ଏପ୍ରିଲ ୩୦ ଯାଏଁ ବଢିଲା ସଚିବଙ୍କ ଜିଲ୍ଲା ଗସ୍ତ ଅବଧି

ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଇଛନ୍ତି ସରକାର । ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି ବିତାଇବେ। ଜିଲ୍ଲା ଗସ୍ତ ବେଳେ ସଚିବମାନେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ, ସେତୁବନ୍ଧ ଯୋଜନା, ପଞ୍ଚସଖା ଶିକ୍ଷା […]

ବଦଳିବ ରଘୁରାଜପୁରର ରୂପରେଖ,ଆକର୍ଷିତ କରିବାକୁ କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ପ୍ରକଳ୍ପ

ଐତିହ୍ୟ ଗ୍ରାମ ରଘୁରାଜପୁରକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । ରଘୁରାଜପୁରର ବିକାଶ ସହିତ ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କୁ କିଭଳି ଏହି କଳା ଗ୍ରାମ ଆକର୍ଷିତ କରିବ ସେନେଇ ଏକ ସ୍ବତନ୍ତ୍ର ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ।ରଘୁରାଜପୁରରେ ନିର୍ମିତ ହେବ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଆକର୍ଷଣୀୟ ତୋରଣ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ପ୍ରବେଶ ତୋରଣକୁ ଆକର୍ଷିତ ମଧ୍ୟ କରାଯିବ । ଗ୍ରାମରେ ରହିଥିବା ଗ୍ୟାଲେରୀ […]

୮୭ ବର୍ଷ ବୟସରେ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତ

ବଲିଉଡ୍‌ର ଏକ ଦୁଃଖଦ ଖବର ଆସିଛି। ଭାରତୀୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାର ଆଉ ଏ ଦୁନିଆରେ ନାହାନ୍ତି। ୮୭ ବର୍ଷ ବୟସରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଶୁକ୍ରବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଦେଶପ୍ରେମପୂର୍ଣ୍ଣ ସିନେମା କରିଥିଲେ । ସେଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭଲପାଇ ‘ଭାରତ କୁମାର’ ବୋଲି ଡାକୁଥିଲେ । ୨୪ ଜୁଲାଇ ୧୯୩୭ରେ ହରିକୃଷ୍ଣ ଗିରି ଗୋସ୍ବାମୀ ଭାବରେ ଜନ୍ମଗ୍ରହଣ କରିଥିବା […]

ଭୁବନେଶ୍ବର ଷ୍ଟେସନରେ ଛେପ ପକାଇବା ଓ ଆବର୍ଜନା ପକାଇବା ପାଇଁ ୫୮୧ ଜଣଙ୍କୁ ଜରିମାନା

ରେଳ ଷ୍ଟେସନରେ ଛେପ ଓ ଆବର୍ଜନା ପକାଉଥିଲେ ହୋଇଯାଆନ୍ତୁ ସାବଧାନ ! ଫାଇନ କାଟିବ ରେଳବାଇ । ଭୁବନେଶ୍ବର ଷ୍ଟେସନରେ ଛେପ ପକାଇବା ଓ ଆବର୍ଜନା ପକାଇ ଜୋରିମାନା ଗଣିଛନ୍ତି 581 ଜଣ । ମାର୍ଚ୍ଚ ମାସରେ ଆଦାୟ ହୋଇଛି ୧ ଲକ୍ଷ ୧୭ ହଜାର ୧୦୦ ଟଙ୍କା ଜୋରିମାନା । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ଜନସମ୍ପର୍କ ଅଧିକାରୀ ।ଅଳିଆ ପକାଇବା ଏବଂ ଛେପ ପକାଇବାର ସମସ୍ୟାକୁ ଦୂର କରିବା ପାଇଁ ଚାଲିଥିବା ପ୍ରୟାସର […]

ଓ୍ୱକଫ ବିଲକୁ ନେଇ ଦ୍ୱନ୍ଦ୍ୱରେ ବିଜୁ ଜନତା ଦଳ

ବିରୋଧୀଙ୍କ ଜୋରଦାର ବିରୋଧ ଭିତରେ ବିବାଦୀୟ ଏବଂ ସଂଶୋଧିତ ୱାକଫ୍ ସଂଶୋଧନ ବିଲ୍-୨୦୨୫ ଲୋକସଭା ପାସ ହେବା ପରେ ଗୁରୁବାର ବିଲ ରାଜ୍ୟସଭାରେ ଆଗତ ହୋଇଛି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରିଛନ୍ତି । ପରେ ବିଲକୁ ନେଇ ଆଲୋଚନାରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ । ଏସବୁ ଭିତରେ ସଭିଙ୍କୁ ଚକିତ କରିଛି ବିଜୁ ଜନତା ଦଳ। ପ୍ରଥମେ ଏହି ବିଧେୟକୁ ବିରୋଧ କରୁଥିବା […]

କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍ଆ

ମ ବସକୁ ନେଇ ଆସୁଛି ବଡ଼ ଖବର । ଏବେ କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍ ।ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆରୁଟ୍। ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର। ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଇତ୍ୟ ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି , ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ […]

ଇଟାମାଟି ସରକାରୀ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ସରକାରଙ୍କ ନିର୍ଦ୍ଦେଶ ମୁତାବକ ଇଟାମାଟି ସରକାରୀ ଉପ୍ରା ବିଦ୍ୟାଳୟରେ ଏପ୍ରିଲ ୨ ତାରିଖରୁ ପ୍ରଵେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ପାଳନ କରାଯାଉଛି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହରାପ୍ରିୟା ସ୍ବାଇଁଙ୍କ  ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଉତ୍ସବକୁ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ସୁରଜ କୁମାର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଶିକ୍ଷକ  ରାଜେଶ କୁମାର ମିଶ୍ର ବରିଷ୍ଠ ଶିକ୍ଷୟିତ୍ରୀ ଉଷାମଣି ମିଶ୍ର ,ପ୍ରିୟଦର୍ଶିନୀ ମହାପାତ୍ର,ମମତା ମହାପାତ୍ର ଓ କଳ୍ପାଲତା ସାହୁ ନବାଗତ ଛାତ୍ର/ଛାତ୍ରୀଙ୍କୁ ଫୁଲ, ଚନ୍ଦନ […]

ପିଲାଙ୍କ ମନରେ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ପିଲାଙ୍କ ମନରେ ଭରିଥାଏ ଉତ୍ସାହ । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ […]

ଶ୍ରୀମନ୍ଦିର ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜି ତଳେ ପଡ଼ିବା ଘଟଣା

ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ନିକଟସ୍ଥ ମେଘନାଦ ପ୍ରାଚୀରରେ ସଂଲଗ୍ନ ମଗର ମୁଣ୍ଡ ଐତିହ୍ୟ କୀର୍ତ୍ତିରାଜିଟି ଭାଙ୍ଗି ତଳେ ପଡ଼ିଛି। ଏହାକୁ ସୁରକ୍ଷିତ ଭାବେ ନରଖିବା ଯୋଗୁଁ ସେବାୟତମାନେ ପ୍ରଶ୍ନ କରିଛନ୍ତି। ତେବେ ଏହି ମଗର ମୁଣ୍ଡଟିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଳେ ପକାଇଦିଆଯାଇଥିବା ସୂଚନା ମିଳିଛି।ଏହି ମଗର ମୁଖ ଦେଇ ପୂର୍ବରୁ ଶ୍ରୀମନ୍ଦିର ଭିତରୁ ବର୍ଯ୍ୟ ଜଳ ନିଷ୍କାସନ ହେଉଥିଲା । ହେଲେ ଏହାକୁ ଭାଙ୍ଗି ଏଠାରେ ପାଇପ ସଂଯୋଗ କରାଯାଇଛି । ଯାହାକୁ ନେଇ ସେବାୟତ […]

ଚଞ୍ଚକତାପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର,ଜିଦ୍‌ରେ ତରବରିଆ ପାସ୍ କରିଛନ୍ତି

ବିଧାନସଭା ଇତିହାସରେ ପୁଣି ସୃଷ୍ଟି ହୋଇଛି ରେକର୍ଡ । ପ୍ରାୟ ୨ ଦଶନ୍ଧି ପରେ ରାତିତମାମ ଚାଲିଛି ବିଧାନସଭା । ଗୁରୁବାର ଭୋର୍‌ ସମୟରେ ପାରିତ ହୋଇଛି ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲ୍‌ ୨୦୨୪ । ବିରୋଧୀ ଓ ଶାସକ ଦଳ ମଧ୍ୟରେ ହୋଇଥିଲା ଢେର ଘଣ୍ଟା ଧରି ଆଲୋଚନା । ଆଲୋଚନାରେ ସାରା ରାତି ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ବିଜେଡି ବିଧାୟକ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବିଲ ନେଇ […]

କାରାଗାରରେ ପରୀକ୍ଷା ଦେଲେ ୨୨ ନକ୍ସଲ

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନେଇ କଏଦୀମାନଙ୍କ ଉଦ୍ୟମ । ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଗତ ତିନି ବର୍ଷ ଧରି ଏହି ସ୍କୁଲ କଏଦୀମାନଙ୍କୁ ପ୍ରେରଣା ଦେଇ ଆସୁଛି ଏବଂ ସେମାନଙ୍କୁ ପରୀକ୍ଷାରେ ସୁଯୋଗ ଦେଉଛି l ଯାହା ଦ୍ୱାରା ଆଗାମୀ ଦିନରେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ l କାଙ୍କେର କାରାଗାରରେ ନକ୍ସଲ […]

ଓଡିଆ ପକ୍ଷ ପାଳନ କରି ଅପଲୋଡ କରନ୍ତୁ ସେଲଫି ଆଉ …

ଓଡିଆ ପକ୍ଷ ପାଳନ କରନ୍ତୁ ଏବଂ ଓଡିଆ ପକ୍ଷ ଓ୍ବେବସାଇଟରେ ଅପଲୋଡ କରନ୍ତୁ ଆପଣଙ୍କ ସେଲଫି । କାରଣ ଏଥିପାଇଁ ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ https://odiapakhya.com ଖୋଲିଛନ୍ତି ଓଡିଶା ସରକାର । ଯେଉଁଥିରେ ଓଡିଶାବାସୀ ଓଡ଼ିଆ ପକ୍ଷ ସମ୍ବନ୍ଧୀୟ କୁଇଜରେ ଭାଗ ନେବା ସହିତ ଓଡ଼ିଆ ପକ୍ଷ ପାଳନ କରି ନିଜର ସେଲ୍ଫି ଅପଲୋଡ଼ କରିପାରିବେ । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଏଥିସହିତ ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ […]