ସୁଭଦ୍ରା ପୋର୍ଟାଲ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମନାକୁ ଆସିଛି । ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ଅଗଷ୍ଟ ୯ ତୃତୀୟ କିସ୍ତି ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।ଆସନ୍ତା ଅଗଷ୍ଟ ୯ […]
ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ନଦୀକୁ ଖସିପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ସିନ୍ଧ ନଦୀକୁ ଖସିପଡ଼ିଛି। ଜଣେ ଅଧିକାରୀ କହିଛନ୍ତି ସମସ୍ତ ଯବାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ସ୍ପଷ୍ଟ କରାଯାଇନାହିଁ କି, ବସରେ କେତେଜଣ ଯବାନ ଥିଲେ । ସେପଟେ ବସ୍ ଚାଳକ […]
ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜିଲାରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ପାଳନ କରୁ ନ ଥିବା ଦେଖାଦେଇଛି । ବଲାଙ୍ଗୀର ଜିଲ୍ଲା ଅଧିକାରୀ ୧୧ଟି ବ୍ଲକ ଶିକ୍ଷା ଅଧିକାରୀ ହେଲେ, ଆଗଲପୁର ବିଇଓ ଶ୍ୟାମ ମେହେର, ସଇଁତଲା ବିଇଓ ଦିଲୀପ କୁମାର ଯୋଶୀ, ଟିଟିଲାଗଡ଼ ବିଇଓ ଆତ୍ରତ୍ରାଣ ରଥ, ଦେଓଗାଁ […]
ମହାକାଶ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆଜି ଲଞ୍ଚ ହେବାକୁ ଯାଉଛି ସାଟେଲାଇଟ୍ ‘ନିସାର’ । ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ ‘ନିସାର’କୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯିବ । ଆଜି ସନ୍ଧ୍ୟା ୫.୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨ ହଜାର ୩୯୨ କିଲୋଗ୍ରାମ ଓଜନ ବିଶିଷ୍ଟ, ନିସାର ଏକ ଭିନ୍ନ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଏବଂ ଏହା ପ୍ରଥମ ଥର ପାଇଁ ଦୁଇଟି ଫ୍ରିକ୍ୱେନ୍ସିରେ ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବ। ଏହା […]
ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରିବାର ତାରିଖ ଘୋଷଣା କରିଛି । କୃଷି ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅଧୀନରେ, ୨୦ତମ କିସ୍ତିର ଟଙ୍କା ଆସନ୍ତା ମାସ ୨ ତାରିଖରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଦିଆଯିବ। କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ […]
ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ 5 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ହାଲୁକାରୁ ମଧ୍ୟମ ଧରଣର […]
ଏଣିକି ବସ୍ତାନି ଓଜନ ଚେକ୍ କରିବେ ବିଇଓ। ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍ ବସ୍ତାନି ବୋଝ ଦିନକୁ ଦିନ ବଢ଼ି ଚାଲିଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍ ଏହାକୁ ମାନୁନଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପୁଣି ଥରେ ନିର୍ଦ୍ଦେଶନାମା ଜାରି କରାଯାଇଛି।ଛାତ୍ରଛାତ୍ରୀମାନେ ସେମାନଙ୍କ ଓଜନର ୧୦ ପ୍ରତିଶତରୁ କମ୍ ଓଜନର ସ୍କୁଲ୍ ବ୍ୟାଗ ନେବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଉଦାହରଣ ସ୍ୱରୂପ […]
ସମ୍ବଲପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ପୁଣି ଥରେ ଟ୍ରାଫିକ୍ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । କିଛି ଲାଇକ୍ ଏବଂ ଭ୍ୟୁ ପାଇଁ, ଧନୁପାଲି ଥାନା ଅଞ୍ଚଳରେ 7 ଜଣ ଯୁବକ ଏକ ସ୍କୁଟି ଚଲାଉଥିବାର ଦେଖିବାକୁ ମିଳିଥିଲା, ଯେଉଁମାନଙ୍କ ମଧ୍ୟରୁ 6 ଜଣ ନାବାଳକ ଥିଲେ ।ଧନୁପାଲି ଏବଂ ଖେତରାଜପୁର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିସିଟିଭି ଫୁଟେଜ୍ ଆଧାରରେ ସ୍କୁଟିକୁ ଟ୍ରାକ୍ କରିଥିଲା। ସମ୍ବଲପୁରର ସଡ଼କ ପରିବହନ […]
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଜୁଲାଇ ୨୮ ଏବଂ ଜୁଲାଇ ୨୯, ୨୦୨୫ରେ ଓଡ଼ିଶା ଉପକୂଳର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟ କ୍ଷେପଣାସ୍ତ୍ରର ଦୁଇଟି ସଫଳ ଉଡ଼ାଣ ପରୀକ୍ଷଣ କରିଥିଲା।୧୫୦-୫୦୦ କିଲୋମିଟର ପରିସର ସହିତ ଏହା ଉନ୍ନତ ନାଭିଗେସନ ସିଷ୍ଟମରେ ସଜ୍ଜିତ, ଯାହା ସଠିକ ଭାବେ ସ୍ଥଳ-ସ୍ଥଳ ଲକ୍ଷ୍ୟଭେଦ ପାଇଁ ଡିଜାଇନ କରାଯାଇଛି । ଏହା ଭାରତୀୟ ସେନାର କ୍ୱାସି-ବାଲିଷ୍ଟିକ ମିସାଇଲ କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବ ।
ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅଧୀନ ନୂଆଗାଁରେ ମା’-ଝିଅଙ୍କୁ ହତ୍ୟା କରାଯାଇଛି। ଗତ ୧୫ ତାରିଖ ଠାରୁ ନିଖୋଜ ଥିବା ମା’-ଝିଅଙ୍କର ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଜ୍ବାଇଁ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।ଘଟଣାରୁ ଜଣାପଡ଼ିଛି ଯେ, ଦେବାଶିଷ ପାତ୍ର […]
ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ କହିଲେ ପିସିସିଏଫ ପ୍ରେମ ଝା । ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ । ଶିମିଳିପାଳରେ ବର୍ତ୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି । ଶାବକଙ୍କୁ ୨ ବର୍ଷ ହେଲା ପରେ ଗଣନାରେ ସାମିଲ କରାଯିବ ।ଶିମିଳିପାଳରେ ୨ ପ୍ରକାର ନର୍ମାଲ ଟାଇଗର ଏବଂ ବ୍ଲାକ ଟାଇଗର ବାଘ ଅଛନ୍ତି। ପ୍ରତି ୪ ବର୍ଷରେ ଥରେ ବାଘ ଗଣାନା କରାଯାଉଛି।
