ଯନ୍ତ୍ରୀଙ୍କୁ ପାଣି ବଦଳରେ ନିଜ ପରିସ୍ରା ପିଆଇଦେଲେ ପିଅନ

ଗଜପତି ଜିଲ୍ଲା ଆର୍. ଉଦୟଗିରି ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରୁ ଆସିଛି ଏକ ଅଭାବନୀୟ ଘଟଣା।ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଥାନାରେ ଏକ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ଗତ ୨୩ ତାରିଖ ରାତିରେ ପିଅନ ପାଣି ବଦଳରେ ପରିସ୍ରା ଦେଇଥିଲେ ।ଯନ୍ତ୍ରୀ ଜଣକ ଜାଣି ନ ପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ। ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଥାନାରେ ଯନ୍ତ୍ରୀ ଅଭିଯୋଗ କରିଥିଲେ।ଯନ୍ତ୍ରୀଙ୍କ […]

ଖୁବଶୀଘ୍ର ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବ: ଗଣଶିକ୍ଷା ମନ୍ତ୍ରୀ

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା । କହିଲେ, ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧ ତଦନ୍ତ କରି ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯେତେବଡ଼ ଲୋକ ହେଲେ ବି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ।କ୍ୟୁଆର କୋଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି। ତେଣୁ ଏଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଆଗକୁ କିପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ବିଭାଗ ସଜାଗ ଅଛି । ସ୍ୱଚ୍ଛତା ସହ ପରୀକ୍ଷା […]

ଆଇସିସି କମିଟି ନକଲେ କଲେଜ କର୍ତ୍ତୁପକ୍ଷଙ୍କ ଦରମା ବନ୍ଦ ହେବ

କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି ଗଠନ କରାଯିବାକୁ ଟାର୍ଗେଟ୍‌ ରଖାଯାଇଛି।ଏହି କମିଟି ନ କଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି , ଯେଉଁମାନେ ଭୁଲ ଅଭିଯୋଗ କରୁଛନ୍ତି, POSH ACT ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ POSH ACT ବାବଦରେ ଲୋକସେବା ଭବନରୁ ଆରମ୍ଭ […]

ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆସନ୍ତା ଅଗଷ୍ଟ ୯ ‘ରାକ୍ଷୀ ପୂର୍ଣ୍ଣିମା’ରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଜୟପୁରରୁ କୋଟିଏରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ। ଲୋକଙ୍କ ଫିଡବ୍ୟାକ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ସୁଭଦ୍ରା ଅର୍ଥ କିପରି ବ୍ୟବହାର ହେଉଛି ମତାମତ ନେବାକୁ ଷ୍ଟିଅରିଂ କମିଟିରେ ନିଷ୍ପତ୍ତି ହୋଇଛି । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ସେଥିପାଇଁ ସର୍ଭେ କରାଯାଉଥିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।ଅଗଷ୍ଟ ୯ […]

ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଶିବ ଶଙ୍କର ବସ୍ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ମ

ହଙ୍ଗା ପଡ଼ିଲା ଟ୍ୟାକ୍ସ ଫାଙ୍କିବା। ଶିବଶଙ୍କର ଯାତ୍ରୀବାହୀ ବସ୍‌ ମାଲିକ ଗଣିଲେ ୧୦ ଲକ୍ଷ ଟଙ୍କାର ଫାଇନ୍‌ । ଫାଇନ୍‌ ଦେଇ ଗାଡ଼ି ଛଡ଼ାଇଲେ ମାଲିକ । ଗାଡ଼ିର ଫିଟ୍‌ନେସ, ଇନ୍‌ସରାନ୍ସ କିମ୍ବା ପରମିଟ୍, ପଲ୍ୟୁସନ ନଥାଇ ରାସ୍ତାରେ ଗଡ଼ୁଥିବାରୁ ୧୦ ଲକ୍ଷ ଟଙ୍କା ଫାଇନ କରିଥିଲା କଟକ ଆଟିଓ।ତେବେ ଫିଟନେସ୍ ପାଇଁ ୫ହଜାର, ପଲ୍ୟୁସନ ପାଇଁ ୧୦ ହଜାର, ପର୍ମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ୩ ଲକ୍ଷ ୭ହଜାର […]

ଦୁଇ ଗୁଣ ବଢ଼ିଲା ପୁରୀ-ରାଉରକେଲା ବନ୍ଦେ ଭାରତ କୋଚ୍

ପୁରୀରୁ ରାଉରକେଲା ମଧ୍ୟରେ ଚଳାଚଳ କରୁଥିବା ଦ୍ରୁତ ଏବଂ ଆରାମଦାୟକ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସରେ କୋଚ୍‌ ସଂଖ୍ୟା ଦୁଇଗୁଣ ବଢ଼ିଲା । ଏହି ଟ୍ରେନ ପୂର୍ବରୁ ୮ଟି କୋଚ୍‌ରେ ଚାଲୁଥିବା ବେଳେ ଆସନ୍ତା ଅଗଷ୍ଟ ୭ରୁ ୧୬ଟି କୋଚ୍‌ ସହିତ ଚଳାଚଳ କରିବ । କୋଚ୍‌ ସଂଖ୍ୟା ବଢ଼ାଇବା ପାଇଁ ଆଠଟି ନୂଆ ଏସି ଚେୟାର କାର୍‌ କୋଚ୍‌ ଯୋଡ଼ାଯାଇଛି । ଯାହାଦ୍ୱାରା ଯାତ୍ରୀଙ୍କୁ ଆଉ ଲମ୍ବା ୱେଟିଂ ତାଲିକାରେ ରହିବାକୁ ପଡ଼ିବ ନାହିଁ । […]

Malegaon Blast Case: ମାଲେଗାଓଁ ବିସ୍ଫୋରଣ ମାମଲାରେ ସମସ୍ତ 7 ନିର୍ଦ୍ଦୋଷରେ ଖଲାସ

ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ଏନଆଇଏର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାରେ, NIA ସ୍ୱତନ୍ତ୍ର କୋର୍ଟ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ […]

ସି-ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ-ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ

ଉଚ୍ଚଶିକ୍ଷା ବିଭାଗ ଅଧୀନ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତଥ୍ୟ ଗୋଟିଏ ପୋର୍ଟାଲରେ ରହିବ । ଏନେଇ ସମସ୍ତ ମହାବିଦ୍ୟାଳୟକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକଙ୍କ ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।ଶିକ୍ଷାନୁଷ୍ଠାନରେ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଗ୍ରହଣ ଏବଂ ଏହାର ସମାଧାନ ସୁନିଶ୍ଚିତ କରିବା ପାଇଁ […]

ଜ୍ବର ହୋଇଥିବା ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକ୍ସନ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରେ ଜଣେ ୪ ବର୍ଷର ଶିଶୁକୁ ଜ୍ବର ହେବାରୁ ଡାକ୍ତରଖାନା ଆଣିଥିଲେ ପରିବାର ଲୋକେ । ପ୍ରେସକ୍ରିପ୍ସନରେ ଡାକ୍ତର ଜ୍ବର ବଦଳରେ କୁକୁର କାମୁଡା ଇଞ୍ଜେନ ଲେଖିଥିଲେ । ମେଡିସିନ୍ ଆଣିବାକୁ ଗଲା ବେଳେ ପ୍ରେସକ୍ରିପ୍ସନ ଦେଖି କୁକୁର କାମୁଡିଛି କି ବୋଲି ପଚାରିଥିଲେ ଦୋକାନୀ । ଶିଶୁଙ୍କ ସମ୍ପର୍କୀୟ ମନା କରିଥିଲେ ବି କୁକୁର କାମୁଡା ଇଞ୍ଜେକ୍ସନ ଦେଇଥିଲେ। ପରେ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର ଜଣକ ପ୍ରେସକ୍ରିପ୍ସନକୁ ଚିରି ଦେଇଥିଲେ ବୋଲି […]

ଏହି ତିନି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ରାଜ୍ୟରେ ଲଗାଣ ବର୍ଷା ଜାରି । ଓଡ଼ିଶା ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷକରି ଉତ୍ତରଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି ।କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ […]

ମହାକାଶକୁ ଇସ୍ରୋ ପଠାଇଲା ମହଙ୍ଗା ଉପଗ୍ରହ’ ନିସାର୍’

ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା ଅନ୍ତରୀକ୍ଷ ମିଶନ ‘ନିସାର’ (NASA-ISRO Synthetic Aperture Radar) ଲଞ୍ଚ କରିଛି। ବୁଧବାର ଅନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ ସା ୫ଟା ୪୦ ମିନିଟରେ ଏହାକୁ ଲଞ୍ଚ କରାଯାଇଛି। ଏହି ସାଟେଲାଇଟ ଇସ୍ରୋ ଏବଂ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି।ଏହାକୁ ସୂର୍ଯ୍ୟ-ସମକାଳୀନ ଧ୍ରୁବୀୟ କକ୍ଷପଥରେ ସ୍ଥାପନ କରାଯିବ। ଏଠାରୁ ଏହା ସମଗ୍ର ପୃଥିବୀ ଉପରେ ନଜର ରଖିବ। […]

କାମଧେନୁ ଯୋଜନାରେ କୃଷକଙ୍କୁ ମିଳିବ ୨ଟି ଗାଈ- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ

କୃଷି ଭବନରେ ଦୁଇ ଦିନ ଧରି ଚାଲିଥିବା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ ଶେଷ ହୋଇଛି ।ଘରେ ଘରେ ପହଞ୍ଚିବ ଓମଫେଡ କ୍ଷୀର ଓ ପାଉଡର । କାମଧେନୁ ଯୋଜନାରେ କୃଷକଙ୍କୁ ମିଳିବ ୨ଟି ଗାଈ । ଗାଈର ମୂଲ୍ୟ ୨ ଲକ୍ଷ ୩୦ ହଜାର । ୭୦ ପ୍ରତିଶତ ସବସିଡି ମିଳିବ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।କୃଷି ଭବନରେ […]