ବର୍ତ୍ତମାନ କିଛି ମାତ୍ରାରେ କମିପାରେ ଟ୍ରାଫିକ ସମସ୍ୟା । ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଟ୍ୱିନ୍ ସିଟିରେ ଟ୍ରାଫିକ୍ ସମ୍ଭାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।ପୋଲିସ କମିଶନରଙ୍କ କହିବା ଅନୁସାରେ, ଆଜି ୫୩ ଷ୍ଟୁଣ୍ଡେଣ୍ଟ ଟ୍ରାଫିକ୍ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହୋଇଛନ୍ତି । ସମସ୍ତ ଷ୍ଟୁଣ୍ଡେଣ୍ଟ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ଦିଆଯାଇଛି । ତେବେ କିଛି ମାତ୍ରାରେ ଟ୍ରାଫିକ ସମସ୍ୟା […]
ଅଗଷ୍ଟ ପହିଲାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହିସବୁ ନିୟମ ବିଷୟରେ ଜାଣିବା ନିହାତି ଜରୁରୀ । UPI ଇକୋସିଷ୍ଟମକୁ ତଦାରଖ କରୁଥିବା ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ ଇଣ୍ଡିଆ (NPCI), ସିଷ୍ଟମ ଉପରେ ଚାପ କମାଇବା ସହିତ ପେମେଣ୍ଟ ବିଳମ୍ବ ଏବଂ ବିଫଳ କାରବାର ଭଳି ସମସ୍ୟାକୁ କମ୍ କରିବା ପାଇଁ କିଛି ନୂତନ ସୀମା ଲାଗୁ କରିବାକୁ ଯାଉଛି। ଏହି କାରଣରୁ, ବାଲାନ୍ସ ଯାଞ୍ଚ ଏବଂ ରିଫ୍ରେଶିଂ ସ୍ଥିତି ଭଳି […]
ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର । ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ ।ଏହି ସମୟରେ ପୀଡିତାଙ୍କ ବୟାନ ରେକର୍ଡ କରିବାର ସମ୍ପୂର୍ଣ ଭିଡିଓ କରାଯିବ । ପୂର୍ବରୁ ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ବୟାନ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ଓ ବଳଙ୍ଗା ଥାନାର ମହିଳା ଏଆଇସି ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜମି କିଣାକୁ ନେଇ ଠକେଇର ଶିକାର ହୋଇଛନ୍ତି । ଜଣେ ଅଗ୍ରୀମ ୨୫ ଲକ୍ଷ ଟଙ୍କା ନେବା ପରେ ଜମି ଦେଇନଥିବା ଜଣାପଡ଼ିଛି । ପରେ ମନ୍ତ୍ରୀ ଶ୍ରୀ ପାତ୍ର ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଘର ଢେଙ୍କାନାଳ ଟାଉନ ଥାନା ସିମିଳିଆରେ […]
ଆଜି ହେଉଛି ବିଶ୍ବ ହେପାଟାଇଟିସ୍ ଦିବସ। ହେପାଟାଇଟିସ୍ ‘ବି’ ରୋଗ ଏଡ୍ସଠାରୁ ମଧ୍ୟ ଭୟଙ୍କର । ଏହି ରୋଗ ପରବର୍ତ୍ତୀ ସମୟରେ ଲିଭର ସୋରାସିସ୍ ଓ ଲିଭର କ୍ୟାନସର୍ ଭଳି ରୋଗ ସୃଷ୍ଟି କରିଥାଏ। ଭାଇରାଲ୍ ହେପାଟାଇଟିସ୍ ଏ, ବି, ସି, ଡି ଏବଂ ଇ ଭଳି ଜଣାଶୁଣା ଭୁତାଣୁ ସଂକ୍ରାମକ ରୋଗ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳିତ ହୁଏ। ଏହି ରୋଗ ବିଶ୍ଵବ୍ୟାପୀ ୩୫୦ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ […]
୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇକାର୍ଡ ପରିବର୍ତ୍ତନ ।ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ରରେ ଲାଗିବ ଗେରୁଆ ରଙ୍ଗ । ବିଜେଡି ସରକାର ସମୟରେ ସବୁଜ ରଙ୍ଗର ଆଇ-କାର୍ଡ ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି । ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ । ପ୍ରଧାନଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ […]
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନିକଟରେ ଜଣେ ନାବାଳିକା ୭ ମାସର ଗର୍ଭବତୀ ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଉ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଖବର ସାମ୍ନାକୁ ଆସିଛି । କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି। ପୀଡ଼ିତା ଜଗତସିଂହପୁର ସଦର ମହକୁମା […]
ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟିର ପୁରସ୍କାର ରାଶି ଘୋଷଣା । ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ ପୁରସ୍କାର ।ଟପ୍ ୩ ଜିଲ୍ଲା ପଞ୍ଚାୟତ ସଂଶାଧନ କେନ୍ଦ୍ର (District Panchayat Resource Centres) ପୁରସ୍କାର ପାଇଁ ଯୋଗ୍ୟ ଭାବେ ବିଚାର କରାଯିବ। MGNREGA, ସ୍ବଚ୍ଛତା- ବାହ୍ୟ ମଳମୁକ୍ତ ଜଲ ଜୀବନ ମିଶନ ସୁଶାସନ, ଦକ୍ଷତା ବିକାଶ, ଆୟ ସ୍ରୋତ […]
ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍। ଇନ୍ ଷ୍ଟା ଆକାଉଣ୍ଟରେ ଅପଲୋଡ ହୋଇଛି ଅଶ୍ଳୀଳ ଭିଡିଓ। ବେଟିଙ୍ଗ ଭିଡିଓ ମଧ୍ୟ ଅପଲୋଡ ହୋଇଛି । ୪ ତାରିଖରୁ ଅପଲୋଡ ହୋଇଛି ଅଶ୍ଳୀଳ ଓ ବେଟିଙ୍ଗ ଭିଡିଓ। ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇଂଷ୍ଟାଗ୍ରାମ ପୂର୍ବଭଳି ଠିକ୍ ହୋଇ ଯାଇଥିଲା । ତେବେ କେମିତି ଏହି ଆକାଉଣ୍ଟ ହ୍ୟାକ୍ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦିନକୁ ଦିନ ସାଇବର କ୍ରାଇମ ଓ […]
ହ୍ୟାକରଙ୍କ ଟାର୍ଗେଟରେ ରେଭେନ୍ସା । ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍ ସାଇଟ୍ ହ୍ୟାକ କଲେ ସାଇବର ଅପରାଧୀ । BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍ । ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍ ରହିଛି ଏହି ୱେବ୍ ସାଇଟରେ । ହ୍ୟାକକୁ ନେଇ ଚିନ୍ତାରେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।ରେଭେନ୍ସା ୱେବ୍ସାଇଟ୍ରୁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ ନେଇ କୌଣସି କାମ କରି ହେଉନଥିବା ଅଭିଯୋଗ ହୋଇଛି । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ […]
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହି ଅବପାତ କ୍ରମଶଃ ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ୧୫ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, […]
ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ତେବେ ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଯେ, ଧବଳେଶ୍ଵରଙ୍କ ମସ୍ତକରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ । […]
