ଆଜି ଏହି ୧୫ ଜିଲ୍ଲାରେ ପ୍ରବଳ ବର୍ଷିବ

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହି ଅବପାତ କ୍ରମଶଃ ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ୧୫ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, […]

ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ

ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ତେବେ ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ। ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଯେ, ଧବଳେଶ୍ଵରଙ୍କ ମସ୍ତକରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ । […]

ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ମନା

ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ।ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ସୂଚନା ଅନୁସାରେ ସୋମବାର ଅପରାହ୍ନ ୬ଟାରୁ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଦର୍ଶନ କଟକଣା ରହିଛି ।

ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା

ନୟାଗଡ଼, (ଓଡ଼ିଶା ଦର୍ପଣ): ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି  ଭବନ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ,ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା […]

ମହାନଦୀ କୋଲଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l

ରାୟଗଡ଼ :-ତା. ୨୭/୦୭- ମହାନଦୀ କୋଳ ଫିଲଡ ସହିତ ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷର କରିଛି ଜିଲ୍ଲା ପ୍ରଶାସନ l ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପାଟାୱରୀ ଓ ମହାନଦୀ କୋଲଫିଲଡର ପ୍ରବନ୍ଧକ ଶୁଭ୍ରଜ୍ୟୋତି ସାହୁଙ୍କ ମଧ୍ୟରେ ସାକ୍ଷାରିତ ହୋଇଛି l କମ୍ପାନୀରେ ସିଏସଆର ପାଣ୍ଠିରେ ବିଦ୍ୟାଞ୍ଜଳି ଯୋଜାନରେ ଜିଲ୍ଲାର ଜନଜାତି ବିଦ୍ୟାଳୟ ମାନଙ୍କରେ ଅନ୍ତେବାସୀ ମାନଙ୍କ ବିଭିନ୍ନ ସୁଜିଧା ଯଥା ଖଟ, ଗଦା ଓ ଆର (RO)ଯୋଗାଇଦେବା ନିମନ୍ତେ ୪କୋଟି ୫୦ଲକ୍ଷ ଟଙ୍କାର ଗୋଟିଏ ବୁଝାମଣା […]

ରାୟଗଡା ଜେକେ କାଗଜ କଳ ତରଫରୁ ଚକ୍ଷୁ ପରୀକ୍ଷଣ ଶିବିର ଓ ଚସମା ବଣ୍ଟନ।

ଜେକେ କାଗଜ କଳ, ଜେକେପୁର ତରଫରୁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ସହଯୋଗ ରେ କୋଲନରା ବ୍ଲକ ର ପୀତେଶ ଗ୍ରାମରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏଥିରେ 59 ଜଣଙ୍କର ପରୀକ୍ଷା କରାଯାଇଥିଲା। 9 ଜଣ ମୋତିଆବିନ୍ଦୁ ରୋଗୀ, 5 ଜଣ ଟେରୀଜିମ୍ ଓ 25 ଜଣ ଦୃଷ୍ଟି ଦୋଷ ରୋଗୀ ଚିହ୍ନଟ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ 14 ଜଣଙ୍କୁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନକୁ ଅସ୍ତ୍ରୋପଚାର ପାଇଁ […]

ସଂସଦ ରତ୍ନ ପୁରସ୍କାରରେ ୧୭ ସାଂସଦ ସମ୍ମାନିତ, ଭର୍ତ୍ତୃହରିଙ୍କୁ ସ୍ୱତନ୍ତ୍ର ପୁରସ୍କାର

ଦିଲ୍ଲୀରେ ଆଜି ୧୭ ଜଣ ସାଂସଦଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । ଏହି ସାଂସଦମାନେ ଲୋକସଭାରେ ଅମୂଲ୍ୟ ଅବଦାନ ଦେଇଛନ୍ତି । ଏହା ବ୍ୟତୀତ ୪ ଜଣ ସାଂସଦଙ୍କୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାରଗୁଡ଼ିକ ଏକ ବେସରକାରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଇଛି। ଏହି ଅବସରରେ ଗଣମାଧ୍ୟମ ସହିତ ଆଲୋଚନା କରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, […]

କୋଣାର୍କ-ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର। ଅଳ୍ପକେ ବର୍ତ୍ତିଗଲେ ବିଡ଼ିଓ

କୋଣାର୍କ-ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର। ନଈରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ। କଟକ ସଦର ବିଡ଼ିଓ ପ୍ରତୀକ ସାହୁ ଓ ସ୍ତ୍ରୀ ପୁରୀ, କୋଣାର୍କ ବୁଲିଯିବାକୁ ଆସିଥିଲେ। କୋଣାର୍କରୁ ୧୦ କିଲୋମିଟର ଦୂରରେ ଥିବା ଏକ ଘରୋଇ ହୋଟେଲକୁ ଖାଇବାକୁ ଯାଉଥିଲେ। ସେଠାରେ ଗାଡିକୁ ପାର୍କିଂରେ ରଖିବା ପାଇଁ ଵୁଲାଇବା ବେଳେ କୁଶଭଦ୍ରା ନଦୀରେ ଖସି ପଡ଼ିଥିଲା। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା କୋଣାର୍କ ମେଡିକାଲକୁ ସ୍ଥାନାନ୍ତର […]

ନୟାଗଡ଼ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ଜଣଙ୍କ ମୃତ୍ୟୁ

ନୟାଗଡ଼ ଦଶପଲ୍ଲା ଥାନା ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାକୁ ଘଟାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକେରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍‌ […]

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଜ୍ଞାନ ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଡାଙ୍ଗମାଳ ନାଗା ନାରାୟଣ ହାଇସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଶିକ୍ଷକ ଅମର ପ୍ରସାଦ ମଲ୍ଲିକଙ୍କୁ ସ୍କୁଲ ପରିସରରୁ ଉଠାଇନେଲା ତାଳଚୁଆ ସାମୁଦ୍ରିକ ଥାନା ପୋଲିସ । ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଧାନ ଶିକ୍ଷକଙ୍କ ନିକଟରେ ୧୭ ଜଣ ଛାତ୍ରୀ ଲିଖିତ ଅଭିଯୋଗ ଦେଇଛନ୍ତି । ସପ୍ତମ ଶ୍ରେଣୀର ୭ଜଣ ଓ ୧୦ମ ଶ୍ରେଣୀର ୧୦ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକଙ୍କ ନିକଟରେ ଛାତ୍ରୀମାନେ ଅଭିଯୋଗ […]

ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡ଼ିଆ ଭାଷା, ସାହିତ୍ୟ ପାଇଁ ନିରନ୍ତର ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିବା, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ” ନୂଆ ସ୍ୱର ନିଆରା କଥା” ପରି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଭିନ୍ନ ସେବାମୁଳକ କାର୍ଯ୍ୟ କରିଆସୁଥିବା ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି। ଉତ୍କଳ ସମ୍ମିଳନୀ ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ […]

ପୁଲିସ-ଉଗ୍ରବାଦୀ ଗୁଳି ବିନିମୟ: ତିନି ଉଗ୍ରବାଦୀ ନିହତ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଘାଘରା ଥାନା ସେହଲ ଲଭଡାଗ ଗାଁରେ ପୁଲିସ ଓ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି) ମଧ୍ୟରେ ଗୁଳି ବିନିମୟ ହୋଇଛି l ପୁଲିସ ଏନକାଉଣ୍ଟରରେ ତିନି ଉଗ୍ରବାଦୀ ନିହତ ହୋଇଛନ୍ତି l ଘାଘରା ଥାନା ସେହଲ ଲଭଡାଗ ଗାଁରେ ନିକଟସ୍ଥ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସମସ୍ତ ତିନି ମାଓବାଦୀଙ୍କ ମୃତଦେହ ସହ ଘଟଣାସ୍ଥଳରୁ ସୁରକ୍ଷାବଳ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ କରିଛନ୍ତି।ଏହା ପୂର୍ବରୁ ଗତ […]