ଆସିଲା ଫଳାଫଳ; ଛାତ୍ର ସଂସଦ ନିର୍ବାଚନ: ଦଶପଲ୍ଲା, ଝାରସୁଗୁଡ଼ାରେ ବାଜିମାରିଲା BCJD

ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିଛନ୍ତି। ବାଲଟ୍‌ ପେପର ଓ ବାକ୍ସ ପ୍ରସ୍ତୁତ ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍‌ରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ ରାଜଧାନୀ ଏବଂ ବିଜେବିରେ ଏବିଭିପିର ବାଜିମାତ ହୋଇଛି । ବିଜେବି କଲେଜରେ ସଭାପତି ପଦ ହାସଲ କଲେ ଆର୍ଯ୍ୟନ ମହାପାତ୍ର । ସେହିପରି ରାଜଧାନୀ କଲେଜରେ ସଭାପତି ପଦ ହାସଲ କଲେ ଅବିନାଶ ପାଢୀ ।ଜୟଦେବ କଲେଜରେ ABVP ବିଜୟୀ ହୋଇଛି ।ସେହିପରି ଅନୁଗୁଳ ମହିଳା କଲେଜ, ସମ୍ବଲପୁର ଜିଏମ୍‌ ବିଶ୍ୱବିଦ୍ୟାଳୟ କଲେଜ, କେନ୍ଦ୍ରାପଡ଼ାର ମାର୍ଶାଘାଇ ଓ ଅନ୍ତେଇ କଲେଜ, କଟକ କିଶୋର କଲେଜ, ଅନ୍ତେଇର ବିଜୁ ପଟ୍ଟନାୟକ କଲେଜ ଏବଂ ଧାମନଗର କଲେଜରେ ମଧ୍ୟ ABVP ବିଜୟୀ ହୋଇଛି ।ଅନ୍ୟପଟେ ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ କଲେଜ, ଝାରସୁଗୁଡ଼ା, ବାସୁଦେବପୁର କଲେଜ ଓ କମଳା ନେହରୁ କଲେଜରେ BCJD ବିଜୟୀ ହୋଇଛି। ଅନ୍ତେଇ ମହାବିଦ୍ୟାଳୟରେ ଏବିଭିପିର ବୃହତ ବିଜୟ ।କଟକ ଜିଲ୍ଲା କିଶୋର ନଗର ଡିଗ୍ରୀ କଲେଜରେ ସଭାପତିଙ୍କ ସମେତ ଏବିଭିପିର ବୃହତ ବିଜୟ ।ଶ୍ରୀ ଜୟଦେବ କଲେଜ ଅଫ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜିର ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବୃହତ୍ ବିଜୟ|ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟ (ବିଜେବି କଲେଜ)ରେ ଏବିଭିପିର ସମସ୍ତ ପ୍ରାର୍ଥୀ ବିଜୟୀ |ଯାଜପୁର ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ସମସ୍ତ ଏବିଭିପି ପାର୍ଥୀ ବିଜୟୀ ହୋଇଛନ୍ତି।

ଅଧିକ ପଢନ୍ତୁ