା କରାଯାଉଛି।କେବଳ ତେହେରାନରେ ସମାରୋହ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ ବୋଲି ଆଶା କରାଯାଉଛି। ତେହେରାନ ପ୍ରଶାସନ ବର୍ତ୍ତମାନ ପ୍ରସ୍ତୁତିରେ ନିୟୋଜିତ ଅଛି।ଖାମେନିଙ୍କ ମୃତ୍ୟୁର କିଛି […]
ଖରାଛୁଟି ସରିବା ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି । ନବେ ପ୍ରତିଶତ ବହି ଛପା ସରିଲାଣି ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।ବାକି ୧୦% ବହି ଖରା ଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ। ପ୍ରିଣ୍ଟିଂ ସମସ୍ୟା ପାଇଁ ବହି ଛପା ବିଳମ୍ବ ହୋଇଥିବା କଥାକୁ ମନ୍ତ୍ରୀ ସ୍ବୀକାର କରିଛନ୍ତି।ଆମେ ପିଲାଙ୍କ ପାଇଁ ଚିନ୍ତିତ ଅଛୁ। କିଛି ସମସ୍ୟା ହେବନି ବୋଲି ଆଶ୍ଵାସନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା […]
