ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍‌ଗ୍ରୁଭ୍‌ ନର୍ସରୀରେ ଦେଖିବାର ସୁଯୋଗ ପାଇବେ। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ […]

୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ୫ ବର୍ଷର ଶିଶୁ ସ୍ମୃତି ସାଲୋମ

ବିସ୍ମୟ ଶିଶୁ ସ୍ମୃତି ସାଲୋମ । ୨ ମିନିଟ୍ ରେ ୧୦୦ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ପାଇଲେ ସ୍ଥାନ । ବରଗଡ଼ ସଦର ବ୍ଲକ ଧାଙ୍ଗେର ଗାଁର ଉତ୍ସାହ ର ମାହୋଲ । ଗାଁର ରଞ୍ଜନା ଏବଂ ପ୍ରେମାନନ୍ଦ ଭୋସାଗରଙ୍କ ଶିଶୁ ପୁତ୍ର ହେଉଛନ୍ତି ସ୍ମୃତି ସାଲୋମ ।୫ ବର୍ଷ ୯ ମାସର ଶିଶୁ । ହେଲେ ଅନର୍ଗଳ କହୁଛନ୍ତି ଦେଶ , ବିଦେଶର ନାଁ ସାଙ୍ଗକୁ କବି , […]

ଭବାନୀପାଟଣା ଜେଲରୁ ବାହାରିଲେ ଧୀମାନ ଚକମା

ଭବାନୀପାଟଣା ଜେଲ୍‌ରୁ ବାହାରିଲେ ଆଇଏଏସ୍ ଧିମାନ ଚକ୍‌ମା। ୪୦ ଦିନ ପରେ ଜେଲ୍‌ରୁ ବାହାରିଲେ ଧିମାନ ଚକ୍‌ମା। କ୍ରସର୍ ମାଲିକଙ୍କଠାରୁ ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ। ସର୍ତ୍ତମୂଳକ ଜାମିନ୍‌ରେ ଧିମାନ ଚକ୍‌ମା ଜେଲରୁ ବାହାରିଲେ।ଗତ ୨୪ ତାରିଖ ଦିନ ମାନ୍ୟବର ହାଇକୋର୍ଟ ୫ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେେ ଚମକାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ l

ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ

ନିଖୋଜ ନାବାଳିକାକୁ ଲଗାତାର ୧୪ ଦିନ ଧରି ଦୁଷ୍କର୍ମ। କିଡନାପ କରି ନେଇ ନାବାଳିକାକୁ ଦୁଷ୍କର୍ମ କରୁଥିଲା ନର ରୂପୀ ରାକ୍ଷସ। ସେପଟେ ଝିଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ। ଆଉ ୧୪ ଦିନ ପରେ ରାକ୍ଷସ କବଳରୁ ମୁକ୍ତି ପାଇଲା ଝିଅ।ନାବାଳିକାକୁ ଉଦ୍ଧାର କରିବା ପରେ ବ୍ୟାନ ରେକର୍ଡ କରାଗଲା । ମାଜଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଗଲା । ନାବାଳିକାର କହିବା କଥା ଅଭିଯୁକ୍ତ ତାକୁ ନେଇ ଏକ ଭଡ଼ା […]

ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress

ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟିଲା । ତୀବ୍ର ବିରୋଧ ପରେ ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress । ଏହାକୁ ଅପସାରଣ କରାଯାଇଥିବା X’ରେ ପୋଷ୍ଟ କରି କହିଲା AliExpress ।ରିପୋର୍ଟ କରାଯିବା ପରେ ସେହି ଜିନିଷକୁ ସମୀକ୍ଷା କରି ଅପସାରଣ କରିଛୁ’ ବୋଲି ପୋଷ୍ଟରେ କୁହାଯାଇଛି । ତେବେ ଏହାକୁ ନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିନ୍ଦା କରିବା ସହ ୱେବ୍ ସାଇଟକୁ କ୍ଷମା ମାଗିବା ପାଇଁ କହିଥିଲେ। ମହାପ୍ରଭୁ ଜଗନ୍ନାଥ ପ୍ରତି […]

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

ରାୟଗଡ଼:-ତା. ୩୧/୦୭- ଜିଲ୍ଲାପାଳ, ରାୟଗଡ, ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶ କ୍ରମେ, ଜଣେ ମାନସିକ ଅନଗ୍ରସର ଭିନ୍ନକ୍ଷମ ମହିଳା ଆଲାଜିଙ୍ଗ ପାର୍ବତୀଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଏବଂ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ପ୍ରଭାତ କୁମାର ଶବରଙ୍କ ମିଳିତ ସହଯୋଗରେ ଉଦ୍ଧାର କରାଯାଇ ସ୍ଵତନ୍ତ୍ର ବାହନ ଯୋଗେ ମାଲକାନଗିରି ସ୍ଥିତ ମିଶନ ଆଶ୍ରା ପୁନର୍ବାସ କେନ୍ଦ୍ରରେ ଥଇଥାନ କରାଯାଇଅଛି । ବିଗତ କିଛି ଦିନ ହେଲା, ଏହି […]

ସମର୍ପଣ ବୃଦ୍ଧାଶ୍ରମର ନୂତନ ପରିଚାଳନା କମିଟି ଗଠନ

ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କର ସହାୟ।ଅବହେଳିତ,ନିଷ୍ପେସିତ,ନିର୍ଯ୍ଯାତିତ,ଲାଞ୍ଛିତ ତଥା ନିଃସହାୟ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ସମର୍ପଣ ହେଉଛି ଏକ ନିରାପଦ ନିବାସ। ୨୦୧୯ ମସିହାରେ ଗଢି ଉଠିଥିବା ଏହି ସମର୍ପଣ ବୃଦ୍ଧାଶ୍ରମରେ ୨୫ ଜଣ ଅନ୍ତେବାସୀ ରହିଆସୁଛନ୍ତି। ଏମାନଙ୍କର ଭଲମନ୍ଦ ବୁଝାବୁଝି କରିବା ପାଇଁ ୨୫ ଜଣ ସଦସ୍ଯଙ୍କୁ ନେଇ ଏକ ସାଧାରଣ ପରିଷଦ ଗଠନ ହୋଇଥିବା ବେଳେ ସେମାନଙ୍କ ମଧ୍ଯରୁ ୦୭ ଜଣ ସଦସ୍ଯଙ୍କୁ […]

ଆଜି ରାଜ୍ୟ ସରକାର ୪ ଆଇଏଏସ ସ୍ତରରେ ଅଦଳବଦଳ

ଆଜି ରାଜ୍ୟ ସରକାର ୪ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।୧.ଅବୋଲି ସୁନିଲ ନରାଭାନେ କଟକ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଥିଲାବେଳେ କଟକ, କ୍ଷୁଦ୍ର ଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ହେଲେ ।୨.ଦିନ୍‌ହା ଦାସ୍ତଜିର ହେଲେ ରାଉରକେଲା ମହାନଗର ନିଗମର ସଚିବ ।୩.ରେହାନ ଖାତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।୪.କୀରନଦୀପ କୌର ସାହୁତାଙ୍କୁ କଟକ ଉନ୍ନୟନ କର୍ତ୍ତୁପକ୍ଷ ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ମିଳିଛି ।୫.ପ୍ରଥମେଶ […]

ଚତୁର୍ଥ ଥର ହେଲା ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ

ଦିଲ୍ଲୀ ଏମସରେ ସଫଦରଜଙ୍ଗ ଅଦାଲତଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ସହ ପାଡ଼ିତାଙ୍କ ଚତୁର୍ଥ ଥର ବୟାନ ରେକର୍ଡ ହୋଇଛି । ଦନ୍ତକାରୀ ଅଧିକାରୀ ଡିଏସପି କଳ୍ପନା କାହଁରୀଙ୍କୁ ପୀଡ଼ିତା ଦେଇଥିବା ବୟାନରେ ସମ୍ପୂର୍ଣ୍ଣ ତଥ୍ୟା ଜଣାପଡ଼ିଥିବା ସୂଚନା ।ତେଣୁ ପୁଲିସକୁ ଗୁରୁତ୍ବପୂର୍ଣ ପ୍ରମାଣ ହସ୍ତଗତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଚଳିତ ସପ୍ତାହରେ ପୁଲିସ ରହସ୍ୟର ଉନ୍ମୋଚନ କରିବ। ପ୍ରତ୍ୟକ୍ଷଦର୍ଶୀ ଦୁଃଖୀଶ୍ୟାମଙ୍କ ବୟାନକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ୩ […]

କାଉ ମିଳନ ଦେଖିଲେ ବୋଲି ଦୁଇ ଯୁବକଙ୍କୁ ମୃତ ଘୋଷଣା

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ଭରପୂର ହୋଇ ରହିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଏମିତି ଏକ ଅନ୍ଧବିଶ୍ୱାସକୁ ଦେଖିବାକୁ ମିଳିଛି କୋରାପୁଟ ଜିଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ। ଦୁଇଟି କାଉର ମିଳନ ଦେଖିବା ପରେ ଦୁଇ ଯୁବକ ଜୀଇଁ ଥାଉ ଥାଉ ମୃତ ବୋଲି ଘୋଷଣା କରିଥିଲେ ପରିବାର ଲୋକେ। କାଉ ମିଳନ ଦେଖିଲେ, କାଳେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ବୋଲି କୋରାପୁଟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ […]

ଆଦର୍ଶ ଶିକ୍ଷକଙ୍କ ଅବସର ଗ୍ରହଣ

ନୟାଗଡ଼, (ଓଡ଼ିଶା ଦର୍ପଣ): ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ଶିକ୍ଷକତା ପରି ଏକ ପବିତ୍ର ବୃତ୍ତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ସାରା ଜୀବନ ଆତ୍ମସନ୍ତୋଷ ଲାଭ କରିଥାଏ ବୋଲି ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଭୂଗୋଳ ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଆଲୁମିନି କମିଟି […]

AI ଯୋଗୁଁ ବିପଦରେ ଏହି ୪୦ ସଂସ୍ଥାର ଚାକିରି

ମାଇକ୍ରୋସଫ୍ଟର ଏକ ଅଧ୍ୟୟନ ଅନୁସାରେ, ଇଣ୍ଟରପ୍ରେଟର ଏବଂ ଟ୍ରାନ୍ସଲେଟର (ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରୁଥିବା ବ୍ୟକ୍ତି), ଇତିହାସକାର, ସେଲ୍ସ ରିପ୍ରେଜେଣ୍ଟେଟିଭ୍, ପ୍ୟାସେଞ୍ଜର ଆଟେଣ୍ଡାଣ୍ଟ ଆଦି ନୌକରୀଗୁଡ଼ିକ ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବିପଦ ମାଡ଼ି ଆସୁଛି। ଏହି ଅଧ୍ୟୟନରେ ଏଆଇ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ୪୦ଟି ଚାକିରିର ତାଲିକା ପ୍ରକାଶ କରାଯାଇଛି।AI ଯୋଗୁ ହାଇ-ଓଭରଲାପ ତାଲିକାର ଶୀର୍ଷରେ ଗ୍ରାହକ ପ୍ରତିନିଧି ଅଛନ୍ତି, ସେମାନଙ୍କ ସହିତ ପ୍ରାୟ ୨.୮୬ ନିୟୁତ ଲୋକ […]