ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଅସ୍ୱୀକାର କଲେ ସୌମ୍ୟଙ୍କ ମହିଳା ବନ୍ଧୁ

ସୌମ୍ୟଙ୍କ ମହିଳା ବନ୍ଧୁଙ୍କୁ NHRC ର ପଚରା ଉଚରା ଶେଷ । ସାଢ଼େ ଚାରି ଘଣ୍ଟା ଧରି ଚାଲିଥିଲା ପଚରା ଉଚରା । ସୋମ୍ୟଙ୍କ ନାଁରେ ପୂର୍ବରୁ ମହିଳା ଥାନାରେ ଯେଉଁ ଅଭିଯୋଗ କରିଥିଲେ, ସେ ବାବଦରେ ପଚରା ଯାଇଥିବା ସୂଚନା । କହିଲେ ମୁଁ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଚାଁହୁନି । ସୁରକ୍ଷା ବଳୟରେ ଜଣେ ଲେଡି କନ୍ସଟେବଳଙ୍କ ସହ ଗୋଟିଏ ଗାଡ଼ିରେ ଫେରିଗଲେ ଯୁବତୀ । ସୂଚନାନୁଯାୟୀ, ପୂର୍ବରୁ ବାଲିଅନ୍ତା ଥାନାର ତତ୍କାଳୀନ […]

ଓଡ଼ିଶା ସମୁଦ୍ର ତଟ ସୁରକ୍ଷାକୁ ନେଇ ବଡ଼ ବ୍ଲୁପ୍ରିଣ୍ଟ , ୧୫୦ କୋଟି ଟଙ୍କା ଅନୁଦାନ

କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ଅପରାଧୀ ଓ ଅନୁ ପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରହିଥିବା କହିଲେ ପୁଲିସ୍‌ ଡିଜି ଯୋଗେଶ ବାହାଦୁର୍‌ ଖୁରାନିଆ । ଓଡ଼ିଶା ସମୁଦ୍ର ତଟ ସୁରକ୍ଷାକୁ ସୁଦୃଢ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଓଡ଼ିଶାକୁ ସଂଯୋଗ ହେଉଥିବା ଅନ୍ୟ ରାଜ୍ୟ ଓ ବିଭିନ୍ନ ଦେଶରୁ ଅନେକ ବେଆଇନ […]

ଥାଇଲାଣ୍ଡରେ ଫସିଲେ ଚାରି ଓଡ଼ିଆ ଶ୍ରମିକ, ମୁକୁଳାଇବା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ

ଥାଇଲାଣ୍ଡରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ । ଭୋକ ଉପବାସରେ କଟୁଛି ଜୀବନ । ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେବ ମିଳୁନି ଦରମା । ମୁକୁଳାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁହାରି କରିଛନ୍ତି ଶ୍ରମିକମାନେ। ଓଡ଼ିଶା ସରକାର ଓ କେନ୍ଦ୍ରାପଡା ସାଂସଦଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ବର୍ଷେ ତଳେ ଏକ ଠିକାଦାର ମାଧ୍ୟମରେ ଏକ ପ୍ଲାଏଉଡ୍ କମ୍ପାନୀରେ କାମକରିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ହେଲେ ଏବେ ୩/୪ ମାସ ହେବ କମ୍ପାନୀ ମାଲିକ […]

 କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD । କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ନଅ ଦିନ ବିଳମ୍ବରେ ପହଞ୍ଚିଥିଲା।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଥିଲା । ଯାହା ଫଳରେ ମୌସୁମୀ ବାୟୁ କେରଳମ୍ ଠାରେ ଦେଶର ମୁଖ୍ୟ ଭୂ-ଭାଗକୁ ଛୁଇଁଛି । ଏଥିଯୋଗୁଁ ତାମିଲନାଡୁର ପଶ୍ଚିମ […]

ପୁରୀ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ! ବିଶ୍ୱକୁ ଓଡିଶାର ବିପର୍ଯ୍ୟୟ ପରିଚାଳନା ସଫଳ ମଡେଲ୍ ଦେଖାଇଲେ ରାଜସ୍ୱ ମନ୍ତ୍ରୀ

ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ 11ଟି ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇ କହିଛନ୍ତି, ପୁରୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ୧୯୯୯ ମହାବାତ୍ୟା କଥା ମନେ […]

ତିନି ବର୍ଷର ପ୍ରେମ ସଂପର୍କରେ ଅଧା ରହିଲା ବାହାଘର, ସ୍ତ୍ରୀକୁ ବେଦୀରୁ ଛାଡ଼ି ପଳେଇଗଲା ବର

ଅଧା ବିବହାରୁ ବଦଳିଗଲା ବରର ମନ । ସ୍ତ୍ରୀକୁ ବେଦୀରୁ ଛାଡ଼ି ପରିବାର ଲୋକଙ୍କ କଥାରେ ପଡି ପଳେଇଗଲା । ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ରାଧା କୃଷ୍ଣ ମନ୍ଦିରରେ । ସୂଚନା ଅନୁସାରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିଲା ୩ ବର୍ଷର ପ୍ରେମ ସମ୍ପର୍କ। ଉଭୟ ୩ ମାସ ହେବ ଘର ଛାଡ଼ି ବାଲେଶ୍ଵର ସହରରେ ଏକ ଭଡ଼ାଘରେ ମଧ୍ୟ ରହୁଥିଲେ। ବୁଧବାର ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ କରିବା ପରେ ବିଧି ଅନୁସାରେ […]

ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମ

ଆଜି BRICS ସମ୍ମିଳନୀର ଦ୍ବିତୀୟ ଦିନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ମିଳନୀକୁ ଅଧିକାରିକ ଭାବେ ଉଦ୍‌ଘାଟନ କରୁଛନ୍ତି । ବ୍ରିକ୍ସ୍ ରାଷ୍ଟ୍ରସମୂହ ପ୍ରତିନିଧିଙ୍କ ସାମ୍ନାରେ ଓଡ଼ିଶାର ସୁଦୃଢ଼ ସତର୍କ ସୂଚନା କାର୍ଯ୍ୟକାରୀ ଏବଂ ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ କରାଯାଇଛି ।ଏହି ୩ ଦିନିଆ ସମ୍ମିଳନୀରେ ବ୍ରାଜିଲ, ରୁଷ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚୀନ, ସାଉଦିଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଭଳି ୧୧ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି […]

ପ୍ରମାଣପତ୍ରରେ ଡେରି କଲେ କାର୍ଯ୍ୟାନୁଷ୍ଠାନ, ସବୁ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ

ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ରରେ ଦେବାରେ ବିଳମ୍ବ କରିପାରିବେନି ଦାୟିତ୍ବରେ ଥିବା ଅଧିକାରୀ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆୟ, ଜାତିଗତ ଓ ବାସସ୍ଥାନ ଆଦି ପ୍ରମାଣପତ୍ର ଦେବାରେ ଡେରି ହେଲେ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଅତ୍ୟାବଶ୍ୟକ ଜନସେବାଗୁଡ଼ିକର ତୁରନ୍ତ ପ୍ରଦାନ […]

ରାଜ୍ୟରେ ଖୁବ୍‌ଶୀଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍

ରାଜ୍ୟରେ ଖୁବ୍‌ଶୀଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ୩ଟି ବସ୍ ଚଳାଇବାକୁ ଯୋଜନା  କରିଛନ୍ତି  ରାଜ୍ୟ ସରକାର ।ଭୁବନେଶ୍ୱର- କଟକ-ଖୋର୍ଦ୍ଧା-ପୁରୀ-କୋଣାର୍କ ରୁଟ୍‌ରେ ଏହି ବସ୍ ସେବା ଆରମ୍ଭ ହେବ ।ଭୁବନେଶ୍ୱରର ପୋଖରୀପୁଟସ୍ଥିତ ‘କ୍ରୁଟ୍’ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫୁଏଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ତିନୋଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା କରାଯାଇଛି ।ଏହି ପ୍ରକଳ୍ପ […]

ଦୀର୍ଘ ୧୨ ଘଣ୍ଟା ଧରି DFO ଓ RCCFଙ୍କ ତ୍ୱତ୍ବାବଧାନରେ ଧରାହେଲା ଗଜରାଜ । ମାସକ ମଧ୍ୟରେ ନେଇଥିଲା ପ୍ରାୟ ୫ ଜଣଙ୍କ ଜୀବନ

ଅନୁଗୋଳ ବନଖଣ୍ଡ କୁସୁମ ପାଟ ଜଙ୍ଗଳରୁ ନରହନ୍ତା ଦନ୍ତା ହାତୀକୁ କାବୁ କଲା ବନ ବିଭାଗ । ଆଜି (ବୁଧବାର) ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଅକ୍ଲାନ୍ତ ପରିଶ୍ରମ ପରେ ହାତୀକୁ କାବୁ କରାଯାଇ ପାରିଛି । ସକାଳେ ହାତୀକୁ ଠାବ କରାଯିବା ପରେ ନିଶ୍ଚେତକ ଦିଆ ଯାଇଥିଲା । ଏହାପରେ ହାତିଟି ପ୍ରାୟ ଏକ କିମି ଦୂରରେ ଥିବା ଛୋଟ ଜଙ୍ଗଲ ଭିତରେ ତାଲଗଛ ମୂଳରେ ଠିଆ ହୋଇ ଯାଇଥିଲା । ବନ ବିଭାଗ […]

୬୧ ବର୍ଷ ବୟସରେ ତୃତୀୟ ବିବାହ କରିବେ ବଲିଉଡର ମିଷ୍ଟର ପରଫେକ୍ଟ ଆମୀର ଖାନ୍

ତୃତୀୟ ବିବାହ କରିବେ ବଲିଉଡର ମିଷ୍ଟର ପରଫେକ୍ଟ । ଦୀର୍ଘଦିନ ଧରି ଡେଟ୍ କରିବା ପରେ ଗୌରୀଙ୍କ ହାତ ଧରିବେ ଆମୀର ଖାନ୍ । ୬୧ ବର୍ଷୀୟ ଆମୀର ପୁଣିଥରେ ବର ହେବାକୁ ଥିବାବେଳେ ତାଙ୍କର କନ୍ୟା ସାଜିବେ ୪୬ ବର୍ଷୀୟ ଗୌରୀ । ଏହି ବିବାହ ହେଲେ ଆମୀର ନିଜ ଜୀବନରେ ତୃତୀୟ ବିବାହ କରିବେ ।ରିପୋର୍ଟ ଅନୁସାରେ, ଆମିର ଏବଂ ଗୌରୀ ସ୍ପ୍ରେଟଙ୍କ ମଧ୍ୟରେ ଘନିଷ୍ଠତା ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚିଛି । ଉଭୟ […]

ଆରମ୍ଭ ହେବ ଇ-ହୁଣ୍ଡି ବ୍ୟବସ୍ଥା, ପୁରୀ ନଆସି ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ଭକ୍ତ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଛନ୍ତି Iତେବେ ନିଜ ମନୋବାଞ୍ଛା, ଖୁସି ଏବଂ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି I ଏଣିକି ଭକ୍ତମାନେ ପୁରୀକୁ ନଆସି ମଧ୍ୟ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ।  ସମର୍ପଣ ଆପ୍ ରେ ଆରମ୍ଭ ହେବ ଇ- ହୁଣ୍ଡି ବ୍ୟବସ୍ଥା । […]